ମାଡ଼ି ଆସୁଛି ମହା ମାନ୍ଦାବସ୍ଥା

ଓ୍ବାଶିଂଟନ,୧୦।୬: କରୋନା ଲାଗି ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ବଡ଼ ଝଟକା ଲାଗିଛି। କରୋନା ରୋକିବା ଲାଗି ଯେଉଁ ଶଟ୍‌ଡାଉନ କରାଗଲା ତା’ର ନକାରାତ୍ମକ ପ୍ରଭାବ ବଜାର ଉପରେ ଦେଖାଯାଇଛି। ବିଶ୍ୱ ବଜାରର ଆର୍ଥତ୍କ କାର୍ଯ୍ୟକଳାପ ଲଗାତର ଭାବେ ଖସୁଥିବା ନଜରକୁ ଆସିଛି। ଏଭଳି ବିଭିନ୍ନ କାରଣ ଲାଗି ବିଶ୍ୱ ଅର୍ଥ ବ୍ୟବସ୍ଥା ପ୍ରାୟ ୫.୨% ଖସିଯିବ ବୋଲି ବିଶ୍ୱ ବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି। କୌଣସି ଏକ ମହାମାରୀ ପାଇଁ ଏକ ମାନ୍ଦାବସ୍ଥା ସଙ୍କଟ ଦେଖାଯାଇଛି। ୧୮୭୦ ପରେ ପ୍ରଥମଥର ଲାଗି ଏଭଳି ସ୍ଥିତି ଉପୁଜିଛି ବୋଲି ବିଶ୍ୱ ବ୍ୟାଙ୍କର ସଭାପତି ଡେଭିଡ୍‌ ମାଲ୍‌ପାସ୍‌ କହିଛନ୍ତି। ବିଶ୍ୱ ବର୍ତ୍ତମାନ ସୁଦ୍ଧା ୧୪ଟି ମାନ୍ଦାବସ୍ଥା ସାମ୍ନା କରିଛି। କରୋନା ଯୋଗୁ ବିଶ୍ୱ ସ୍ତରରେ ମୁଣ୍ଡ ପିଛା ଆୟ ୬.୨% ଖସିଯିବା ଆକଳନ କରାଯାଇଛି। ଏହା ୧୯୪୫-୪୬ ପରଠାରୁ ସବୁଠୁ ବଡ଼ ସମସ୍ୟା ସୃଷ୍ଟି ହେବା ନେଇ ଆଶଙ୍କା ରହିଛି। ଏହାବାଦ ବିଶ୍ୱ ଆର୍ଥତ୍କ ମାନ୍ଦାବସ୍ଥାଠାରୁ ପ୍ରାୟ ୨ଗୁଣ ସଙ୍କଟକାରୀ ହୋଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ସୋମବାର ବିଶ୍ୱ ବ୍ୟାଙ୍କର ଗ୍ଲୋବାଲ ଇକୋନୋମିକ ପ୍ରସ୍‌ପେକ୍ଟ ରିପୋର୍ଟ ପ୍ରକାଶ ପାଇଛି। ମାନ୍ଦାବସ୍ଥାର ପ୍ରଭାବ ଗଭୀର ରହିଥିବାରୁ ଏଥିରୁ ବାହାରିବା କଷ୍ଟକର ହେବ। ଏଥିଲାଗି ନୀତି ନିର୍ଦ୍ଧାରକଙ୍କୁ ଅତିରିକ୍ତ ପଦକ୍ଷେପ ହାତକୁ ନେବାର ଆବଶ୍ୟକତା ରହିଛି ବୋଲି ମାଲ୍‌ପାସ୍‌ ମତବ୍ୟକ୍ତ କରିଛନ୍ତି। ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକ ବର୍ତ୍ତମାନର ସମସ୍ୟା ସମାଧାନ କରିବା ଲାଗି ଯେଉଁଭଳି ପଦକ୍ଷେପ ହାତକୁ ନେଇଛନ୍ତି ତାହା ସମସ୍ୟାକୁ ସମାଧାନ କରିବା ଲାଗି ସକ୍ଷମ ହେବ ନାହିଁ। କାରଣ ଏହି ଦେଶଗୁଡ଼ିକରେ ନିଯୁକ୍ତିର ଅଧିକାଂଶ ଅଂଶ ଅଣସଙ୍ଗଠିତ କ୍ଷେତ୍ର ସହ ଜଡ଼ିତ ରହିଛି। ବିକଶିତ ଦେଶଗୁଡ଼ିକର ଆର୍ଥତ୍କ କାର୍ଯ୍ୟକଳାପ ୨୦୨୦ରେ ୭% ଖସିବା ନେଇ ଆଶଙ୍କା କରାଯାଇଛି। ଚାହିଦା, ଯୋଗାଣ, ବାଣିଜ୍ୟ ଏବଂ ଫାଇନାନ୍ସ ଗଭୀର ଭାବେ ପ୍ରଭାବିତ ହେବ।
ନୂଆ ନୂଆ ଅଗ୍ରଗତି କରୁଥିବା ଅର୍ଥ ବ୍ୟବସ୍ଥା ଏବଂ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକ ୬୦ ବର୍ଷ ମଧ୍ୟରେ ପ୍ରଥମଥର ଲାଗି ୨.୫% ଖସିବା ନେଇ ଆଶଙ୍କା ବ୍ୟକ୍ତ କରାଯାଇଛି। ଏହି ସମୟ ମଧ୍ୟରେ ଲୋକଙ୍କର ମୁଣ୍ଡ ପିଛା ଆୟ ୩.୬% ଖସିଯାଇପାରେ। ଫଳରେ ନିୟୁତାଧିକ ଲୋକ ଉତ୍କଟ ଦାରିଦ୍ର୍ୟର ସାମ୍ନା କରିବେ। କରୋନା ଦ୍ୱାରା ବେଶି କ୍ଷତିଗ୍ରସ୍ତ ହୋଇଥିବା ଦେଶଗୁଡ଼ିକ ସାମ୍ନାରେ ନୂଆ ଚ୍ୟାଲେଞ୍ଜ ଆସିବ। ବିଶ୍ୱ ବାଣିଜ୍ୟ, ପର୍ଯ୍ୟଟନ, ରପ୍ତାନି ଭଳି ଅନ୍ୟ କ୍ଷେତ୍ରଗୁଡିକରେ ସମସ୍ୟା ଲାଗି ରହିବ। ବିଶ୍ୱର ବିଭିନ୍ନ ଭାଗରେ ପ୍ରଭାବ ଭିନ୍ନ ଭିନ୍ନ ରହିବ। ହେଲେ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକ ବେଶି ଚାପ ସହିବେ। ସମସ୍ୟାର ସମାଧାନ ଲାଗି ସାରା ବିଶ୍ୱର ଦେଶ ସମୂହ ମିଳିତ ଭାବେ ଲଢ଼ିବାକୁ ହେବ ବୋଲି ବିଶ୍ୱ ବ୍ୟାଙ୍କର ଗ୍ରୁପ୍‌ ଉପସଭାପତି ସେଲା ପାଜାରବାସିଗ୍ଲୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

