ମାନ୍ଦାବସ୍ଥା ଜିଡିପି ଅଭିବୃଦ୍ଧି ରୋକିଲା;ଜୁନ୍‌ ତ୍ରୈମାସରେ ବିକାଶ ହାର ୫%

ନୂଆଦିଲ୍ଲୀ,୩୧-୮: ମାନ୍ଦାବସ୍ଥା କାରଣରୁ ଦେଶର ଆର୍ଥିକ ଅଭିବୃଦ୍ଧି ବଢ଼ିବା ପରିବର୍ତ୍ତେ କମିଛି। ଦେଶର ବିକାଶ ହାର ଜୁନ୍‌ ତ୍ରୈମାସ(ଏପ୍ରିଲ-ଜୁନ୍‌)ରେ ୫%କୁ ହ୍ରାସ ପାଇଛି, ଯାହା କି ମୋଦି ସରକାରଙ୍କ ପାଇଁ ଜୋର୍‌ଦାର ଝଟକା କୁହାଯାଇପାରେ। ପୂର୍ବ ତ୍ରୈମାସରେ ଏହା ୫.୮% ରହିଥିଲା। ବାର୍ଷିକ ଆଧାରରେ ହିସାବ କଲେ ପ୍ରାୟ ୩% ହ୍ରାସ ପାଇଛି। ବର୍ଷକ ପୂର୍ବରୁ ଏହି ସମୟରେ ଜିଡିପି ଅଭିବୃଦ୍ଧି ହାର ୮% ରହିଥିଲା। ଗତ ତ୍ରୈମାସରେ ମାନୁଫାକ୍‌ଚରିଂ ସେକ୍ଟରରେ ଗତିବିଧି ହ୍ରାସ ପାଇଥିବା ବେଳେ କୃଷି ଉତ୍ପାଦନ କମିବା କାରଣରୁ ବିକାଶ ଅଭିବୃଦ୍ଧି ପ୍ରଭାବିତ ହୋଇଛି।
ଅର୍ଥ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ପ୍ରକାଶିତ ତଥ୍ୟ ଅନୁଯାୟୀ, ଜୁନ୍‌ର ଜିଡିପି ଅଭିବୃଦ୍ଧି ହାର ୬ ବର୍ଷରେ ସର୍ବନିମ୍ନ ରହିଛି। ପ୍ରାୟ ୬ ବର୍ଷ ପୂର୍ବେ ଉପା ସରକାରରେ କୌଣସି ଏକ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ଏହି ସ୍ତରଠାରୁ କମ୍‌ ଥିଲା। ଆର୍ଥିକ ବର୍ଷ ୨୦୧-୧୩ର ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୪.୯% ରହିଥିଲା। ସୂଚନାଥାଉ କି, ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ଲାଗି ଦେଶର ଜିଡିପି ଅଭିବୃଦ୍ଧି ହାର ଅନୁମାନକୁ ୬.୯% କରିଥିଲା। ପୂର୍ବରୁ ଏହା ୭% ରହିବ ବୋଲି ନିଜ ଅନୁମାନରେ ଦର୍ଶାଇଥିଲା। ମାନୁଫାକ୍‌ଚରିଂ ସେକ୍ଟରରେ ୧୨.୧% ବଦଳରେ ୦.୬% ଅଭିବୃଦ୍ଧି ଦେଖାଯାଇଛି। କୃଷି କ୍ଷେତ୍ରରେ ବିକାଶ ହାର ୫.୧%ରୁ ହ୍ରାସ ପାଇ ୨% ରହିଛି। ସେହିପରି ଖଣି ଖନନ କ୍ଷେତ୍ରରେ ଅଭିବୃଦ୍ଧି ହାର ୦.୪% ଦେଖିବାକୁ ମିଳିଥିଲା, ଯାହା ଏବେ ବୃଦ୍ଧି ପାଇ ୨.୭% ହୋଇଛି। ନିର୍ମାଣ ସେକ୍ଟରରେ ଗତବର୍ଷ ପ୍ରଥମ ତ୍ରୈମାସରେ ଅଭିବୃଦ୍ଧି ହାର ୯.୬% ରହିଥିଲା, ଯାହା ଏବେ ହ୍ରାସ ପାଇ ୫.୭% ରହିଛି। ହୋଟେଲ, ପରିବହନ ଓ ଟ୍ରେଡ୍‌ ସେକ୍ଟରରେ ଅଭିବୃଦ୍ଧି ହାର ୭.୮ରୁ ୭.୧%କୁ କମିଛି। ସେହିପରି ବିତ୍ତୀୟ, ରିଏଲ ଇଷ୍ଟେଟ ସେକ୍ଟରରେ ବିକାଶ ହାର ୬.୫ରୁ ୫.୯%କୁ ହ୍ରାସ ପାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ହ୍ରାସ ପାଇଥିଲେ ମଧ୍ୟ ସରକାରଙ୍କ ନୀତିକୁ ସମର୍ଥନ ଜଣାଇଛନ୍ତି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା(ସିଇଏ) କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ। ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଅର୍ଥନୀତିକୁ ଗତିଶୀଳ କରିବା ଲାଗି ଅନେକ ପ୍ରକାର ବ୍ୟବସ୍ଥା ଘୋଷଣା କରିଛନ୍ତି, ଯାହା କି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ନିକଟରେ କରିଥିବା କେତେକ ଘୋଷଣାରୁ ସ୍ପଷ୍ଟ ହୋଇଛି। ସରକାର ୫ ଲକ୍ଷ କୋଟି ଡଲାର ଅର୍ଥନୀତି ଆଡକୁ ଅଗ୍ରସର ହେଉଛନ୍ତି। ଏଥିଲାଗି ପଦକ୍ଷେପ ନିଆଯାଉଛି ଓ ଆଗକୁ ଅଧିକ ପଦକ୍ଷେପ ନିଆଯିବ। ସେଥିପାଇଁ ସରକାର ସଜାଗ।
କ୍ରମାଗତ କମୁଛି ଅର୍ଥନୀତି
ଭାରତର ଜିଡିପି ଅଭିବୃଦ୍ଧି ହାର ଗତ କିଛି ତ୍ରୈମାସ ହେବ ହ୍ରାସ ପାଇଚାଲିଛି। ୨୦୧୭-୧୮ର ଶେଷ ତ୍ରୈମାସରେ ଦେଶର ବିକାଶ ହାର ୮.୧% ରହିଥିଲା। କିନ୍ତୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଏହା ୫%କୁ ହ୍ରାସ ପାଇଛି। ଗତ ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୧୮-୧୯ର ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୮% ରହିଥିଲା। ଦ୍ୱିତୀୟରେ ଏହା ୭%, ତୃତୀୟରେ ୬.୬% ଓ ଚତୁର୍ଥରେ ୫.୮% ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଟ୍ସଆପ୍‌ରେ ନମ୍ବର ସେଭ୍‌ ନ କରିବି ଏପରି ପଠାଇପାରିବେ ମେସେଜ୍‌; ଜାଣନ୍ତୁ ଟିପ୍ସ

