ମହାଲେଖା ନିୟନ୍ତ୍ରକ ଭାବେ ଦାୟିତ୍ୱ ନେଲେ ଜେପିଏସ୍‌ ଚାଓ୍ବଲା

ନୂଆଦିଲ୍ଲୀ,୧୭-୧୦: ଅର୍ଥମନ୍ତ୍ରଣାଳୟ ବ୍ୟୟ ବିଭାଗର ନୂତନ ମହାଲେଖା ନିୟନ୍ତ୍ରକ ଭାବେ ଜେପିଏସ୍‌ ଚାଓ୍ବଲା କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେ୧୯୮୫ ବ୍ୟାଚ୍‌ ଭାରତୀୟ ସିଭିଲ ଲେଖା ସେବା ଅଧିକାରୀ। ଚଳିତ ବର୍ଷ ସେପ୍ଟେମ୍ବର ୧ରୁ ସେ ସିଜିଏ ଭାବେ କାର୍ଯ୍ୟ କରି ଆସୁଛନ୍ତି। ସେ ଦିଲ୍ଲୀ କଲେଜ ଅଫ ଇଞ୍ଜିନିୟରିଂରୁ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ କରିଥିଲେ। ସିଭିଲ ସେବାକୁ ଆସିବା ପୂର୍ବରୁ ସେ ଇଞ୍ଜିନିୟରିଂ ଇଣ୍ଡିଆ ଲିମିଟେଡରେ କାର୍ଯ୍ୟ କରିଛନ୍ତି। ୩୪ ବର୍ଷର କ୍ୟାରିୟରରେ ସେ ପ୍ରସାର ଭାରତୀ, ସହର ବିକାଶ, ନାଗରିକ ଉନ୍ନୟନ, ପର୍ଯ୍ୟଟନ ଏବଂ କୃଷି ଭଳି ଅନେକ ମନ୍ତ୍ରଣାଳୟ ଓ ବିଭାଗରେ କାର୍ଯ୍ୟ କରିଛନ୍ତି। ଏହାବାଦ ଦିଲ୍ଲୀ ବିକାଶ ପ୍ରାଧିକରଣ, ଇନ୍ଦ୍ରପ୍ରସ୍ତ ପାଓ୍ବାର ଜେନେରେଶନ କମ୍ପାନୀ ଲିମିଟେଡ ଓ ପ୍ରଗତି ପାଓ୍ବାର ଲିମିଟେଡରେ କାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ପହିଲାରୁ ହେବାକୁ ଯାଉଛି ଏସବୁ ପରିବର୍ତ୍ତନ: ଜାଣନ୍ତୁ ଆପଣଙ୍କ ଉପରେ ପଡ଼ିବ କି ପ୍ରଭାବ..

ନୂଆଦିଲ୍ଲୀ,୨୯।୧୧: ବର୍ଷର ଶେଷ ମାସ ଅର୍ଥାତ ଡିସେମ୍ବରରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଏଲ୍‌ପିଜି ଗ୍ୟାସ ସିଲିଣ୍ଡରଠାରୁ ଆରମ୍ଭ କରି ଅନ୍‌ଲାଇନ୍‌ ଟ୍ରାନ୍ଜାକ୍ସନ ଉପରେ ଏହି...

ଉଚ୍ଚ ଟିକସ ପ୍ରସଙ୍ଗ ପୁଣି ଉଠାଇଲେ ଟ୍ରମ୍ପ

ନୂଆଦିଲ୍ଲୀ,୨୨-୨: ଭାରତ ଆମେରିକା ସାମଗ୍ରୀ ଉପରେ ବୃହତ୍‌ ପରିମାଣର ଟିସକ ଲାଗୁ କରୁଥିବାରୁ ଏହା ଦ୍ୱାରା ବାଣିଜ୍ୟ ପ୍ରଭାବିତ ହେଉଛି ବୋଲି ଭାରତ ଗସ୍ତ ପୂର୍ବରୁ...

