Posted inଖେଳ

ମହିଳା ଟି୨୦: ଭାରତ ସିରିଜ ବିଜୟୀ

ସୁରଟ,୨।୧୦(ପି.ଟି.)- ୧୫ ବର୍ଷୀୟା ସେଫାଳି ବର୍ମାଙ୍କ ଉପଯୋଗୀ ବ୍ୟାଟିଂ ଓ ପୁନମ ଯାଦବଙ୍କ ଦମ୍‌ଦାର ବୋଲିଂ ବଳରେ ଭାରତୀୟ ମହିଳା ଦଳ ମଙ୍ଗଳବାର ଏଠାରେ ଅନୁଷ୍ଠିତ ଚତୁର୍ଥ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୫୧ ରନରେ ପରାସ୍ତ କରିଛି। ଏଥିସହ ୫ ମ୍ୟାଚ୍‌ ବିଶିଷ୍ଟ ଏହି ଟି୨୦ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଛି। ଓଦା ଆଉଟ ଫିଲ୍ଡ ଯୋଗୁ ଖେଳ ଆରମ୍ଭରେ ବିଳମ୍ବ ହୋଇଥିଲା ଓ ମ୍ୟାଚ୍‌କୁ ୧୭ ଓଭର ବିଶିଷ୍ଟ କରାଯାଇଥିଲା। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ୪ ଉଇକେଟ ହରାଇ ୧୪୦ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ସେଫାଳି ସର୍ବାଧିକ ୪୬, ଜେମିମା ରୋଡ୍ରିଗୁଏଜ୍‌ ୩୩, ସ୍ମୃତି ମନ୍ଧାନା ୧୩, ଅଧିନାୟିକା ହରମନପ୍ରୀତ କୌର ୧୬ ରନ କରି ଆଉଟ ହୋଇଥିବା ବେଳେ ଦୀପ୍ତି ଶର୍ମା ୨୦ ଓ ପୂଜା ବସ୍ତ୍ରକାର ୫ ରନ କରି ଅପରାଜିତ ରହିଥିଲା। ଦକ୍ଷିଣ ଆଫ୍ରିକାର ନାଡିନ ଡି କ୍ଲର୍କ ୨ ଉଇକେଟ ନେଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ୭ ଉଇକେଟ ହରାଇ ୮୯ ରନରେ ସୀମିତ ରହି ପରାସ୍ତ ହୋଇଥିଲା। ବୋଲିଂରେ ଭାରତର ପୁନମ ଯାଦବ ୩ ଓ ରାଧା ଯାଦବ ୨ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ସେଲ୍ଫ ଆସୋଲେଶନରେ ରହିବାକୁ କୁହାଯାଇଥିଲା

ଜୋହାନ୍ସବର୍ଗ,୧୯।୩(ପି.ଟି.)- ଭାରତ ଗସ୍ତରୁ ସ୍ବଦେଶ ଫେରିବା ପରେ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ସେଲ୍ଫ ଆସୋଲେଶନରେ ରହିବାକୁ କୁହାଯାଇଥିଲା। କରୋନା ଭାଇରସ ଆତଙ୍କ କାରଣରୁ ଗସ୍ତ ଅଧାରୁ...

ବଳାତ୍କାର ପୀଡିତାଙ୍କ ପାଇଁ କାମ କରନ୍ତି ଏହି ପ୍ରସିଦ୍ଧ କ୍ରିକେଟରଙ୍କ ସ୍ତ୍ରୀ

ଚେନ୍ନାଇ ସୁପର କିଙ୍ଗ୍ସର ଭେଟେରାନ ଖେଳାଳି ଫାଫ ଡୁ ପ୍ଲେସିସ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ଡୁ ପ୍ଲେସିଙ୍କ ସ୍ତ୍ରୀ ଇମାରି ଏକ ଶିଶୁ...

ନିଖତ, ଲଭଲିନା ପଦକ ଫେବରିଟ୍‌

ନୂଆଦିଲ୍ଲୀ,୧୬ା୩ (ପି.ଟି.): ନୂଆଦିଲ୍ଲୀରେ ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଥିବା ବେଳେ ନିଖତ ଜରିନ୍‌ ଓ ଲଭଲିନା ବୋର୍ଗୋହେନ୍‌ ଭାରତର ପଦକ ଫେବରିଟ୍‌ ରହିଛନ୍ତି।...

ବକ୍ସିଂ ଡେ ଟେଷ୍ଟ ପାଇଁ ସିଡ୍‌ଲୀଙ୍କୁ ଡାକରା

ସିଡ୍‌ନୀ, ୧୭।୧୨ (ଏଏଫ୍‌ପି)- ମେଲବୋର୍ନ କ୍ରିକେଟ୍‌ ଗ୍ରାଉଣ୍ଡ (ଏମ୍‌ସିଜି)ଠାରେ ଡିସେମ୍ବର ୨୬ରୁ ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ୨ୟ ମ୍ୟାଚ୍‌ ଆରମ୍ଭ...

ଟିମ୍‌ ଇଣ୍ଡିଆ ପାଇଁ ରେକର୍ଡ ମ୍ୟାଚ୍‌

ଅହମ୍ମଦାବାଦ୍‌,୪।୨: ଆସନ୍ତା ୬ ତାରିଖରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଓହ୍ଲାଇବା କ୍ଷଣି ଏକ ସ୍ବତନ୍ତ୍ର ରେକର୍ଡ କରିବ ଟିମ୍‌...

ପ୍ରିମିୟର ଲିଗ୍‌ରେ ପାସ ମାଷ୍ଟର ରୋଡ୍ରିଙ୍କ ରେକର୍ଡ

ମାଞ୍ଚେଷ୍ଟର,୨୦।୨- ମାଞ୍ଚେଷ୍ଟର ସିଟି ଦଳର ମିଡ୍‌ଫିଲ୍ଡର ରୋଡ୍ରି ପ୍ରିମିୟର ଲିଗ୍‌ର ଏକ ରେକର୍ଡ ଅଧିକାରୀ ହୋଇଛନ୍ତି। ମାଞ୍ଚେଷ୍ଟର ସିଟି ୨-୦ ଗୋଲରେ ଓ୍ବେଷ୍ଟ ହାମକୁ ହରାଇ...

ସୟଦ ମୁସ୍ତାକ ଅଲୀ ଟି୨୦: ଓଡ଼ିଶାର କ୍ରମାଗତ ତୃତୀୟ ପରାଜୟ

ଭୁବନେଶ୍ୱର, ୧୫।୧(କ୍ରୀଡ଼ା ପ୍ରତିନିଧି)- ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି୨୦ ପ୍ରତିଯୋଗିତାରେ ଓଡ଼ିଶା କ୍ରମାଗତ ତୃତୀୟ ପରାଜୟ ବରଣ କରିଛି। କୋଲକାତାର ଇଡେନ ଗାର୍ଡେନରେ...

ଦିଲ୍ଲୀ କ୍ୟାପିଟାଲ୍ସକୁ ୧୬୧ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୧୧।୫: ଆଇପିଏଲ ୨୦୨୨ର ୫୮ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୬୧ ରନ୍‌ର ଟାର୍ଗେଟ୍‌ ଦେଇଛି। ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଖେଲାଯାଉଥିବା ଏହି...

Advertisement
Archives

Model This Week