Posted inଜାତୀୟ

ମା’ଙ୍କ ଜଳଖିଆ ଶେଷ ହୋଇ ନ ଥିବାରୁ ଚେନ୍‌ ଟାଣି ଟ୍ରେନ୍‌କୁ ଅଟକାଇଲେ ପୁଅ

ମଥୁରା,୨।୭: ଉତ୍ତରପ୍ରଦେଶର ମଥୁରା ଷ୍ଟେସନରେ ବେଆଇନ ଭାବେ ଚେନ୍‌ ଟାଣିଥିବା ନେଇ ଜଣେ ଯାତ୍ରୀଙ୍କ ଉପରେ ଅଭିଯୋଗ ହୋଇଛି। ରବିବାର ନୂଆଦିଲ୍ଲୀରୁ ହବିବ୍‌ଗଞ୍ଜକୁ ଯାଉଥିବା ଶତାଦ୍ଦୀ ଏକ୍ସପ୍ରେସ୍‌ରେ ମନୀଷ ଅରୋଡା ଓ ତାଙ୍କ ପରିବାର ଯାତ୍ରା କରୁଥିଲେ। ମନୀଷ ଓ ତାଙ୍କ ପରିବାରଙ୍କୁ ମଥୁରା ଷ୍ଟେସନରେ ଓହ୍ଲାଇବାର ଥିଲା। ହେଲେ ଷ୍ଟେସନ ପହଞ୍ଚିବା କିଛି ସମୟ ପୂର୍ବରୁ ମନୀଷ ତାଙ୍କ ମା’ଙ୍କୁ କିଛି ଜଳଖିଆ ଖାଇବାକୁ ଦେଇଥିଲେ। କିନ୍ତୁ ଟ୍ରେନ୍‌ ଷ୍ଟେସନରେ ପହଞ୍ଚିଯାଇଥିବା ବେଳେ ମା’ଙ୍କ ଜଳଖିଆ ସରି ନ ଥିଲା। ଖାଇବା ଶେଷ ହୋଇଗଲା ପରେ ପରିବାରର ସମସ୍ତ ସଦସ୍ୟ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିବେ ବୋଲି ମନୀଷ ଭାବିଥିଲେ। ହେଲେ ହଠାତ୍‌ ଟ୍ରେନ୍‌ଟି ଚାଲୁ ହୋଇଥିବାରୁ ମନୀଷ ଆଉ କିଛି ଭାବି ନ ପାରି ଟ୍ରେନ୍‌ର ଚେନ୍‌କୁ ଟାଣି ଦେଇଥିଲେ। ଏହାପରେ ଟ୍ରେନ୍‌ଟି ଅଟକି ଯାଇଥିଲା ଏବଂ ସେମାନେ ଷ୍ଟେସନରେ ଓହ୍ଲାଇଥିଲେ। ତେବେ ଟ୍ରେନ୍‌ ଅଟକିବା ପରେ ମଥୁରା ଆରପିଏଫ୍‌ର ଏସ୍‌ଏଚ୍‌ଓ ଘଟଣାସ୍ଥଳରେ ପହଞ୍ଚି ମନୀଷଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ସ୍କୁଲ-କଲେଜ୍‌ରେ ହିଜାବ ପିନ୍ଧିବାକୁ ମିଳିବନି ଅନୁମତି

ବେଙ୍ଗାଲୁରୁ,୧୫।୩: ହିଜାବ ବିବାଦକୁ ନେଇ କର୍ନାଟକ ହାଇକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସ୍କୁଲ କଲେଜଗୁଡ଼ିକରେ ହିଜାବ ନିଷେଧାଦେଶର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ...

ଡ୍ରଗ୍ସ୍‌ କାରବାର ନେଇ ବଲିଉଡ୍‌କୁ ବଦନାମ କରାଯାଉଛି: ଜୟା

ନୂଆଦିଲ୍ଲୀ, ୧୫।୯: ଡଗ୍ସ୍‌ କାରବାର ନେଇ ବଲିଉଡ୍‌କୁ ବଦନାମ କରାଯିବାର ଯୋଜନା କରାଯାଉଛି। ମନୋରଞ୍ଜନ ଶିଳ୍ପ ପ୍ରତିଦିନ ୫ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗାଇ...

୧୫୬ ଦେଶ ପାଇଁ ବୈଧ ଇ-ଭିଜା

ନୂଆଦିଲ୍ଲୀ,୧୬ା୩: ୧୫୬ ଦେଶର ନାଗରିକଙ୍କୁ ଦିଆଯାଇଥିବା ସମସ୍ତ ବୈଧ ପାଞ୍ଚ ବର୍ଷର ଇ-ଟୁରିଷ୍ଟ ଭିଜା କରୋନା ମହାମାରୀ ହେତୁ ଦୁଇ ବର୍ଷ ପାଇଁ ସ୍ଥଗିତ ରହିଥିଲା।...

ଜନ୍‌ସନ୍‌ ବେବି ପାଉଡ଼ରରେ କ୍ୟାନସର ସୃଷ୍ଟିକାରୀ ତତ୍ତ୍ୱ: ୩୩ ହଜାର ପାଉଡ଼ର ବଜାରରୁ ଫେରାଇ ନେଲା କମ୍ପାନୀ

ନୂଆଦିଲ୍ଲୀ,୧୯।୧୦: ଜନ୍‌ସନ୍‌ ବେବି ପାଉଡ଼ରରେ କ୍ୟାନସର ସୃଷ୍ଟିକାରୀ ତତ୍ତ୍ୱ ରହିଛି। ଏଥିରେ ଆଜବେଷ୍ଟସ୍‌ ରହିଥିବା ଆମେରିକା ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ୍‌ ଆଡ଼ମିନିଷ୍ଟ୍ରେଶନ୍‌ ଯାଞ୍ଚ୍‌ ରିପୋର୍ଟରେ ଦର୍ଶାଯାଇଛି।...

ଆମେରିକା ଫେରନ୍ତା ଦମ୍ପତିଙ୍କୁ ହତ୍ୟା: ୫ କୋଟି ଲୁଟିଲେ ଚାକର

ଚେନ୍ନାଇ,୯।୫: ଚେନ୍ନାଇର ଏକ ଦମ୍ପତିଙ୍କୁ ହତ୍ୟା ପରେ ୫ କୋଟି ଟଙ୍କାର ସମ୍ପତ୍ତି ଲୁଟ୍‌ ଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଥିରୁ ସମ୍ପୃକ୍ତ ଦୁଇଜଣ...

ନାସାର ମୁଖ୍ୟ ପ୍ରଯୁକ୍ତିବିତ୍‌ ହେଲେ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ,୧୧ା୧: ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍‌ ଆଡମିନିଷ୍ଟ୍ରେଶନ (ନାସା) ଭାରତୀୟ-ଆମେରିକୀୟ ଏ.ସି. ଚରଣିଆଙ୍କୁ ଏହାର ମୁଖ୍ୟ ପ୍ରଯୁକ୍ତିବିତ୍‌ ଭାବେ ନିଯୁକ୍ତି ପ୍ରଦାନ କରିଛି। ସେ ମହାକାଶ...

ଓ୍ବାଜେଙ୍କ ସହଯୋଗୀ ପୋଲିସ ଇନ୍ସପେକ୍ଟର ରିୟାଜ ଗିରଫ

ମୁମ୍ବାଇ, ୧୧।୪: ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ନିକଟରୁ ବିସ୍ଫୋରକ ଭର୍ତ୍ତି କାର ଜବତ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ରବିବାର ନିଲମ୍ବିତ ପୋଲିସ...

ମଦ ନେଲା ୫ ଜୀବନ

ପାଟନା,୧୫।୧: ବିହାରର ନାଳନ୍ଦା ଜିଲା ଅଞ୍ଚଳରେ ଶନିବାର ବିଷାକ୍ତ ମଦ ପିଇ ୫ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏ ନେଇ ପ୍ରଶାସନ ପକ୍ଷରୁ ଘଟଣାର...

Advertisement
Archives

Model This Week