ମାଟ୍ରିକ୍‌ ପରୀକ୍ଷାରୁ ଦଳିତ ଛାତ୍ର ବଞ୍ଚିତ ହେବା ମାମଲା: ୩୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଓଏଚ୍‌ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨ା୧୧(ବ୍ୟୁରୋ): ଆଡମିଟ୍‌ କାର୍ଡ ନ ପାଇବାରୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆୟୋଜିତ ୨୦୧୫ ମାଟ୍ରିକ୍‌ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ ଅନୁଗୋଳ ଜିଲା ପାଲଲହଡ଼ା ମହତାବ ହାଇସ୍କୁଲର ଜଣେ ଦଳିତ ଛାତ୍ର। ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଓଡ଼ିଶା ମାନବ ଅଧିକାର କମିଶନ(ଓଏଚ୍‌ଆରସି) ଉକ୍ତ ଛାତ୍ରଙ୍କୁ ୩୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅର୍ଥରାଶି ଦୁଇ ମାସ ମଧ୍ୟରେ ଦେବାକୁ କୁହାଯାଇଛି। କ୍ଷତିପୂରଣ ଅର୍ଥ ପାଲଲହଡ଼ା ମହତାବ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କଠାରୁ ଆଦାୟ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଛାତ୍ରଜଣକ ମେସ୍‌ ଅର୍ଥ ବାକି ରଖିବା କାରଣରୁ ତାଙ୍କୁ ପ୍ରଧାନଶିକ୍ଷକ ଆଡମିଟ୍‌ କାର୍ଡ ଦେଇ ନ ଥିଲେ। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ ଓ ବିଜୟ କୁମାର ପଣ୍ଡା ୨୦୧୫ ଫେବୃୟାରୀ ୨୮ରେ ଓଏଚ୍‌ଆରସିରେ ଅଭିଯୋଗ କରିଥିଲେ। ମେସ୍‌ ଫି ୫ ହଜାର ୩ଶହ ଟଙ୍କା ଥିବାବେଳେ ଛାତ୍ରଜଣକ ୩ହଜାର ଟଙ୍କା ପୈଠ କରିଥିଲେ। ଅର୍ଥାଭାବରୁ ସେ ବଳକା ଟଙ୍କା ଦେଇପାରି ନ ଥିଲେ। ଏନେଇ ପ୍ରଧାନଶିକ୍ଷକଙ୍କୁ ରିପୋର୍ଟ ମଗାଯିବାରୁ ସେ ଅଭିଯୋଗକୁ ଖଣ୍ଡନ କରିଥିଲେ। ଛାତ୍ରଜଣକ ଆଡମିଟ୍‌ କାର୍ଡ ନେବାକୁ ଆସିଲେ ନାହିଁ ବୋଲି ସଫେଇ ଦେଇଥିଲେ। ଏହାକୁ ନେଇ କମିଶନ ପ୍ରଶ୍ନ କରିଥିଲେ ଯେ, ଛାତ୍ରଜଣକ ଯଦି ପରୀକ୍ଷା ଦେବାକୁ ଚାହୁଁ ନ ଥିଲେ ତେବେ ସେ କାହିଁକି ଆଡମିଟ୍‌ କାର୍ଡ ଦିଆଯିବା ପୂର୍ବଦିନ ସ୍କୁଲକୁ ଆସି ମେସ୍‌ ଫି ବାବଦ ଟଙ୍କା ପୈଠ କରିଥିଲେ। ଏପରି କି ତା’ ପରଦିନ ଛାତ୍ରଙ୍କ ମା’ କାହିଁକି ପ୍ରଧାନଶିକ୍ଷକଙ୍କୁ ଫୋନ୍‌ କରିଥିଲେ ବୋଲି କମିଶନ ପ୍ରଶ୍ନ କରି ଜିଲାପାଳ ଓ ଜିଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ତଲବ କରିଥିଲେ। ତେବେ ଛାତ୍ରଙ୍କ ବାପା ଜଣେ ଦିନ ମଜୁରିଆ। ତାଙ୍କର ୪ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଅର୍ଥର ଅଭାବ ରହିଥିଲା। ତାଙ୍କର ଗୋଟିଏ ଝିଅ ଯୁକ୍ତ୨ରେ ପଢ଼ୁଥିଲେ। ତେଣୁ ପୁଅକୁ ପାଠ ପଢାଇବାକୁ ସେ ଚାହୁଁ ନ ଥିଲେ। ଫଳରେ ପୁଅକୁ ଆଡମିଟ୍‌ କାର୍ଡ ନ ଆଣିବାକୁ କହିଥିଲେ ବୋଲି ଜିଲାପାଳ ଓ ଜିଲା ଶିକ୍ଷା ଅଧିକାରୀ ଉତ୍ତର ଦେଇଥିଲେ। ଏହାକୁ ନେଇ କମିଶନ ସନ୍ଦେହ କରିଥିଲେ। ଏଥିରେ ପ୍ରଧାନଶିକ୍ଷକଙ୍କ ଭୁଲ ରହିଥିବା କମିଶନ ସଦସ୍ୟ ବିଚାରପତି ରଘୁବୀର ଦାସ ହୃଦ୍‌ବୋଧ କରିଥିଲେ। ଛାତ୍ରଙ୍କ ମାନବିକ ଅଧିକାର ଉଲ୍ଲଂଘନ ହୋଇଥିବାରୁ ତାଙ୍କୁ କ୍ଷତିପୂରଣ ଦିଆଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ଗେହ୍ଲା ଝିଅ, ନିର୍ଭୟ କଢ଼ି କାର୍ଯ୍ୟକ୍ରମ: ଅଷ୍ଟମ ଶ୍ରେଣୀ ଛାତ୍ରୀ ମାମାଲି ବ୍ରାଣ୍ଡ ଆମ୍ବାସଡର

