ମାଓବାଦୀଙ୍କ ହିଂସାକାଣ୍ଡ: ୨ ଶ୍ରମିକଙ୍କୁ ନିସ୍ତୁକ ମାଡ

ରାୟଗଡ଼ା ଅଫିସ,୨୨।୧: କିଛି ଦିନର ନୀରବତା ପରେ ପୁଣି ଲାଲବାହିନୀର ବର୍ବରକାଣ୍ଡ। ଠିକା କ୍ୟାମ୍ପରେ ଲଙ୍କାକଣ୍ଡ ଘଟାଇ ରାୟଗଡ଼ା ଜିଲାରେ ପୁଣିଥରେ ନିଜର ଉପସ୍ଥିତିକୁ ଜାହିର କରିଛି ଲାଲ ବାହିନୀ। ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାୟ ୫୦ରୁ ୬୦ ଜଣ ସଶସ୍ତ୍ର ନକ୍ସଲ ଆସି ନିୟମଗିରି ପାହାଡର ବୁଡୁଣୀଠାରୁ ଗୁମ୍ମା ଗ୍ରାମକୁ ହେଉଥିବା ରାସ୍ତା ନିର୍ମାଣକୁ ବିରୋଧ କରିବା ସହ ଠିକା କ୍ୟାମ୍ପରେ ପଶି ଶ୍ରମିକମାନଙ୍କୁ ବନ୍ଧୁକ ମୁନରେ ଭୟଭୀତ କରିଥିଲେ। ପରେ ୨ଜଣ ଶ୍ରମିକଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। କିଛି ସମୟ ପରେ ଠିକା କାମରେ ନିୟୋଜିତ ଥିବା ଦୁଇଟି ଜେସିବି, ଗୋଟିଏ ରୋଲର ଓ ଗୋଟିଏ ମିଚୋର ମେସିନ ପୋଡ଼ି ଦେଇଛନ୍ତି। ଏହାସହ ଘଟଣାସ୍ଥଳରେ ୩ଟି ମାଓବାଦୀ ପୋଷ୍ଟର ଛାଡ଼ି ଯାଇଥିବା ଦେଖିବାକୁ ମିଳିଛି। ଏହାସହ ରାସ୍ତାକାମକୁ ବିରୋଧ କରିବା ସହ ଓ ଉଭୟ ଶ୍ରମିକ ଓ ଠିକାଦାରଙ୍କୁ ହତ୍ୟା ଧମକ ଦିଆଯାଇଛି । ମାଓବାଦୀଙ୍କ ଲଙ୍କାକଣ୍ଡ ପରେ ଉକ୍ତ ଅଞ୍ଚଳରେ କୋକୁଆ ଭୟ ଦେଖା ଦେଇଛି। ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ପୋଲିସ ପହଞ୍ଚି ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଧରାପଡ଼ିଲା ଧଳାଜହର

ଢେଙ୍କାନାଳ ଅଫିସ, ୧୧।୬ ଢେଙ୍କାନାଳ ଜିଲାରେ ବ୍ରାଉନ୍‌ସୁଗାର ର଼୍ୟାକେଟ୍‌ ସକ୍ରିୟ ହୋଇଉଠିଛି। ସହରସ୍ଥିତ ରାମେଶ୍ୱରପୁର ରେଳଧାରଣା ପାର୍ଶ୍ୱରେ ଥିବା ଏକ ସିମେଣ୍ଟ ଗୋଦାମ ନିକଟରୁ ଶୁକ୍ରବାର...

ମୟୂରଭଞ୍ଜ ମହୋତ୍ସବ ପାଇଁ କାର୍ନିଭାଲ ଶୋ’

ବାରିପଦା ଅଫିସ,୨୫।୧୧- ମୟୂରଭଞ୍ଜ ଜିଲାର କଳା ଓ ସଂସ୍କୃତି ନିଆରା। ଏହାର ଏକ ସ୍ବତନ୍ତ୍ର ପରିଚୟ ରହିଛି । ଏହିି କଳା ଓ ସଂସ୍କୃତିର ପ୍ରଚାର...

କୋଭିଡ ଯୋଦ୍ଧାଙ୍କୁ ଭାଜପା ମହିଳା ମୋର୍ଚ୍ଚା ତରଫରୁ କୃତଜ୍ଞତାପତ୍ର

ରାଇକିଆ,୯ା୪(ଡି.ଏନ୍‌.ଏ.)- କରୋନା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ କଟକଣା। ଦୋକାନ ବଜାର ସବୁ ବନ୍ଦ, ରାସ୍ତା ଘାଟ ଶୁନଶାନ। ଏଭଳି ପରିସ୍ଥିତିରେ ବିଭିନ୍ନ ଜରୁରୀ ବିଭାଗର...

ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ବିଭାଗର ଠିକା କର୍ମଚାରୀ

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ନିଯୁକ୍ତି ନିୟମାବଳୀ ବିରୋଧରେ ଠିକା କର୍ମଚାରୀ ସଂଘର ବଡ଼ ଧରଣର ଆନ୍ଦୋଳନ। ରବିବାର ପ୍ରାୟ ୧୦ ହଜାର ଠିକା କର୍ମଚାରୀ ଲୋୟର...

ଏମ୍‌କେସିଜି ମେଡିକାଲରେ ବେଡର ଅଭାବ: ବାରଣ୍ଡାରେ କରୋନା ସନ୍ଧିଗ୍ଧ

ବ୍ରହ୍ମପୁର ଅଫିସ,୩।୮: ଗଞ୍ଜାମ ଜିଲାରେ କରୋନା ବର୍ତ୍ତମାନ ବଢ଼ିବାରେ ଲାଗିଛି। ପ୍ରତିଦିନ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ତେବେ ବ୍ରହ୍ମପୁର ମହାନଗର ନିଗମର...

କ୍ୟାପିଟାଲ ହସ୍ପିଟାଲରେ କରୋନା: ୪୦ ଡାକ୍ତର ପଜିଟିଭ୍‌

ଭୁବନେଶ୍ୱର,୧୯।୧(ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣ ବଢିଚାଲିଛି। ତେବେ କ୍ୟାପିଟାଲ୍‌ ହସ୍ପିଟାଲର ୧୩୦ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୦...

ଆଇଆରଇ କର୍ମଚାରୀଙ୍କ ମୃତ୍ୟୁ, ଘରୋଇ ହସ୍ପିଟାଲ ମାଲିକ, ଡାକ୍ତରଙ୍କୁ ଜେରା

ବ୍ରହ୍ମପୁର ଅଫିସ,୧୭ା୫- ଗେଟବଜାର ଛକସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତିରେ ମାଟିଖାଲ ଆଇଆରଇ ପ୍ଲାଣ୍ଟରେ କାମ କରୁଥିବା ଆର. ଗୋପୀ ରେଡ୍ଡୀ...

ପିଲାଙ୍କ ମନୋବଳ ବଢ଼ାଇବାକୁ ପଡ଼ିବ: ଶ୍ରୀରାମ ପଣ୍ଡା

କୋଭିଡ୍‌ ଯୋଗୁ ଅଫ୍‌ଲାଇନ୍‌ ଶିକ୍ଷା ବନ୍ଦ ହେବାରୁ ଅନ୍‌ଲାଇନ୍‌ ଶିକ୍ଷା ପିଲାଙ୍କୁ ଅଳସୁଆ କରିଦେଇଛି । ଗତ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଶିକ୍ଷାନୁଷ୍ଠାନର...

Advertisement
Archives

Model This Week