ମାଗଣା ଯାତ୍ରା ସୁବିଧା ବନ୍ଦ କଲା ଏୟାର ଇଣ୍ଡିଆ, ସରକାରୀ ବାବୁ ଏବେ କିଣିବେ ଟିକଟ…

ନୂଆଦିଲ୍ଲୀ,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ତୁରନ୍ତ ଏୟାର ଇଣ୍ଡିଆର ବକେୟା ଦେୟ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା...

ଫେସବୁକ୍‌ ଉପରେ ଲାଗିବ ୩୪ ହଜାର କୋଟି ଜରିମାନା

ଓ୍ବାଶିଂଟନ,୧୩-୭: ଆମେରିକା ରେଗୁଲେଟର ଫେଡେରାଲ ଟ୍ରେଡ କମିଶନ(ଏଫ୍‌ଟିସି) ଡାଟା ଲିକ୍‌ ମାମଲାରେ ଫେସବୁକ୍‌ ଠାରୁ ୫ ବିଲିୟନ ଡଲାର( ପ୍ରାୟ ୩୪ ହଜାର କୋଟି ଟଙ୍କା)...

ପରଟା ପରେ ଏବେ ପପ୍‌କର୍ଣ୍ଣ ଉପରେ ଲାଗିଲା ୧୮% ଜିଏସ୍‌ଟି

ନୂଆଦିଲ୍ଲୀ,୨୬।୬: କର୍ଣ୍ଣାଟକରେ ମାଲାବାର ପରଟା ଉପରେ ୧୮% ଜିଏସ୍‌ଟି ଲଗାଯାଇଥିଲା। ଏବେ ଗୁଜରାଟରେ ପପ୍‌କର୍ଣ୍ଣ ଉପରେ ୧୮% ଜିଏସ୍‌ଟି ନେଇ ବିଜ୍ଞପ୍ତି ଦିଆଯାଇଛି। ଏହାକୁ ନେଇ...

କେନ୍ଦ୍ର ଶାସିତ ଅଞ୍ଚଳରେ ବିତରଣ କମ୍ପାନୀ ଘରୋଇକରଣ

ନୂଆଦିଲ୍ଲୀ,୧୭।୫ କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟୁତ୍‌ କମ୍ପାନୀଗୁଡିକ ଘରୋଇକରଣ ହେବ ବୋଲି ଜଣାପଡ଼ିଛି। ଲୋକଙ୍କୁ ଉନ୍ନତ ସେବା ଯୋଗାଣ ଲକ୍ଷ୍ୟରେ ଏଭଳି ପଦକ୍ଷେପ ହାତକୁ ନିଆଯାଉଛି।...

ଟେଲିକମ୍‌ର ବିକାଶ ପାଇଁ ୫ବର୍ଷିଆ ଯୋଜନା

ନୂଆଦିଲ୍ଲୀ,୨୧।୨: ଦେଶକୁ ଆଧୁନିକ ଓ ବିକାଶଶୀଳ ରାଷ୍ଟ୍ରରେ ପରିଣତ କରିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଫଳରେ ଦେଶର ଆବଶ୍ୟକତା ପୂରଣ ହୋଇପାରୁଥିବା ପରିମାଣର...

ଜୁଲାଇରେ ଗାଡ଼ି ବିକ୍ରି ୧୯ବର୍ଷର ସର୍ବନିମ୍ନ ସ୍ତରରେ

ନୂଆଦିଲ୍ଲୀ,୧୪-୮: ଅଟୋ ସେକ୍ଟରରେ ମାନ୍ଦାବସ୍ଥା ମାଡ ବଢ଼ିଚାଲିଛି। ଏହା କେବେ ରୋକିବ କେହି କହିପାରୁନାହାନ୍ତି। ଏହାରି ଭିତରେ ଜୁଲାଇରେ ଗାଡ଼ି ବିକ୍ରି ୧୯ ବର୍ଷର ସର୍ବନିମ୍ନ...

Advertisement
Archives

Model This Week