ମାନ୍ଦାବସ୍ଥା ପ୍ରଭାବ;ଖସିଲା ମାନୁଫାକଚରିଂ କ୍ଷେତ୍ର ଅଭିବୃଦ୍ଧି

ନୂଆଦିଲ୍ଲୀ, ୩-୯: ଘରୋଇ ବଜାରର ବିଭିନ୍ନ କ୍ଷେତ୍ର ଉପରେ ମାନ୍ଦାବସ୍ଥା ପ୍ରଭାବ ପଡିଛି। ଏବେ ବିନିର୍ମାଣ କ୍ଷେତ୍ରରେ ଏଭଳି ସ୍ଥିତି ଦେଖାଯାଇଛି। ଏଥି ଯୋଗୁ ଦେଶର ମାନୁଫାକଚରିଂ ଅଭିବୃଦ୍ଧି ୧୫ ମାସର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଆଇଏଚ୍‌ଏସ୍‌ ମାର୍କିଟ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ମାନୁଫାକଚରିଂ ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ (ପିଏମ୍‌ଆଇ) ଜୁଲାଇର ୫୨.୫% ଥିବା ବେଳେ ଏହା ହ୍ରାସ ଘଟି ଅଗଷ୍ଟ ମାସରେ ୫୧.୪% ରହିଛି। ଏହା ୨୦୧୮ ମେ ପରଠାରୁ ସର୍ବନିମ୍ନ ସ୍ତର। ୪୦୦ ଉତ୍ପାଦନକାରୀଙ୍କୁ ନେଇ ଏହି ସର୍ଭେ କରାଯାଇଥିବା ବେଳେ ଏଥିରେ ନୂଆ ଅର୍ଡର, ଉତ୍ପାଦନ, ନିଯୁକ୍ତି, ଯୋଗାଣକାରୀଙ୍କ ସାମଗ୍ରୀ ଡେଲିଭରି ଅବଧି, କ୍ରୟ ଷ୍ଟକ ଭଳି ପ୍ରମୁଖ ବିଷୟଗୁଡିକୁ ବିଚାର କରାଯାଇଛି। ଏହି ସମୟରେ ବିକ୍ରି ଅଭିବୃଦ୍ଧି ୧୫ ମାସର ସର୍ବନିମ୍ନ ସ୍ତରରେ ରହିଛି। ଏହାବାଦ ଉତ୍ପାଦନ ଏବଂ ନିଯୁକ୍ତି ସୃଷ୍ଟି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ସେହିଭଳି ଉତ୍ପାଦନ ୟୁନିଟ୍‌ଗୁଡିକର ଇନ୍‌ପୁଟ କ୍ରୟ ନିମ୍ନ ସ୍ତରକୁ ଖସିଆସିଥିବା ରିପୋର୍ଟରେ ପ୍ରକାଶ ପାଇଛି।
ସର୍ଭେରେ କୁହାଯାଇଛି ଯେ, ଆଲୋଚ୍ୟ ସମୟରେ ଇନ୍‌ପୁଟ ଖର୍ଚ୍ଚ ବୃଦ୍ଧି ଏବଂ ବାଣିଜ୍ୟ ପାଇଁ ଆତ୍ମବିଶ୍ୱାସରେ ଉନ୍ନତି ପରିଲକ୍ଷିତ ହୋଇଛି। ଯାହା ୧୬ ମାସର ସବୁଠାରୁ ସର୍ବୋଚ୍ଚ ସ୍ତର। ଏହାବାଦ ଶିଳ୍ପ ସଂସ୍ଥାଗୁଡିକ ଉପରେ ପ୍ରତିଯୋଗିତା ଚାପ ଏବଂ ବଜାରରେ ସ୍ଥିତି ଆହ୍ବାନପୂର୍ଣ୍ଣ ରହିବା ଯୋଗୁ ମାନୁଫାକଚରିଂ ଅଭିବୃଦ୍ଧିକୁ ଏହା ପ୍ରଭାବିତ କରିଛି। ବିଦେଶରୁ ଅର୍ଡର ଅଭିବୃଦ୍ଧି ଏହି ସମୟରେ କମିଛି। ୨୦୧୮ ଏପ୍ରିଲ ପରଠାରୁ ଉକ୍ତ କ୍ଷେତ୍ରରେ ଏହା ସର୍ବନିମ୍ନ ସ୍ତର।
ଜୁନ ତ୍ରୈମାସରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତର ୫%କୁ ଖସି ଆସିଛି। ଏହି ସମୟରେ ମାନୁଫାକଚରିଂ କ୍ଷେତ୍ର ଧିମା ରହିଥିବା ରିପୋର୍ଟ ବଜାରର ପ୍ରକୃତ ସ୍ଥିତିକୁ ଦେଖାଉଛି। ଅର୍ଥନୈତିକ ମାନ୍ଦାବସ୍ଥା ବିରୋଧରେ ଲଢିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଥିବା କହୁଛନ୍ତି। ଏହି ସମୟରେ ସରକାରୀ ନିବେଶରେ ବୃଦ୍ଧି, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ନୂଆ ପୁଞ୍ଜି ଯୋଗାଣ, ଏଫ୍‌ଡିଆଇ ନିୟମ, ବିଦେଶୀ ଓନରଶିପ ନିୟମରେ ସଂଶୋଧନ ଏବଂ ଭିତ୍ତିଭୂମି ନିବେଶକୁ ବଢାଇବା ଦିଗରେ ସରକାର ପଦକ୍ଷେପ ନେଉଛନ୍ତି। ଇତିମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଏହାର ସୁଧହାରକୁ ୪ଥର ହ୍ରାସ କରିବା ସହ ଏହା ଅଗଷ୍ଟରେ ୫.୪%କୁ ଖସିଛି।

