Posted inଜାତୀୟ

ମହାରାଷ୍ଟ୍ର ମେଣ୍ଟ ସରକାର: ଫାଇଦାରେ ଏନ୍‌ସିପି !

ମହାରାଷ୍ଟ୍ର,୧।୧୨: ମହାରାଷ୍ଟ୍ର ୩ ଦଳିଆ ମେଣ୍ଟ ସରକାରରେ ଏନ୍‌ସିପି ଫାଇଦାରେ ରହିଥିବା ନେଇ ଚର୍ଚ୍ଚା ହେଉଛି। କଂଗ୍ରେସ ବାଚସ୍ପତି ପଦରେ ସନ୍ତୁଷ୍ଟ ରହିଥିବାବେଳେ ଏନ୍‌ସିପି ଉପମୁଖ୍ୟମନ୍ତ୍ରୀ ପଦ ନେବା ସହିତ ସର୍ବାଧିକ ୧୬ ମନ୍ତ୍ରଣାଳୟ ନେବ। ଅପରପକ୍ଷରେ ଶିବସେନା ପାଖରେ ଉପମୁଖ୍ୟମନ୍ତ୍ରୀ ପଦ ସହିତ ୧୫ ମନ୍ତ୍ରଣାଳୟ ରହିବ ବୋଲି କୁହାଯାଉଛି। କଂଗ୍ରେସ ୧୨ ମନ୍ତ୍ରଣାଳୟ ନେବାର ଯୋଜନା ରହିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସରକାରରେ ୩୦ କ୍ୟାବିନେଟ୍‌ ଏବଂ ୧୨ ରାଷ୍ଟ୍ର ମନ୍ତ୍ରୀ ରହିବେ। ସେଥିମଧ୍ୟରେ ଶିବସେନାର ୧୫ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ରହିବେ। ଶିବସେନା ନିଜ ପାଖରେ ସହର ବିକାଶ, ହାଉସିଂ, ଜଳସେଚନ, ରାଜ୍ୟ ସଡ଼କ ବିକାଶ ଆଦି ବିଭାଗ ରଖିବ। ଅପରପକ୍ଷରେ ଏନ୍‌ସିପି ପାଖରେ ସ୍ବରାଷ୍ଟ୍ର, ଅର୍ଥ, ଯୋଜନା, ବିଦ୍ୟୁତ୍‌ ଏବଂ ଜଙ୍ଗଲ ମନ୍ତ୍ରଣାଳୟ ରହିବ। ସେହିପରି କଂଗ୍ରେସକୁ ରାଜସ୍ବ, ପିଡବ୍ଲ୍ୟୁଡି, ଅବକାରି ଆଦି ବିଭାଗ ମିଳିବାର ଆଶା ରହିଛି। ଶିକ୍ଷା, ଉଦ୍ୟୋଗ, ସ୍ବାସ୍ଥ୍ୟ ଆଦି ମନ୍ତ୍ରଣାଳୟ ଉପରେ ଏବେ ଭାଗବଣ୍ଟା ହୋଇ ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋତାରେ ଥିଲା ସାପ: ଏସ୍‌ପିଙ୍କୁ ମାରିଲା ଚୋଟ

ପାନ୍ନା, ୧୨।୮: ମଧ୍ୟପ୍ରଦେଶ ପାନ୍ନାରେ ଏକ ଅଭାବନୀୟ ଘଟଣା ଘଟଛି। ମଙ୍ଗଳବାର ସ୍ଥାନୀୟ ଏସ୍‌ପିଙ୍କୁ ସାପ ଦଂଶନ କରିଛି। ମଙ୍ଗଳବାର ଏସ୍‌ପି ମୟଙ୍କ ଅଓ୍ବସ୍ତିି ଘରୁ...

ପି.ଡି. ବାଘେଲା ଟ୍ରାଇ ମୁଖ୍ୟ

ନୂଆଦିଲ୍ଲୀ,୨୯ା୯: ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ସୋମବାର ୧୯୮୬ ବ୍ୟାଚ୍‌ ଗୁଜରାଟ କ୍ୟାଡର ଆଇଏଏସ୍‌ ଅଧିକାରୀ ପି.ଡି. ବାଘେଲାଙ୍କୁ ଟେଲିକମ୍‌ ରେଗୁଲେଟୋରି ଅଥରିଟି ଅଫ୍‌ ଇଣ୍ଡିଆ...

କଂଗ୍ରେସ ପାଇଁ ଆତ୍ମସମୀକ୍ଷାର ବେଳ

ନୂଆଦିଲ୍ଲୀ,୨ା୬: ୨୦୦୪ରୁ ୨୦୧୪ ଉପା ସରକାରର ମଙ୍ଗ ଧରିଥିବା କଂଗ୍ରେସ ଏବେ ବିପର୍ଯ୍ୟସ୍ତ। ଦୀର୍ଘଦିନ କ୍ଷମତାରୁ ଦୂରେଇ ରହି ସତେ ଯେପରି ଏହି ସର୍ବପୁରାତନ ଦଳ...

ପଦାତିକ ବାହିନୀ ଦିବସରେ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସେନା ମୁଖ୍ୟ ବିପିନ୍‌ ରାଓ୍ବତ୍‌

ନୂଆଦିଲ୍ଲୀ,୨୭।୧୦: ପଦାତିକ ବାହିନୀ ଦିବସ ଉପଲକ୍ଷେ ସେନା ମୁଖ୍ୟ ବିପିନ୍‌ ରାଓ୍ବତ୍‌ ନ୍ୟାସନାଲ୍‌ ଓ୍ବାର୍‌ ମେମୋରିଆଲ୍‌ଠାରେ ଶହୀଦ୍‌ଙ୍କୁ ରବିବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୂଚନାଯୋଗ୍ୟ, କଶ୍ମୀରରେ...

ବିନୟ କ୍ୱାତ୍ରା ନୂଆ ବୈଦେଶିକ ସଚିବ

ନୂଆଦିଲ୍ଲୀ,୪।୪: ନେପାଳରେ ଭାରତର ରାଷ୍ଟ୍ରଦୂତ ଥିବା ବିନୟ ମୋହନ କ୍ୱାତ୍ରାଙ୍କୁ ସୋମବାର କେନ୍ଦ୍ର ସରକାର ନୂଆ ବୈଦେଶିକ ସଚିବ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ବର୍ତ୍ତମାନର...

ଗୁପ୍ତଯୁଗ ସ୍ବର୍ଣ୍ଣମୁଦ୍ରା ପାଇଁ ଗାଁ ସାରା ଖୋଳି ଦେଲେ ଲୋକେ

ଜୟପୁର,୨୦।୬: ମଣିଷର ଧନ ଲୋଭ ବେଳେବେଳେ ସୀମା ଟପିଯାଏ। ଫଳରେ ସେ ଏଭଳି କାମ କରିବସେ ଯାହାକୁ ନେଇ ପରବର୍ତ୍ତୀ ସମୟରେ ତାଙ୍କୁ ଲଜ୍ଜିତ ହେବାକୁ...

ନିର୍ବାଚନୀ ବଣ୍ଡ ଉପରେ ଲାଗିବନି ରୋକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୩: ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପୂର୍ବରୁ ନୂଆ ନିର୍ବାଚନୀ ବଣ୍ଡ ବିକ୍ରୟ ଉପରେ ରୋକ ଲଗାଇବା ପାଇଁ କରାଯାଇଥିବା...

ଇଞ୍ଜିନିୟରିଂ ଛାତ୍ରୀଙ୍କୁ ନିଶା ଦେଇ କାର୍‌ରେ ବଳାତ୍କାର

ଗୁରୁଗ୍ରାମ,୧୫।୨: ଗୁରୁଗ୍ରାମର ଏକ ମଲ୍‌ ପାର୍କିଂ ସ୍ଥଳରେ ଜଣେ ୨୭ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀଙ୍କୁ ନିଶା ଦେଇ କାର୍‌ ଭିତରେ ବଳାତ୍କାର କରାଯାଇଛି। ଅଭିଯୁକ୍ତ ଜଣକ...

Advertisement
Archives

Model This Week