ମାନ୍ଦାବସ୍ଥା ମାଡ: ସୁଜୁକି ମୋଟର କ୍ଷମତା ବିସ୍ତାରକୁ ରୋକିଲା

ନୂଆଦିଲ୍ଲୀ,୯-୯: ମାନ୍ଦାବସ୍ଥା କାରଣରୁ ଦେଶରେ ଦୁଇଚକିଆ ଗାଡ଼ି ବିକ୍ରି କ୍ରମାଗତ ହ୍ରାସ ପାଇଚାଲିଛି। ଏଥିସହ ୨୦୨୦ ଏପ୍ରିଲରୁ ଦେଶରେ ଭାରତ ଷ୍ଟେଜ୍‌-୬କୁ କାର୍ଯ୍ୟକାରୀ କରାଯିବ। ଏହି କାରଣରୁ ସୁଜୁକି ମୋଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ନିଜର କ୍ଷମତା ବିସ୍ତାର ଲାଗି ପ୍ରସ୍ତାବିତ ନିବେଶକୁ ବର୍ତ୍ତମାନ ପାଇଁ ଟାଳିଦେଇଛି। କମ୍ପାନୀ ଉପାଧ୍ୟକ୍ଷ(ବିକ୍ରି ଏବଂ ବିପଣନ) ଦେବାଶିଷ ହାଣ୍ଡା କହିଛନ୍ତି ଯେ, କ୍ଷମତା ବିସ୍ତାର କରାଯିବାର ପ୍ରସ୍ତାବ ରହିଛି। ତେବେ ଏହାକୁ ତତ୍କାଳ କରାଯିବ ନାହିଁ। ନୂଆ ସୁବିଧାଯୁକ୍ତ କାରଖାନା ପ୍ରତିଷ୍ଠା କରାଯିବାର ଆବଶ୍ୟକତା ରହିଛି। ତେବେ ଦେଶ ବିଏସ୍‌-୪ରୁ ବିଏସ୍‌-୬କୁ ପରିବର୍ତ୍ତନକୁ କିଭଳି ଗ୍ରହଣ କରୁଛି, ତାହାକୁ ଦୃଷ୍ଟିରେ ରଖି ନିବେଶ କରାଯିବ। କାରଣ ଏହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଏବଂ କମ୍ପାନୀ ଏହା ଉପରେ ନଜର ରଖିଛି। ସେ କହିଛନ୍ତି ଯେ, କମ୍ପାନୀର ଗୁରୁଗ୍ରାମଠାରେ ବାର୍ଷିକ ୧୦ ଲକ୍ଷ ଗାଡ଼ି ନିର୍ମାଣ କରିପାରୁଥିବା ଏକ କାରଖାନା ରହିଛି। କମ୍ପାନୀ ଘରୋଇ ବଜାରରେ ୮ ଲକ୍ଷ ବିକ୍ରି କରିବା ଏବଂ ବିଦେଶକୁ ୧ ଲକ୍ଷ ଗାଡ଼ି ରପ୍ତାନି କରିବାର ଲକ୍ଷ୍ୟଧାର୍ଯ୍ୟ କରିଛି। କମ୍ପାନୀର ବିସ୍ତାର ନିଶ୍ଚିତ ହେବ। ମାନ୍ଦାବସ୍ଥା ଆସି ନଥିଲେ ବହୁ ଦିନ ପୂର୍ବରୁ ବିସ୍ତାର କାର୍ଯ୍ୟ ଆରମ୍ଭ ହୋଇଯାଇଥାନ୍ତା ବୋଲି ହାଣ୍ଡା କହିଛନ୍ତି। ତାଙ୍କ ମତରେ କମ୍ବଶନ ଏବଂ ଇଲେକ୍ଟ୍ରିକ ଗାଡ଼ି ଉପରେ ସରକାରଙ୍କ ସ୍ପଷ୍ଟୀକରଣ ସତ୍ତ୍ୱେ ଦୁଇ ଚକିଆ ଗାଡ଼ିର ସମ୍ପୂର୍ଣ୍ଣ ବୈଦ୍ୟୁତିକିକରଣ କିପରି ହେବ ତାହା ଦେଖିବାକୁ ହେବ। ତେବେ ଟାଇମଲାଇନ ଏବଂ ଭିତ୍ତିଭୂମି ନିର୍ମାଣ ସମ୍ପର୍କରେ ସରକାରଙ୍କ ପଦକ୍ଷେପ ଜାଣିବାକୁ ହେବ। ଅନେକ କିଛି ଏହି କାରଣ ଉପରେ ନିର୍ଭର କରିବ। କାରଖାନା ବିସ୍ତାର ପାଇଁ ଜମି ଦେଖା ନିବେଶ ସମ୍ପର୍କରେ ବିଚାର କରିଛି କି ବୋଲି ପ୍ରଶ୍ନ ହେବାରୁ ହାଣ୍ଡା କହିଛନ୍ତି ଯେ, ଏହା କେବଳ ଘରୋଇ ବଜାର ଉପରେ ନିର୍ଭରଶୀଳ ନୁହେଁ। ବରଂ କମ୍ପାନୀର ବିଶ୍ୱ ପରିଚାଳନ ଯୋଜନା ଉପରେ ନିର୍ଭରଶୀଳ।


Enter your email to get our daily news in your inbox.

