ମାସେ ବଢ଼ିଲା ଜିଏସ୍‌ଟି କମ୍ପୋଜିଶନ ସ୍କିମ୍‌ ବାଛିବା ସମୟ

ନୂଆଦିଲ୍ଲୀ,୪-୭: ଆୟକର ବିଭାଗ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ସେବା ପ୍ରଦାନକାରୀ କମ୍ପାନୀଙ୍କୁ ଜିଏସ୍‌ଟି କମ୍ପୋଜିଶନ ସ୍କିମ୍‌ ବାଛିବା ଲାଗି ଆହୁରି ଏକ ମାସ ସମୟ ଦେଇଛି। ଏଣିକି ଚଳିତ ମାସ ୩୧ ପର୍ଯ୍ୟନ୍ତ ସେମାନଙ୍କୁ ଚୟନ ସୁଯୋଗ ମିଳିବ। କମ୍ପୋଜିଶନ ସ୍କିମ୍‌ ବାଛୁଥିବା ସେବା ପ୍ରଦାନକାରୀ କମ୍ପାନୀଙ୍କୁ ୬% ଜିଏସ୍‌ଟି ଦେବାକୁ ହେବ। ଚଳିତବର୍ଷ ଏପ୍ରିଲ ପହିଲାରେ ଅନୁଷ୍ଠିତ ଜିଏସ୍‌ଟି କାଉନସିଲ୍‌ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା। ଜିଏସ୍‌ଟି ଅଧୀନରେ ଅଧିକାଂଶ ସେବା ଉପରେ ୧୨ରୁ ୧୮ ପ୍ରତିଶତ ପର୍ଯ୍ୟନ୍ତ ଜିଏସ୍‌ଟି ଆଦାୟ କରାଯାଉଛି। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ପକ୍ଷରୁ ଏକ ସର୍କୁଲାର ଜାରି କରି କୁହାଯାଇଛି ଯେ, କମ୍ପୋଜିଶନ ସ୍କିମ୍‌ ଚୟନ କରୁଥିବା ସେବା ପ୍ରଦାନକାରୀ କମ୍ପାନୀଙ୍କୁ ଜିଏସ୍‌ଟି ସିଏମ୍‌ପି-୨ ଫର୍ମ ପୂରଣ କରିବାକୁ ହେବ। ଏଥିଲାଗି କମ୍ପୋଜିଶନ ସ୍କିମ୍‌ ପାଇବା ଲାଗି ଯୋଗ୍ୟ ଅନ୍ୟ ପ୍ରଦାନକାରୀଙ୍କୁ ବାଛିବାକୁ ହେବ। ସେମାନଙ୍କୁ ଜୁଲାଇ ୩୧ ତାରିଖ ସୁଦ୍ଧା ଏହି ଫର୍ମ ପୂରଣ କରିବାକୁ ହେବ। ଏଥିପୂର୍ବରୁ କମ୍ପୋଜିଶନ ସ୍କିମ୍‌ ବାଛିବାର ସମୟସୀମା ଏପ୍ରିଲ ୩୦ ତାରିଖ ଧାର୍ଯ୍ୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଶହ ଟଙ୍କା କମିଲା ସୁନା

ଭୁବନେଶ୍ୱର: ମଙ୍ଗଳବାର ସୁନା ଦର ୧୨ ଶହ ଟଙ୍କା ହ୍ରାସ ଘଟିଛି। ଫଳରେ ଭୁବନେଶ୍ୱର ଓ ଏହାର ଦର ୪୯,୪୨୦ ଟଙ୍କା ସ୍ତରକୁ ଖସିଛି। ସପ୍ତାହ...

ତନିଷ୍କର ସାବିତ୍ରୀ ଅଫର ଘୋଷଣା,ମିଳୁଛି ଆକର୍ଷଣୀୟ ରିହାତି

ଭୁବନେଶ୍ୱର,୨୮-୫: ପ୍ରମୁଖ ଜୁଏଲେରୀ ବ୍ରାଣ୍ଡ ତନିଷ୍କ ପକ୍ଷରୁ ସାବିତ୍ରୀ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ଚଳିତ ମାସ ୨୯ରୁ ଜୁନ ୨ ଯାଏ...

୧୦୦ ଫୁଟ ଉଚ୍ଚରୁ ନିଜ ବ୍ରାଣ୍ଡ୍‌ର ୧୦ କାର୍‌ ତଳକୁ ଫିଙ୍ଗିଦେଲା ଏହି କମ୍ପାନୀ, ଜାଣନ୍ତୁ ଏହାର କାରଣ

ବିଶ୍ୱରେ ବେଶ୍‌ ଜଣାଶୁଣା କାର୍‌ ନିର୍ମାଣ କମ୍ପାନୀ ଭଲଭୋ ତାହାର ବିଳାସପୂର୍ଣ୍ଣ କାର୍‌ଗୁଡ଼ିକୁ ୧୦୦ ଫୁଟ ଉଚ୍ଚରୁ ଏକ ଖାଲ ମଧ୍ୟକୁ ଫିଙ୍ଗି ଦେଇଛି। କମ୍ପାନୀର...

‘ପେଟ୍ରୋଲିୟମ ପ୍ରଡକ୍ଟରେ ଜିଏସ୍‌ଟି ନେଇ ରାଜ୍ୟ ବିଚାର କରିବେ’

ନୂଆଦିଲ୍ଲୀ,୧୦-୨: ପେଟ୍ରୋଲ ଏବଂ ପେଟ୍ରୋଲିୟମ ପ୍ରଡକ୍ଟକୁ ଏବେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିସରରେ ରଖାଯାଇଛି। ପେଟ୍ରୋଲିୟମ ପ୍ରଡକ୍ଟ ଉପରେ ଜିଏସ୍‌ଟି କେବେ ଠାରୁ...

କିଛି କର୍ମଚାରୀଙ୍କୁ ‘ଲିଭ୍‌ ଓ୍ବିଦାଉଟ୍‌ ପେ’ରେ ଛାଡ଼ିଲା ଗୋ ଏୟାର

ମୁମ୍ବାଇ,୧୮-୩: କରୋନା ଭାଇରସ୍‌ର ପ୍ରଭାବ ବିମାନ କମ୍ପାନୀଗୁଡିକ ଉପରେ ପରିଲକ୍ଷିତ ହୋଇଛି। ଗୋ ଏୟାର ଏହାର ଅନ୍ତର୍ଜାତୀୟ ଉଡାଣକୁ ବାତିଲ କରିଦେଇଛି। ଏହାବାଦ କମ୍ପାନୀ କେତେଜଣ...

ଖୁଚୁରା ବଜାରରେ କରୋନା ପ୍ରହାର: ବ୍ୟବସାୟିକ କ୍ଷତି ୩ ହଜାର କୋଟି

ଭୁବନେଶ୍ୱର,୨୬।୭(ବ୍ୟୁରୋ): କୋଭିଡ୍‌-୧୯ ଏବଂ ଲକ୍‌ଡାଉନ୍‌ ଯୋଗୁ ଓଡ଼ିଶାର ରିଟେଲ ବିଜ୍‌ନେସ୍‌ ବା ଖୁଚୁରା ବ୍ୟବସାୟ ବିଶେଷମାତ୍ରାରେ ପ୍ରଭାବିତ ହୋଇଛି। ଏହି ସମୟ ମଧ୍ୟରେ ପ୍ରାୟ ୩ହଜାର...

୬ଶହ କର୍ମଚାରୀକୁ ଛଟେଇ କଲା ଉବର ଇଣ୍ଡିଆ

ନୂଆଦିଲ୍ଲୀ,୨୭।୫: ମଙ୍ଗଳବାର ଘରୋଇ ଯାତ୍ରୀ ସେବା ପ୍ରଦାନକାରୀ କମ୍ପାନୀ ଉବର ଇଣ୍ଡିଆ ୨ୟ ଥର ପାଇଁ ପ୍ରାୟ ୬ଶହ ପୂର୍ଣ୍ଣକାଳୀନ କର୍ମଚାରୀଙ୍କୁ ଛଟେଇ କରିଛି। କରୋନା...

ଆଇଟି ସେକ୍ଟରରେ ଦରମା ତାରତମ୍ୟ;କର୍ମଚାରୀଙ୍କଠୁ ୪୫୫ ଗୁଣା ଅଧିକ ପାଆନ୍ତି ଓ୍ବିପ୍ରୋ ସିଇଓ

ନୂଆଦିଲ୍ଲୀ,୨୭-୭: ଦେଶର ସୂଚନା ପ୍ରଯୁକ୍ତି(ଆଇଟି) କ୍ଷେତ୍ରରେ ଶୀର୍ଷ କମ୍ପାନୀଗୁଡ଼ିକର ସିଇଓ ତଥା କର୍ମଚାରୀଙ୍କ ମଧ୍ୟରେ ବେତନ ତାରତମ୍ୟ କ୍ରମାଗତ ବଢ଼ିଚାଲିଛି। ଆର୍ଥିକ ବର୍ଷ ୨୦୧୮-୧୯ରେ ଏହି...

Advertisement
Archives

Model This Week