୮ ପ୍ରମୁଖ କ୍ଷେତ୍ର ଅଭିବୃଦ୍ଧି ୨.୧ ହ୍ରାସ
ଦେଶର ୮ ପ୍ରମୁଖ କ୍ଷେତ୍ର ଶିଳ୍ପ କ୍ଷେତ୍ର ଅଭିବୃଦ୍ଧି ଜୁଲାଇରେ ୨.୧%କୁ ଖସିଛି। କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ ଏବଂ ରିଫାଇନେରୀ ପ୍ରଡକ୍ଟ କ୍ଷେତ୍ରରେ କାର୍ଯ୍ୟଧାରା ହ୍ରାସ ହେବା ଯୋଗୁ ଏଭଳି ସ୍ଥିତି ଆସିଥିବା ସରକାରୀ ତଥ୍ୟରୁ ସାମ୍ନାକୁ ଆସିଛି। କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ରିଫାଇନେରୀ ପ୍ରଡକ୍ଟ, ସାର, ଇସ୍ପାତ,ସିମେଣ୍ଟ ଏବଂ ଇଲେକ୍ଟ୍ରିସିଟି ଭଳି କ୍ଷେତ୍ର ଗତ ବର୍ଷ ଜୁଲାଇରେ ଭଲ ପ୍ରଦର୍ଶନ କରିବା ସହ ଅଭିବୃଦ୍ଧି ୭.୩% ରହିଥିଲା। ସୋମବାର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ ଜୁଲାଇରେ କୋଇଲା, ପ୍ରାକୃତିକ ବାଷ୍ପ, ଅଶୋଧିତ ତୈଳ କ୍ଷେତ୍ରରେ ଅଭିବୃଦ୍ଧି ନକାରାତ୍ମକ ରହିଛି। ଏପ୍ରିଲ-ଜୁଲାଇ ସମୟରେ ଦେଶର ୮ ପ୍ରମୁଖ କ୍ଷେତ୍ର ଅଭିବୃଦ୍ଧି ୩% ରହିଛି। ଏହା ଗତ ବର୍ଷ ସମାନ ସମୟରେ ୫.୯% ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନେଗେଟିଭ ଜୋନ୍‌ରେ ରହିବ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ,୭।୮: ଦେଶ ମଧ୍ୟରେ କରୋନା ମାମଲା ବୃଦ୍ଧି ହେଉଥିବାରୁ ଏହା ଘରୋଇ ବଜାରକୁ କ୍ଷତିଗ୍ରସ୍ତ କରୁଛି। ଏଥିଯୋଗୁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ନିମ୍ନଗାମୀ ହେଉଥିବା ନଜରକୁ...

