ମାଛ ପାଇଁ ଶିକ୍ଷକଙ୍କୁ ହତ୍ୟା ଘଟଣା : ଜେଲଗଲେ ୪ ଅଭିଯୁକ୍ତ

ଦେବଗଡ, ୬।୧୧(ଡି.ଏନ.ଏ.) : ଦେବଗଡ ଜିଲା ରିଆମାଳ ଥାନା କଂସର ଫାଣ୍ଡି ଅଧିନ ପାଲୁଣୀପଡା ଗ୍ରାମରେ ଗତ ୩୧ ତାରିଖ ରାତିରେ ଜଣେ ଶିକ୍ଷକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ରିଆମାଳ ଥାନା ପୋଲିସ ୪ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଉକ୍ତ ଗ୍ରାମର ଶ୍ରଦ୍ଧାକର ବାରିକ(୬୧), ନରୋତ୍ତମ ବାଷ(୫୨), ଶିବ ମୁଣ୍ଡା(୨୪) ଓ ରାଜେଶ ବାଘ (୨୪)। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛିା ଖବର ମୁତାବକ ପାଲୁଣୀପଡାର ଶିକ୍ଷକ ଆଶୁତୋଷ ପଟେଲ (୩୫) ଘରଠାରୁ ଅଳ୍ପ ଦୂରରେ ଥିବା ନିଜ ପୋଖରୀରେ ମାଛ ଚାଷ କରିଥିଲେ। ସନ୍ଧ୍ୟା ସମୟରେ କେତେକ ପୋଖରୀରୁ ମାଛ ଚୋରି କରି ନେଉଥିବା ଜାଣିବା ପରେ ଆଶୁତୋଷ ସନ୍ଧ୍ୟାରେ ପୋଖରୀ ଜଗାରଖା କରୁଥିଲେ। ଏହି କ୍ରମରେ ଗତ ୩୧ତାରିଖ ସନ୍ଧ୍ୟା ପ୍ରାୟ ୬ଟାରେ ସେ ନିଜ ପୋଖରୀକୁ ଯାଇଥିଲେ। ତେବେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଆଶୁତୋଷ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ମାତ୍ର ତାଙ୍କର କୌଣସି ସନ୍ଧାନ ନ ପାଇବାରୁ ପୋଖରୀ ପଟକୁ ଯାଇ ଖୋଜାଖୋଜି ସମୟରେ ଆଶୁତୋଷଙ୍କ ଚପଲ ପାଣିର ଭାସୁଥିବା ଦେଖିଥିଲେ। ପୋଖରୀରେ ଖୋଜି କରିବା ସମୟରେ ଆଶୁତୋଷଙ୍କ କ୍ଷତାକ୍ତ ମୃତଦେହ ଉପରେ ଏକ ପଥର ଲଦା ହୋଇଥିବା ଦେଖିବାକୁ ପାଇଥିଲେ। ପୋଖରୀକୁ ମାଛ ଚୋରୀ କରିବାକୁ ଆସିଥିବା ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରି ପୋଖରି ମଧ୍ୟରେ ଫିଙ୍ଗି ଦେଇଥିବା ପରିବାର ଲୋକେ ସନ୍ଦେହ କରି କଂସର ଫାଣ୍ଡିରେ ଅଭିଯୋଗ କରିଥିଲୋ ଅଭିଯୋଗ ଆଧାରରେ ରିଆମାଳ ଥାନା ପୋଲିସ ଘଟଣାର ତଦନ୍ତ କରୁଥିଲାା


Enter your email to get our daily news in your inbox.

All Right Reserved By Dharitri.Com

୫୦ ପରିବାରକୁ କର୍ମ ସଂସ୍ଥାନ ଯୋଗାଇଛନ୍ତି ସୁମନ୍ତ

ରାଜକନିକା, ୩୧ା୧(ଡି.ଏନ.ଏ.): ଉଦ୍ୟମ ଥିଲେ ସଫଳତା ମିଳେ ଏହାକୁ ପ୍ରମାଣ କରି ଦେଖାଇଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ନମତରା ପଞ୍ଚାୟତର ସୁମନ୍ତ ଦାସ। ଏବେ...

