Posted inଜାତୀୟ

ମହିଳା ତହସିଲଦାରଙ୍କୁ ଜୀବନ୍ତ ପୋଡିବା ପରେ ଭୟଭୀତ ଅନ୍ୟ କର୍ମଚାରୀ: କାର୍ଯ୍ୟାଳୟରେ ଟାଣିଲେ ଲକ୍ଷ୍ମଣ ରେଖା

ହାଇଦ୍ରାବାଦ,୮।୧୧: ଆନ୍ଧ୍ରପ୍ରଦେଶର କୁରନୁଲ ସ୍ଥିତ ଏକ ଗାଁରେ ତହସିଲଦାରଙ୍କ ମଧ୍ୟରେ ପଶିଛି ଛନକା। ଏମାନେ କାର୍ଯ୍ୟାଳୟରେ ଲକ୍ଷ୍ମଣ ରେଖା ଟାଣି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଆଉ ଏହି ରେଖାକୁ ପାର୍‌ କରିବାକୁ କାହାକୁ ଅନୁମତି ଦିଆଯାଇ ନାହିଁ। ଯଦି କାହାକୁ କିଛି କହିବାର ଅଛି ବା କୌଣସି କାଗଜପତ୍ର ଦେବାର ଅଛି ତେବେ ଉକ୍ତ ବ୍ୟକ୍ତି ରେଖା ବାହାରେ ରହୁଛନ୍ତି। କାରଣ କାଳେ କିଏ କାର୍ଯ୍ୟାଳୟରେ ପଶି ତାଙ୍କୁ ଜୀବନ୍ତ ପୋଡିଦେବ, ସେହି ଡରରେ ସେମାନେ ଏହି ରେଖା ଟାଣିଥିବା କୁହାଯାଉଛି। ସୂଚନାଯୋଗ୍ୟ, ତେଲେଙ୍ଗାନାରେ ମହିଳା ତହସିଲଦାର ବିଜୟା ରେଡ୍ଡୀଙ୍କୁ ଜଣେ ସନ୍ଦିଗ୍ଧ ଜୀବନ୍ତ ପୋଡ଼ିଦେବା ପରେ ସବୁ ତହସିଲଦାରଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଛି। ଏହି ଘଟଣା ପରେ କୁରନୁଲର ମହିଳା ତହସିଲଦାର ଉମା ମାହେଶ୍ୱରୀ ଏତେ ଭୟଭୀତ ହୋଇପଡ଼ିଛନ୍ତି ଯେ, ନିଜ ଚ୍ୟାମ୍ବର ସିଟ୍‌ର କିଛି ଦୂରେ ଏକ ରଶି ବାନ୍ଧି ଦେଇଛନ୍ତି। ଯାହାଫଳରେ ଲୋକମାନେ ତାଙ୍କ ନିକଟକୁ ନ ଆସି ଦୂରରେ ରହି କଥାବାର୍ତ୍ତା କରିପାରିବେ। ଏଥିସହ ତାଙ୍କ ସିଟ୍‌ ସମ୍ମୁଖରେ ଏକ ବଡ଼ ଟେବୁଲକୁ ରଖିଛନ୍ତି। ଯେଉଁ ବ୍ୟକ୍ତିଙ୍କୁ କିଛି କାଗଜପତ୍ର କାର୍ଯ୍ୟ ଥାଏ ସେମାନେ ସେହି ଟେବୁଲ ଉପରେ ରଖିଦେଇଥାନ୍ତି ବୋଲି ଉମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଡୋର ଧରିବ ଶିବସେନା: ଉଦ୍ଧବ ଠାକ୍‌ରେ

ମୁମ୍ବାଇ,୭।୧୦: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଡୋର ଶିବସେନା ଧରିବ। ଜଣେ ଶିବସୈନିକ ହିଁ ମୁଖ୍ୟମନ୍ତ୍ରୀ ଆସନରେ ବସିବେ। ଏନେଇ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ ସୂଚନା ଦେଇଛନ୍ତି।...

