ମହାରାଷ୍ଟ୍ର ନିର୍ବାଚନ: ଭାଜପାର ୧୨୫, ଶିବସେନାର ୧୨୪ ପ୍ରାର୍ଥୀ ତାଲିକା ଘୋଷଣା

ମୁମ୍ବାଇ,୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଦୀର୍ଘ ଦିନ ଧରି ଚାଲିରହିଥିବା ଅଙ୍କକଷା ମଙ୍ଗଳବାର ଛିଣ୍ଡିଛି। ଭାଜପା ପକ୍ଷରୁ ପ୍ରଥମ ତାଲିକା ଜାରି କରାଯାଇ ୧୨୫ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଅନ୍ୟପଟେ ଶିବସେନା ପକ୍ଷରୁ ମଧ୍ୟ ୧୨୪ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ନାଗପୁରର ଦକ୍ଷିଣ-ପଶ୍ଚିମରୁ ନିର୍ବାଚନ ଲଢ଼ିବେ। କୋଥ୍ରୁଡରୁ ଚନ୍ଦ୍ରକାନ୍ତ ପାଟିଲ ନିର୍ବାଚନ ଲଢ଼ୁଥିବା ବେଳେ ସତାରାରୁ ଶିବାଜୀ ମହାରାଜାଙ୍କ ପରିବାରରୁ ଶିବେନ୍ଦ୍ର ସିଂହ ନିର୍ବାଚନ ଲଢ଼ିବେ। ସେହିପରି ନିକଟରେ କଂଗ୍ରେସ ହାତ ଛାଡି ଭାଜପାରେ ସାମିଲ ହୋଇଥିବା ରାଧାକୃଷ୍ଣ ବିଖେ ପାଟିଲଙ୍କୁ ଶିରଡିରୁ ଟିକେଟ ମିଳିଛି। ବର୍ତ୍ତମାନର ୧୨ ବିଧାୟକଙ୍କୁ ଟିକେଟ ମିଳି ନ ଥିବା ବେଳେ ଅନ୍ୟ ୫୨ ବିଧାୟକଙ୍କୁ ପୁଣି ଟିକେଟ ମିଳିଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ୨୮୮ ଆସନ ପାଇଁ ଅକ୍ଟୋବର ୨୧ରେ ନିର୍ବାଚନ ହେବାକୁ ଥିବା ବେଳେ ୨୪ରେ ଫଳାଫଳ ଘୋଷଣା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟପାଳଙ୍କୁ ଭେଟିଲେ ଉଦ୍ଧବ: ଗୁରୁବାର ଶିବାଜୀ ପାର୍କରେ ଶପଥ ଗ୍ରହଣ

ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରରେ ଜାରି ରହିଥିବା ସଙ୍କଟର ଅନ୍ତ ଘଟିଛି। ରାଜ୍ୟରେ ସରକାର ଗଠନ ପାଇଁ ଶିବସେନା-ଏନ୍‌ସିପି-କଂଗ୍ରେସ ଅଣ୍ଟା ଭିଡ଼ିଛନ୍ତି। ବୁଧବାର ମେଣ୍ଟର ନେତା ଶିବସେନା ମୁଖ୍ୟ...

ଉନ୍ନାଓ ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ବି ଗମ୍ଭୀର, ଓକିଲ କୋମାରେ

ନୂଆଦିଲ୍ଲୀ,୭।୮: ଦିଲ୍ଲୀ ଏମ୍ସରେ ଜୀବନ ସହ ସଂଘର୍ଷ କରୁଛନ୍ତି ଉନ୍ନାଓ ବଳାତ୍କାର ପୀଡ଼ିତା। ଏବେ ବି ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଦିଲ୍ଲୀ ଏମ୍ସ...

ସକ୍ରିୟ ମାମଲା ୪୮ ହଜାର ମୁହାଁ …

ନୂଆଦିଲ୍ଲୀ, ୧୩।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଟିକାକରଣ ପ୍ରମାଣପତ୍ରରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ଫଟୋ…

ନୂଆଦିଲ୍ଲୀ, ୯।୧ : ଟିକାକରଣ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ହଟିବ। ବିଧାନସଭା ନିର୍ବାଚନ ହେବାକୁ ଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ, ମଣିପୁର...

୬୦ ବର୍ଷ ପୁରୁଣା ଅଶ୍ୱତ୍ଥ ଗଛ କାଟିବା ଉପରେ ରୋକ ଲଗାଇଲେ ହାଇକୋର୍ଟ…

ନୂଆଦିଲ୍ଲୀ,୧।୧୧: ରାଜଧାନୀ ଦିଲ୍ଲୀର ଇନ୍ଦରପୁରୀଠାରେ ଥିବା ଏକ ୬୦ ବର୍ଷ ପୁରୁଣା ଅଶ୍ୱତ୍ଥ ଗଛକୁ କାଟିବା ପାଇଁ ହେଉଥିବା ଯୋଜନା ଉପରେ ରୋକ ଲାଗିଛି। ଦିଲ୍ଲୀ...

କେଜ୍‌ରିଓ୍ବାଲ-ଦିଲ୍ଲୀ ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ,୨୪ା୬: ରାଜଧାନୀ ଦିଲ୍ଲୀରେ ଅପରାଧ ବଢ଼ିଚାଲିଛି। ବସନ୍ତ ବିହାର ଅଞ୍ଚଳରେ ବୃଦ୍ଧ ଦମ୍ପତି ଓ ସେମାନଙ୍କ ଚାକରଙ୍କୁ ହତ୍ୟା ସମେତ ଗତ ୨୪ ଘଣ୍ଟାରେ ୯...

କୋଭିଶିଲ୍ଡ ରପ୍ତାନି ସ୍ଥଗିତ

ନୂଆଦିଲ୍ଲୀ,୨୬।୩:ଭାରତରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ସରକାରଙ୍କ କୋଭିଡ୍‌ ଟିକା କୂଟନୀତି ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ଭାରତ ଗରିବ...

ଗୋରଖପୁରରୁ ନାମାଙ୍କନ ପତ୍ର ଦାଖଲ କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୪।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ରାଜ୍ୟର ଗୋରଖପୁର ବିଧାନସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week