ନୂଆଦିଲ୍ଲୀ,୨୭।୧୨: ଯେତେବେଳେ ହ୍ବାଟ୍ସଆପ୍‌ରେ କାହାକୁ ମେସେଜ୍‌ ପଠାଇବାକୁ ହୋଇଥାଏ, ତେବେ ପ୍ରଥମେ ତାଙ୍କ ନମ୍ବରକୁ ସେଭ୍‌ କରିବାକୁ ପଡେ। ଅନେକ ସମୟରେ ଏପରି କରିବାକୁ ଇଚ୍ଛା...

ଆଜି ଆର୍‌ବିଆଇ ବୋର୍ଡକୁ ଉଦ୍‌ବୋଧନ ଦେବେ ସୀତାରାମନ୍‌

ନୂଆଦିଲ୍ଲୀ,୮-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୋମବାର ଏଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୋର୍ଡ ବୈଠକରେ ଉଦ୍‌ବୋଧନ ଦେବେ। ବଜେଟ ଉପସ୍ଥାପନ ପରେ ଆର୍‌ବିଆଇ ସହ...

୧୦ ଲକ୍ଷଙ୍କୁ ମିଳିପାରେ ନିଯୁକ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ପ୍ରଭାବିତ ହୋଇଥିବା ଫୁଡ୍‌ ସର୍ଭିସେସ୍‌ ଇଣ୍ଡଷ୍ଟ୍ରିଜରେ ପୁଣି ଥରେ ସୁଧାର ପରିଲକ୍ଷିିତ ହୋଇଛି। ଏକ ରିପୋର୍ଟ ମୁତାବକ, ଏହି ଶିଳ୍ପ...

ଏଫ୍‌ପିଆଇ ଉଠାଇ ନେଇଛନ୍ତି ୧ ଲକ୍ଷ କୋଟି

ନୂଆଦିଲ୍ଲୀ,୩୦। ୩: କରୋନା ଭାଇରସ ଲାଗି ସାରା ବିଶ୍ୱରେ ମାନ୍ଦାବସ୍ଥା ସ୍ଥିତି ଉପୁଜିଥିବାରୁ ଦେଶର ପୁଞ୍ଜି ବଜାରରୁ ବିଦେଶୀ ଫରେନ ପୋର୍ଟଫୋଲିଓ ଇନଭେଷ୍ଟର୍ସ(ଏଫ୍‌ପିଆଇ) ପ୍ରାୟ ୧...

ନିରନ୍ତର ଇନ୍ଧନ ଯୋଗାଣ ଜାରି ରଖିଛି ଇଣ୍ଡିଆନ ଅଏଲ

ନୂଆଦିଲ୍ଲୀ,୩୦। ୩ : ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ଇନ୍ଧନ ଯୋଗାଣ କ୍ଷେତ୍ରରେ ଯେଭଳି ଅସୁବିଧା ନ ଉପୁଯେ ସେ...

ବ୍ୟାଙ୍କ ପାଇବେ ୨୦ ହଜାର କୋଟିର ପୁଞ୍ଜି

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁ ବ୍ୟାଙ୍କଗୁଡିକ ବର୍ତ୍ତମାନ ବିଭିନ୍ନ ଚ୍ୟାଲେଞ୍ଜ ସ୍ଥିତି ଦେଇ ଗତି କରୁଛନ୍ତି। ଏହି ସମସ୍ୟାକୁ ଧ୍ୟାନରେ ରଖି ସରକାର ବ୍ୟାଙ୍କଗୁଡିକରେ ପୁଞ୍ଜି ପ୍ରଦାନ...

୨୩ ମାସର ସର୍ବନିମ୍ନ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୬-୭: ମୋଦି ସରକାରଙ୍କୁ ମୁଦ୍ରାସ୍ଫୀତି କ୍ଷେତ୍ରରେ ଆଶ୍ୱସ୍ତି ମିଳିଛି। ପାଇକାରୀ ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ଫୀତି ତଥ୍ୟ ସୋମବାର ଜାରି କରାଯାଇଛି। ଜୁନ୍‌ରେ ମୁଦ୍ରାସ୍ଫୀତି ୨.୦୨...

ବିବାଦୀୟ ନିୟମ ପ୍ରତ୍ୟାହାର କଲା ଏସ୍‌ବିଆଇ

ନୂଆଦିଲ୍ଲୀ,୩୦।୧: ଦେଶର ସର୍ବବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏସ୍‌ବିଆଇ ଆଣିଥିବା ନୂଆ ନିଯୁକ୍ତି ନିୟମକୁ ନେଇ ବିବାଦ ଦେଖାଦେବା ପରେ ଶନିବାର ଏହାକୁ ପ୍ରତ୍ୟାହାର କରିନିଆଯାଇଛି। ନୂଆ...

Advertisement
Archives

Model This Week