Posted inଖେଳ

ମାର୍କ୍ୱେଜଙ୍କୁ ସିଜନର ୧୦ମ ଟାଇଟଲ

ମୋଟେଗି (ଜାପାନ), ୨୦ା୧୦ (ପି.ଟି.)-ରେପସୋଲ ହୋଣ୍ଡା ଟିମ୍‌ର ବିଶ୍ୱ ଚାମ୍ପିୟନ ମାର୍କ ମାର୍କ୍ୱେଜ ତାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। ଜାପାନର ଟ୍ବିନ ରିଙ୍ଗ୍‌ ମୋଟେଗିଠାରେ ଅନୁଷ୍ଠିତ ମୋତୁଲ ଗ୍ରାଁ ପ୍ରିରେ ସେ ଚଳିତ ସିଜନରେ ତାଙ୍କର ୧୦ମ ଟାଇଟଲ ହାସଲ କରିଛନ୍ତି। ମୋଟେଗିଠାରେ ମୋଟୋଜିପିରେ ପ୍ରଥମ ଥର ପୋଲ୍‌ ପୋଜିଶନ ହାସଲ କରିଥିବା ୨୬ ବର୍ଷୀୟ ଏହି ହୋଣ୍ଡା ରାଇଡର ୪୨:୪୨.୪୯୨ ସେକେଣ୍ଡ ଟାଇମିଂ ସହ ଟାଇଟଲ ଜିତିଥିଲେ। ଗ୍ରୀଡ଼ର ତୃତୀୟ ସ୍ଥାନର ରେସଆରମ୍ଭ କରିଥିବା ୟାମାହା ଏସଆରଟିର ଫାବିଓ କ୍ୱାର୍ଟାରାରୋ ମାର୍କ୍ୱେଜଙ୍କଠାରୁ ୦.୮୭୦ ସେକେଣ୍ଡ ଟାଇମ ବ୍ୟବଧାନରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ୨୪ ଲାପ୍‌ ବିଶିଷ୍ଟ ରେସ୍‌ରେ ଡୁକାଟିର ଆଣ୍ଡ୍ରିଆ ଡୋଭିଜିଓସୋ (୪୨:୪୮.୮୧୭ ସେକେଣ୍ଡ) ୪ ସ୍ଥାନ ଉପରକୁ ଉଠି ତୃତୀୟ ହୋଇଥିଲେ। ସିଜନର ଆଉ ୩ଟି ରେସ୍‌ ବାକି ଥିବାବେଳେ ରବିବାରର ଏହି ବିଜୟ ସହ ମାର୍କ୍ୱେଜ ରେପସୋଲ ହୋଣ୍ଡା ପାଇଁ କନଷ୍ଟ୍ରକ୍ଟର ଟାଇଟଲ ହାସଲ କରିପାରିଛନ୍ତି। ୨୦୧୬ ଏବଂ ଗତବର୍ଷ ପରେ ମାର୍କ୍ୱେଜ ତୃତୀୟ ଥର ପାଇଁ ଜାପାନ ମୋଟୋ ଜିପି ଟାଇଟଲ ଜିତିଛନ୍ତି। ଏଠାକୁ ଆସିବା ପୂର୍ବରୁ ମାର୍କ୍ୱେଜ ଥାଇଣ୍ଡରେ ଅନୁଷ୍ଠିତ ଗତ ରେସ୍‌ରେ କ୍ରମାଗତ ଚତୁର୍ଥ ଥର ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିସାରିଛନ୍ତି। ସ୍ପେନର ଏହି ୨୬ ବର୍ଷୀୟ ରାଇଡର ମୋଟ ୮ଥର ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିସାରିଛନ୍ତି। ତନ୍ମଧ୍ୟରେ ୬ଟି ପ୍ରିମିୟର କ୍ଲାସ୍‌ ମୋଟୋଜିପି ରହିଛି। ସେ ତାଙ୍କ ଅନ୍ୟ ଦୁଇଟି ଟାଇଟଲ ହେଲା ୨୦୧୦ରେ ୧୨୫ସିସି ବିଶ୍ୱ ଚାମ୍ପିୟନଶିପ୍‌ ଏବଂ ୨୦୧୨ରେ ମୋଟୋ-୨ ବିଶ୍ୱ ଚାମ୍ପିୟନଶିପ୍‌। ମାର୍କ୍ୱେଜ ରେକର୍ଡ ୧:୪୫.୭୬୩ ସେକେଣ୍ଡ ଟାଇମିଂରେ ଅନ୍ତିମ ପର୍ଯ୍ୟାୟରେ ପୋଲ୍‌ ପୋଜିଶନ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?