Posted inଜାତୀୟ

ମହାରାଷ୍ଟ୍ର ଡ୍ରାମା: ଭାଜପାର ନା ପରେ, ଶିବସେନାକୁ ସରକାର ଗଢିବା ପାଇଁ ପଚାରିଲେ ରାଜ୍ୟପାଳ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ଏବେ ହାଇଭୋଲଟେଜ୍‌ ରାଜନୈତିକ ଡ୍ରାମା ଚାଲିଛି। ରବିବାର ଭାଜପା ସରକାର ଗଢିବା ପାଇଁ ମନା କରିଦେବା ପରେ ରାଜ୍ୟପାଳ ଭଗତ ସିଂହ କୋଶିୟାର ଦ୍ୱିତୀୟ ବୃହତ୍‌ ପାର୍ଟି ଶିବସେନାକୁ ସରକାର ଗଢିବା ବିଷୟରେ ପଚାରିଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ଆଧାରରେ ଭାଜପାକୁ ଅଧିକ ଆସନ ମିଳିଥିବାରୁ ପ୍ରଥମେ ସରକାର ଗଢ଼ିବା ପାଇଁ ରାଜ୍ୟପାଳ ଭାଜପାକୁ ଆମନ୍ତ୍ରଣ କରିଥିଲେ। ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟା ନ ଥିବାରୁ ଭାଜପା ସରକାର ଗଢ଼ିବ ନାହିଁ ବୋଲି ରାଜ୍ୟପାଳଙ୍କୁ ଭେଟି କହିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ। ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ଭାଜପା ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ଜିତିଛନ୍ତି। ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବର ୧୪୫ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମେହବୁବାଙ୍କ ଝିଅ ଶାହଙ୍କୁ ଲେଖିଲେ ଚିଠି, ଆମକୁ ଜୀବଜନ୍ତୁଙ୍କ ଭଳି ବ୍ୟବହାର କରାଯାଉଛି

ଶ୍ରୀନଗର, ୧୬।୮: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଅ ଇଲ୍ଲିଜା ଜାଭେଦ ଆଉ ଏକ ଅଡିଓ ମେସେଜ ଜାରି କରିଛନ୍ତି। ସେ କହିଛନ୍ତି, ମୋ...

ପାଟିର ଲାଳ ଦୂର କରେ ଶହେରୁ ଅଧିକ ପ୍ରକାର ରୋଗ..

ଆମ ମୁଖ ଭିତରେ ଏକ ଲକ୍ଷରୁ ଅଧିକ ଲାଳଗ୍ରନ୍ଥି ରହିଛି। ଏହି ଗ୍ରନ୍ଥି ଦ୍ୱାରା ପାଟିରେ ଲାଳ ତିଆରି ହୁଏ। ଲାଳ ଯୋଗୁ ମଣିଷ ଶରୀରରେ...

ଦିଲ୍ଲୀ ରାସ୍ତାରେ ୧୫ ଫୁଟର ଖାତ

ନୂଆଦିଲ୍ଲୀ, ୧ା୮: ଦକ୍ଷିଣ ଦିଲ୍ଲୀରେ ଆଇଆଇଟି ଫ୍ଲାଏଓଭର ତଳେ ଶନିବାର ସକାଳେ ୧୦ରୁ ୧୫ ଫୁଟ ଲମ୍ବର ଗଭୀର ଖାତ ସୃଷ୍ଟି ହୋଇଛି। ଏଥିଯୋଗୁ ସେଠାରେ...

ଲାଣ୍ଡିଂ ଗିୟର ଡୋରରେ ଚାପି ହୋଇ ସ୍ପାଇସ୍‌ ଜେଟ୍‌ କର୍ମଚାରୀଙ୍କ ମୃତ୍ୟୁ

କୋଲକତା,୧୦।୭: ପଶ୍ଚିମବଙ୍ଗ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଅଭାବନୀୟ ଘଟଣା ଘଟିଛି। ଲାଣ୍ଡିଂ ଗିୟର ଡୋରରେ ଚାପି ହୋଇ ସ୍ପାଇସ୍‌...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ଧନୀ ପ୍ରାର୍ଥୀଙ୍କ ପାଖରେ ୪ଶହ ୧୭ କୋଟି ଥିବାବେଳେ ଗରିବ ପ୍ରାର୍ଥୀଙ୍କ ପାଖରେ ମାତ୍ର ୯ ଟଙ୍କା

ନୂଆଦିଲ୍ଲୀ,୧୭।୪: ଏପ୍ରିଲ୍‌ ୧୮ରେ ହେବ ଲୋକ ସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୪ଶହ ୨୩ ଜଣ କୋଟିପତି ପ୍ରାର୍ଥୀ ନିର୍ବାଚନ...

ଇନ୍ଦିରା ଗାନ୍ଧୀଙ୍କ ଭଳି ଅମିତ ଶାହାଙ୍କୁ ମାରିଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୨୩।୨: ପଞ୍ଜାବର ‘ୱାରିସ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଖାଲିସ୍ତାନ ସମର୍ଥକ ଅମୃତପାଲ ସିଂଙ୍କ ସମର୍ଥକମାନେ ଗୁରୁବାର ପ୍ରବଳ ହଙ୍ଗାମା କରିଛନ୍ତି। ଅମୃତପାଲଙ୍କ ସହକର୍ମୀ ଲଭପ୍ରୀତ...

ନଭେମ୍ବର ୨୯ ପୂର୍ବରୁ ଉପନିର୍ବାଚନ

ଭୁବନେଶ୍ୱର/ନୂଆଦିଲ୍ଲୀ, ୫।୯(ବ୍ୟୁରୋ): ଆସନ୍ତା ନଭେମ୍ବର ୨୯ ତାରିଖ ପୂର୍ବରୁ ଓଡିଶାରେ ଖାଲି ରହିଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ଲାଗି ଉପନିର୍ବାଚନ ଅନୁଷ୍ଠିତ...

ପାଠପଢ଼ା ଛାଡ଼ିବେ ୪୩% ଦିବ୍ୟାଙ୍ଗ

ନୂଆଦିଲ୍ଲୀ,୧୯ା୭(ପି.ଟି.): କରୋନା ମହାମାରୀ ଯୋଗୁ ସାରା ବିଶ୍ୱରେ ଶିକ୍ଷାଦାନ ଗୁରୁତର ପ୍ରଭାବିତ ହୋଇଛି। ଭାରତରେ ମାର୍ଚ୍ଚ ମାସରୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିବାବେଳେ ଅନ୍‌ଲାଇନ ଶିକ୍ଷାଦାନ ବ୍ୟବସ୍ଥା...

Advertisement
Archives

Model This Week