All Right Reserved By Dharitri.Com

ପିଭିଏମ୍‌ଆଇର ନୂତନ ଉତ୍ପାଦ

ଭୁବନେଶ୍ୱର,୨।୩: ପରଫେଟ୍ଟି ଭ୍ୟାନ୍‌ ମେଲେ ଇଣ୍ଡିଆ (ପିଭିଏମ୍‌ଆଇ)ର ନୂତନ ଉତ୍ପାଦ ତଥା ଫ୍ଲାଗ୍‌ଶିପ୍‌ ଗମ୍‌ ଏବଂ ମିଣ୍ଟସ୍‌ ବ୍ରାଣ୍ଡ୍‌ର ଶୁଭାରମ୍ଭ ସହ ବଜାର ପ୍ରବେଶ ହୋଇଯାଇଛି।...

ସିଜିୟୁର ୪ର୍ଥ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୩।୩: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି(ସିଜିୟୁ)ର ୪ର୍ଥ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର...

୫ ସରକାରୀ ଆଇଟିଆଇ ସହ ଟିପିସିଓଡିଏଲ୍‌ର ବୁଝାମଣା

ଭୁବନେଶ୍ୱର,୩।୩: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ୫ ସରକାରୀ ଶିଳ୍ପ...

ଜେଏସ୍‌ଡବ୍ଲ୍ୟୁ ଓଡ଼ିଶା ମାଇନ୍ସ ଡିଭିଜନ ପୁରସ୍କୃତ

ଭୁବନେଶ୍ୱର,୩।୩: ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଲିମିଟେଡ୍‌(ଓଡ଼ିଶା ଖଣି ଡିଭିଜନ)କୁ ନିକଟରେ ସମ୍ମାନଜନକ ପୁରସ୍କାରରେ ପୁରସ୍କୃତ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୫ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହର...

ଇଣ୍ଡିଆନ୍‌ ବ୍ୟାଙ୍କର ନବୀକରଣ ଶାଖା ପରିସର ଉଦ୍‌ଘାଟିତ

ଭୁବନେଶ୍ୱର,୩।୩ (ଅଭୟ ଦାଶ): ଇଣ୍ଡିଆନ୍‌ ବ୍ୟାଙ୍କର ଗଞ୍ଜାମସ୍ଥିତ ଭେଜିପୁଟଠାରେ ଥିବା ପଥରା ଶାଖାର ନବୀକରଣ ପରିସର ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର...

ସର୍ବଭାରତୀୟ ସ୍ତରରେ ୧.୬୨ଲକ୍ଷ କୋଟିର ପ୍ରକଳ୍ପ ଉଦ୍‌ଘାଟିତ

ନୂଆଦିଲ୍ଲୀ,୩।୩: ଘରୋଇ ବଜାରର ତୈଳ ଏବଂ ଗ୍ୟାସ୍‌ର ଚାହିଦା ମେଣ୍ଟାଇବା ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଭାରତୀୟସ୍ତରରେ ୧.୬୨ଲକ୍ଷ କୋଟିର ଅଏଲ ଆଣ୍ଡ ଗ୍ୟାସ୍‌...

ଅବସର ନେବେ CJI ଚନ୍ଦ୍ରଚୂଡ, ପେନସନ ପାଇବେ ୧୬ଲକ୍ଷ, ମିଳିବ ଏହିସବୁ ସୁବିଧା

ନୂଆଦିଲ୍ଲୀ,୨।୩: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଡି ଓ୍ବାଇ ଚନ୍ଦ୍ରଚୂଡ। ଦେଶର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ ଚଳିତ...

ଏହି ସବୁ ଆପ୍‌କୁ ପ୍ଲେ ଷ୍ଟୋରରୁ ହଟାଇଲା ଗୁଗଲ, ଲିଷ୍ଟରେ ରହିଛି ଭରତ ମାଟ୍ରିମୋନି ଭଳି ଲୋକପ୍ରିୟ ଆପ୍‌

ନୂଆଦିଲ୍ଲୀ,୨।୩: ଗୁଗଲ ଶୁକ୍ରବାର ଭାରତର ୧୦ଟି କମ୍ପାନିର ଆପକୁ ଗୁଗଲ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି। ଯେଉଁଥିରେ ଭରତ ମାଟ୍ରିମୋନି ଭଳି କେତେକ ଲୋକପ୍ରିୟ ମାଟ୍ରିମୋନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri