Posted inଜାତୀୟ

ମହାରାଷ୍ଟ୍ର ରାୟ ପୂର୍ବରୁ ୩ ଦଳର ଶକ୍ତି ପ୍ରଦର୍ଶନ: ୧୬୨ ବିଧାୟକଙ୍କୁ ପରେଡ୍‌ କରାଇଲେ

ମୁମ୍ବାଇ,୨୬ା୧୧(ପି.ଟି.): ମହାରାଷ୍ଟ୍ର ସରକାରଙ୍କୁ ଆସ୍ଥାଭୋଟ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପୂର୍ବରୁ ତିନି ବିରୋଧୀ ଦଳ ଶିବସେନା, କଂଗ୍ରେସ ଏବଂ ଏନ୍‌ସିପି ଶକ୍ତି ପ୍ରଦର୍ଶନ କରିଛନ୍ତି। ସୋମବାର ସନ୍ଧ୍ୟାରେ ଏକ ହୋଟେଲରେ ତିନିଦଳ ୧୬୨ ବିଧାୟକମାନଙ୍କୁ ପରେଡ କରାଇଥିଲେ। ଏହି ଶକ୍ତିପ୍ରଦର୍ଶନ ବେଳେ ଶିବସେନା ନେତା ଉଦ୍ଧବ ଠାକ୍‌ରେ, ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ପ୍ରମୁଖ ଉପସ୍ଥିତ ଥିଲେ। ବିଧାୟକମାନେ ଭାଜପା ପ୍ରଲୋଭନରେ ପଡିବେ ନାହିଁ ବୋଲି ସେଠାରେ ଶପଥ ନେଇଥିଲେ। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସରକାର ଗଠନ ପାଇଁ ୧୪୫ ବିଧାୟକଙ୍କ ଆବଶ୍ୟକତା ଥିବାବେଳେ ବିରୋଧୀ ମହା ବିକାଶ ଅଘାଡି ମେଣ୍ଟ ପାଖରେ ୧୬୨ଜଣଙ୍କ ସମର୍ଥନ ଥିବା ସେମାନେ ଆସ୍ଥାଭୋଟ ପୂର୍ବରୁ ପ୍ରଦର୍ଶନ କରିଛନ୍ତି। ପଞ୍ଚତାରକା ହୋଟେଲ ପରିସରରେ ମେଣ୍ଟ ବିଧାୟକମାନଙ୍କୁ ଉଦ୍‌ବୋଧନ ଦେଇ ପାଓ୍ବାର କହିଥିଲେ, ଭାଜପା ଗୋଆ ଓ ଅନ୍ୟ କେତେକ ରାଜ୍ୟରେ ଅଣସାମ୍ବିଧାନିକ ଉପାୟରେ କ୍ଷମତା ଦଖଲ କରିଥିଲା। ମହାରାଷ୍ଟ୍ର ଗୋଆ ନୁହେଁ। ଏବେ ସେମାନଙ୍କୁ ଶିକ୍ଷାଦେବାର ଉପଯୁକ୍ତ ସମୟ। ଏନ୍‌ସିପି ବିଧାୟକଙ୍କ ଉପରେ ହ୍ବିପ୍‌ ଜାରି କରିବାର କୌଣସି ଅଧିକାର ଅଜିତଙ୍କର ନାହିଁ ବୋଲି ଶରଦ ପାଓ୍ବାର କହିଥିଲେ।
ଅନ୍ୟପକ୍ଷରେ ଶିବସେନା-କଂଗ୍ରେସ-ଏନ୍‌ସିପି ବିଧାୟକମାନଙ୍କ ପରେଡକୁ ଭାଜପା ପରିହାସ କରିଛି। ବିଧାନସଭାରେ ଆସ୍ଥାଭୋଟ ବେଳେ ଭାଜପା ଜିତିବା ନିଶ୍ଚିତ ବୋଲି ଏକ ଖବରଦାତା ସମ୍ମିଳନୀରେ ଭାଜପା ନେତା ଆଶିଷ ଶେଲାର କହିଛନ୍ତି। ବିରୋଧୀ ଦଳଗୁଡିକ ବିଧାୟକଙ୍କ ଚିହ୍ନଟ ଲାଗି ପରେଡ କରାଇବା ଗଣତନ୍ତ୍ର ଓ ରାଜ୍ୟବାସୀଙ୍କ ପ୍ରତି ନିଷ୍ଠୁର ପରିହାସ। ଅପରାଧୀ ଚିହ୍ନଟ ପାଇଁ ଏଭଳି ପରେଡ କରାଯାଇଥାଏ ବୋଲି ଶେଲାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ରାସ୍ତାରୁ ଖସିଗଲା ବାଇକ୍, ଯୁବକଙ୍କ ଉପରେ ପଡ଼ିଗଲା…

କେନ୍ଦ୍ରାପଡ଼ା,୭।୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଜଳା ରାସ୍ତାରେ ସୋମବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଜଣେ ଅଚିହ୍ନା…

ମାଛ ଧରିବାକୁ ଯାଇ ବୈତରଣୀ ନଦୀରେ ଭାସିଗଲେ ଯୁବକ, ତାପରେ….

