ମାଲବାହୀ ଟେନ୍‌ ଧକ୍କାରେ ମହିଳାଙ୍କ ଜୀବନ ଗଲା

କୋରାପୁଟ,୧୭।୮(ସ୍ବ.ପ୍ର.) : କୋରାପୁଟ ଟାଉନ ଥାନା ଅନ୍ତର୍ଗତ ଡୁମୁରିପୁଟ ରେଳ ଷ୍ଟେଶନରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଏକ ମାଲବାହୀ ଟ୍ରେନ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ସୁନାବେଡ଼ାସ୍ଥିତ ହାଲ୍‌ କର୍ମଚାରୀ କେଦାରନାଥ ଦାଶଙ୍କ ସ୍ତ୍ରୀ ସୁଭଦ୍ରା ଷଡ଼ଙ୍ଗୀ(୨୭)। ମିଳିଥିବା ସୂଚନା ଅନୁଯାୟୀ, କେଦାରନାଥ ସ୍ତ୍ରୀ ସୁଭଦ୍ରା ଓ ପୁଅ ଆଭାଂଶୁ(୫)ଙ୍କ ସହ ଭୁବେନେଶ୍ୱର- ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସରେ ପ୍ରହ୍ମପୁରରୁ ଆସି ସୁନାବେଡ଼ା ଯିବା ପାଇଁ ଶନିବାର ପୂର୍ବାହ୍ନରେ ଡୁମୁରିପୁଟ ଷ୍ଟେଶନଠାରେ ଓହ୍ଲାଇଥିଲେ। ହୀରାଖଣ୍ଡରୁ ଓହ୍ଲାଇ ସେମାନେ ଅନ୍ୟ ଏକ ରେଳ ଲାଇନ ଅତିକ୍ରମ କରି ଅଟୋ ନିକଟକୁ ଯାଉଥିବାବେଳେ ସେହି ଲାଇନରେ ଆସୁଥିବା ନାଲ୍‌କୋର ଏକ ମାଲବାହୀ ଟ୍ରେନ ସୁଭଦ୍ରାଙ୍କୁ ଧକ୍କା ଦେଇଥିଲା। କେଦାରନାଥ ଏକ ଅଟୋରେ ସୁଭଦ୍ରାକୁ ତୁରନ୍ତ ସୁନାବେଡ଼ା ହାଲ୍‌ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଭଞ୍ଜନଗର,୨୬।୮(ଡି.ଏନ.ଏ)-ଭଞ୍ଜନଗର ଶଙ୍ଖସାହିର ଜଣେ ଯୁବକଙ୍କ ସନ୍ଦେହଜନକ ଭାବେ ରବିବାର ମୃତ୍ୟୁ ଘଟିଛି। ସେ ହେଲେ କାର୍ତ୍ତିକ ସାହୁ (୩୮)। ସୋମବାର ସକାଳେ ଘର ପାଖ ଲୋହରାଖଣ୍ଡି...

ମହଙ୍ଗା ପଡ଼ିଲା ପ୍ରସୂତିଙ୍କୁ ଦୁର୍ବବ୍ୟହାର: ଡାକ୍ତରଙ୍କ ନାଁରେ ମାମଲା ରୁଜୁ

ଝାରସୁଗୁଡା ଅଫିସ,୧୦।୫: ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଡାକ୍ତର ପ୍ରସୂତି ମହିଳାମାନଙ୍କୁ ଚିକିତ୍ସା କରିବା ବେଳେ ଅମାନୁଷିକ...

ପଞ୍ଜୀକୃତ ସବୁ ଚାଷୀଙ୍କ ଧାନ କିଣାଯାଉ

ଛତ୍ରପୁର,୭।୧୨(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ସମସ୍ତ ପଞ୍ଜୀକୃତ ଚାଷୀ ଓ ଭାଗଚାଷୀଙ୍କଠାରୁ ଧାନ କିଣିବା ଲାଗି ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଦାବି ହୋଇଛି ା ମହାସଭାର...

ଜଳ ନିଷ୍କାସନ ଦାବିରେ ରାସ୍ତାରୋକୋ

ବାସୁଦେବପୁର,୨୬।୬(ଡି.ଏନ୍‌.ଏ.): ବାସୁଦେବପୁର-ଜାମୁଝାଡ଼ି ରାସ୍ତାର ନରସିଂହପୁର ବଜାରଠାରେ ପଞ୍ଚାୟତବାସୀଙ୍କ ପକ୍ଷରୁ ରାସ୍ତାରୋକୋ କରାଯାଇଛି। ପଞ୍ଚାୟତ ଦେଇ ଯାଇଥିବା କାଡ଼ା ନାଳ ଓ ଡ୍ରେନେଜ୍‌କୁ ପୋତି ଦିଆଯାଇଥିବାରୁ ଜଳ...

ମା’ଙ୍କୁ ଦର୍ଶନ କଲେ ୫-ଟି ସଚିବ

ପୁରୁଷୋତ୍ତମପୁର,୧୨।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କର ଚୈତ୍ର ଯାତ୍ରା ଚାଲିଛି। ତେବେ ଆଜି ମା’ଙ୍କ ଶେଷ ପାଳି। ଏହି ଅବସରରେ ମଙ୍ଗଳବାର ୫-ଟି...

ବେଆଇନ କୁକୁଡ଼ା ଫାର୍ମ ନିର୍ମାଣ ବନ୍ଦ ଦାବିରେ ଧାରଣା

ଭଦ୍ରକ ଅଫିସ,୧୦ା୩: ଭଦ୍ରକ ଜିଲା ଧାମନଗର ବ୍ଲକ ରଇପୁର ଗ୍ରାମରେ ଏକ ବେଆଇନ କୁକୁଡ଼ା ଫାର୍ମ ନିର୍ମାଣ ବନ୍ଦ ଦାବିରେ ଗ୍ରାମବାସୀ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ...

ସେବା କାର୍ଯ୍ୟରେ ସାମିଲ ପ୍ରଭାତଙ୍କ ଟିମ୍‌: ସ୍ବାସ୍ଥ୍ୟସେବା ଲୋଡ଼ୁଥିବା ଲୋକଙ୍କୁ ବଢାଉଛନ୍ତି ସହାୟତାର ହାତ

କଟକ ଅଫିସ,୧୦ା୪: ଲକ୍‌ଡାଉନ ବଳବତ୍ତର ଥିବାରୁ ସାଧାରଣରେ ଯାତାୟାତ ବନ୍ଦ ହୋଇଯାଇଛି । ବିନା କାରଣରେ ଲୋକଙ୍କୁ ରାସ୍ତାରେ ବୁଲୁଥିବା ଦେଖିଲେ ପୋଲିସ ଜରିମାନା ଲଦିବା...

ପାଟପୁର ସିଣ୍ଡିକେଟ୍‌ ବ୍ୟାଙ୍କରେ ନିଆଁ

ପାଟପୁର,୨୩ା୮(ଡି.ଏନ.ଏ.)- ସାନଖେମୁଣ୍ଡି ବ୍ଲକ ପାଟପୁର ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପାଟପୁର ଶାଖା ସିଣ୍ଡିକେଟ ବ୍ୟାଙ୍କରେ ଶୁକ୍ରବାର ଅପରାହ୍ନରେ ଶର୍ଟସର୍କିଟରୁ ନିଅଁା ଲାଗିଛି। ଜନ୍ମାଷ୍ଟମୀ ପାଇଁ ବ୍ୟାଙ୍କ...

Advertisement
Archives

Model This Week