Posted inଜାତୀୟ

ମାନ୍ଦାବସ୍ଥାର ପ୍ରଭାବ: ସାବୁନ ଦର ହ୍ରାସ କରୁଛନ୍ତି କମ୍ପାନୀ

ନୂଆଦିଲ୍ଲୀ,୨୯ା୮: ଦେଶରେ ମାନ୍ଦାବସ୍ଥା ଏଭଳି ମାଡି ଆସିଛି ଯେ, ଅଟୋମୋବାଇଲ, ରିଏଲ୍‌ ଇଷ୍ଟେଟ୍‌ ପରେ ଏବେ ସାବୁନ ତିଆରି କରୁଥିବା କମ୍ପାନୀ ନିଜର ଉତ୍ପାଦର ଦର ହ୍ରାସ କରିବାକୁ ବାଧ୍ୟ ହେଉଛନ୍ତି। ଅଧିକାଂଶ କମ୍ପାନୀ ପ୍ରାୟ ୩୦ ପ୍ରତିଶତ ପର୍ଯ୍ୟନ୍ତ ଦରହ୍ରାସ କରିସାରିଛନ୍ତି। କାରଣ ବଜାରରେ ଏବେ ସାବୁନ ବିକ୍ରି ଯଥେଷ୍ଟ ପରିମାଣରେ କମିଯାଇଛି। ଅନ୍ୟପକ୍ଷରେ ଆସାମର ଚା’ ଉଦ୍ୟୋଗ ଦରବୃଦ୍ଧି ନ ପାଇବା କାରଣରୁ ସ୍ଥାଣୁ ପାଲଟିଛି।
ମିଡିଆ ରିପୋର୍ଟ ଅନୁଯାୟୀ, ହିନ୍ଦୁସ୍ତାନ ୟୁନିଲିଭର ଓ ଓ୍ବିପ୍ରୋ ଭଳି କମ୍ପାନୀ ଲକ୍ସ, ଲାଇଫବଏ, ଡଭ୍‌, ସନ୍ତୁର ଭଳି ସାବୁନ ଦର ୪ରୁ ୩୦ ପ୍ରତିଶତ କମାଇସାରିଲେଣି। ହିନ୍ଦୁସ୍ତାନ ୟୁନିଲିଭର ଲକ୍ସ, ଲାଇଫବଏ ପୋର୍ଟଫୋଲିଓର ଦର ୪ରୁ ୬ ପ୍ରତିଶତ ହ୍ରାସ କରିଥିବା ବେଳେ ଡଭ୍‌ ଦର ୨୦ରୁ ୩୦ ପ୍ରତିଶତ କମାଇଛି। ଓ୍ବିପ୍ରୋ ମଧ୍ୟ ସନ୍ତୁର ବ୍ରାଣ୍ଡ୍‌ର ସାବୁନ ଦର ହ୍ରାସ କରିଛି। ଉଲ୍ଲେଖଯୋଗ୍ୟ ଯେ, ଦେଶର ୨୦,୯୬୦ କୋଟି ଟଙ୍କାର ଟଏଲେଟ ସାବୁନ ମାର୍କେଟରେ ଲାଇଫବଏ ଏବଂ ଲକ୍ସ ପ୍ରାଧାନ୍ୟ ବିସ୍ତାର କରିଛି। ଘରେ ବ୍ୟବହାର ମାମଲାରେ ଲାଇଫବଏ ଦେଶରେ ସର୍ବାଧିକ ଆଦୃତ ସାବୁନ କୁହାଯାଉଛି। ପର୍ସନାଲ କେୟାର ସେକ୍ସନରେ ସାବୁନ ସବୁଠାରୁ ବଡ଼ କ୍ୟାଟେଗରି ଭାବେ ପରିଗଣିତ ହୋଇଥାଏ। ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ(ଏଚ୍‌ୟୁଏଲ୍‌)ର କହିବାନୁଯାୟୀ ସୌନ୍ଦର୍ଯ୍ୟ ଏବଂ ପର୍ସନାଲ କେୟାର ମଧ୍ୟରେ ତୁଳନା କଲେ ଏହା ସ୍ପଷ୍ଟ ହେଉଛି ଯେ, ପର୍ସନାଲ କେୟାର ସେଗ୍‌ମେଣ୍ଟରେ ଦର ସ୍ଥିର ରହିଥିଲା। ତେବେ ଚାହିଦା ହ୍ରାସ କାରଣରୁ କମ୍ପାନୀ ଦର କମାଇବାକୁ ନିଷ୍ପତ୍ତି ନେଇଛି। ଷ୍ଟକ୍‌ ମାର୍କେଟକୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଏଚ୍‌ୟୁଏଲର ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଅଭିବୃଦ୍ଧି ହାର ୭ ମାସର ସର୍ବନିମ୍ନ ସ୍ତରରେ ରହିଛି। ଏହି ସମୟରେ କମ୍ପାନୀର ଅଭିବୃଦ୍ଧି ହାର ୫% ରହିଛି। ଗତ ଆର୍ଥିକ ବର୍ଷର ଏହି ସମୟରେ ଏହା ୧୨% ରହିଥିଲା। କ୍ରମାଗତ ଭାବେ ୨ ତ୍ରୈମାସରେ ଏଚ୍‌ୟୁଏଲ୍‌ର ଅଭିବୃଦ୍ଧି ୧୦ ପ୍ରତିଶତରୁ କମ୍‌ ରହିଛି।
ଅପରପକ୍ଷରେ ୧୭୦ ବର୍ଷର ଆସାମ ଚା ଉଦ୍ୟୋଗ ଉପରେ ଏବେ ମାନ୍ଦାବସ୍ଥା ପ୍ରଭାବ ଦେଖିବାକୁ ମିଳିଛି। ଉତ୍ପାଦନ ଖର୍ଚ୍ଚ ବଢ଼ିବା ଏବଂ ଚା ଦର ସ୍ଥିର ରହିବା କାରଣରୁ ଏହି ଉଦ୍ୟୋଗ ଉପରେ ଏବେ ବିପଦ ମାଡି ଆସିଛି। ଏହି କାରଣରୁ ଏବେ ଆସାମର ଚା’ବଗିଚା ମାଲିକମାନେ ଚାପରେ ରହିଛନ୍ତି। ଉତ୍ପାଦନ ଖର୍ଚ୍ଚ ବୃଦ୍ଧି, ଚାହିଦା କମିବା, ପରିବହନ ଖର୍ଚ୍ଚ ବଢ଼ିବା, ନିଲାମରେ ଉଚିତ ମୂଲ୍ୟ ନ ମିଳିବା ତଥା ଅଚାନକ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ଯୋଗୁ ଏବେ ଆସାମ ଚା ଉଦ୍ୟୋଗ ଝଡ଼ଝଞ୍ଜାର ସମ୍ମୁଖୀନ ହୋଇଛି ବୋଲି ଟି ଆସୋସିଏଶନ ଅଫ୍‌ ଇଣ୍ଡିଆ ସମ୍ପାଦକ ଦିପାଞ୍ଜଳ ଡେକା କହିଛନ୍ତି। ସେ କହିଛନ୍ତି ଯେ, ୨୦୧୪ରେ ଆସାମରେ ଚା’ ନିଲାମ ବେଳେ କେଜି ୧୫୦ ଟଙ୍କା ମିଳୁଥିବା ବେଳେ ରାଷ୍ଟ୍ରୀୟ ସ୍ତରରେ ଏହା ୧୩୦.୯୦ ଟଙ୍କା ଥିଲା। ୨୦୧୮ରେ ମୂଲ୍ୟରେ ସାମାନ୍ୟ ବୃଦ୍ଧି ପାଇ ୧୫୬.୪୩ ଟଙ୍କା ହୋଇଥିବା ବେଳେ ରାଷ୍ଟ୍ରୀୟ ସ୍ତରରେ ଏହା ୧୩୮.୮୩ ଟଙ୍କା ଥିଲା। ଏହି ଅବସ୍ଥାରେ ଏବେ ସେପରି କିଛି ପରିବର୍ତ୍ତନ ହୋଇନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ: ୧୩ ଜଣ କରୋନା ରୋଗୀଙ୍କ ଜୀବନ ଗଲା

ମୁମ୍ବାଇ,୨୩।୪।: ମହାରାଷ୍ଟ୍ରର ମୁମ୍ବାଇସ୍ଥିତ ବିରାର ଅଞ୍ଚଳରେ ବିଜୟ ବଲ୍ଲଭ କୋଭିଡ ହସ୍ପିଟାଲରେ ଭୟାନକ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୩ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି।...