SBI ଗ୍ରାହକ ସାବଧାନ! ଅକ୍ଟୋବର ୧ରୁ ବଦଳିବ ATM ରୁ ଟଙ୍କା ଉଠାଇବା ନିୟମ, ଦେବାକୁ ପଡିବ ଏକ୍ସର୍ଟା ଚାର୍ଜ…

ନୂଆଦିଲ୍‌ଲୀ,୨୯।୯: ଯଦି ଆପଣ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ…

ସିସିକ୍ୟୁସିରେ ଓଏମ୍‌ସିର ୧୭ଟି ଟିମ୍‌କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର,୨୯।୯: କ୍ୱାଲିଟି ସର୍କଲ ଫୋରମ ଅଫ୍‌ ଇଣ୍ଡିଆ (କ୍ୟୁସିଏଫ୍‌ଆଇ), ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଆୟୋଜିତ ୮ମ ଚାପ୍ଟର କନ୍‌ଭେନ୍ସନ ଅନ୍‌ କ୍ୱାଲିଟି କନ୍ସେପ୍ଟସ (ସିସିକ୍ୟୁସି)-୨୦୨୬ରେ ଓଡ଼ିଶା ଖଣି…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଶେୟାର ବଜାରରେ ହାହାକାର, ବୁଡ଼ିଗଲା ନିବେଶକଙ୍କ ୮ ଲକ୍ଷ କୋଟି

ମୁମ୍ବାଇ,୨୯।୯: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଉତ୍ପନ୍ନ ଭୂ-ରାଜନୈତିକ ଅସ୍ଥିରତା ଗତ କିଛି ସପ୍ତାହ ଧରି ଶେୟାର ବଜାର ପାଇଁ ନକାରାତ୍ମକ ସ୍ଥିତି ସୃଷ୍ଟି କରିଛି ।…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?