ମାଣ ବସେଇଲେ ୧୦୦ ମହିଳା

ଭୁବନେଶ୍ୱର,୬।୧୨(ବ୍ୟୁରୋ):ଲକ୍ଷ୍ମୀପୁରାଣର ବାର୍ତ୍ତାକୁ ବିଶ୍ୱସ୍ତରରେ ପହଞ୍ଚାଇବା ଏବଂ ଯୁବପିଢ଼ି ତଥା ସହରବାସୀଙ୍କ ମଧ୍ୟରେ ମାଣବସା ଗୁରୁବାରର ଲୋକପ୍ରିୟତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ‘ଶ୍ରୀ ଉତ୍ସବ’ ଅନୁଷ୍ଠାନ ପକ୍ଷରୁ ସାର୍ବଜନୀନ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଶହୀଦନଗର ଦୁର୍ଗାପୂଜା ମଣ୍ଡପଠାରେ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମରେ ୧୦୦ରୁ ଊର୍ଦ୍ଧ୍ୱ ମହିଳା ଏକାଠି ବସି ମା’ଙ୍କ ପୂଜାର୍ଚ୍ଚନା ଓ ଆରାଧନା କରିବା ସହ ସମୂହଭାବେ ଲକ୍ଷ୍ମୀପୁରାଣ ପାଠ କରିଥିଲେ। ପରମ୍ପରା ଅନୁଯାୟୀ ଧଳା ଉପରେ ନାଲିଛିଟ ପକା ଶାଢ଼ୀ ପିନ୍ଧି ମୁଣ୍ଡରେ ଓଢ଼ଣା ଦେଇ ମହିଳାମାନେ ସମୂହଭାବେ ମାଣ ବସାଇଥିଲେ। ପିଠାମିଠା, ଫୁଲଫଳ ଦେଇ ପରିବାର, ରାଜ୍ୟ ଓ ଦେଶକୁ ସୁଖ ସମୃଦ୍ଧିରେ ଭରିଦେବାକୁ ମା’ଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ସାର୍ବଜନୀନ ଭାବେ ଲକ୍ଷ୍ମୀପୂଜା କରିବା ପାଇଁ ଓଡ଼ିଶାରେ ୫ମ ଥର ପାଇଁ ‘ଶ୍ରୀ ଉତ୍ସବ’ ଆୟୋଜିତ ହୋଇଥିଲା। ପରିଷ୍କାର ପରିଚ୍ଛନ୍ନ, ମହିଳାମାନଙ୍କୁ ସମ୍ମାନ ଓ ଝୋଟି ଚିତା ମାଧ୍ୟମରେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ‘ଶ୍ରୀ ଉତ୍ସବ’ କମିଟି ଅଧ୍ୟକ୍ଷ ଡ. ରିନା ରାଉତରାୟ ଓ ମୁଖ୍ୟ ଆବାହକ ପିନାକୀ ମହାନ୍ତି କହିଥିଲେ। ଉତ୍ସବର ମୁଖ୍ୟ ଉପଦେଷ୍ଟା ନିଶିକାନ୍ତ ମିଶ୍ର ଓ ଜଗଦାନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨୦୧୪ରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି। ଡିସେମ୍ବର ୧୯ ତାରିଖରେ ଶ୍ରୀଉତ୍ସବର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୧୨ ଘଣ୍ଟିଆ ଗଜପତି ବନ୍ଦ

ପାରଳାଖେମୁଣ୍ଡି,୬।୧୧(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ତାଙ୍କ ବିରୋଧରେ...

ରାଷ୍ଟ୍ରୀୟ ଲୋକ ଅଦାଲତ : ୧୫,୭୭୬ ମାମଲାର ସମାଧାନ ୭୧ କୋଟି ୪୨ ଲକ୍ଷ ଆଦାୟ ନିର୍ଦ୍ଦେଶ

କଟକ ଅଫିସ,୧୫।୧୨- ରାଜ୍ୟର ବିଭିନ୍ନ ସ୍ଥାନରେ ଶନିବାର ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୫,୭୭୬ ମାମଲାର ସମାଧାନ କରାଯାଇଛି। ଏଥିସହ ଏ ବାବଦରେ ୭୧ କୋଟି...

ଖୋଜାପଲ୍ଲୀରେ ଗୁଳିମାଡ଼, କାରଣ ଅସ୍ପଷ୍ଟ

ଖଲ୍ଲିକୋଟ,୭।୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଖୋଜାପଲ୍ଲୀ ଗ୍ରାମରେ ଶନିବାର ସନ୍ଧ୍ୟାରେ ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଛି। ଏଥିରେ ଗ୍ରାମର ନୀଳକଣ୍ଠ ପରିଡ଼ା (୩୬) ଗୁରୁତର...

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌: ପୁଣି ୫ ପରିବାର ଜମି ହସ୍ତାନ୍ତର କଲେ

ପୁରୀ ଅଫିସ,୨୭ା୧୦: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ଜାରି ରହିଛି। ଗତ ୨୧ ତାରିଖରେ ପ୍ରଥମକରି ୫ ପରିବାର ସରକାରଙ୍କୁ ପ୍ରତ୍ୟକ୍ଷ ଜମି ବିକିଥିବାବେଳେ...

୧୫ ଯାଏ ଝଡ଼ବର୍ଷା

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ଆସନ୍ତା ୧୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ଜାରି ରହିବ। ଆସନ୍ତା ୩ରୁ ୪ ଦିନ ଯାଏ ରାଜ୍ୟର...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ହାବିଲଦାରଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

କେନ୍ଦୁଝର/ପାଟଣା,୫।୧୨(ଡି.ଏନ୍‌.ଏ./ସ୍ବ.ପ୍ର.): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର କେନ୍ଦୁଝର ରିଜର୍ଭ ପୋଲିସରେ କାର୍ଯ୍ୟରତ ହାବିଲଦାର ବିଶ୍ୱନାଥ ମହାନ୍ତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। କେନ୍ଦୁଝର...

ଅଲୋଡା ଶିଶୁକନ୍ୟା: ଅନ୍ଧାର ରାତିରେ ଚାଳିଆରୁ ଉଦ୍ଧାର ହେଲା ନବଜାତକ

ସଜନାଗଡ଼, ୮।୮(ଡି.ଏନ.ଏ.)-ଶିଶୁ କନ୍ୟା ପ୍ରତି ଘୃଣା ଭାବ ପୋଷଣ ନ କରିବା ପାଇଁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ସଫଳ...

ଚିଲିକାରୁ ବାହୁଡ଼ିଲେ ବିଦେଶାଗତ ପକ୍ଷୀ

ବାଲୁଗଁ। , ୨୯।୨ (ଡି.ଏନ.ଏ.): ଶୀତର ପ୍ରକୋପ କମି ଆସିବାରୁ ଚିଲିକାରୁ ବିଦେଶାଗତ ପକ୍ଷୀ ଏବେ ଘର ମୁହଁ। ହେବାରେ ଲାଗିଛନ୍ତି। ପ୍ରତ୍ୟାବର୍ତ୍ତନ ପୂର୍ବରୁ ଚିଲିକା...

Advertisement
Archives

Model This Week