ମାର୍କେଟ ଭାଲ୍ୟୁଏଶନରେ ରିଲାଏନ୍ସ କଲା ରେକର୍ଡ; ଜାଣନ୍ତୁ କେତେ ରହିଲା ମୂଲ୍ୟ

ନୂଆଦିଲ୍ଲୀ,୨୨।୬: ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆର୍‌ଆଇଏଲ୍‌) ମାର୍କେଟ ଭାଲ୍ୟୁଏଶନରେ ନୂଆ ରେକର୍ଡ କରିଛି। କୌଣସି ଭାରତୀୟ କମ୍ପାନୀଙ୍କ ମଧ୍ୟରେ ରିଲାଏନ୍ସ ସୋମବାର ପ୍ରଥମଥର ଲାଗି ୧୫୦ ବିଲିୟନ ଡଲାରର ବଜାର ମୂଲ୍ୟ ହାସଲ କରିବାକୁ ସକ୍ଷମ ହୋଇଛି। ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ)ର ସକାଳର କାରବାରରେ କମ୍ପାନୀର ମାର୍କେଟ ଭାଲ୍ୟୁଏଶନ ୨୮,୨୪୮ କୋଟି ଟଙ୍କା ବଢିଥିଲା। ଫଳରେ ଏହା ୧୧.୪୩ ଲକ୍ଷ କୋଟି( ୧୫୦ ବିଲିୟନ ଡଳାର) ଛୁଇଁଥିଲା। ହେଲେ କାରବାର ଶେଷ ବେଳକୁ କମ୍ପାନୀ ଏହି ଧାରାକୁ ରଖି ପାରି ନ ଥିଲା ଫଳରେ ଏହାର ଭାଲ୍ୟୁଏଶନ ୧୧.୦୭ ଲକ୍ଷ କୋଟି(୧୪୫.୬୮ ବିଲିୟନ ଡଲାର)କୁ ଖସି ଆସିଥିଲା। କମ୍ପାନୀର ଷ୍ଟକ ୨.୫୩% ବୃଦ୍ଧି ଘଟି ଦିନ ମଧ୍ୟରେ ରେକର୍ଡ ୧୮୦୪ ଟଙ୍କା ଛୁଇଁଥିଲା। ପରେ ଏଥିରେ ୦.୭୦% ଖସିବା ଯୋଗୁ ୧୭୪୭ ଟଙ୍କାରେ କାରବାର ବନ୍ଦ ରହିଛି। ସେହିଭଳି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ)ରେ କମ୍ପାନୀର ଷ୍ଟକ କାରବାର ୦.୩୯% ନିମ୍ନରେ ରହି ୧୭୫୨ ଟଙ୍କାରେ ବନ୍ଦ ହୋଇଛି। ଦିନ ମଧ୍ୟରେ ଏହା ୨.୫୪% ବୃଦ୍ଧି ଘଟିଥିଲା। କମ୍ପାନୀ ଶୁକ୍ରବାର ପ୍ରଥମ କରି ୧୧ ଲକ୍ଷ କୋଟି ବଜାର ଭାଲ୍ୟୁଏଶନ ମାର୍କ ଟପିଥିଲା। ରିଲାଏନ୍ସ ନେଟ୍‌ ଋଣ ମୁକ୍ତ ହେବା ପରେ କମ୍ପାନୀର ଶେୟାର କାରବାରରେ ଉନ୍ନତି ଦେଖାଯାଇଛି। ବିଶ୍ୱ ସ୍ତରର ନିବେଶକଙ୍କଠାରୁ ୧.୧୫ ଲକ୍ଷ କୋଟି ଏବଂ ରାଇଟ୍ସ ଇସ୍ୟୁରୁ ୫୩,୧୨୪ କୋଟି ଟଙ୍କା ଉଠାଇବାକୁ କମ୍ପାନୀ ସକ୍ଷମ ହୋଇଛି। ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା କମ୍ପାନୀର ନେଟ ଋଣ ୧.୬୧ ଲକ୍ଷ କୋଟି ଟଙ୍କା ରହିଥିଲା। ନେଟ୍‌ ଋଣ ମୁକ୍ତ ହେବା ପରେ କମ୍ପାନୀର ଷ୍ଟକ କାରବାର ୧୫.୩୯% ବଢିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାସେଞ୍ଜର ଯାନ ବିକ୍ରି ୩୮% କମିଲା

ନୂଆଦିଲ୍ଲୀ,୨୧।୭: ଅଟୋମୋବାଇଲ ବଜାର ଉପରେ କରୋନାର ପ୍ରଭାବ ଜାରି ରହିଛି। ଗତ କିଛି ମାସ ଧରି ଘରୋଇ ବଜାରରେ ଯାନ ବିକ୍ରି କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି।...

