ମହିଳାଙ୍କ ମଦ ବିରୋଧୀ ସଚେତନତା ଶୋଭାଯାତ୍ରା

ବାହାନଗା,୧୨ା୯(ଡି.ଏନ.ଏ.)-ବାହାନଗା ବ୍ଲକ କୁଚିଆକୋଇଲି ଗ୍ରାମରେ ବୁଧବାର ଅପରାହ୍ନରେ ଚୋରା ମଦ କାରବାର ବିରୋଧରେ ମହିଳାମାନେ ଅଣ୍ଟା ଭିଡିଛନ୍ତି। ମହିଳାମାନେ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ମଦ କାରବାର ରୋକିବା ଲାଗି ଦାବି କରିଛନ୍ତି।
ମହିଳାମାନେ ଅଭିଯୋଗ କରିଛନ୍ତି ଯେ, ଗ୍ରାମରେ ଚୋରାରେ ଦେଶୀ ମଦ ବିକ୍ରି ହେଉଥିବାରୁ ବହୁ ବେକାରୀ ଯୁବକ ଦୈନିକ ସନ୍ଧ୍ୟାରେ ମଦ୍ୟପାନ କରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଗ୍ରାମର ମା’ ମଙ୍ଗଳା ଏସ୍‌ଏଚ୍‌ଜି, ରଘୁନାଥ ଜିୟୁ ଏସ୍‌ଏଚ୍‌ଜି, ଗୁରୁକୃପା ଏସ୍‌ଏଚ୍‌ଜିର ସଦସ୍ୟା ସମେତ ଗ୍ରାମର ଯୁବକ ସଂଘ ଓ ଗ୍ରାମବାସୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରା ଗ୍ରାମର ୩ ନମ୍ବର, ୨ ନମ୍ବର ୱାର୍ଡର ମଙ୍ଗଳା ବଗିଚା ଛକଠାରୁ ବାହାରି ମହାଳିକ ସାହି, ଯେନା ସାହି ଆଦି ଅଞ୍ଚଳ ପର୍ଯ୍ୟନ୍ତ ଯାଇ ଲୋକଙ୍କୁ ସଚେତନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ଗ୍ରାମର ସ୍ନେହଲତା ରାଉତ, ଅନିତା ଉପାଧ୍ୟାୟ, ଶୁଷମା ଉପାଧ୍ୟାୟ, ଊର୍ମିଳା ମହାଳିକ, ସାବିତ୍ରୀ ରାଉତ, ଜୟନ୍ତୀ ବେହେରା, ଶ୍ରୀଧର ରାଉଳ, କମଳାକାନ୍ତ ବେହେରା, ମୁକ୍ତିକାନ୍ତ ବେହେରା, ସୁଦାମ ମହାଳିକ, ମନୋରଞ୍ଜନ ଉପାଧ୍ୟାୟ ପ୍ରମୁଖ ୫୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଦ, ଜୁଆ ଆଡ୍ଡା ଉପରେ ଚଢ଼ାଉ: ୭୦ ହଜାର ଜବତ

ଛତ୍ରପୁର,୧୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଥାନା ପକ୍ଷରୁ ପୋଲିସର ଧରପଗଡ଼ ଜାରି ରହିଛି।  ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଥାନା ପକ୍ଷରୁ ମାସ୍କ ପିନ୍ଦି...

ଡ୍ରେନେଜ୍‌ର ଗାର୍ଡୱାଲ ଭୁଶୁଡ଼ିଲା

ପିପିଲି,୧୨ା୮(ସ୍ବ.ପ୍ର.): ପିପିଲି ପୌରାଞ୍ଚଳର ୧୪ନଂ. ୱାର୍ଡର ସୁଲତାନ ନଗର ମୁଖ୍ୟ ରାସ୍ତାକୁ ଅତିକ୍ରମ କରିଥିବା ଜଇଶପାଟଣା-ଅମାଳଙ୍ଗ ଡ୍ରେନେଜ ତଥା ଖଲାସି ନାଳର ଡାହାଣପଟ ବନ୍ଧ ଉପରେ...

କଠିନ ପରିଶ୍ରମ କେବେ ବୃଥା ଯାଏ ନାହିଁ

ଅନୁଗୋଳ ଅଫିସ,୧୩।୭ – ଅନୁଗୋଳ ଜିଲାର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟରୁ ଚଳିତ ମାଟ୍ରିକ୍‌ ପରୀକ୍ଷାରେ ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିବା ଅନୁଗୋଳ ଜିଲାର...

ବାତ୍ୟା ପରେ ଦୁର୍ଦ୍ଦିନରେ ୩ ପରିବାର: ତୁରନ୍ତ ପାଲ ସହ ପକ୍କାଘର ଯୋଗାଇଦେବାକୁ ଦାବି

ବାଲିଆ,୯।୬: ଫନୀ ବାତ୍ୟାରେ ବାସହୀନ ହୋଇପଡ଼ିଥିବା ବିପନ୍ନ ପରିବାରଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର କରିଥିବା ଘୋଷଣା ବିରିଡ଼ି ବ୍ଲକରେ ଏକପ୍ରକାର...

ବନ୍ଧୁକ ମୁନରେ ୨୦ ଲକ୍ଷ ଟଙ୍କା, ୩୦ ଭରି ସୁନା ଲୁଟ୍‌

ଧର୍ମଗଡ,୧୪।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଭଇରିପାଲି ଗାଁରେ ଏକ ବଡଧରଣ ଡକାୟତି ହୋଇଛି। ସୋମବାର ବିଳମ୍ବିତ ରାତିରେ ସୌରଭ ଜୈନଙ୍କ ଘରୁ ୬ ଜଣ...

ଗୃହରକ୍ଷୀଙ୍କ ବର୍ଦ୍ଧିତ ଦରମା ଲାଗୁ ଦାବି

ବଲାଙ୍ଗୀର ଅଫିସ,୧୮ା୧୦: ଜିଲା କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିବା ଗୃହରକ୍ଷୀମାନଙ୍କ ବର୍ଦ୍ଧିତ ଦରମା...

ଚିନ୍ତା ବଢ଼ାଇଲାଣି ଚୋରା ମଦ

ଖମାର,୨୪।୪(ଡି.ଏନ.ଏ.):  ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡରେ ଚୋରା ଦେଶୀ ବିଦେଶୀ ମଦ କାରବାର ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। କେତେଜଣ ଅସାଧୁ ବ୍ୟବସାୟୀ ଗ୍ରାମାଞ୍ଚଳକୁ ଏହା ଯୋଗାଣ କରୁଥିବାରୁ...

ଡାକ ସେବକଙ୍କ ନାମରେ ଥାନାରେ ଏତଲା

ନାରାୟଣପାଟଣା,୯।୩(ଡି.ଏନ.ଏ.) ନାରାୟଣପାଟଣା ପୋଷ୍ଟ ଅଫିସରୁ ଗତ ୨୫ ତାରିଖରୁ ଜମାକାରୀଙ୍କ ଅର୍ଥ ଚଞ୍ଚକତା କରି ଆତ୍ମସାତ କରି ଫେରାର ଥିବା ଡାକ ସେବକ ବୃନ୍ଦାବନ ଦଳେଇଙ୍କ ବିରୋଧରେ...

Advertisement
Archives

Model This Week