ମାଲ୍ୟାଙ୍କୁ ୟୁକେ ହାଇକୋର୍ଟ ଝଟକା

ଲଣ୍ଡନ,୨୬।୫: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଉ ଏକ ଜୋର୍‌ ଝଟକା ଲାଗିଛି। ବ୍ରିଟେନର ଏକ ପାନୀୟ କମ୍ପାନୀ ଡିଆଜିଓକୁ ସେ ୧୩.୫ କୋଟି ଡଲାର ଅର୍ଥାତ୍‌ ପ୍ରାୟ ୯୪୫ କୋଟି ଟଙ୍କା ଦେବାକୁ ୟୁକେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାଲ୍ୟାଙ୍କ ଠାରୁ ବ୍ରିଟେନ କମ୍ପାନୀ ୧୭.୫ କୋଟି ଡଲାର ଅର୍ଥ ଦାବି କରିଥିଲା। ଡିଆଜିଓ ଯେପରି ଶୀଘ୍ର ଅର୍ଥ ଦାବି ନ କରେ ସେଥିଲାଗି କମ୍ପାନୀକୁ ମୌଖିକ ଭାବେ କୁହାଯାଇଥିଲା ବୋଲି ମାଲ୍ୟାଙ୍କ ଓକିଲଙ୍କ ପକ୍ଷରୁ ଅଦାଲତରେ ଯୁକ୍ତି ଦର୍ଶାଯାଇଥିଲା। ତେବେ ଏହାକୁ ହାଇକୋର୍ଟ ଖାରଜ କରି ସୁଧ ସହ ମୂଳ ଟଙ୍କା ଫେରାଇବାକୁ ବିଚାରପତି ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ରାୟ ପ୍ରକାଶ ପରେ ଡିଆଜିଓ ମୁଖପାତ୍ର ଡମିନିକ୍‌ ରେଡ଼ଫର୍ନ କମ୍ପାନୀ ପକ୍ଷରୁ ଖୁସି ବ୍ୟକ୍ତ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ, ମାଲ୍ୟାଙ୍କ ଦୁଇଟି କମ୍ପାନୀର ଅଂଶଧନ କିଣିବା ଲାଗି ଡିଆଜିଓ ଟଙ୍କା ଦେଇଥିଲା। କିନ୍ତୁ ମାଲ୍ୟା ଏଥିଲାଗି କମ୍ପାନୀକୁ କୌଣସି ଅଂଶଧନ ଦେଇ ନ ଥିଲେ। ଏଥିଯୋଗୁ ଡିଆଜିଓକୁ ବହୁତ କ୍ଷତି ସହିବାକୁ ପଡିଥିଲା। ମାଲ୍ୟାଙ୍କ ଦୁଇ କମ୍ପାନୀକୁ ତାଙ୍କ ପୁତ୍ର ସିଦ୍ଧାର୍ଥ ଚଳାଉଛନ୍ତି। ତିନି ବର୍ଷ ପୂର୍ବେ ତାଙ୍କ ସହ ଡିଆଜିଓର ଚୁକ୍ତି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷେ ଯାଏ ହେବନି ବ୍ୟାଙ୍କ୍ରପ୍ସି ଫାଇଲିଂ

ନୂଆଦିଲ୍ଲୀ,୧୮।୫: ଋଣ ଖିଲାପ କ୍ଷେତ୍ରରେ ଆଗାମୀ ବର୍ଷେ ଯାଏ କୌଣସି ନୂଆ ବ୍ୟାଙ୍କ୍ରପ୍ସି ଫାଇଲିଂ ହୋଇପାରିବ ନାହିଁ । ଏହାକୁ ସରକାର ଗୋଟିଏ ବର୍ଷ ଲାଗି...

ଜେଟ୍‌ ବିରୋଧରେ ହେବ ଏସ୍‌ଏଫ୍‌ଆଇଓ ତଦନ୍ତ

ନୂଆଦିଲ୍ଲୀ,୧୨-୧୧: ନରେଶ ଗୋଏଲଙ୍କ ଦ୍ୱାରା ପ୍ରତିଷ୍ଠିତ ଜେଟ୍‌ ଏୟାରଓ୍ବେଜ ବିମାନ କମ୍ପାନୀ ଲାଗି ଅଡୁଆ ବଢିଛି। ବିଭିନ୍ନ କାରଣ ଲାଗି ଏହି ବିମାନ କମ୍ପାନୀ ବର୍ତ୍ତମାନ...

