ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ, ସ୍ବାମୀ ଗିରଫ

ରୂପ୍‌ସା, ୩।୧୦(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ କୁରାଡ଼ିହା ପଞ୍ଚାୟତ କୋଇଲିସାହି ଗ୍ରାମର ରାମଚନ୍ଦ୍ର ଦାସଙ୍କ ସ୍ତ୍ରୀ କୁନିଲତା (୨୩) ବୁଧବାର ଫାଶୀ ଦେଇ ମୃତ୍ୟୁ ହେବା ଘଟଣା ଭିନ୍ନମୋଡ଼ ନେଇଛି। ଝିଅକୁ ହତ୍ୟା କରାଯାଇଥିବା ନେଇ କୁନିଲତାଙ୍କ ବାପା ଯୋଗେନ୍ଦ୍ର ସେଠୀ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ଗୁରୁବାର ଏକ ମାମଲା (ନଂ. ୨୮୭/୧୯) ରୁଜୁ ହୋଇଛି। ଆଇଆଇସି ଧନେଶ୍ୱର ସାହୁ କୁନିଲତାଙ୍କ ସ୍ବାମୀ ରାମଚନ୍ଦ୍ରଙ୍କୁ ଗିରଫ କରିଛନ୍ତି।
ଗତ ଜୁନ୍‌ ମାସରେ କୁନିଲତାଙ୍କ ସହ ରାମଚନ୍ଦ୍ରଙ୍କ ବିବାହ ହୋଇଥିଲା। ବିବାହର ୪ମାସ ମଧ୍ୟରେ କୁନିଲତାଙ୍କ ସ୍ବାମୀ ରାମଚନ୍ଦ୍ର, ଦେଢ଼ଶୁର, ଯାଆ ଓ ଶ୍ୱଶୁର ବିଭିନ୍ନ ସମୟରେ ଯୌତୁକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। କୁନିଲତା ଶାଶୁ ଘରେ ଫାଶୀ ହୋଇ ମୃତ୍ୟୁବରଣ କରିଥିବା ଖବର ପ୍ରଚାରିତ ହେବା ପରେ ପୋଲିସ ପହଞ୍ଚତ୍ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା। ଝିଅର ସନ୍ଦେହଜନକ ମୃତ୍ୟୁକୁ ନେଇ ତାଙ୍କ ବାପା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଘଟଣାର ସତ୍ୟାସତ୍ୟ ଜାଣିବା ଲାଗି ପୋଲିସ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନ ପାଳନ କରିବାକୁ ଯାଉଥିବା ବେଳେ ଦୁର୍ଘଟଣା

କୋକସରା,୨୮ା୩(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ମାଝିଗୁଡା-କୋକସରା ରାସ୍ତାରେ ସୋମବାର ୩ଜଣ ଛାତ୍ରୀ ଏକ ସ୍କୁଟିରେ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଛନ୍ତି। ଫଳରେ...

ଗୋଟିଏ ବି ସରିଲାନି ମେଗା ଜଳଯୋଗାଣ ପ୍ରକଳ୍ପ

ଯାଜପୁର ଅଫିସ,୨୮।୧୨: ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ(ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟର ୮ ଜିଲାର ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ପାଇଁ ପାନୀୟ...

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ଭିଜିଲାନ୍‌ସ ତଦନ୍ତ ଦାବି

ହାଟଡିହୀ,୧୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାଟଡିହୀଠାରୁ ପନ୍ଦାଡୋ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣାଧୀନ ରାସ୍ତା କାମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି...

ପେଟାଗୁଡ଼ା ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଜି.ଉଦୟଗିରି,୩ା୯(ଡି.ଏନ.ଏ.)- ଜି.ଉଦୟଗିରି ପୋଲିସ ମଙ୍ଗଳବାର ଜି.ଉଦୟଗିରିଠାରୁ ୩ କିମି ଦୂର ଲାଣ୍ଡା ନିକଟସ୍ଥ ପେଟାଗୁଡ଼ା ଜଙ୍ଗଲରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତ...

ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ବାଲେଶ୍ୱର ଗସ୍ତ: ‘ମୋ ସରକାରକୁ’ କ୍ରିୟାଶୀଳ ଲାଗି ସମୀକ୍ଷା

ବାଲେଶ୍ୱର ଅଫିସ,୪।୨: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ମଙ୍ଗଳବାର ବାଲେଶ୍ୱର ଗସ୍ତ କରିଛନ୍ତି। ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲାରେ ଅପରାଧ ହ୍ରାସକରିବା ବିଶେଷ କରି...

ଦଣ୍ଡାଧାର ଡ୍ୟାମରେ ବୁଡ଼ି ସହକାରୀ ମତ୍ସ୍ୟ ଅଧିକାରୀ ମୃତ

କାମାକ୍ଷାନଗର,୨୦ା୪- ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା ଦଣ୍ଡାଧାର ଡ୍ୟାମରେ ବୁଡ଼ି କଙ୍କଡାହାଡ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଧନଞ୍ଜୟ ହେମ୍ବ୍ରମ(୫୯)ଙ୍କ ମୃତ୍ୟୁ ଘଟିଛି । କଙ୍କଡାହାଡ...

ଲକ୍‌ଡାଉନ ପ୍ରଭାବ: ଅମଳ ଆଖୁ ବିକିପାରୁନି ଚାଷୀ

ଖପ୍ରାଖୋଲ, ୨୦ା୪(ଡି.ଏନ.ଏ.): କରୋନା ସଂକ୍ରମଣ ରୋକିବାକୁ ସାରାଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାର ପ୍ରଭାବ ଲୋକଙ୍କ ଜୀବନଜୀବିକା ଉପରେ ପଡିଛି। ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ...

ଆଜି ଭୋର୍‌ ୪ଟାରୁ ଗୋବିନ୍ଦ ସାହୁଙ୍କୁ ନେଇଗଲେ, ସକାଳ ୮ରେ କୋର୍ଟରେ କଲେ ହାଜର

ବଲାଙ୍ଗୀର ଅଫିସ,୨୫ା୧୦: ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବଲାଙ୍ଗୀର ପୋଲିସ ସୋମବାର ଭୋର୍‌ ୪ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ...

Advertisement
Archives

Model This Week