Posted inଜାତୀୟ

ମାନ୍ଦାବସ୍ଥାର ପ୍ରଭାବ: ସାବୁନ ଦର ହ୍ରାସ କରୁଛନ୍ତି କମ୍ପାନୀ

ନୂଆଦିଲ୍ଲୀ,୨୯ା୮: ଦେଶରେ ମାନ୍ଦାବସ୍ଥା ଏଭଳି ମାଡି ଆସିଛି ଯେ, ଅଟୋମୋବାଇଲ, ରିଏଲ୍‌ ଇଷ୍ଟେଟ୍‌ ପରେ ଏବେ ସାବୁନ ତିଆରି କରୁଥିବା କମ୍ପାନୀ ନିଜର ଉତ୍ପାଦର ଦର ହ୍ରାସ କରିବାକୁ ବାଧ୍ୟ ହେଉଛନ୍ତି। ଅଧିକାଂଶ କମ୍ପାନୀ ପ୍ରାୟ ୩୦ ପ୍ରତିଶତ ପର୍ଯ୍ୟନ୍ତ ଦରହ୍ରାସ କରିସାରିଛନ୍ତି। କାରଣ ବଜାରରେ ଏବେ ସାବୁନ ବିକ୍ରି ଯଥେଷ୍ଟ ପରିମାଣରେ କମିଯାଇଛି। ଅନ୍ୟପକ୍ଷରେ ଆସାମର ଚା’ ଉଦ୍ୟୋଗ ଦରବୃଦ୍ଧି ନ ପାଇବା କାରଣରୁ ସ୍ଥାଣୁ ପାଲଟିଛି।
ମିଡିଆ ରିପୋର୍ଟ ଅନୁଯାୟୀ, ହିନ୍ଦୁସ୍ତାନ ୟୁନିଲିଭର ଓ ଓ୍ବିପ୍ରୋ ଭଳି କମ୍ପାନୀ ଲକ୍ସ, ଲାଇଫବଏ, ଡଭ୍‌, ସନ୍ତୁର ଭଳି ସାବୁନ ଦର ୪ରୁ ୩୦ ପ୍ରତିଶତ କମାଇସାରିଲେଣି। ହିନ୍ଦୁସ୍ତାନ ୟୁନିଲିଭର ଲକ୍ସ, ଲାଇଫବଏ ପୋର୍ଟଫୋଲିଓର ଦର ୪ରୁ ୬ ପ୍ରତିଶତ ହ୍ରାସ କରିଥିବା ବେଳେ ଡଭ୍‌ ଦର ୨୦ରୁ ୩୦ ପ୍ରତିଶତ କମାଇଛି। ଓ୍ବିପ୍ରୋ ମଧ୍ୟ ସନ୍ତୁର ବ୍ରାଣ୍ଡ୍‌ର ସାବୁନ ଦର ହ୍ରାସ କରିଛି। ଉଲ୍ଲେଖଯୋଗ୍ୟ ଯେ, ଦେଶର ୨୦,୯୬୦ କୋଟି ଟଙ୍କାର ଟଏଲେଟ ସାବୁନ ମାର୍କେଟରେ ଲାଇଫବଏ ଏବଂ ଲକ୍ସ ପ୍ରାଧାନ୍ୟ ବିସ୍ତାର କରିଛି। ଘରେ ବ୍ୟବହାର ମାମଲାରେ ଲାଇଫବଏ ଦେଶରେ ସର୍ବାଧିକ ଆଦୃତ ସାବୁନ କୁହାଯାଉଛି। ପର୍ସନାଲ କେୟାର ସେକ୍ସନରେ ସାବୁନ ସବୁଠାରୁ ବଡ଼ କ୍ୟାଟେଗରି ଭାବେ ପରିଗଣିତ ହୋଇଥାଏ। ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ(ଏଚ୍‌ୟୁଏଲ୍‌)ର କହିବାନୁଯାୟୀ ସୌନ୍ଦର୍ଯ୍ୟ ଏବଂ ପର୍ସନାଲ କେୟାର ମଧ୍ୟରେ ତୁଳନା କଲେ ଏହା ସ୍ପଷ୍ଟ ହେଉଛି ଯେ, ପର୍ସନାଲ କେୟାର ସେଗ୍‌ମେଣ୍ଟରେ ଦର ସ୍ଥିର ରହିଥିଲା। ତେବେ ଚାହିଦା ହ୍ରାସ କାରଣରୁ କମ୍ପାନୀ ଦର କମାଇବାକୁ ନିଷ୍ପତ୍ତି ନେଇଛି। ଷ୍ଟକ୍‌ ମାର୍କେଟକୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଏଚ୍‌ୟୁଏଲର ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଅଭିବୃଦ୍ଧି ହାର ୭ ମାସର ସର୍ବନିମ୍ନ ସ୍ତରରେ ରହିଛି। ଏହି ସମୟରେ କମ୍ପାନୀର ଅଭିବୃଦ୍ଧି ହାର ୫% ରହିଛି। ଗତ ଆର୍ଥିକ ବର୍ଷର ଏହି ସମୟରେ ଏହା ୧୨% ରହିଥିଲା। କ୍ରମାଗତ ଭାବେ ୨ ତ୍ରୈମାସରେ ଏଚ୍‌ୟୁଏଲ୍‌ର ଅଭିବୃଦ୍ଧି ୧୦ ପ୍ରତିଶତରୁ କମ୍‌ ରହିଛି।