ଅକ୍ଟୋବରରୁ ଜିଏସ୍‌ଟି ଇନ୍‌ଭଏସିଂ ଅନିବାର୍ଯ୍ୟ

ନୂଆଦିଲ୍ଲୀ: ଅକ୍ଟୋବର ପହିଲାରୁ ଜିଏସ୍‌ଟି ଇନ୍‌ଭଏସିଂ ଅନିବାର୍ଯ୍ୟ ହେବ। ଏ କ୍ଷେତ୍ରରେ କେନ୍ଦ୍ର ସରକାର ଆଉ କୋହଳ ସୁବିଧା ପ୍ରଦାନ କରିପାରିବେ ନାହିଁ। ପହିଲାରୁ ଜିଏସ୍‌ଟି...

ଶୀଘ୍ର ଆସିବ ଏଲ୍‌ଆଇସିର ଆଇପିଓ

ନୂଆଦିଲ୍ଲୀ,୨୦।୬: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଇନିସିଆଲ ପବ୍ଲିକ ଅଫରିଂ( ଆଇପିଓ) ଶୀଘ୍ର ଆସିବ। ଏଥି ଲାଗି ସରକାର ପରାମର୍ଶଦାତାଫାର୍ମ, ନିବେଶ ବ୍ୟାଙ୍କର ଏବଂ...

ଭିକେସିର‘ଶପ୍‌ ଲୋକାଲ୍‌’ ଅଭିଯାନ

ନୂଆଦିଲ୍ଲୀ,୨୨ ।୩ ଦେଶର ଅଗ୍ରଣୀ ପିୟୁ ଫୁଟ୍‌ଓ୍ବେର୍‌ କମ୍ପାନୀ ଭିକେସି ପ୍ରାଇଡ୍‌ ପକ୍ଷରୁ ‘ଶପ୍‌ ଲୋକାଲ୍‌’ ନାମରେ ଏକ ନିଆରା କ୍ୟାମ୍ପେନ୍‌ ଆରମ୍ଭ କରାଯାଇଛି। ବର୍ତ୍ତମାନ...

ଡବ୍ଲ୍ୟୁସିଓ ନିର୍ଦ୍ଦେଶକ ନିର୍ବାଚିତ ହେଲେ ପ୍ରଣବ ଦାସ

ଭୁବନେଶ୍ୱର,୧-୭: ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ପ୍ରଣବ ଦାସ ବ୍ରୁସେଲସ୍ଥିତ ବିଶ୍ୱ ସୀମା ଶୁଳ୍କ ପ୍ରତିଷ୍ଠାନ (ଡବ୍ଲ୍ୟୁସିଓ)ର ନିର୍ଦ୍ଦେଶକ ନିର୍ବାଚିତ ହୋଇଛନ୍ତି। ଜଣେ ଓଡ଼ିଆ ତଥା...

ଡୁଆଲ ଏୟାର ବ୍ୟାଗ୍‌ ନିୟମ କୋହଳ

ନୂଆଦିଲ୍ଲୀ: ସାରା ଦେଶରେ ସଡ଼କ ର୍ଦୁଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ଗୁରୁତ୍ୱ ଦେଇ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସଡ଼କ ର୍ଦୁଘଟଣା...

ସୁନା ୩୬ ହଜାର ଛୁଇଁବ

ନୂଆଦିଲ୍ଲୀ,୧୨।୭: ଆମେରିକା ଅର୍ଥନୀତିକୁ ଗତିଶୀଳ କରିବା ଲକ୍ଷ୍ୟରେ ସୁଧ ହାର କମାଯାଇପାରେ ବୋଲି ଫେଡେରାଲ ରିଜର୍ଭ ଅଧ୍ୟକ୍ଷ ଜେରମ ପାଓ୍ବେଲ ମନ୍ତବ୍ୟ ଦେବା ପରେ ସୁନା...

Advertisement
Archives

Model This Week