Posted inଜାତୀୟ

ମାଳଦ୍ୱୀପରେ କଶ୍ମୀର ପ୍ରସଙ୍ଗ ଉଠାଇଲା ପାକ୍‌

ନୂଆଦିଲ୍ଲୀ,୨ା୯:ମାଳଦ୍ୱୀପ ପାର୍ଲାମେଣ୍ଟରେ ରବିବାର ଅନୁଷ୍ଠିତ ଚତୁର୍ଥ ଦକ୍ଷିଣ ଏସିଆ ବାଚସ୍ପତି ସମ୍ମିଳନୀରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇବାରୁ ଏହାକୁ ନେଇ ହଟ୍ଟଗୋଳ ହୋଇଛି। ସମିଟ୍‌ରେ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ଉପରେ ଆଲୋଚନା ଚାଲିଥିବାବେଳେ ପାକ୍‌ ଉପବାଚସ୍ପତି କାସିମ୍‌ ସୁରି ୩୭୦ ଉଚ୍ଛେଦ ପରବର୍ତ୍ତୀ କଶ୍ମୀର ସ୍ଥିତି ସମ୍ପର୍କରେ କହିଥିଲେ। ଏହାର ଜବାବରେ ରାଜ୍ୟ ସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ କହିଥିଲେ, ୧୯୭୧ରେ ବାଂଲାଦେଶ ଗଣହତ୍ୟାରେ ସମ୍ପୃକ୍ତ ଓ ବେଆଇନ ଭାବେ ପିଓକେକୁ ଦଖଲ କରିଥିବା ଦେଶର ଅନ୍ତର୍ଜାତୀୟ ସ୍ତରରେ ଏଭଳି ପ୍ରସଙ୍ଗ ଉଠାଇବାର ନୈତିକ ଅଧିକାର ନାହିଁ। ଏଭଳି ଏକ ଫୋରମରେ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଉଠାଇବାକୁ ସେ ଦୃଢ଼ ବିରୋଧ କରିଥିଲେ। ସମିଟ୍‌ର ଲକ୍ଷ୍ୟଠାରୁ ଦୂରେଇ ଯାଇ ଅନ୍ୟାନ୍ୟ ପ୍ରସଙ୍ଗ ଉଠାଇ ଏହାକୁ ରାଜନୀତିକରଣ କରାଯାଇପାରିବ ନାହିଁ। ଏସ୍‌ଡିଜି ଆଲୋଚନାବେଳେ ପାକିସ୍ତାନ ଉଠାଇଥିବା ପ୍ରସଙ୍ଗକୁ ସ୍ଥାନ ଦିଆଯାଇପାରିବ ନାହିଁ ବୋଲି ସେ କହିଥିଲେ। ଏହି ସମିଟରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା।
ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ପାକିସ୍ତାନ ଏହାକୁ ବିଭିନ୍ନ ଅନ୍ତର୍ଜାତୀୟ ଫୋରମରେ ଉଠାଇବାକୁ ଉଦ୍ୟମ ଚଳାଇଥିବାବେଳେ ଏହା ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ଭାରତ କହିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମ ସରକାରର ସଂସ୍କରଣ ଟିଏମ୍‌ସି

ନୂଆଦିଲ୍ଲୀ, ୮।୨: ପଶ୍ଚିମବଙ୍ଗର ସାମ୍ପ୍ରତିକ ସ୍ଥିତି ପାଇଁ ସେଠାର ରାଜନୀତିକୁ ଦାୟୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେବଳ ଭାଜପା ବେଙ୍ଗଲରେ ଅସଲ ପରିବର୍ତ୍ତନ ଆଣିପାରିବ...

ପଶ୍ଚିମବଙ୍ଗ ସ୍ଥିତି ଜମ୍ମୁ-କଶ୍ମୀରଠାରୁ ବି ଖରାପ: ଭାଜପା

କୋଲକାତା,୧୫।୧୨: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଜାରି ରହିଛି। ଇତିମଧ୍ୟରେ ରାଜ୍ୟରେ ହିଂସା ଯୋଗୁ କେତେକ ଭାଜପା ନେତାଙ୍କୁ ହତ୍ୟା କରାଯିବା ସହିତ କିଛି ନେତାଙ୍କ ଉପରେ...

ବାତ୍ୟା ‘ନିବାର’ ପ୍ରଭାବରେ ତାମିଲନାଡୁ-ଆନ୍ଧ୍ରପ୍ରଦେଶରେ ବର୍ଷା: ପୁଡୁଚେରୀରେ ରାତ୍ରକାଳୀନ କର୍ଫ୍ୟୁ ଜାରି

ଚେନ୍ନାଇ,୨୪।୧୧: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ନିବାର’ ଅବପାତରେ ପରିଣତ ହୋଇଛି। ଏହା ବୁଧବାର ତାମିଲନାଡ଼ୁ ଓ ପୁଡୁଚେରୀ ଉପକୂଳ ଛୁଇଁବ। ଏହାର...

ମୋଦିଙ୍କ ପରେ ଲଦାଖ ଗସ୍ତ କରିବେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୧୫।୭: ଲଦାଖର ଗଲଓ୍ବାନ ଘାଟିରେ ସୀମା ବିବାଦକୁ ନେଇ ନିକଟରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହାପରେ ସେଠାକାର ସ୍ଥିତି ସମୀକ୍ଷା...

ଗ୍ରେନେଡ୍‌ ନେଇ ଆସୁଥିବା ପାକିସ୍ତାନୀ ଡ୍ରୋନ୍‌କୁ ଖସାଇଲେ ସେନା…

ଶ୍ରୀନଗର, ୨୯।୫ : ଜମ୍ମୁ-କଶ୍ମୀରର କଠୁଆରେ ଗ୍ରେନେଡ୍‌ ନେଇ ଆସିଥିବା ଏକ ପାକିସ୍ତାନୀ ଡ୍ରୋନ୍‌କୁ ଭାରତୀୟ ସେନା ଯବାନମାନେ ଗୁଳି ଖସାଇ ଦେଇଛନ୍ତି। କଠୁଆ ଜିଲାର...

ସ୍ଥିତି ଅସମ୍ଭାଳ: ୪ ଦିନରେ ୧୬ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୯।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ...

ଭୋଟରଙ୍କୁ କ୍ଷମା ମାଗିଲେ ମୋଦି

ନୂଆଦିଲ୍ଲୀ,୧୦ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସହାରନପୁରରେ ଏକ ବଡ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ଯେତେବେଳେ ସେ ଏହି ରାଲିରେ ଭାଷଣ...

ମ୍ୟାନହୋଲ୍‌ରେ ଖସି ପଡିଲେ ୩ ବର୍ଷର ଶିଶୁ; ମିଳୁନି ସନ୍ଧାନ

ମୁମ୍ବାଇ,୧୧।୭: ଗୁରଗାଓଁର ଆମ୍ବେଦକର ନଗରରେ ବୁଧବାର ରାତିରେ ଜଣେ ୩ ବର୍ଷର ଶିଶୁ ରାସ୍ତାକଡ଼ରେ ଥିବା ମ୍ୟାନହୋଲ୍‌ରେ ଖସି ପଡିଥିବା ପୋଲିସ ସୂଚନା ଦେଇଛି। ବୁଧବାର...

Advertisement
Archives

Model This Week