ଛତ୍ରପୁର,୪ା୧୨(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ମୋ’ ଗେହ୍ଲାଝିଅ ଓ ନିର୍ଭୟ କଢ଼ି କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ ହେଉଛି। କନ୍ୟା ସନ୍ତାନ ଜନ୍ମ ଦେଉଥିତ୍ବା ମା’ମାନଙ୍କୁ ସମ୍ବର୍ଦ୍ଧନା ଦେବା...

ଦିବ୍ୟାଙ୍ଗ ଭାଇଙ୍କୁ ପରିଚୟ ଦେଇଛି ଚିତ୍ରକଳା

କଟକ ଅଫିସ,୯।୮: କଟକ ଯୋବ୍ରା ମଲ୍ଲାସାହି ଅଞ୍ଚଳର ଦୁଇଭାଇ ଶ୍ରୀହର୍ଷ ଶୁକ୍ଲା ଓ ସିଦ୍ଧାର୍ଥ ଶୁକ୍ଲା। ଜନ୍ମରୁ ସେମାନେ କଥା କହିପାରନ୍ତିନି କି ଶୁଣିପାରନ୍ତି ନାହିଁ।...

ରାଜ୍ୟ କ୍ୟାବିନେଟରେ ୧୬ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର,୬।୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଶକ୍ତି, କୃଷି, ସାମାଜିକ ସୁରକ୍ଷା,...

ବାଚସ୍ପତିଙ୍କ ରୁଲିଂକୁ ନେଇ ବିଧାନସଭାରେ ଝଡ଼: ଅପରାହ୍ନ ୩ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ଗୃହର ମଧ୍ୟଭାଗରେ ବିରୋଧୀ ଦଳ ହଙ୍ଗାମା କଲେ ତାହା ଗଣମାଧ୍ୟମରେ ପ୍ରକାଶ ପାଇବ ନାହିଁ। ଶୁକ୍ରବାର ବାଚସ୍ପତି ଦେଇଥିବା ଏଭଳି ରୁଲିଂକୁ ବିରୋଧୀ ଦଳ...

କମ୍ପାନୀରୁ ଚୋରି, ୨ କର୍ମଚାରୀ ଗିରଫ

ଭୁବନେଶ୍ୱର,୧୨ା୮(ବ୍ୟୁରୋ): ଖାରବେଳ ନଗର ଥାନା ଏକ ଘରୋଇ କମ୍ପାନୀରୁ ଲୁହା ଓ ଆଲୁମିନିୟମ ଚ୍ୟାନେଲ ଚୋରି କରୁଥିବାବେଳେ ୨ କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି। ସେମାନେ...

ସମଲେଇ ମନ୍ଦିରରେ ଗମ୍ଭୀରା ଦର୍ଶନ ବନ୍ଦ

ସମ୍ବଲପୁର,୧୭।୩ (ବ୍ୟୁରୋ) ସମ୍ବଲପୁର ସମଲେଇ ମନ୍ଦିରର ଗମ୍ଭୀରା ଦର୍ଶନ ମାର୍ଚ୍ଚ ୩୧ ତାରିଖ ଯାଏ ବନ୍ଦ କରି ଦିଆଯାଇଛି। ତେବେ ଶ୍ରଦ୍ଧାଳୁମାନେ ଗମ୍ଭୀରା ବାହାରେ ରହି...

ହୋଟେଲ ଉତ୍କଳ ଇନ୍‌ ସିଲ୍‌

ଭୁବନେଶ୍ୱର, ୧୭।୮(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର (ଡି.ଏନ୍‌.ଏ.): ଶଟ୍‌ଡାଉନ୍‌ ଓ କଟକଣା ସତ୍ତ୍ୱେ ଭୁବନେଶ୍ୱରରେ ଖୁଲମ୍‌ଖୁଲା ବିକ୍ରି ହେଉଥିଲା ମଦ। ଏହାର ଭିଡିଓ ଭାଇରାଲ ହେବା ପରେ ପୋଲିସ...

ଯବାନଙ୍କ ଗୁଳିରେ ଓ୍ବାଣ୍ଟେଡ୍‌ ମହିଳା ମାଓବାଦୀ ମୃତ

ମାଲକାନଗିରି,୩୧ା୫: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତଓ୍ବୋଡା ଜିଲାର ଗୁମେଲନାଡ ଜଙ୍ଗଲରେ ମାଓବାଦୀ ଦମନ ଅପରେଶନ ବେଳେ ଯବାନଙ୍କ ଗୁଳିରେ ଜଣେ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀଙ୍କ...

Advertisement
Archives

Model This Week