ଅପରପକ୍ଷରେ ୧୭୦ ବର୍ଷର ଆସାମ ଚା ଉଦ୍ୟୋଗ ଉପରେ ଏବେ ମାନ୍ଦାବସ୍ଥା ପ୍ରଭାବ ଦେଖିବାକୁ ମିଳିଛି। ଉତ୍ପାଦନ ଖର୍ଚ୍ଚ ବଢ଼ିବା ଏବଂ ଚା ଦର ସ୍ଥିର ରହିବା କାରଣରୁ ଏହି ଉଦ୍ୟୋଗ ଉପରେ ଏବେ ବିପଦ ମାଡି ଆସିଛି। ଏହି କାରଣରୁ ଏବେ ଆସାମର ଚା’ବଗିଚା ମାଲିକମାନେ ଚାପରେ ରହିଛନ୍ତି। ଉତ୍ପାଦନ ଖର୍ଚ୍ଚ ବୃଦ୍ଧି, ଚାହିଦା କମିବା, ପରିବହନ ଖର୍ଚ୍ଚ ବଢ଼ିବା, ନିଲାମରେ ଉଚିତ ମୂଲ୍ୟ ନ ମିଳିବା ତଥା ଅଚାନକ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ଯୋଗୁ ଏବେ ଆସାମ ଚା ଉଦ୍ୟୋଗ ଝଡ଼ଝଞ୍ଜାର ସମ୍ମୁଖୀନ ହୋଇଛି ବୋଲି ଟି ଆସୋସିଏଶନ ଅଫ୍‌ ଇଣ୍ଡିଆ ସମ୍ପାଦକ ଦିପାଞ୍ଜଳ ଡେକା କହିଛନ୍ତି। ସେ କହିଛନ୍ତି ଯେ, ୨୦୧୪ରେ ଆସାମରେ ଚା’ ନିଲାମ ବେଳେ କେଜି ୧୫୦ ଟଙ୍କା ମିଳୁଥିବା ବେଳେ ରାଷ୍ଟ୍ରୀୟ ସ୍ତରରେ ଏହା ୧୩୦.୯୦ ଟଙ୍କା ଥିଲା। ୨୦୧୮ରେ ମୂଲ୍ୟରେ ସାମାନ୍ୟ ବୃଦ୍ଧି ପାଇ ୧୫୬.୪୩ ଟଙ୍କା ହୋଇଥିବା ବେଳେ ରାଷ୍ଟ୍ରୀୟ ସ୍ତରରେ ଏହା ୧୩୮.୮୩ ଟଙ୍କା ଥିଲା। ଏହି ଅବସ୍ଥାରେ ଏବେ ସେପରି କିଛି ପରିବର୍ତ୍ତନ ହୋଇନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସରକାର ବିରୋଧରେ CJPର ବଡ଼ ଘୋଷଣା: ୫ ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ନୂଆଦିଲ୍ଲୀରେ ବିରୋଧ ମାର୍ଚ୍ଚ କରିବାକୁ ଘୋଷଣା କରିଛି। ଦଳର ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାର ୨୫ ଜୁଲାଇରେ ଦେଶର ଯୁବପିଢ଼ିଙ୍କୁ…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ଚିନିକୁ ନେଇ ଦେଶରେ ହଇଚଇ: ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍‌ ସଂଘ, ଆଗକୁ…

ନୂଆଦିଲ୍ଲୀ,୨୪।୮: ଦେଶରେ ଚିନିର କୌଣସି ଅଭାବ ନାହିଁ ଏବଂ ଆଗାମୀ ଦିନରେ ଖୁଚୁରା ବଜାରରେ ଚିନି ଦର କମିବାର ଆଶା ରହିଛି ବୋଲି ଭାରତୀୟ ଚିନି ମିଲ…

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri