Posted inଜାତୀୟ

ମହିଳା ଡାକ୍ତରଙ୍କୁ ଜାଳିଦେଲେ, ନ୍ୟାୟ ପାଇଁ ସୋସିଆଲ ମିଡିଆରେ କ୍ୟାମ୍ପେନ୍‌ ଆରମ୍ଭ

ହାଇଦ୍ରାବାଦ,୨୯।୧୧: ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଦନଗର ଅଞ୍ଚଳରୁ ଜଣେ ମହିଳା ଡାକ୍ତରଙ୍କ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ସୋସିଆଲ ମିଡିଆରେ ଏକ କ୍ୟାମ୍ପେନ୍‌ ଆରମ୍ଭ କରାଯାଇଛି। ପୋଲିସ୍‌ ମାମଲାର ଯାଞ୍ଚ୍‌ ପାଇଁ ୧୦ ଜଣିଆ ଟିମ୍‌ ଗଠନ କରିଛି। କୁହାଯାଉଛି, ଉକ୍ତ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି। ପ୍ରମାଣ ଲୁଚାଇବାକୁ ତାଙ୍କୁ ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ୨୨ ବର୍ଷୀୟ ଜଣେ ମହିଳା ପଶୁ ଡାକ୍ତର ବୁଧବାର କୋଲ୍ଲୁରସ୍ଥିତ ପ୍ରାଣୀଚିକିତ୍ସାଳୟକୁ ଡ୍ୟୁଟିରେ ଯାଇଥିଲେ। ସେ ଟୋଲ ପ୍ଲାଜା ପାଖରେ ପାର୍କିଂ କରିଥିଲେ। ରାତିରେ ଘରକୁ ଫେରିବାବେଳେ ତାଙ୍କ ସ୍କୁଟି ପଙ୍କଚର ହୋଇଯାଇଥିବା ଦେଖିବାକୁ ପାଇଥିଲେ। ପରେ ନିଜ ଭଉଣୀଙ୍କୁ ଫୋନ୍‌ କରି ଏକଥା କହିଥିଲେ। ସ୍କୁଟି ସେଠି ରଖି କ୍ୟାବ୍‌ରେ ଘରକୁ ଫେରିବାକୁ ଭଉଣୀ ତାଙ୍କୁ କହିଥିଲେ। କିଛି ସମୟରେ ପରେ ଉକ୍ତ ମହିଳାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିବା ଜଣାପଡିଥିଲା। ପରେ ତାଙ୍କ ପରିବାର ଲୋକେ ରାତି ୧୧ଟାରେ ପୋଲିସରେ ମାମଲା ରୁଜୁ କରିଥିଲେ। ପୋଲିସ ବହୁ ଖୋଜାଖୋଜି ପରେ ଗୁରୁବାର ମହିଳାଙ୍କ ଦୁଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସି, ଏସ୍‌ଟି ଆଇନ: ବିନା ତଦନ୍ତରେ ଦାଏର ହୋଇପାରିବ ଏଫ୍‌ଆଇଆର୍‌; ରାୟ ପ୍ରତ୍ୟାହାର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨ା୧୦(ପି.ଟି.): ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଉପଜାତି (ଏସ୍‌ଟି) ଆଇନ ସମ୍ପର୍କିତ ରାୟ ଦେବାର ଦେଢ଼ବର୍ଷ ପରେ ସୁପ୍ରିମକୋର୍ଟ ଏହାକୁ ଆଂଶିକ ଭାବେ ପ୍ରତ୍ୟାହାର...

ଏୟାର ଇଣ୍ଡିଆକୁ ବିକିବା ରାଷ୍ଟ୍ରବିରୋଧୀ, କୋର୍ଟ ଯିବି: ସୁବ୍ରମଣ୍ୟମ

ନୂଆଦିଲ୍ଲୀ,୨୭।୧: : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭାରତର ସରକାରୀ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଇଣ୍ଡିଆକୁ ବିକିବା ପାଇଁ ସରକାର ନିଷ୍ପତ୍ତି...

ଖେଚୁଡି ପ୍ରସ୍ତୁତିଠାରୁ ଆରମ୍ଭ କରି ରୁଟି ବେଲି ପାରନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୧୫।୫: ଲୋକସଭା ନିର୍ବାଚନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଉଛନ୍ତି। ନିକଟରେ ସେ ଦେଇଥିବା ଏକ ସାକ୍ଷାତକାର ଏବେ...

୩.୫ କୋଟି ରେଜିଷ୍ଟ୍ରେଶନ୍‌: ୨ ପ୍ରତିଶତରୁ କମ୍‌ ନେଇଛନ୍ତି ପ୍ରଥର ଡୋଜ୍‌ ଟିକା

ନୂଆଦିଲ୍ଲୀ,୩୦।୪:ସାରା ଦେଶରେ ୧୮ରୁ ୪୪ ବୟସ୍କ ପର୍ଯ୍ୟନ୍ତ ଲୋକଙ୍କୁ ଟିକାକରଣ କାର୍ଯ୍ୟକ୍ରମ ମେ ୧ରୁ ଆରମ୍ଭ କରାଯାଇଛି। ଗତ ଏପ୍ରିଲ ୨୮ରୁ ଟିକା ରେଜିଷ୍ଟ୍ରେଶନ ପ୍ରକ୍ରିୟା...

ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ବିସ୍ଫୋରକ ବୟାନ: ଖରାପ ସ୍ଥିତିରେ ଭାରତୀୟ ଅର୍ଥନୀତି

ନୂଆଦିଲ୍ଲୀ,୨୪ା୮: କେନ୍ଦ୍ର ସରକାରଙ୍କ ଥିଙ୍କ ଟ୍ୟାଙ୍କ କୁହାଯାଉଥିବା ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ନେଇ ଗୁରୁବାର ବିସ୍ଫୋରକ ବୟାନ...

୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଗଠନ ହେଲା ଟାସ୍କ ଫୋର୍ସ

ନୂଆଦିଲ୍ଲୀ,୨୪।୫: ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଏବେଠାରୁ ନିଜର ରଣନୀତି ପ୍ରସ୍ତୁତ କରିବାକୁ ଲାଗିପଡ଼ିଲାଣି। ମଙ୍ଗଳବାର ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ...

ପ୍ରୟାଗରାଜ ହିଂସା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ଘରେ ଚଢିଲା ବୁଲ୍‌ଡୋଜର୍‌

ପ୍ରୟାଗରାଜ,୧୨।୬: ପ୍ରୟାଗରାଜ ହିଂସା ଘଟଣାରେ ଯୋଗୀ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଜାଭେଦ ପମ୍ପଙ୍କ ଘରେ ବୁଲଡୋଜର ଚଢିଛି।...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ପ୍ରଥମ ପ୍ରର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ

ରାଞ୍ଚି,୩୦।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ପ୍ରଥମ ପ୍ରର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ପ୍ରଥମ ପ୍ରର୍ଯ୍ୟାୟରେ ୩୭ ଲକ୍ଷ ୮୩ ହଜାର ୫୫...

Advertisement
Archives

Model This Week