ପ୍ରତିଭା ମହାପାତ୍ର ଆଡୋବି ଇଣ୍ଡିଆର ଏମ୍‌ଡି

ନୂଆଦିଲ୍ଲୀ, ୯।୯: ଓଡ଼ିଶାର ପ୍ରତିଭା ମହାପାତ୍ର ଆଡୋବି ଇଣ୍ଡିଆର ଉପସଭାପତି ଏବଂ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଭାବେ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ ଆଇବିଏମ୍‌ରେ କାମ...

ହୋଣ୍ଡାର ଅଲ୍‌ ନ୍ୟୁ ଡିଓ ୧୨୫ଉନ୍ମୋଚିତ

ଭୁବନେଶ୍ୱର,୩୧।୭ (ଅଭୟ ଦାଶ): ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅଲ୍‌ ନ୍ୟୁ ଡିଓ ୧୨୫କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ...

ଏଲ୍‌ଆଇସିର ଆର୍ଥତ୍କ ଫଳାଫଳ

ନୂଆଦିଲ୍ଲୀ,୩୧।୭ -ଲାଇଫ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏଲ୍‌ଆଇସି) ପକ୍ଷରୁ ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ଆର୍ଥତ୍କ ଫଳାଫଳ ଘୋଷଣା କରାଯାଇଛି। ଏହି ସମୟରେ କମ୍ପାନୀ ନୂଆ...

ତାଳଚେରରେ ବିଓଏମ୍‌ର ନୂତନ ଶାଖା

ଭୁବନେଶ୍ୱର,୨୦।୬: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ଆଉ ଏକ ନୂତନ ଶାଖା ନିକଟରେ ଅନୁଗୋଳ ଜିଲାର ତାଳଚେରସ୍ଥିତ ବାଇପାସ୍‌ ଛକଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି।...

ହୋଣ୍ଡା ସାଇନ୍‌ ୧୦୦ ସିସିର ଡେଲିଭରି

ନୂଆଦିଲ୍ଲୀ,୧୬।୫: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ହୋଣ୍ଡା ସାଇନ୍‌ ୧୦୦ ସିସିର ଗ୍ରାହକ ଡେଲିଭରି କାର୍ଯ୍ୟକ୍ରମର ଶୁଭାରମ୍ଭ ସମ୍ପକର୍ର୍ରେ ଘୋଷଣା...

ସବୁ କିଛି ଏକାକୀ ସମାଧାନ କରିପାରିବନି ପିଏମ୍‌ଓ: ରାଜନ

ନୂଆଦିଲ୍ଲୀ,୨୨।୫: ଭାରତୀୟ ଅର୍ଥ ବ୍ୟବସ୍ଥାର ଗତି ଗତ କିଛି ତ୍ରୈମାସ ହେବ ଲଗାତର ଭାବେ ନିମ୍ନଗାମୀ ହୋଇ ଚାଲିଥିଲା। ବିଶ୍ୱ ମାନ୍ଦାବସ୍ଥା, ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ...

ଚାକର ଅଛନ୍ତି, କିନ୍ତୁ ମୁକେଶ ଅମ୍ବାନୀଙ୍କ ପିଲାମାନେ ଘରେ କରିଥାନ୍ତି ଏହି କାମ

ଦେଶରୁ ସବୁଠାରୁ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ, ସ୍ତ୍ରୀ ନୀତା ଅମ୍ବାନୀ ସେମାନଙ୍କ ଜୀବନଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ମୁକେଶ...

Advertisement
Archives

Model This Week