ମାଷ୍ଟର ସେଫ୍‌ରେ ଓଡ଼ିଆ ପୁଅ ଅବିନାଶ: ବିଚାରକଙ୍କୁ ‘ଚିକେନ୍‌ ବେସର’ ଖୁଆଇ କଲେ ଚକିତ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଲୋକପ୍ରିୟ ରାନ୍ଧଣା ଶୋ’ ‘ମାଷ୍ଟର ସେଫ୍‌ ସିଜନ-୬’ରେ ଓଡ଼ିଆ ପୁଅ ଅବିନାଶ ନାୟକଙ୍କ କମାଲ। ଜାତୀୟ ଟେଲିଭିଜନ ସଂସ୍ଥା ଷ୍ଟାର ପ୍ଲସ୍‌ରେ ପ୍ରସାରିତ ହେଉଥିବା ଏହି ଶୋ’ରେ ଅବିନାଶ ଅଡିସନ ରାଉଣ୍ଡରେ ମନୋନୀତ ହୋଇଛନ୍ତି। ଏପରି କରିବାରେ ସେ ଓଡ଼ିଶାରୁ ପ୍ରଥମ।

ଗଞ୍ଜାମ ଜିଲା କାଳଷଣ୍ଢପୁର ଗ୍ରାମରେ ଅବିନାଶଙ୍କ ଘର। ଇଲେକ୍ଟୋନିକ୍ସ ଓ ଟେଲିକମ୍ୟୁନିକେଶନ ଇଞ୍ଜିନିୟରିଂ ପଢ଼ା ସାରି ହାଇଦ୍ରାବାଦରେ ଏକ ଆଇଟି କମ୍ପାନୀରେ ସେ ଚାକିରି କରୁଛନ୍ତି। ଏଥିସହ ତାଙ୍କର ରାନ୍ଧଣା ସଉକ ରହିଆସିଛି। ପୂର୍ବରୁ ସେ ଅନେକେ ରାକ୍ଷଣା ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ମାଷ୍ଟର ସେଫ୍‌ର ଚଳିତ ସିଜନ୍‌ରେ ଯୋଗ ଦେଇଛନ୍ତି। ପ୍ରାରମ୍ଭିକ ରାଉଣ୍ଡ(ଅଡିସନ୍‌)ରେ ସେ ୩ଜଣ ବିଚାରକ ବିକାଶ ଖାନ୍ନ, ରଣବୀର ବରାର, ଭିନିତ ଭାଟିଆଙ୍କୁ ଚିକେନ ବେସର ଚଖାଉ ଚକିତ କରିଦେଇଛନ୍ତି। ଏହି ରାଉଣ୍ଡରେ ସେ ମନୋନୀତ ହେବା ସହ ଆପ୍ରନ ପାଇବାକୁ ଯୋଗ୍ୟ ହୋଇଛନ୍ତି। ତେବେ ତାଙ୍କ ଡିସ୍‌ ଚାଖିବା ବେଳେ ବିକାଶ ଜୟ ହୋ ଓଡ଼ିଶା କହିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେଉଛି। ଆସନ୍ତା ରାଉଣ୍ଡରେ ବି ସେ ତାଙ୍କ ହାତରନ୍ଧାର ଯାଦୁ ଜାରି ରଖିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସିସିଟିଭିରେ କାଦୁଅ ଲଗାଇ ଏଟିଏମ୍‌ ଲୁଟ୍‌ ଉଦ୍ୟମ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ରାଜଧାନୀରେ ଥିବା ବ୍ୟାଙ୍କ୍‌ ଓ ଏଟିଏମ୍‌ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି। ଲୁଟେରାମାନେ ଆଉ ଏକ ଏଟିଏମ୍‌କୁ ଟାର୍ଗେଟ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି।...

୬୭ତମ ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ

କଟକ ଅଫିସ,୨୮।୯: ବୃତ୍ତିଗତ ପ୍ରତିଯୋଗିତା ଦକ୍ଷତା ବୃଦ୍ଧି କରିଥାଏ। ପୋଲିସ ବିଭାଗର ବିଭିନ୍ନ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି...

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ପୁଣି ଉଚ୍ଛେଦ ଆରମ୍ଭ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଶୁକ୍ରବାର ପଶ୍ଚିମ ଦ୍ୱାର ପଟୁ ବିଡିଏ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଦ୍ୱାରା ଉଚ୍ଛେଦ ଚାଲିଛି।...

ଖଣ୍ଡଗିରି ଯାତ୍ରାରେ ପୁଣି ଅଶ୍ଳୀଳ ନୃତ୍ୟ

ଭୁବନେଶ୍ୱର, ୮ା୨(ବ୍ୟୁରୋ): କଟକଣା ସତ୍ତ୍ୱେ ଚଳିତବର୍ଷ ଖଣ୍ଡଗିରି କୁମ୍ଭମେଳା ଯାତ୍ରା ମଞ୍ଚରେ ପୁଣି ପରିବେଷଣ ହୋଇଛି ଅଶ୍ଳୀଳ ନୃତ୍ୟ। ଏଭଳି ନୃତ୍ୟ ପ୍ରଦର୍ଶନକୁ ନେଇ ବିବାଦ...

ମା’ ପାଟଖଣ୍ଡାଙ୍କ ଦର୍ଶନ କଲେ ୫-ଟି ସଚିବ

ବାଲିଗୁଡ଼ା,୧୭ା୬(ସଞ୍ଜୟ ପାଣିଗ୍ରାହୀ): ୫-ଟି ମୁଖ୍ୟ ସଚିବ ଭି.କେ.ପାଣ୍ଡିଆନ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଦ୍ୱିତୀୟ ଦିନ ଶନିବାରରେ ବାଲିଗୁଡ଼ାକୁ ଆସି ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ...

ପୂଜା ଦୋକାନ ଦେଇଛି ଋଷିବରଙ୍କୁ ଜିଇବାର ସାଧନ

କେନ୍ଦୁଝର,୨।୯(ସ୍ବ.ପ୍ର.)- ନିଷ୍ଠା ଓ ଦୃଢ ଆତ୍ମ ବିଶ୍ୱାସ ତାଙ୍କୁ ଆତ୍ମନିର୍ଭରଶୀଳ ହେବାର ବାଟ ଦେଖାଇଛି। ଚାକିରି ମୋହ ଛାଡି ସେ ତାଙ୍କ ବାପାଙ୍କ ପୂଜା ଦୋକାନକୁ...

ଶର୍ମିଷ୍ଠାଙ୍କ ବିରୋଧରେ ଆଉ ଏକ ବଡ଼ ପ୍ରମାଣ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ଆଉ ଏକ ବଡ଼ ପ୍ରମାଣ ମିଳିଛି। ମାନସଙ୍କ ମୃତଦେହ ନୟାଗଡ଼ରେ ପୋତିବା ପରେ ହତ୍ୟାକାଣ୍ଡରେ ବ୍ୟବହୃତ...

୪ ଦିନ ଲାଗିରହିବ ବର୍ଷା

ଭୁବନେଶ୍ୱର, ୧୭।୭(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୨୧ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ...

Advertisement
Archives

Model This Week