ଅନ୍ଧାରରେ ରୁଗୁଡ଼ିକସଡ଼ାବାସୀ

କେନ୍ଦୁଝର,୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ସାହାରପୁର ପଞ୍ଚାୟତ ବଣପାହାଡ଼ଘେରା ରୁଗୁଡ଼ିକସଡ଼ାବାସୀ ସ୍ବାଧୀନତାର ୭୭ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚତ୍ତ...

ଆବାସ ଯୋଜନା ବାଟବଣା: ପ୍ରକୃତ ହିତାଧିକାରିଙ୍କୁ ମିଳୁନି ଗୃହ

ଅତାବିରା, ୧ା୫(ଡି.ଏନ.ଏ.)- ବରଗଡ଼ ଜିଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ଗ୍ରାମାଞ୍ଚଳରେ ଗରୀବ ଶ୍ରେଣୀ ପରିବା ଦୀର୍ଘ ବର୍ଷ ଧରି ପୁଆଳ, ନଡ଼ାରେ ତିଆରି...

ଚିହ୍ନଟକାରୀଙ୍କ ତଣ୍ଟି କାଟିଲେ ଅଭିଯୁକ୍ତ

ଗୋପାଳପୁର, ୨୨ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗ୍ରାମରେ ଗତ ୧୭ ତାରିଖ ରାତିରେ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ଷ୍ଟେଜ ଶୋ’...

ଜୁଆଙ୍ଗଙ୍କ ବିକାଶ ପାଇଁ ଯୋଜନା

ଢେଙ୍କାନାଳ ଅଫିସ,୯।୧୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ଜୁଆଙ୍ଗ ବହୁଳ ଦୁର୍ଗମ ପୁଟିପାଳ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ। ପୂର୍ବ ନିର୍ଦ୍ଧାରିତ...

ବୀର ସଂଗ୍ରାମୀଙ୍କୁ ଝୁରୁଛି ବରୀ ମାଟି: ସ୍ମୃତିପୀଠ, ସଂଗ୍ରାମୀ ଭବନର ପାଚେରୀ ନିର୍ମାଣ ଦାବି

ବରୀ/ରତ୍ନଗିରି,୧୫।୮(ସ୍ବ.ପ୍ର/ଡି.ଏନ୍‌.ଏ.)- ଆଜି ଭାରତବର୍ଷ ୭୩ ତମ ସ୍ବାଧୀନତା ଦିବସ ପାଳନ ନେଇ ଉତ୍ସବମୁଖର ହୋଇଛି। ହେଲେ ଯାଜପୁର ଜିଲା ବୀରମାଟି ବରୀରେ ଚଳିତ ବର୍ଷ ଗୋଟିଏ...

ନକଲି ଡାକ୍ତର ଗିରଫ

ବ୍ରହ୍ମପୁର,୧୭।୭(ସୁବାସ ଚନ୍ଦ୍ର ପାଢ଼ୀ): ଜାଲ୍‌ ସାର୍ଟିଫିକେଟ୍‌ ପ୍ରସ୍ତୁତକରି ନିଜକୁ ଜଣେ ଡାକ୍ତରର ପରିଚୟ ଦେଇ ଡେଙ୍ଗାଉସ୍ତା ଛକଠାରେ ଏକ କ୍ଲିନିକ୍‌ରେ ଚିକିତ୍ସା କରୁଥିବା ଅଭିଯୋଗରେ ଦିଗପହଣ୍ଡି...

ଭେଣ୍ଡିଂ ଜୋନ୍‌ ପାଲଟିଲାଣି ଗାଡ଼ି ପାର୍କିଂ ସ୍ଥଳ

ସୁନାବେଡ଼ା/ସେମିଳିଗୁଡ଼ା, ୨୬ା୧୨ (ସ୍ବ.ପ୍ର.):ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ସୁନାବେଡ଼ା ହାଲ୍‌ ମ୍ୟୁଜିୟମ ସମ୍ମୁଖ ଜାତୀୟ ରାଜପଥ ପାର୍ଶ୍ୱରେ ଭେଣ୍ଡିଂ ଜୋନ୍‌ ନିର୍ମାଣ ହୋଇଥିଲା ତାହା...

Advertisement
Archives

Model This Week