Posted inଜାତୀୟ

ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଯବାନ ଆହତ

ବିଜାପୁର,୩୦।୮: ଛତିଶଗଡ଼ର ବିଜାପୁରରେ ଶୁକ୍ରବାର ମାଓବାଦୀଙ୍କ ଦ୍ୱାରା କରାଯାଇଥିବା ଆଇଇଡି ବସ୍ଫୋରଣରେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ(ଡିଆର୍‌ଜି)ର ଜଣେ ହେଡ୍‌ କନଷ୍ଟେବଳ ଏଥିରେ ଆହତ ହୋଇଥିବା ପୋଲିସ କହିଛି। ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ବିଜାପୁରର କୋତବାଲି ଅଞ୍ଚଳରେ ଥିବା ମନମେଲି ଗାଁରେ ଏହି ବିସ୍ଫୋରଣ ହୋଇଛି। ଡିଆର୍‌ଜି ଯବାନ ମାନେ ଯେତେବେଳେ ଉକ୍ତ ଅଞ୍ଚଳ ପରିଦର୍ଶନରେ ବାହାରିଥିଲେ ସେହି ସମୟର ସୁଯୋଗ ନେଇ ମାଓବାଦୀମାନେ ବିସ୍ଫୋରଣ କରିଥିବା କୁହାଯାଉଛି। ରାଜଧାନୀ ରାୟପୁରଠାରୁ ପାଖାପାଖି ୪୫୦ କିଲୋମିଟର ଦୂରରେ ପାଟ୍ରୋଲିଂ ପରେ ଯବାନମାନେ ଯେତେବେଳେ ଗୋରନା ନିକଟରେ ପହଞ୍ଚିଥିଲେ ସେତେବେଳେ ହେଡ୍‌ କନଷ୍ଟେବଳ ନିଲା ଉଦୟ ଅଜାଣତରେ ଏକ ଆଇଇଡି ଉପରେ ପାଦ ପକାଇ ଦେଇଥିଲେ। ଫଳରେ ତାହା ବିସ୍ଫୋରଣ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଗାଇଡଲାଇନ ସହ ଆସିଲା ଅନଲକ୍‌-୩: ଜାଣନ୍ତୁ କ’ଣ ବନ୍ଦ, ଖୋଲା ରହିବ

ନୂଆଦିଲ୍ଲୀ,୨୯।୭: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରାଳୟ ପକ୍ଷରୁ ବୁଧବାର ଅନଲକ୍‌ ୩.୦ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଜୁଲାଇ ୩୧ରେ ଅନଲକ୍‌-୨ ଶେଷ ହେବାକୁ ଥିବା ବେଳେ...

ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ନ କରିପାରି ପ୍ରୟାଗରାଜରେ ସଫ୍ଟ ଲ୍ୟାଣ୍ଡିଂ କଲେ ଯୁବକ

ପ୍ରୟାଗରାଜ,୧୯।୯: ପ୍ରୟାଗରାଜରେ ୩ଦିନରୁ ଜାରି ରହିଥିବା ଡ୍ରାମା ବୁଧବାର ଶେଷ ହୋଇଛି। ଫିଲ୍ମ ସୋଲେରେ ଯେଉଁଭଳି ଧର୍ମେନ୍ଦ୍ର ଟାଓ୍ବାର ଉପରେ ଚଢ଼ି ବାସନ୍ତୀ ସହ ବିବାହ...

ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରଙ୍କୁ ବାସନ୍ଦ କରାଯାଉ: ରାଜନାଥ ସିଂ

ତାସକେଣ୍ଟ୍‌,୪।୧୧: ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରଙ୍କୁ ବାସନ୍ଦ କରାଯାଉ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନେଇ ସୋମବାର ୟୁଜବେକିସ୍ତାନର ତାସକେଣ୍ଟ୍‌ଠାରେ ଆୟୋଜିତ କାର୍ଯ୍ୟକ୍ରମ ଦସ୍ତଲିକ୍‌-୨୦୧୯ରେ ଏହା...

ଭେଣ୍ଟିଲେଟରରେ ଅଜିତ୍‌ ଯୋଗୀ

ରାୟପୁର,୯।୫: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ହୃଦ୍‌ଘାତ ଯୋଗୁ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ରାୟପୁରର ଶ୍ରୀ ନାରାୟଣ ହସ୍ପିଟାଲରେ ଭର୍ତ୍ତି...

ରାହୁଲଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଲେ ମୋଦି

ନୂଆଦିଲ୍ଲୀ, ୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟୁଇଟ୍‌ କରି ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ମୋଦି ରାହୁଲଙ୍କ...

ବିମାନ ଯାତ୍ରା ସମୟରେ ପରଷାଯିବ ଖାଦ୍ୟ

ନୂଆଦିଲ୍ଲୀ,୨୮।୮: କରୋନା କାଳରେ ଘରୋଇ ତଥା ଅନ୍ତର୍ଜାତୀୟ ବିମାନ ଉଡାଣକୁ ନେଇ ଜାରି ହୋଇଥିବା ଏସ୍‌ଓପିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କିଛିଟା ପରିବର୍ତ୍ତନ...

ଲତାଙ୍କ ଦୀର୍ଘ ଜୀବନ କାମନା କଲେ ରାଷ୍ଟ୍ରପତି

ମୁମ୍ବାଇ,୧୮।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ମୁମ୍ବାଇ ଗସ୍ତ କରିଥିବା ବେଳେ ସେଠାରେ ସେ ବଲିଉଡ୍‌ର କୋକିଳ କଣ୍ଠି ଗାୟିକା ତଥା ଭାରତ ରତ୍ନ ଲତା...

ମହିଳାଙ୍କ କାନ୍ଧରେ ଗୁରୁଦାୟିତ୍ୱ: ନିଯୁକ୍ତ ହେଲେ ସିଆର୍‌ପିଏଫ ଶ୍ରୀନଗର ସେକ୍ଟରର ପ୍ରଥମ ମହିଳା ଆଇଜି

ନୂଆଦିଲ୍ଲୀ,୧।୯: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ମୁକାବିଲା କରିବାକୁ ପ୍ରଥମଥର ଜଣେ ମହିଳା ଆଇପିଏସ୍‌ଙ୍କୁ ନିଯୁକ୍ତ କରାଯାଇଛି। ଶ୍ରୀନଗର ସେକ୍ଟରରେ ଆଇପିଏସ୍‌ ଚାରୁ ସିହ୍ନାଙ୍କୁ ସିଆର୍‌ପିଏଫର ଇନସପେକ୍ଟର ଜେନରାଲ(ଆଇଜି)...

Coronavirus Update


Archives

Model This Week

Why Dharitri