ଦେଶର ଭାବାବେଗକୁ ବିରୋଧୀ ଅପମାନିତ କରିଛନ୍ତି: ମୋଦି

ଅଜମେର,୧ା୬: ନୂଆ ସଂସଦ ଭବନର ଲୋକାର୍ପଣ ଉତ୍ସବକୁ ବିରୋଧୀ ଦଳଗୁଡ଼ିକ ବର୍ଜନ କରି ଦେଶର ଭାବାବେଗ ଏବଂ ଏହାର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ୬୦...

ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିଲେ ନିଶ୍ଚିତ ଜିତିବେ ପ୍ରିୟଙ୍କା ଗାନ୍ଧୀ: ସଞ୍ଜୟ ରାଉତ

ମୁମ୍ବାଇ,୧୪।୮: ଶିବସେନା(ଉଦ୍ଧବ ଠାକରେ ଗ୍ରୁପ) ନେତା ସଞ୍ଜୟ ରାଉତ କହିଛନ୍ତି, ଯଦି ବାରାଣସୀ ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ...

ପ୍ରତ୍ୟେକ ମେଡିକାଲ କଲେଜକୁ ଦେବାକୁ ପଡିବ ବର୍ଷକର ବିବରଣୀ…

ନୂଆଦିଲ୍ଲୀ,୧୦।୮ : ଦେଶର ସମସ୍ତ ମେଡିକାଲ କଲେଜକୁ ବର୍ତ୍ତମାନ ରୋଗୀଙ୍କ ହିସାବ ଦେବାକୁ ପଡିବ। କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆ (କ୍ୟୁସିଆଇ) ମେଡିକାଲ କଲେଜଗୁଡ଼ିକ ପାଇଁ...

ନୀତୀଶ କୁମାର ଜଣେ ନିଷ୍ଠୁର ମୁଖ୍ୟମନ୍ତ୍ରୀ: ସୁଶୀଲ ମୋଦି

ପାଟନା,୧୮।୧୨: ବିହାର ମଦମୃତ୍ୟୁକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଭାଜପା ନେତା ତଥା ରାଜ୍ୟ ସଭା ଏମ୍‌ପି ସୁଶୀଲ ମୋଦି ଏକ ଖବରଦାତା ସମ୍ମିଳନୀ କରି...

ମେହବୁବାଙ୍କ ଅଟକକୁ ନେଇ ଜମ୍ମୁ-କଶ୍ମୀର ପ୍ରଶାସନକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୨୭ା୨(ଆଇଏଏନ୍‌ଏସ୍‌): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍‌ତିଙ୍କ ଅଟକକୁ ନେଇ ସୁପ୍ରିମକୋର୍ଟ ବୁଧବାର ଜମ୍ମୁ-କଶ୍ମୀର ପ୍ରଶାସନକୁ ନୋଟିସ ଜାରି କରିଛନ୍ତି। ସାଧାରଣ ନିରାପତ୍ତା...

ଦଳକୁ ହାରିବା ଦେଖି କଂଗ୍ରେସ ଜିଲାଧ୍ୟକ୍ଷଙ୍କ ହୃଦଘାତରେ ମୃତ୍ୟୁ

ଭୋପାଳ,୨୩।୫: ଚଳିତ ବର୍ଷ ଲୋକ ସଭା ନିର୍ବାଚନରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଏହାରି ଭିତରେ ମଧ୍ୟପ୍ରଦେଶରୁ ଦଳ ପାଇଁ ଏକ ଖରାପ ଖବର ଆସିଛି।...

ଦିଲ୍ଲୀ ସରକାରଙ୍କ ଇ-ଯାନ ପଲିସି: ମିଳିବ ୩୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି

ନୂଆଦିଲ୍ଲୀ,୭।୮: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣକୁ କମ୍‌ କରିବାକୁ ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ଇଲୋକ୍ଟ୍ରନିକ୍ସ ଯାନ ଉପରେ ଗୁରୁତ୍ୱ ଦେବାକୁ ଯାଉଛନ୍ତି। ଏ ସମ୍ପର୍କରେ...

Advertisement
Archives

Model This Week