Posted inଜାତୀୟ

ମାନହାନି ମାମଲା:ରାହୁଲ, ୟେଚୁରୀଙ୍କୁ ଜାମିନ

ମୁମ୍ବାଇ,୫।୭(ପି.ଟି.):ଏକ ମାନହାନି ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଗୁରୁବାର କୋର୍ଟରେ ହାଜର ହୋଇ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। କୋର୍ଟ ସେମାନଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ତେବେ ସେମାନଙ୍କ ମାମଲାର ବିଚାର ଚାଲିବ ବୋଲି କହିଛନ୍ତି। ଫେବୃୟାରୀ ମାସରେ ଜାରି ସମନ ଅନୁଯାୟୀ ରାହୁଲ ଓ ୟେଚୁରୀ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମାଜଗାଓଁ-ସଓ୍ବେରୀ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର ହୋଇଥିଲେ। ସେମାନଙ୍କ ବୟାନ ରେକର୍ଡ କରାଯିବା ସହ ସାକ୍ଷ୍ୟପ୍ରମାଣ ସଂଗ୍ରହ କରାଯିବ ବୋଲି ଅଦାଲତ କହିଛନ୍ତି। ପ୍ରତ୍ୟେକଙ୍କୁ ୧୫୦୦୦ ଟଙ୍କା ଲେଖାଏଁ ସିଓରିଟି ବଣ୍ଡରେ କୋଟର୍ର୍ ଜାମିନ ପ୍ରଦାନ କରିଛନ୍ତି। ଖବରଦାତା ଗୌରୀ ଲଙ୍କେଶ ହତ୍ୟା ମାମଲାରେ ଆରଏସ୍‌ଏସ୍‌ ସମ୍ପୃକ୍ତ ବୋଲି ରାହୁଲ ଓ ୟେଚୁରୀ ଅଭିଯୋଗ ଆଣିଥିଲେ। ଆର୍‌ଏସ୍‌ଏସ୍‌ କାର୍ଯ୍ୟକର୍ତ୍ତା ଧ୍ରୁତିମାନ୍‌ ଜୋଷୀ ଉଭୟଙ୍କ ବିରୋଧରେ ମାନହାନି ମାମଲା ଦାଏର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଭେଟିଲେ ଉଦ୍ଧବ ଠାକରେ ସାଙ୍ଗରେ ଥିଲେ ଆଦିତ୍ୟ

ନୂଆଦିଲ୍ଲୀ,୨୧।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ତାଙ୍କ ପୁଅ ଆଦିତ୍ୟ ଠାକରେ ଶୁକ୍ରବାର ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିଛନ୍ତି। ଉଦ୍ଧବଙ୍କ ଏହି...

ପଶ୍ଚିମବଙ୍ଗରେ କୃଷକ ଆନ୍ଦୋଳନ: ନନ୍ଦିଗ୍ରାମରେ ମହାପଞ୍ଚାୟତ କରିବେ ଟିକାଏତ

କୋଲକାତା,୧୩ ।୩: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜକୁ ପ୍ରାୟ ୧୦୦ ଦିନରୁ ଊର୍ଦ୍ଧ୍ୱ ସମୟ ହେବ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନରେ...

ପାକିସ୍ତାନକୁ ଯାଉଥିବା ନଦୀ ଜଳ ଉପରେ ହେବ ସର୍ଜିକାଲ୍‌ ଷ୍ଟ୍ରାଇକ୍‌: ସୂଚନା ଦେଲେ ମୋଦି

କୁରୁକ୍ଷେତ୍ର,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଦାଦରିରେ ଏକ ରାଲିରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ହରିୟାଣା, ପଞ୍ଜାବ...

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଅହମଦାବାଦ୍‌,୨୯।୧୦:ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କ ୯୨ ବର୍ଷ ହୋଇଥିଲା। ନିଃଶ୍ୱସାପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ଗୁରୁବାର ସକାଳେ...

ବସ-ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା: ୭ ଜୀବନ ଚାଲିଗଲା

ଭୋପାଳ,୧।୧୦:ମଧ୍ୟପ୍ରଦେଶର ଭିଣ୍ଡ ଜିଲାରେ ଏକ ବସ ଏବଂ ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୧୩ ଜଣ...

ଆହତଙ୍କୁ ମୃତ ଭାବି ଡାକ୍ତରଖାନା ନେଲା ପୋଲିସ

ଭୋପାଳ,୨୮।୯: ମଧ୍ୟପ୍ରଦେଶର ଭିଣ୍ଡ୍‌ ପୋଲିସର ଗୁରୁତର ଅବହେଳା ଶନିବାର ସାମ୍ନାକୁ ଆସିଛି। ଆହତ ବ୍ୟକ୍ତିଙ୍କୁ ମୃତ ଭାବି ପୋଲିସ ହସ୍ପିଟାଲକୁ ନେଇଥିବା ବେଳେ ତାଙ୍କୁ ଜୀବିତ...

୨ଟି ଆସନରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୩୦।୧: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଚଳିତ ବିଧାନସଭା ନିର୍ବାଚନରେ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଚନ୍ନି ଚମକୌର ସାହିବ ବିଧାନସଭା ଆସନ ବ୍ୟତୀତ...

କେଜରିଓ୍ବାଲଙ୍କ ମାଗଣା ଯାତ୍ରା ଘୋଷଣାକୁ ନେଇ ପ୍ରଶ୍ନ ଉଠାଇଲେ ମହିଳା

ନୂଆଦିଲ୍ଲୀ,୪।୬: ରାଜଧାନୀ ଦିଲ୍ଲୀରେ ମେଟ୍ରୋ ଟ୍ରେନ୍‌ ଓ ସରକାରୀ ବସ୍‌ରେ ଯାତ୍ରା କରୁଥିବା ମହିଳା ଏଣିକି ମାଗଣରେ ଯାତ୍ରା କରିବେ ବୋଲି ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week