ମହୁମାଛି କଥା ମନେ ପଡ଼େ

ଶୁଟିଂ ସମୟରେ ଅନେକ ଘଟଣା କଳାକାରଙ୍କ ମନରେ ସ୍ମୃତି ହୋଇ ରହିଥାଏ। ସେଭଳି କେତୋଟି ଘଟଣାକୁ ସ୍ମରଣ କରନ୍ତି ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ସିନେମା ‘ବିଶ୍ୱରୂପ-ବର୍ଣ୍ଣ ଟୁ ଫାଇଟ୍‌’ରୁ ଓଲିଉଡ୍‌ର ନବାଗତ ତାଲିକାରେ ନିଜର ନାମ ଏଣ୍ଟ୍ରି କରିବାକୁ ଯାଉଥିବା ବିଶ୍ୱରୂପ ମିଶ୍ର।

ମୋର ପ୍ରଥମ ସିନେମାର ଟାଇଟଲ ଗୀତର ଶୁଟିଂ ଫୁଲବାଣୀରେ ହେଉଥାଏ। ସେଥିପାଇଁ ପାହାଡ ଉପରେ ସବୁପ୍ରକାର ବ୍ୟବସ୍ଥା ହୋଇ ସାରିଥାଏ। ସିକୁଏନ୍ସ ଅନୁସାରେ ସ୍ପଟ ବୟ ଧୂଅଁା ଲଗାଇଲେ। ହେଲେ ବିଡମ୍ବନା। ପାହାଡର ଗୋଟିଏ କୋଣରେ ମହୁମାଛି ବସା ଅଛି ବୋଲି ଆମେ କେହି ଜାଣି ନ ଥିଲୁ। ଧୂଅଁା ସଂସ୍ପର୍ଶରେ ଆସିବା ମାତ୍ରେ ମହୁମାଛି ଆମ ଆଡକୁ ମାଡି ଆସିଲେ। ଏହା ଦେଖି ୟୁନିଟ୍‌ର କେତେକ ସଦସ୍ୟ ଦୌଡି ପଳାଇଲେ। ହେଲେ କ’ଣ ହୋଇଛି ବୋଲି ବୁଝିବା ପୂର୍ବରୁ ମହୁମାଛିର ଆକ୍ରମଣର ଶିକାର ହେଲି। ମୋ ମୁହଁ,ହାତ ଫୁଲିଗଲା। ଏପରି ଅବସ୍ଥା ହେଲା ଯେ ସୁସ୍ଥ ହେବାକୁ ମୋତେ ଫୁଲବାଣୀ ସରକାରୀ ହସ୍‌ପିଟାଲରେ ଆଡମିଶନ ହେବାକୁ ପଡିଥିଲା। ସୁସ୍ଥ ହେବା ପରେ ପୁଣି ଥରେ ଶୁଟିଂ ଆରମ୍ଭ ହୋଇଥିଲା। ଏ କଥା ଏବେ ମୋର ମନେ ପଡିଲେ ଶିହରଣ ଖେଳିଯାଏ। ଆଉ ଏକ କଥା। ଏହି ଫିଲ୍ମର ଏକ ଗୀତର ଶୁଟିଂ ପାଇଁ ପ୍ରାୟ ପାହାଡ଼ର ୧୮୦୦ ଫୁଟ ତଳକୁ ଯିବାକୁ ପଡିଥିଲା। ଯେହେତୁ ରାସ୍ତା ବହୁତ ଖରାପ ଥିଲା ଏବଂ ଗାଡି ଯିବାର କୌଣସି ସୁବିଧା ନ ଥିଲା ତେଣୁ କ୍ୟାମେରାମ୍ୟାନ, ନିର୍ଦ୍ଦେଶକ ଏବଂ ୟୁନିଟ୍‌ର ସଦସ୍ୟମାନେ ଚାଲି ଚାଲି ସେଠାକୁ ଯାଇ ଶୁଟିଂ କରିଥିଲୁ। ଗୋଟିଏ କଥା, ଏହି ଫିଲ୍ମଟି ଯେହେତୁ ଆକ୍ସନ ଉପରେ ପର୍ଯ୍ୟବସିତ ତେଣୁ ଏଥିରେ ଅନେକ ଏକ୍ସପେରିମେଣ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଉତ୍ପିଡନ ଅଭିଯୋଗ ଆଣିଲେ ପାୟଲ

ମୁମ୍ବାଇ,୨୦ ।୯: ବଲିଉଡ୍‌ରେ ବିବାଦ ଯେମିତି ଥମିବାର ନାଁ ନେଉନି । ଶନିବାର ନବାଗତା ନାୟିକା ପାୟଲ ଘୋଷ ଚର୍ଚ୍ଚିତ ସେଲିବ୍ରିଟି ଅନୁରାଗ କଶ୍ୟପଙ୍କ ଉପରେ...

