ମାସେ ବନ୍ଦ ରହିବ ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନ ସେବା

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଭୁବନେଶ୍ୱରକୁ ବ୍ୟାଙ୍କକ୍‌କୁ ଚଳାଚଳ କରୁଥିବା ଏୟାର ଇଣ୍ଡିଆର ଡାଇରେକ୍ଟ ଫ୍ଲାଇଟ୍‌ ସେବା ସେପ୍ଟେମ୍ବର ୨୩ରୁ ଅସ୍ଥାୟୀଭାବେ ବନ୍ଦ ରହିବ। ଏହା ଅକ୍ଟୋବର ଶେଷ କିମ୍ବା ନଭେମ୍ବର ଆରମ୍ଭରୁ ପୁଣି ଚଳାଚଳ କରିବ। ବୁଧବାର ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଳ ଦେବ। ସେ କହିଛନ୍ତି, ପର୍ଯ୍ୟଟନ ଶିଳ୍ପର ବିକାଶକୁ ନିଜରରେ ରଖି ବିମାନ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ହେଲେ ଯାତ୍ରୀଙ୍କ ସଂଖ୍ୟା କମ୍‌ ରହୁଥିବାରୁ ଅଧିକାଂଶ ସଂସ୍ଥା ବିମାନ ସେବା ଆରମ୍ଭ କରିବାକୁ ରାଜି ହେଉନାହାନ୍ତି। ଏହାସତ୍ତ୍ୱେ ଆମେ ଭୁବନେଶ୍ୱରରୁ ସିଙ୍ଗାପୁରକୁ ସିଧାସଳଖ ବିମାନ ସେବା ଯୋଗାଇ ଦେବାକୁ ଯୋଜନା କରୁଛୁ। ଏନେଇ ଏୟାର ଏସିଆ ସହ ଆଲୋଚନା ଚାଲିଛି। ଖୁବ୍‌ଶୀଘ୍ର ଦୁବାଇକୁ ମଧ୍ୟ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ସେ କହିଛନ୍ତି। ସେହିଭଳି ଝାରସୁଗୁଡ଼ା ବିମାନ ବନ୍ଦର ଏବେ ଦେଶର ୪ଟି ପ୍ରମୁଖ ସହର ତଥା ହାଇଦ୍ରାବାଦ, କଲିକତା, ଦିଲ୍ଲୀ, ରାୟପୁରକୁ ସଂଯୋଗ କରୁଥିବା ବେଳେ ଯାତ୍ରୀ ସଂଖ୍ୟା ମଧ୍ୟ ଭଲ ରହୁଛି। ଖୁବ୍‌ଶୀଘ୍ର ଝାରସୁଗୁଡାରୁ ବାଙ୍ଗାଲୋରକୁ ବିମାନ ଚଳାଚଳ ଆରମ୍ଭ ହେବାନେଇ ସଚିବ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆସନ୍ତା ନଭେମ୍ବର ୧ରୁ ୨୦୧୯ ଜୁନ୍‌ ୩୦ ପର୍ଯ୍ୟନ୍ତ ରନ୍‌ଓ୍ବେ ରି-କାର୍ପେଟିଂ ହେବାକୁ ଥିବାରୁ ୮ମାସ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ରନ୍‌ଓ୍ବେକୁ ବନ୍ଦ ରଖାଯିବ। ତେବେ ସେପ୍ଟେମ୍ବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପର୍ଯ୍ୟଟନ ଋତୁ ଥିବାବେଳେ ଏହି ସମୟ ମଧ୍ୟରେ ରନ୍‌ଓ୍ବେ ବନ୍ଦ ରହିଲେ ବିମାନ ସେବା ବିଶେଷଭାବେ ବାଧାପ୍ରାପ୍ତ ହେବ। ଏହାଦ୍ୱାରା ଉଭୟ ପର୍ଯ୍ୟଟନ ଏବଂ ହୋଟେଲ ଶିଳ୍ପ ବିଶେଷଭାବରେ କ୍ଷତିଗସ୍ତ ହେବ ବୋଲି ଆଶଙ୍କା କରିଛି ହୋଟେଲ୍‌ ଆଣ୍ଡ୍‌ ରେଷ୍ଟୁରାଣ୍ଟ୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶା। ଭୁବନେଶ୍ୱର ବିମାନ ବନ୍ଦରରେ ଏବେ ଏୟାର ଟ୍ରାଫିକ୍‌ ବୃଦ୍ଧି ପାଇଥିବା ବେଳେ ପର୍ଯ୍ୟଟନ ଋତୁରେ ଏହା ଆହୁରି ବୃଦ୍ଧି ପାଇବ। ମାତ୍ର ଠିକ୍‌ ସେହି ସମୟରେ କମ୍‌ ବିମାନ ଚଳାଚଳ କଲେ ଓଡ଼ିଶାକୁ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇବ ବୋଲି କୁହାଯାଇଛି। ବାତ୍ୟା ଫନୀ ପରେ ଧୀରେ ଧୀରେ ପରିସ୍ଥିତିରେ ସୁଧାର ଆସୁଥିବା ବେଳେ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କୁ ବିମାନ ନମିଳିଲେ ପର୍ଯ୍ୟଟନ ଶିଳ୍ପକୁ ଏକ ବିରାଟ ବଡ଼ କ୍ଷତି ସହିବାକୁ ପଡ଼ିବ ବୋଲି ହୋଟେଲ୍‌ ଆଣ୍ଡ୍‌ ରେଷ୍ଟୁରାଣ୍ଟ୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶା ଅଧ୍ୟକ୍ଷ ଜେ.କେ. ମହାନ୍ତି କହିଛନ୍ତି। ତେବେ ଏନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ବୋଲି ପର୍ଯ୍ୟଟନ ବିଭାଗ ସଚିବ ଦେବ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ବନ୍ଦର ପ୍ରଭାବ: କୋର୍ଟ ସମ୍ମୁଖରୁ ଫେରିଲେ ବିଚାରପତି

ବରଗଡ଼ ଅଫିସ,୫।୨: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ବନ୍ଦ ପାଳନ କରାଯାଉଛି। ଏହି ବନ୍ଦ ପାଳନକୁ ବରଗଡ଼ରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ...

ଆଜିଠୁ ବିଧାନସଭା

ଭୁବନେଶ୍ୱର,୧ା୯(ବ୍ୟୁରୋ):ବୁଧବାରଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ସେପ୍ଟେମ୍ବର ୯ ଯାଏ ଚାଲିବ। ଏହି ଅଧିବେଶନରେ ୮ଟି କାର୍ଯ୍ୟଦିବସ ରହିଛି। ୮ ଦିନରୁ...

ବିଜେପୁର ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଶେଷ, ମନମୋହିଲା ଚିୟର୍‌ ଗାର୍ଲଙ୍କ ନୃତ୍ୟ

ବିଜେପୁର,୧୭।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକରେ ଉପ ନିର୍ବାଚନ ପ୍ରଚାରର ଶେଷ ସ୍ପର୍ଶ ଦେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁବାର ଲାଉମୁଣ୍ଡା ଷ୍ଟାଡିୟମରେ...

ଭାଜପା ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ପଟ୍ଟାମୁଣ୍ଡାଇ, ୩୦।୧୦: କଳାହାଣ୍ଡି ଜିଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସିଧାସଳଖ ସମ୍ପୃକ୍ତି...

ତୃପ୍ତି କହିଲେ ୱେଟ୍‌ ଆଣ୍ଡ ୱାଚ୍‌

ଭୁବନେଶ୍ୱର,୨୯।୭(ବ୍ୟୁରୋ): ଅଭିନେତା ବାବୁସାନ୍‌ ମହାନ୍ତି ଓ ତାଙ୍କ ସ୍ତ୍ରୀ ତୃପ୍ତି ଶତ୍‌ପଥୀଙ୍କ ପାରିବାରିକ କଳହର ସମାଧାନ ପାଇଁ ସମସ୍ତେ ଚାହାନ୍ତି। ପ୍ରଂଶସକଠାରୁ ଆରମ୍ଭ କରି ସମ୍ପର୍କୀୟ...

ଆଜି ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

ଭୁବନେଶ୍ୱର,୧୩ା୩(ବ୍ୟୁରୋ): ସୋମବାର ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ। ଦୁଇଦିନ ଛୁଟି ପରେ ଆଜି ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହେବ। ଆଜି ମଧ୍ୟ ଗୃହରେ...

ବିଦ୍ୟୁତ୍‌ କର୍ମଚାରୀଙ୍କ ବାତ୍ୟା ମୁକାବିଲାକୁ ମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର, ୨୩ା୫ (ବ୍ୟୁରୋ): ବାତ୍ୟା ‘ଅମ୍ଫନ’ରେ କ୍ଷତିଗ୍ରସ୍ତ ବିଦ୍ୟୁତ୍‌ ସେବାକୁ ସ୍ବାଭାବିକ କରିବା ପାଇଁ ଯେଉଁ କର୍ମଚାରୀମାନେ ଦିନରାତି ଅବିରତ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଶକ୍ତିମନ୍ତ୍ରୀ...

ଓଡ଼ିଶାରେ ସର୍ବାଧିକ ୨୩ ସଂକ୍ରମିତ ସ୍ଥାନ

ଯାଜପୁର ଅଫିସ,୨୮ା୩: କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁସାରେ ଦେଶରେ ମୋଟ ୧୧୨ ସଂକ୍ରମିତ ଅଞ୍ଚଳ ରହିଛି। ସେଥିରୁ ଓଡ଼ିଶାରେ ଟକ୍ସିକ ଓ...

Advertisement
Archives

Model This Week