ପାଟଣା,୭।୭(ବୀର କିଶୋର ଦାଶ): ମାଛ ମାରିବାକୁ ଯାଇ ବୈତରଣୀ ନଦୀ ମୁହାଣରେ ଭାସି ଜଣେ ଯୁବକ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ହେଉଛନ୍ତି ଟାଙ୍ଗରପଡ଼ା ପଂଚାୟତ…

ଚାକିରି ଛାଡ଼ି ଏବେ ଏହି କାମ କରିବେ ଡିସିପି ଜଗମୋହନ ମୀନା! ଜାଣନ୍ତୁ କେମିତି ଗ୍ରହଣ ହୁଏ ଆଇପିଏସ୍‌ ଅଧିକାରୀଙ୍କ ଇସ୍ତଫା:

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ତଥା ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସରକାରୀ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ପୋଲିସ ଡିଜିଙ୍କ ମାଧ୍ୟମରେ ରାଜ୍ୟ…

ନାବାଳିକା ବଳାତ୍କାର, ହତ୍ୟା ଅଭିଯୋଗରେ ଜଣଙ୍କୁ ପିଟି ମାରିଦେଲେ

ବାରୁଇପୁର(ପଶ୍ଚିମବଙ୍ଗ),୭।୭: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବାରୁଇପୁର ଅଞ୍ଚଳରେ ଜଣେ ୧୧ ବର୍ଷୀୟା ବାଳିକାଙ୍କ ମୃତଦେହ ରବିବାର ମିଳିବା ପରେ ତାଙ୍କୁ ବଳାତ୍କାର ପରେ…

ଟ୍ରମ୍ପ-ମେଲୋନିଙ୍କ ଫଟୋ ଦେଖି ରାଗିଗଲା ଇଟାଲୀ! ‘ଲୋକ ଆସନ୍ତି ଆଉ …’

ରୋମ,୭।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇଟାଲୀ ଟ୍ରମ୍ପଙ୍କ ଏକ ନୂତନ ଆକ୍ରମଣର ଜବାବ…

ରୋନାଲ୍ଡୋଙ୍କ ବିଶ୍ୱକପ୍‌ ସ୍ବପ୍ନ ଶେଷ: ବିଶ୍ୱକପ୍‌ରୁ ବିଦା ହେଲା ପର୍ତ୍ତୁଗାଲ

ଆର୍ଲିଂଟନ,୭ା୭:ଇଞ୍ଜୁରି ଟାଇମ୍‌ରେ ମିକେଲ ମେରିନୋଙ୍କ ଗୋଲ ବଳରେ ସୋମବାର ରାତିରେ ଅନୁଷ୍ଠିତ ଚଳିତ ବିଶ୍ୱକପ୍‌ର ଏକ ପ୍ରି-କ୍ୱାର୍ଟର ଫାଇନାଲରେ ସ୍ପେନ ୧-୦ ଗୋଲରେ ପର୍ତ୍ତୁଗାଲକୁ ପରାସ୍ତ କରି…

‘ଏଲ୍‌ ନିନୋ’ ପ୍ରଭାବ: ଭାରତରେ ସୃଷ୍ଟି ହୋଇପାରେ ବଡ଼ ବିଦ୍ୟୁତ୍‌ ସଙ୍କଟ

ନୂଆଦିଲ୍ଲୀ,୭ା୭(ପି.ଟି.):ଚଳିତ ବର୍ଷ ବିଶ୍ୱ ପାଣିପାଗରେ ଦେଖାଦେଇଥିବା ‘ଏଲ୍‌ ନିନୋ’ର ସବୁଠାରୁ ମାରାତ୍ମକ ପ୍ରଭାବ ଭାରତର ଶକ୍ତି ବ୍ୟବସ୍ଥା ଉପରେ ପଡ଼ିବାକୁ ଯାଉଛି। ଅନ୍ତର୍ଜାତୀୟ ଗବେଷଣା ସଂସ୍ଥା ‘ସେଣ୍ଟର…

ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ;ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ, ୧୩ ମୃତ

ମୁମ୍ବାଇ,୭।୭: ମୁମ୍ବାଇ ଓ ଆଖପାଖ ଜିଲାରେ ୩/୪ ଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ଦେଶର ଆର୍ଥିକ ରାଜଧାନୀ ଏକପ୍ରକାର ଅଚଳ ହୋଇଯାଇଛି। ବର୍ଷାଜନିତ ଘଟଣାରେ ୧୩ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri