Posted inଖେଳ

ମାର୍କ୍ୱେଜଙ୍କୁ ସିଜନର ୧୦ମ ଟାଇଟଲ

ମୋଟେଗି (ଜାପାନ), ୨୦ା୧୦ (ପି.ଟି.)-ରେପସୋଲ ହୋଣ୍ଡା ଟିମ୍‌ର ବିଶ୍ୱ ଚାମ୍ପିୟନ ମାର୍କ ମାର୍କ୍ୱେଜ ତାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। ଜାପାନର ଟ୍ବିନ ରିଙ୍ଗ୍‌ ମୋଟେଗିଠାରେ ଅନୁଷ୍ଠିତ ମୋତୁଲ ଗ୍ରାଁ ପ୍ରିରେ ସେ ଚଳିତ ସିଜନରେ ତାଙ୍କର ୧୦ମ ଟାଇଟଲ ହାସଲ କରିଛନ୍ତି। ମୋଟେଗିଠାରେ ମୋଟୋଜିପିରେ ପ୍ରଥମ ଥର ପୋଲ୍‌ ପୋଜିଶନ ହାସଲ କରିଥିବା ୨୬ ବର୍ଷୀୟ ଏହି ହୋଣ୍ଡା ରାଇଡର ୪୨:୪୨.୪୯୨ ସେକେଣ୍ଡ ଟାଇମିଂ ସହ ଟାଇଟଲ ଜିତିଥିଲେ। ଗ୍ରୀଡ଼ର ତୃତୀୟ ସ୍ଥାନର ରେସଆରମ୍ଭ କରିଥିବା ୟାମାହା ଏସଆରଟିର ଫାବିଓ କ୍ୱାର୍ଟାରାରୋ ମାର୍କ୍ୱେଜଙ୍କଠାରୁ ୦.୮୭୦ ସେକେଣ୍ଡ ଟାଇମ ବ୍ୟବଧାନରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ୨୪ ଲାପ୍‌ ବିଶିଷ୍ଟ ରେସ୍‌ରେ ଡୁକାଟିର ଆଣ୍ଡ୍ରିଆ ଡୋଭିଜିଓସୋ (୪୨:୪୮.୮୧୭ ସେକେଣ୍ଡ) ୪ ସ୍ଥାନ ଉପରକୁ ଉଠି ତୃତୀୟ ହୋଇଥିଲେ। ସିଜନର ଆଉ ୩ଟି ରେସ୍‌ ବାକି ଥିବାବେଳେ ରବିବାରର ଏହି ବିଜୟ ସହ ମାର୍କ୍ୱେଜ ରେପସୋଲ ହୋଣ୍ଡା ପାଇଁ କନଷ୍ଟ୍ରକ୍ଟର ଟାଇଟଲ ହାସଲ କରିପାରିଛନ୍ତି। ୨୦୧୬ ଏବଂ ଗତବର୍ଷ ପରେ ମାର୍କ୍ୱେଜ ତୃତୀୟ ଥର ପାଇଁ ଜାପାନ ମୋଟୋ ଜିପି ଟାଇଟଲ ଜିତିଛନ୍ତି। ଏଠାକୁ ଆସିବା ପୂର୍ବରୁ ମାର୍କ୍ୱେଜ ଥାଇଣ୍ଡରେ ଅନୁଷ୍ଠିତ ଗତ ରେସ୍‌ରେ କ୍ରମାଗତ ଚତୁର୍ଥ ଥର ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିସାରିଛନ୍ତି। ସ୍ପେନର ଏହି ୨୬ ବର୍ଷୀୟ ରାଇଡର ମୋଟ ୮ଥର ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିସାରିଛନ୍ତି। ତନ୍ମଧ୍ୟରେ ୬ଟି ପ୍ରିମିୟର କ୍ଲାସ୍‌ ମୋଟୋଜିପି ରହିଛି। ସେ ତାଙ୍କ ଅନ୍ୟ ଦୁଇଟି ଟାଇଟଲ ହେଲା ୨୦୧୦ରେ ୧୨୫ସିସି ବିଶ୍ୱ ଚାମ୍ପିୟନଶିପ୍‌ ଏବଂ ୨୦୧୨ରେ ମୋଟୋ-୨ ବିଶ୍ୱ ଚାମ୍ପିୟନଶିପ୍‌। ମାର୍କ୍ୱେଜ ରେକର୍ଡ ୧:୪୫.୭୬୩ ସେକେଣ୍ଡ ଟାଇମିଂରେ ଅନ୍ତିମ ପର୍ଯ୍ୟାୟରେ ପୋଲ୍‌ ପୋଜିଶନ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜୁନିୟର ବାଳକ ଦଳଗତ ଇଭେଣ୍ଟ: ଫାଇନାଲରେ କଟକ-ଏ, ଖୋର୍ଦ୍ଧା

କଟକ ଅଫିସ,୮।୧୧- ସ୍ଥାନୀୟ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୨୫ତମ ଆନ୍ତଃ ଜିଲା ଓ ରାଜ୍ୟ ଟେବୁଲ ଟେନିସ (ଟିଟି)ଚାମ୍ପିୟନଶିପରେ ଗୁରୁବାର ବିଭିନ୍ନ ବୟସ...

ବଲ ଅଟକାଇ ରନଆଉଟ୍‌ ହୋଇଥିଲେ ମହାନ ବ୍ୟାଟ୍ସମ୍ୟାନ

କ୍ରିକେଟରେ ଜଣେ ବ୍ୟାଟ୍ସମ୍ୟାନ ରନ୍‌ଆଉଟ୍‌ କେଉଁଭଳି ହୁଏ, ତାହା କ୍ରିକେଟ ପ୍ରଶଂସକଙ୍କୁ ଭଲ ସେ ଜଣା। କିନ୍ତୁ ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ମହାନ ବ୍ୟାଟ୍ସମ୍ୟାନ...

ମେଡଭେଡେଭଙ୍କୁ ହରାଇଲେ କୋର୍ଡା

ମେଲବୋର୍ନ,୨୧।୧(ଏପି): ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ଆମେରିକାର ଯୁବ ଖେଳାଳି ସେବାଷ୍ଟିଆନ କୋର୍ଡା ଏଠାରେ ଦୁଇଥର ରନରଅପ୍‌ ଡାନିଲ...

ପିଲାଦିନର ବାନ୍ଧବୀଙ୍କୁ ବିବାହ କରିଥିଲେ ଏହିସବୁ ଭାରତୀୟ କ୍ରିକେଟର୍‌

ଭାରତୀୟ କ୍ରିକେଟରଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହେବା କିଛି ନୂଆ କଥା ନୁହେଁ। କେତେବେଳେ ବଲିଉଡ ଅଭିନେତ୍ରୀଙ୍କ ସହ କ୍ରିକେଟରଙ୍କ ନାଁ ଯୋଡା ହେଲାଣି...

ଜାତୀୟ ସଙ୍ଗୀତ ବାଜୁଥିବାବେଳେ ଭୋ ଭୋ ହୋଇ କାନ୍ଦିଲେ ଏହି କ୍ରିକେଟର୍‌

ସିଡନୀ,୭।୧: ସିଡନୀ କ୍ରିକେଟ ଗ୍ରାଉଣ୍ଡରେ (ଏସସିଜି) ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ ଜାତୀୟ...

ଅଲିମ୍ପିକ୍ସ ଆୟୋଜନ କରିବାକୁ ପ୍ରତିବଦ୍ଧ: ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,୩୦।୧(ଏପି): ଜାପାନରେ କରୋନା ଭାଇରସ ମହାମାରୀର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଟୋକିଓରେ ଅଲିମ୍ପିକ୍ସ ଆୟୋଜନ ନେଇ ଅନିଶ୍ଚିତତା ଦେଖାଦେଇଛି। ଏହା ସତ୍ତ୍ୱେ ଅଲିମ୍ପିକ୍ସ...

ଆଇପିଏଲ୍‌ରେ ବିରାଟଙ୍କୁ ଗାଳି ଦେଇଥିଲେ ନୀତିଶ ରାଣା: ହେଲେ ନିଜ ବ୍ୟାଟ୍‌ ଉପହାର ଦେଇ ଚମକାଇ ଦେଇଥିଲେ ଆର୍‌ସିବି ଅଧିନାୟକ..

ନୂଆଦିଲ୍ଲୀ,୧୦।୯: ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ତମ ସଂସ୍କରଣ। ଏହାର ପ୍ରଥମ ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ...

ଭାରତର ଲଜ୍ଜାଜନକ ପରାଜୟ

ଢାକା,୪।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଘରୋଇ ଦଳ ଚମକପ୍ରଦ ବିଜୟ ହାସଲ କରିଛି। ଏହି...

Advertisement
Archives

Model This Week