ଦୀପିକାଙ୍କ ଆଖିମରା ଦେଖି ପ୍ରିୟାପ୍ରକାଶଙ୍କୁ ଭୁଲିଯିବେ ଦର୍ଶକେ,  ଭିଡିଓ ଭାଇରାଲ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଆଜିକାଲି ଫିଲ୍ମ ‘ଛପାକ୍‌’ର ପ୍ରମୋଶନରେ ବ୍ୟସ୍ତ ରହୁଛନ୍ତି। ଏହି ଅବସରରେ ଦୀପିକା ଫିଲ୍ମର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର...

ରଜନୀକାନ୍ତଙ୍କ ଭବ୍ୟ ବଙ୍ଗଳା: ଦେଖିଲେ ଘଡ଼ିଏ ଚାହିଁବ

ହାଇଦ୍ରାବାଦ: ଦର୍ଶକଙ୍କୁ ଅନେକ ବ୍ଲକବଷ୍ଟର ହିଟ୍‌ ଭେଟିଦେଇଛନ୍ତି ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ କଳାକାର ରଜନୀକାନ୍ତ। ତାଙ୍କୁ ପ୍ରଶଂସକ ଭଗବାନଙ୍କ ଭଳି ପୂଜିଥାନ୍ତି। ବୟସାଧିକ ହୋଇଥିଲେ...

ଧ୍ୟାନଚାନ୍ଦଙ୍କର ବାୟୋପିକ୍‌ରେ ନଜର ଆସିବେ ଈଶାନ,ଜାଣନ୍ତୁ କେବେଠୁ ଆରମ୍ଭ ହେବ ଶୁଟିଂ

ପ୍ରଡ୍ୟୁସର ରୋନି ସ୍କୃବାଲା ୨୦୨୦ ଡିସେମ୍ବରରେ ଘୋଷଣା କରିଥିଲେ କି ଅଭିଷେକ ଚୋବେ ହକି ତାରକା ଧ୍ୟାନଚାନ୍ଦଙ୍କ ଉପରେ ଏକ ବାୟୋପିକ ପ୍ରସ୍ତୁତ କରିବେ ।...

ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର, ଦୁଃଖ ପ୍ରକାଶ କଲେ ଅନୁପମ

ବମ୍ବେ: ଘୋଷଣା ହୋଇଛି ୬୯ତମ ଜାତୀୟ ପୁରସ୍କାର। ଏଥିରେ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନରଗିସ ଦତ୍ତ ଶ୍ରେଷ୍ଠ ଫିଚ୍‌ର ଫିଲ୍ମ ପୁରସ୍କାର...

ସ୍ପେଶାଲ ଗିଫ୍ଟ

ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ପାଇଁ ନଭେମ୍ବର ୧୪ ସବୁବେଳେ ସ୍ମରଣୀୟ ହୋଇ ରହିବ। କାରଣ କ’ଣ ଜାଣନ୍ତି ? ଏହି ଦିନ ଏହି...

ପିଭି ସିନ୍ଧୁଙ୍କ ସହ ଡିନର କଲେ ‘ଦୀପବୀର’

ମୁମ୍ବାଇ: ଟୋକିଓ ଅଲମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ପିଭି ସିନ୍ଧୁଙ୍କ ସହିତ ବଲିଉଡ୍‌ ଷ୍ଟାର ରଣବୀର ସିଂ ଓ ଦୀପିକା ପାଦୁକୋଣଙ୍କ ସହ ଶନିବାର ଏକ...

ଏହି ଦିନଠୁ ଆରମ୍ଭ ହେବ ‘ଆଦିପୁରୁଷ’ର ଆଡଭାନ୍ସ ବୁକିଂ, ୧୦ ହଜାର ଟିକେଟ୍‌ କିଣିଲେ ରଣବୀର, ଜାଣନ୍ତୁ କାରଣ…

ମୁମ୍ବାଇ: ଜୁନ ୧୬ରେ ଅଭିନେତ୍ରୀ କ୍ରିତି ସାନନ ଏବଂ ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ବଡ ପରଦାରେ ମୁକ୍ତିଲାଭ କରିବ। ତେବେ ଏହା ପୂର୍ବରୁ ମଧ୍ୟ...

Advertisement
Archives

Model This Week