ପାଇକାରୀ ମୁଦ୍ରାସ୍ଫୀତି ୧.୩୨%

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ୧.୩୨%କୁ ବୃଦ୍ଧି ଘଟିଛି। ଖାଦ୍ୟ ସାମଗ୍ରୀ ଦର ବଢିବା ଯୋଗୁ ଏଭଳି ସ୍ଥିତି ସାମ୍ନାକୁ ଆସିଛି। ଏହା ଗତ ବର୍ଷ...

ଦିଲୀପ ରଥ ଅନ୍ତର୍ଜାତୀୟ ଦୁଗ୍ଧ ଫେଡେରେଶନ ବୋର୍ଡକୁ ମନୋନୀତ

ଭୁବନେଶ୍ୱର: ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (ଏନ୍‌ଡିଡିବି)ର ଅଧ୍ୟକ୍ଷ ଦିଲୀପ ରଥଙ୍କୁ ୨ ନଭେମ୍ବର ୨୦୨୦ରେ ଅନ୍ତର୍ଜାତୀୟ ଦୁଗ୍ଧ ଫେଡେରେଶନ ବୋର୍ଡକୁ ମନୋନୀତ କରାଯାଇଛି। ଅନ୍ତର୍ଜାତୀୟ...

୧୦ ଦିନ ବନ୍ଦ ହୋଇପାରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ

ନୂଆଦିଲ୍ଲୀ,୨୦-୩: କରୋନା ପ୍ରଭାବ ଯୋଗୁ ଶେୟାର ବଜାରର ନିବେଶକ ଏବେ ଛାନିଆ ହୋଇ ରହିଛନ୍ତି। ଏହାକୁ ବିଚାର କରି ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ୧୦ ଦିନ...

ବିଟ୍‌ କଏନ୍‌ ମୂଲ୍ୟ ହ୍ରାସର ସମ୍ମୁଖୀନ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ମୂଲ୍ୟବାନ ଡିଜିଟାଲ ମୁଦ୍ରା କୁହାଯାଉଥିବା କ୍ରିପ୍ଟୋ କରେନ୍ସି ବା ବିଟ୍‌ କଏନ୍‌ ବର୍ତ୍ତମାନ ସମୟରେ ମୂଲ୍ୟ ହ୍ରାସର ସମ୍ମୁଖୀନ ହୋଇଛି। ଗତ...

ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କରେ ଭାରତର ସ୍ଥାନ ୪୩

ନୂଆଦିଲ୍ଲୀ,୧୭।୬: ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାଜେନମେଣ୍ଟ ଡେଭଲପମେଣ୍ଟ ପକ୍ଷରୁ ପ୍ରକାଶ ପାଇଥିବା ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କରେ ଭାରତର ସ୍ଥାନ ୪୩ ରହିଛି। ଭିତ୍ତିଭୂମିରେ ଦୁର୍ବଳତା ଏବଂ ଶିକ୍ଷା...

ଏଜିଆର୍‌ ମାମଲାର ଶୁଣାଣି ଜୁଲାଇରେ

ନୂଆଦିଲ୍ଲୀ,୧୮।୬: ଦେଶର ଟେଲିକମ୍‌ କମ୍ପାନୀଗୁଡ଼ିକ ସେମାନଙ୍କ ଆର୍ଥତ୍କ ଷ୍ଟେଟମେଣ୍ଟକୁ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିବେ। ଗୁରୁବାର ଏ ସମ୍ପର୍କରେ କମ୍ପାନୀଗୁଡିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଆଡଜଷ୍ଟେଟ...

କୋଭିଡ୍‌ ପରେ ତେଲ ୩୦% ମହଙ୍ଗା

ନୂଆଦିଲ୍ଲୀ,୧।୩:  ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବା ପରେ କମ୍ପାନୀଙ୍କ ମାନୁଫାକଚରିଂ କଷ୍ଟ ବଢ଼ିଚାଲିଛି। ଏହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ପଡୁଛି। ତେଲ ଦର ବଢ଼ିଥିବାରୁ...

Advertisement
Archives

Model This Week