ମାଞ୍ଜାସୂତାରେ ଗୁଡ଼ି ଉଡ଼ାଇବା ନିଷେଧ

କଟକ ଅଫିସ, ୧୧ା୧: କଟକରେ ମାଞ୍ଜାଦିଆ ସୂତା ଗୁଡ଼ିଉଡ଼ା ନିଷେଧ। ଗୁଡ଼ିଉଡାକୁ ପ୍ରଶାସନ ପକ୍ଷରୁ ବନ୍ଦ କରା ନ ଯାଇ ଗୁଡ଼ି ଉଡ଼ା ସମୟରେ କେତେକ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଗୁଡିଉଡା ପାଇଁ ପ୍ରଶାସନ ପକ୍ଷରୁ ୧୦ଟି ସ୍ଥାନ ଚିହ୍ନଟ କରାଯାଇଛି। ସେଗୁଡିକ ହେଲା ବାଲିଯାତ୍ରା ପଡିଆ, ବିଡାନାସୀ ପଡିଆ, ସନ୍‌ସାଇନ ପଡିଆ, କାଠଯୋଡି ପଠା, ଖାନନଗର ପାର୍କ ପଠା, ଓଏମ୍‌ପି ଖେଳପଡିଆ, ପୋତାପୋଖରୀ ନିକଟସ୍ଥ ପଡିଆ, ପଞ୍ଚମୁଖି ହନୁମାନ ମନ୍ଦିର ପାଖ ପଡିଆ, ସିଡିଏ ବିଜୁ ପଟ୍ଟନାୟକ ଛକ ପାଖ ପଡିଆ ଓ ନରାଜ ହେଲିପ୍ୟାଡ ପଡିଆ। ମାଞ୍ଜାସୂତା ବ୍ୟବହାର ନ କରି କଟନ ସୂତାରେ ଗୁଡି ଉଡାଇବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯିବା ସହ ମାତାପିତା ବା ଅଭିଭାବକମାନେ ଘରର ଛାତ ଉପରେ ପିଲାମାନଙ୍କୁ ଗୁଡି ଉଡାଇବା ପାଇଁ ବାରଣ କରିବାକୁ କୁହାଯାଇଛି। ସାଧାରଣତଃ ମକର ସଂକ୍ରାନ୍ତି ଉପଲକ୍ଷେ ଗୁଡି ଉଡା ଅଧିକ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନଙ୍କୁ ମାଞ୍ଜାସୂତା ବିକ୍ରି ନ କରିବା ଓ ମାଞ୍ଜାଦିଆ ସୂତାରେ ଗୁଡି ନ ଉଡାଇବା ପାଇଁ ପିଲାଙ୍କୁ ସଚେତନ କରାଯାଉଛି। ବିଶେଷକରି ବ୍ୟବସାୟୀମାନେ ଚାଇନିଜ୍‌ ମାଞ୍ଜାଦିଆ ସୂତା, ଜୀବନ ନାଶକାରୀ ପ୍ଲାଷ୍ଟିକ ସୂତା, କାଚ ଦିଆ ସୂତା, ଧାରପରି କାମ କରୁଥିବା କାଚ ବା ଧାତୁ ବୋଳା ସୂତା କୌଣସି ପରିସ୍ଥିତିରେ ବିକ୍ରି କରିପାରିବେ ନାହିଁ। ଏଥିରେ ଅବହେଳା କଲେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ। ମାଞ୍ଜାସୂତା ବିକ୍ରି ଓ ବ୍ୟବହାର ସମ୍ପର୍କରେ ଚଢାଉ ଜାରି ରହିବା ସହିତ ଏ ନେଇ ସରକାରଙ୍କ ଏକ ନିର୍ଦ୍ଦେଶାନାମାକୁ ଡିସିପି, କଟକ ମହାନଗର ନିଗମ(ସିଏମ୍‌ସି) କମିଶନର, ଜିଲାର ସମସ୍ତ ଉପଜିଲାପାଳ ଏବଂ ତହସିଲଦାରମାନଙ୍କୁ ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ଖବର! ବଦଳିଲା ସପ୍ଲାଇ ନିୟମ, ସରକାର ହଟାଇଲେ ଜରୁରୀକାଳୀନ ନିୟନ୍ତ୍ରଣ

ନୂଆଦିଲ୍ଲୀ,୫/୭: ମିଡିଲ୍ ଇଷ୍ଟ (ମଧ୍ୟ ପ୍ରାଚ୍ୟ)ରେ ଯୁଦ୍ଧବିରତି ଏବଂ ହୋର୍ମୁଜ୍ ଷ୍ଟ୍ରେଟ୍‌ (Strait of Hormuz) ଦେଇ ସାମୁଦ୍ରିକ ଜାହାଜ ଚଳାଚଳ ପୁଣି ଥରେ ଆରମ୍ଭ ହେବା…

ବର୍ଷା ପାଇଁ ଭଞ୍ଜନଗର ୱାଟର ପାର୍କବନ୍ଦ: ଜଳଭଣ୍ଡାରର ଜଳସ୍ତର ବୃଦ୍ଧି

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ମୌସୁମୀ ବର୍ଷା ଆରମ୍ଭ ହେବା ସହ ଭଞ୍ଜନଗର ୱାଟର ପାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ କମିଯାଇଛି। ଅନ୍ୟପକ୍ଷରେ ପରିଚାଳନା ଖର୍ଚ୍ଚ ବଢ଼ିବା…

୪ ରାଶିଙ୍କ ଶୁଭ ସମୟ ଆରମ୍ଭ! ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ!

ନୂଆଦିଲ୍ଲୀ, ୫ା୭: ୧୯ ଜୁଲାଇରୁ ୪ ରାଶିଙ୍କ ଶୁଭ ସମୟ ଆରମ୍ଭ!ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ! ଦେବଗୁରୁ ବୃହସ୍ପତି ଜୁନ୍ ୧୮…

ଗାଲେରୀ କାଳୀ ମନ୍ଦିରରୁ ବଡ଼ ଧରଣର ଚୋରି; କୋଟି କୋଟି ଟଙ୍କାର ଅଳଙ୍କାର ଲୁଟ୍‌

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ଚୋରି ଓ ଡକାୟତି ଘଟଣା ଦିନକୁ ଦିନ ବଢ଼ୁଥିବା ବେଳେ ରବିବାର ସକାଳେ ଆଉ ଏକ…

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା କରି ଦିଆଯାଉଛି ଦୁର୍ଘଟଣାର ରୂପ

ନୂଆପଡ଼ା,୫।୭ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ କୋଟେନଚୁଆ ପଞ୍ଚାୟତ ତିଲେଇଝର ଗାଁରେ ଶୁକ୍ରବାର ରାତିରେ ଜଣେ ଯୁବକଙ୍କ ଟ୍ରାକ୍ଟରରୁ ପଡି ମୃତ୍ୟୁ ଘଟିଥିବା ଖରିଆର ରୋଡ…

ପୋଡ଼ମପେଟା ପରେ ଏବେ ଆର୍ଯ୍ୟପଲ୍ଲୀ: କୂଳ ଲଙ୍ଘୁଛି ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସମୁଦ୍ର କୂଳ କ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ପୋଡ଼ମପେଟା ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର କୂଳ…

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ଡରାଇଲା IMD ର ଆକଳନ: ଓଡ଼ିଶାକୁ ରେଡ୍‌ ଆଲର୍ଟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ୱର, ୫ା୭(ବନ୍ଦନା ସେଠୀ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ଲଘୁଚାପ ଶନିବାର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri