ମହିଳାଙ୍କୁ ତିନି ତଲାକ୍‌ : ୪ ମାସର ଶିଶୁକନ୍ୟାଙ୍କୁ ଧରି ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ

ଭୋଗରାଇ,୧୨ା୮(ଡି.ଏନ୍‌.ଏ.): ମୁସଲିମ୍‌ ଆଇନରେ ତିନି ଥର ତଲାକ୍‌ ଉଚ୍ଚାରଣ କରି ଛାଡ଼ପତ୍ର ଦେବା ବେଆଇନ ଓ ଦଣ୍ଡନୀୟ ଅପରାଧ ବୋଲି ନିକଟରେ ଆଇନରେ ପରିଣତ ହୋଇଛି। ଏଥିରେ ତିନିତଲାକ କହୁଥିବା ବ୍ୟକ୍ତିଙ୍କୁ ୩ବର୍ଷ ଜେଲ୍‌ ଦଣ୍ଡାଦେଶର ବ୍ୟବସ୍ଥା ରହିଛି। ଏହା ସତ୍ତ୍ୱେ ମଧ୍ୟ କେତେକ ଲୋକ ଏବେ ବି ପୂର୍ବଭଳି ସ୍ତ୍ରୀଙ୍କୁ ନିର୍ଯାତନା ଦେଇଆସୁଛନ୍ତି। ଏଭଳି ଏକ ଘଟଣା ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରେ ରବିବାର ଦେଖିବାକୁ ମିଳିଛି। ଜଣେ ମୁସଲିମ୍‌ ମହିଳାଙ୍କୁ ତାଙ୍କ ସ୍ବାମୀ ୩ ଥର ଉଚ୍ଚାରଣ କରି ରବିବାର ତଲାକ୍‌ ଦେଇଛନ୍ତି। ଏନେଇ ମହିଳାଜଣକ ୪ ମାସର ଶିଶୁକନ୍ୟାକୁ ଧରି ନ୍ୟାୟ ପାଇଁ ଭୋଗରାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ସୁନାଧରବସାଣ ଗ୍ରାମର ଏହି ମହିଳା ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ବାପଘରୁ ୫୦ହଜାର ଟଙ୍କା ଆଣିବା ସକାଶେ ତାଙ୍କ ସ୍ବାମୀ ଓ ଶାଶୁଘର ଲୋକେ ବହୁଦିନରୁ ଦାବି କରି ଆସୁଥିଲେ। ତାଙ୍କ ବାପା ଗରିବ ହୋଇଥିବାରୁ ଦାବି ମୁତାବକ ଟଙ୍କା ଦେଇ ପାରି ନ ଥିଲେ। ଏଥିଲାଗି ସ୍ବାମୀ ଓ ଶାଶୁ ଘର ଲୋକେ ତାଙ୍କୁ ବିଭିନ୍ନ ସମୟରେ ମାରଧର କରି ନିର୍ଯାତନା ଦେଉଥିଲେ। ବାପଘରୁ ଟଙ୍କା ନ ଆଣିଲେ ତାଙ୍କୁ ତଲାକ୍‌ ଦେବେ ବୋଲି ତାଙ୍କ ସ୍ବାମୀ ମଧ୍ୟ ଧମକ ଦେଇଥିଲେ। ରବିବାର ପୂର୍ବାହ୍ନରେ ତାଙ୍କ ସ୍ବାମୀ ଗଁାରେ ଥିବା ମସ୍‌ଜିଦ୍‌ ନିକଟକୁ ଡାକି ନେଇ ତିନି ଥର ତଲାକ ଉଚ୍ଚାରଣ କରିଥିଲେ। ସେ ନେହୁରା ହୋଇଥିଲେ ମଧ୍ୟ ତାଙ୍କ କଥା ଶୁଣି ନ ଥିଲେ। ପରେ ଘରୁ ତଡି ଦେବାରୁ ସେ ନିରୁପାୟ ହୋଇ ୪ ମାସର ଶିଶୁକନ୍ୟାକୁ ଧରି ଘରୁ ଚାଲିଆସିଛନ୍ତି। ଏ ସମ୍ପର୍କରେ ଥାନା ଆଇଆଇସି ନରେନ୍ଦ୍ର କୁମାର ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ମହିଳାଙ୍କଠାରୁ ଲିଖିତ ଅଭିଯୋଗ ରଖାଯାଇଛି। ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦାସ କହିଛନ୍ତି। ଶନିବାର ଅନ୍ୟ ଏକ ଘଟଣାକ୍ରମରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମୁସଲିମ ବସ୍ତିର ଜଣେ ମହିଳାଙ୍କୁ ଯୌତୁକ ଦାବିରେ ତାଙ୍କ ସ୍ବାମୀ ଫୋନ୍‌ରେ ତିନି ତଲାକ ଦେବାକୁ ଧମକ ଦେଇଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା (ନଂ.୨୬୧/୨୦୧୯) ରୁଜୁ କରି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ନୟାଗଡ଼ ଅଫିସ,୪।୧୦: ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଦ୍ୱିତୀୟ ମହଲା ସାଧାରଣ ଓ ବିବିଧ ଉପବିଭାଗ ( ଜେନେରାଲ ଆଣ୍ଡ ମିସ୍‌ ସେକ୍ସନ)ରେ ଶୁକ୍ରବାର...

ରକ୍ତ ଜୁଡୁଜୁଡୁ ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର

କେନ୍ଦ୍ରାପଡା ଅଫିସ,୨୨।୨: କେନ୍ଦ୍ରାପଡା ଜିଲା ଗରଦପୁର ବ୍ଲକ ସାନଅଢ଼ଙ୍ଗା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଅମୀୟ ରଞ୍ଜନ ସାହୁଙ୍କୁ ସୋମବାର ରାତିରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଗୁରୁତର...

ଚାକିରିରୁ ଅବସର ନେବା ପରେ ଶରୀର ଦାନ କଲେ ଶିକ୍ଷକ

ମାଲକାନଗିରି,୩୧।୧(ଡି.ଏନ୍‌.ଏ.): ଚାକିରିରୁ ଅବସର ନେବା ଦିନ ରକ୍ତଦାନ ସହ ନିଜ ଶରୀର ଦାନ କରିଛନ୍ତି ଜଣେ ଶିକ୍ଷକ। ଶିକ୍ଷକଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।...

ଚପିଯାଉଛି ସିଏମ୍‌ସିର ଦୁର୍ନୀତି

କଟକ ଅଫିସ, ୨୪।୯: କଟକ ମହାନଗର ନିଗମ(ସିଏମ୍‌ସି)ରେ ବହୁ ଦୁର୍ନୀତି ଲୋକଲୋଚନକୁ ଆସିଛି। ସେନେଇ ତଦନ୍ତ ହେବା ସହ ମାମଲା ବି ରୁଜୁ ହୋଇଛି। ହେଲେ...

ସ୍ବର୍ଗଦ୍ବାରରେ ବିଚାରପତିଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ ଅଫିସ, ୩।୯: କଟକ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ ଝିଅ ପ୍ରୀତିସ୍ନିଗ୍ଧା...

ତଦନ୍ତ କରିବାକୁ ଯାଇ ମାଡ଼ ଖାଇଲା ପୋଲିସ

ଜଗତ୍‌ସିଂହପୁର ଅଫିସ/ରାହାମା,୨।୭ (ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନା ରାହାମାର ତେରମାଣପୁର(ବାଲିସାହି) ଗଁାରେ ଏକ ଚୋରି ଘଟଣାରେ ଗୁରୁବାର ପୋଲିସ ତଦନ୍ତ କରିବାକୁ ଯାଇଥିବାବେଳେ ଆକ୍ରମଣର...

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ: ଢେଙ୍କାନାଳ ଜିଲାରେ ପାସ୍‌ ହାର ୭୨.୦୨%

ଢେଙ୍କାନାଳ ଅଫିସ, ୨୨।୫- ପ୍ରକାଶ ପାଇଛି ମାଟ୍ରିକ୍‌ ପରୀକ୍ଷା ଫଳ। ଢେଙ୍କାନାଳ ଜିଲାରେ ପାସ୍‌ ହାର ରହିଛି ୭୨.୦୨%। ପରୀକ୍ଷା ଦେଇଥିବା ୧୬,୮୨୦ ଛାତ୍ରୀଛାତ୍ରଙ୍କ ମଧ୍ୟରୁ...

ଜୀବନ ବଞ୍ଚାଉଛି ଚୁଆପାଣି

କପ୍ତିପଦା,୨୯ା୪(ଡି.ଏନ୍‌.ଏ.)- ମୟୂୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ଶରତ ପଞ୍ଚାୟତର ଅଶ୍ୱକୋଟୀ ସାରଜମଡ଼ି ଗ୍ରାମ ଏବେ ବି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଛି। ଏଠାରେ ବାସ...

Advertisement
Archives

Model This Week