ମାର୍ଚ୍ଚ ସୁଦ୍ଧା ରାଜ୍ୟ ଇଜ୍‌ ଅଫ୍‌ ଡୁଇଁ ବିଜନେସ ର଼୍ୟାଙ୍କିଙ୍ଗ

ନୂଆଦିଲ୍ଲୀ,୮-୧: ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ପରବର୍ତ୍ତୀ ଇଜ ଅଫ୍‌ ଡୁଇଁ ବିଜନେସ ର଼୍ୟାଙ୍କିଙ୍ଗ ଆସନ୍ତା ମାର୍ଚ୍ଚରେ ଆସିବାର ସମ୍ଭାବନା ରହିଛି। ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚକାଙ୍କ ଜାରି କରାଯାଉଥିବା ବେଳେ ରାଜ୍ୟଗୁଡିକରେ ବାଣିଜ୍ୟ କରିବାର ସୁବିଧା ସୁଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗକୁ ଏଠାରେ ସାମିଲ କରାଯାଇଥାଏ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି। ଅଧିକାରୀ ଜଣକ କହିଛନ୍ତି ଯେ, ଏହା ଫେବୃୟାରୀ ଶେଷ କିମ୍ବା ମାର୍ଚ୍ଚରେ ଆସିପାରେ। ବିଭିନ୍ନ ରାଜ୍ୟରେ ନିର୍ବାଚନ ଯୋଗୁ ଏହି ରିପୋଟ; ଜାରି କରିବା ବିଳମ୍ବ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି। ଦେଶରେ ବାଣିଜି୍ୟକ ପରିବେଶକୁ ଉନ୍ନତ କରିବା ଏବଂ ରାଜ୍ୟ ସ୍ତରରେ ଏ ନେଇ ଏକ ପ୍ରତିଦ୍ୱନ୍ଦ୍ୱିତା ମନୋଭାବ ଆଣିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି। ରାଜ୍ୟଗୁଡିକ ଏଥିରେ ଉନ୍ନତି କରିଲେ ଘରୋଇ ତଥା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ନିବେଶକଙ୍କୁ ଆକୃଷ୍ଟ କରିବା ସହଜ ହେବ ବୋଲି ଅଧିକାରୀ ମତ ଦେଇଛନ୍ତି।
ଇଜ ଅଫ୍‌ ଡୁଇଁ ବିଜନେସର ପ୍ରୋତ୍ସାହନ ଲାଗି ରାଜ୍ୟଗୁଡିକ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଏହା ମଧ୍ୟରେ ସିଙ୍ଗଲଓ୍ବିଣ୍ଡୋ ସିଷ୍ଟମ ମଞ୍ଜୁରୀ ବ୍ୟବସ୍ଥା ରହିଛି। ରାଜ୍ୟଗୁଡିକର ର଼୍ୟାଙ୍କ ପ୍ରସ୍ତୁତି ଲାଗି ନିର୍ମାଣ ଅନୁମତି, ଶ୍ରମ ଆଇନ, ପରିବେଶ ମଞ୍ଜୁରୀ, ସୂଚନା ଲାଭ, ଜମିର ଉପଲବ୍ଧତା, ସିଙ୍ଗଲ ଓ୍ବିଣ୍ଡୋ ସିଷ୍ଟମ ଭଳି ବିଭିନ୍ନ ସୁବିଧା ସାମିଲ ରହିଛି। ଡିମାର୍ଟମେଣ୍ଟ ଫର ପ୍ରମୋଶନ ଅଫ୍‌ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନାଲ ଟ୍ରେଡ(ଡିପିଆଇଆଇଟି) ଏବଂ ବିଶ୍ୱ ବ୍ୟାଙ୍କ ମିଳିତ ହୋଇ କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ରାଜ୍ୟଗୁଡିକର ବାଣିଜ୍ୟ ସଂସ୍କାର ଧାରା ଜାରି ରଖିଛନ୍ତି। ଏ ଦିଗରେ ବିଜନେସ୍‌ ରିଫର୍ମ ଆକ୍ସନ ପ୍ଲାନ(ବିଆର୍‌ଏପି) କାର୍ଯ୍ୟଧାରା ଜାରି ହୋଇଛି। ଶେଷ ଥର ହୋଇଥିବା ର଼୍ୟାଙ୍କିଙ୍ଗ ଜୁଲାଇ ୨୦୧୮ରେ ପ୍ରକାଶ ପାଇଥିଲା। ଏଥିରେ ଆନ୍ଧ୍ର ପ୍ରଦେଶ ଶୀର୍ଷରେ ରହିଥିଲା। ଆନ୍ଧ୍ର ପ୍ରଦେଶ ଦ୍ୱିତୀୟ ଏବଂ ହରିୟାଣା ତୃତୀୟ ସ୍ଥାନରେ ଥିଲା। ଶୀର୍ଷ ୧୦ ରାଜ୍ୟ ମଧ୍ୟରେ ଯଥାକ୍ରମେ ଝାଡଖଣ୍ଡ(୪), ଗୁଜରାଟ(୫), ଛତିଶଗଡ(୬), ମଧ୍ୟ ପ୍ରଦେଶ(୭), କର୍ନାଟକ(୮), ରାଜସ୍ଥାନ(୯) ଏବଂ ପଶ୍ଚିମବଙ୍ଗ ୧୦ମ ସ୍ଥାନରେ ରହିଛି। ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଇଜ ଅଫ୍‌ ଡୁଇଁ ବିଜନେସ ରିପୋର୍ଟରେ ଭାରତ ୧୯୦ ଦେଶ ମଧ୍ୟରୁ ୬୩ତମ ସ୍ଥାନରେ ରହିଛି। ଏହି ଧାରାରେ ଉନ୍ନତି ଆଣିବା ଲାଗି ବାଣିଜ୍ୟ ମନ୍ତ୍ରଣାଳୟ ବିଭିନ୍ନ ଦିଗ ଉପରେ କାମ କରୁଛି। ଆସନ୍ତା ବର୍ଷରେ ଶୀର୍ଷ ୫୦ ଦେଶ ମଧ୍ୟକୁ ଆଣିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ବ୍ୟବସାୟୀ ସଂଘର ଚିଠି

ନୂଆଦିଲ୍ଲୀ,୨୨।୨: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛି। ଫେବୃୟାରୀ...

ବଢ଼ି ନ ପାରେ ମୋରାଟୋରିୟମ ଅବଧି

ମୁମ୍ବାଇ,୩୦।୮: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଅଗଷ୍ଟ ୩୧ ପରେ ମୋରାଟୋରିୟମ ଅବଧିକୁ ବୃଦ୍ଧି କରି ନ ପାରେ। ଏହା ବଢ଼ାଇବା ଦ୍ୱାରା ବ୍ୟାଙ୍କଗୁଡିକ ଉପରେ...

ଅନ୍‌ଲାଇନ ହେଟ୍‌ ବନ୍ଦ କରିବାକୁ ରତନ ଟାଟାଙ୍କ ଆହ୍ବାନ

ମୁମ୍ବାଇ,୨୧।୬: ବର୍ତ୍ତମାନ ଅନଲାଇନରେ ଘୃଣା, ଟ୍ରୋଲ ଏବଂ ଅନ୍ୟକୁ ଭଡକାଇବା ଭଳି ବିଭିନ୍ନ ଘଟଣା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଅନଲାଇନ ହେଟ୍‌କୁ ବନ୍ଦ କରିବା...

ମହଙ୍ଗା ହେଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୩: ମାର୍ଚ୍ଚ ପହିଲାରୁ ମହଙ୍ଗା ହେଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର। ତେବେ ସିଲିଣ୍ଡର ମୂଲ୍ୟ ୧୦୫ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ...

ନିବେଶକଙ୍କ କ୍ଷତି ୩.୩୦ ଲକ୍ଷ କୋଟି

ନୂଆଦିଲ୍ଲୀ,୨୨।୪: ମଙ୍ଗଳବାର ଦେଶର ପୁଞ୍ଜିବଜାରରେ କାରବାର ଗଭୀର ଭାବେ ପ୍ରଭାବିତ ହୋଇଥିବା ଜଣାପଡିଛି। ଏହି ସମୟରେ ନିବେଶକଙ୍କ ୩.୩୦ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି କ୍ଷତିଗ୍ରସ୍ତ...

୩୧ରୁ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର,୩୦-୧: ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ(ୟୁଏଫ୍‌ବିୟୁ) ପକ୍ଷରୁ ଚଳିତ ମାସ ୩୧ (ଶୁକ୍ରବାର) ଏବଂ ୧ ଫେବୃୟାରୀ( ଶନିବାର) ୨ ଦିନିଆ ଦେଶ ବ୍ୟାପି...

ବାଲିଯାତ୍ରାରେ ଡିଅନ୍‌ ଗ୍ରୁପ୍‌ର ଆକର୍ଷଣୀୟ ମଣ୍ଡପ

କଟକ,୧୦।୧୧: ରାଜ୍ୟର ପ୍ରମୁଖ ବାଣିଜି୍ୟକ ସଂସ୍ଥା (କମ୍ପାନୀ) ଡିଅନ୍‌ ଗ୍ରୁପ୍‌ ପକ୍ଷରୁ ୨ଟି ଆକର୍ଷଣୀୟ ଷ୍ଟଲ୍‌ (ମଣ୍ଡପ) କଟକ ବାଲିଯାତ୍ରା ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

କରୋନା ପାଇଁ ଚାକିରି ହରାଇବେ ୨୫ ନିୟୁତ

ନୂଆଦିଲ୍ଲୀ,୧୯-୩: କରୋନା ଯୋଗୁ ସାରା ବିଶ୍ୱରେ ୨୫ ନିୟୁତ ଲୋକ ଚାକିରି ହରାଇବାର ଆଶଙ୍କା ଉପୁଜିଥିବା ଜାତିସଂଘ ପକ୍ଷରୁ ବୁଧବାର କୁହାଯାଇଛି। ଏହା ଯୋଗୁ ଅନେକଙ୍କ...

Advertisement
Archives

Model This Week