ୟୁପି ବିଧାନସଭା ପୂର୍ବତନ ବାଚସ୍ପତିଙ୍କ ପରଲୋକ

ପ୍ରୟାଗରାଜ,୮।୧: ଉତ୍ତରପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ୮୯ ବର୍ଷରେ ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ...

ଭାଜପାକୁ ଟାର୍ଗେଟ କଲା ଶିବସେନା: ଚିରାଗଙ୍କୁ ଆଣି ନୀତିଶଙ୍କୁ ହରାଇବା ହିଁ ମୁଖ୍ୟ ରାଜନୀତି !

ମୁମ୍ବାଇ,୧୧।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପରେ ଶିବସେନା ଭାଜପାକୁ ଟାର୍ଗେଟ କରିଛି। ଶିବସେନା ମୁଖପତ୍ର ସାମନାରେ ପ୍ରକାଶ ପାଇଛି ଯେ, ଭାଜପା ଜାଣିଶୁଣି ଚିରାଗ...

ଆଇସୋଲେଶନ ୱାର୍ଡରେ ପ୍ରସବ: ନବଜାତ ଶିଶୁ କରୋନା ସଂକ୍ରମଣ ମୁକ୍ତ

ନୂଆଦିଲ୍ଲୀ, ୪ ।୪: ଦିଲ୍ଲୀ ସ୍ଥିତ ଏମ୍ସ୍‌ରେ କରୋନା ସଂକ୍ରମିତ ଜଣେ ଡାକ୍ତରଙ୍କ ସ୍ତ୍ରୀ ଆଇସୋଲେଶନ ୱାର୍ଡରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ମହିଳା...

ଟ୍ରମ୍ପ୍‌ଙ୍କୁ ଭେଟିବେନି ବିରୋଧୀ ପ୍ରତିନିଧି

ନୂଆଦିଲ୍ଲୀ,୨୨।୨(ପି.ଟି.): କୌଣସି ବିରୋଧୀ ଦଳ ନେତା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଆନୁଷ୍ଠାନିକ ଭାବେ ଭେଟିବା କାର୍ଯ୍ୟକ୍ରମ ନାହିଁ। ଭାରତ ଗସ୍ତରେ ଆସୁଥିତ୍ବା କୌଣସି ରାଷ୍ଟ୍ରମୁଖ୍ୟଙ୍କୁ...

ଛୋଟ ପିଲାଙ୍କୁ ୨ ଚକିଆରେ ନେବାକୁ ଏବେ ନୂଆ ନିୟମ, ଉଲ୍ଲଂଘନ କଲେ ୧୦୦୦ ଜରିମାନା…

ନୂଆଦିଲ୍ଲୀ, ୧୬।୨ : ଏବେ ଛୋଟ ପିଲାଙ୍କୁ ୨ ଚକିଆ ଯାନରେ ନେବା ପାଇଁ ନୂଆ ଟ୍ରାଫିକ ନିୟମ ଜାରି ହୋଇଛି। ସଡ଼କ ପରିବହନ ଏବଂ...

କରୋନା ମୁକାବିଲା: ସପ୍ତାହେ ପାଇଁ ରାଜସ୍ଥାନ ସୀମା ସିଲ୍‌

ଜୟପୁର, ୧୦।୬: ରାଜସ୍ଥାନରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି କ୍ରମଶଃ ଖରାପ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୩ ଜଣ ନୂଆ...

ସାବଧାନ ଥରେ ହ୍ୟାଲୋ କହିଲେ ଆପଣଙ୍କ ବ୍ୟାଙ୍କ ଖାତା ହୋଇଯିବ ଶୂନ !

ରାଞ୍ଚି,୨୫।୧: ବେଳେବେଳେ କେତେକ ଅଚିହ୍ନା ଲୋକ ମୋବାଇଲ ଯୋଗେ ଆପଣଙ୍କ ବ୍ୟାଙ୍କ ଖାତା ସମ୍ପର୍କରେ କିଛି ସୂଚନା ଦେଇଥାନ୍ତି। ତେବେ ଏଭଳି ଫୋନ୍‌ କଲ୍‌ ଠାରୁ...

Advertisement
Archives

Model This Week