ମହାରାଷ୍ଟ୍ରରେ ୨,୫୬୨ ପୋଲିସ କରୋନା ଆକ୍ରାନ୍ତ: ମୃତ୍ୟୁ ସଂଖ୍ୟା ୩୩

ମୁମ୍ବାଇ, ୭।୬: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ସଂକ୍ରମଣ ତାଲିକାରେ ମହାରାଷ୍ଟ୍ର ଆଗୁଆ ରହିଛି। ରାଜ୍ୟ ପୋଲିସ ବିଭାଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟ ପୋଲିସ ବିଭାଗର ୨,୫୬୨ ଜଣ କରୋନରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୩ ଜଣଙ୍କର ମୃତ୍ୟୁ ଘଟିଛି। କରୋନା ଯୋଦ୍ଧା ବୋଲାଉଥିବା ପୋଲିସଙ୍କ ପାଇଁ ରାଜ୍ୟ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ପକ୍ଷରୁ ସହାୟତା ଘୋଷଣା କରାଯାଇଛି। ମୃତ ପୋଲିସଙ୍କ ପରିବାରକୁ ୬୫ ଲକ୍ଷର ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯିବ । ଏହା ସହିତ ପରିବାର ଜଣେ ସଦସ୍ୟଙ୍କୁ ସରକାରି ନିଯୁକ୍ତି ସୁଯୋଗ ମଧ୍ୟ ମିଳିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହଜାର ୯୬୮ ରହିଛି। ସେଥିମଧ୍ୟରୁ ୩୭ ହଜାର ୩୯୦ ସୁସ୍ଥ ହୋଇ ସାରିଛନ୍ତି। ଏବେ ୪୨ ହଜାର ୬୦୯ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଅପରପକ୍ଷରେ ଇତିମଧ୍ୟରେ ୨,୯୬୯ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ରେ ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ଚିନ୍ତା

ଭୁବନେଶ୍ୱର, ୨୮।୪(ବ୍ୟୁରୋ): ରାଜ୍ୟ ବାହାରେ ଫସି ରହିଥିବା ଓଡ଼ିଆଙ୍କୁ ଓଡ଼ିଶା ଫେରାଇ ଆଣିବା ବର୍ତ୍ତମାନ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହାଇଛି। ରାଜ୍ୟକୁ ୫ଲକ୍ଷରୁ ଅଧିକ...

ରାଜୀବ କୁମାର ପିଇଏସ୍‌ବି ମୁଖ୍ୟ

ନୂଆଦିଲ୍ଲୀ,୩୦ା୪(ପି.ଟି.): ପୂର୍ବତନ ଅର୍ଥ ସଚିବ ରାଜୀବ କୁମାରଙ୍କୁ ସାଧାରଣ ଉଦ୍ୟୋଗ ଚୟନ ବୋର୍ଡ (ପିଇଏସ୍‌ବି) ମୁଖ୍ୟ ଭାବେ ବୁଧବାର ନିଯୁକ୍ତି ପ୍ରଦାନ କରାଯାଇଛି। ୧୯୮୪ ବ୍ୟାଚର...

ଛେଣ୍ଡିପଦାରେ ଫସିଥିବା ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇଲା ପ୍ରଶାସନ

ଛେଣ୍ଡିପଦା,୫।୫(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଝାଡଖଣ୍ଡ ଅଞ୍ଚଳର ଫସିରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,...

ସାରା ବିଶ୍ୱପାଇଁ ଟିକା ପ୍ରସ୍ତୁତ କରିପାରେ ଭାରତ: ଗେଟ୍ସ

ନୂଆଦିଲ୍ଲୀ,୧୬।୭: ମାଇକ୍ରୋସଫ୍ଟର କୋ ଫାଉଣ୍ଡର ବିଲ୍‌ ଗେଟସ୍‌ଙ୍କର ଭାରତୀୟ ଫାର୍ମା କମ୍ପାନୀ ଉପରେ ରହିଛି ଭରସା। ସେ କହିଛନ୍ତି ଭାରତୀୟ ଫାର୍ମା କମ୍ପାନୀ ନିକଟରେ ଅଧିକ...

ପାହାଡ଼ ଉପରେ ଫସିରହିଥିଲେ ବିଦେଶୀ ଦମ୍ପତ୍ତି: ଡ୍ରୋନ୍‌ ଜରିଆରେ ମିଳିଲା ସନ୍ଧାନ

ଚେନ୍ନାଇ,୨୦।୪: ତାମିଲନାଡୁର ତିରୁନବନ୍ନାମଲାଇ ଜିଲାରେ ଥିବା ଏକ ପାହାଡ ଉପରୁ ପୋଲିସ ଜଣେ ଯୁବା ବିଦେଶୀ ଦମ୍ପତ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। କିଛି ଦିନ...

ଶ୍ୱାସରୁଦ୍ଧ ହୋଇ ୪୩ ଗାଈ ମୃତ

ବିଳାସପୁର,୨୬ା୭(ପି.ଟି.): ଛତିଶଗଡ଼ର ବିଳାସପୁର ଜିଲା ଅନ୍ତର୍ଗତ ଏକ ପଞ୍ଚାୟତ ବିଲ୍ଡିଂର ଛୋଟ କୋଠରିରେ ୬୦ଟି ଗାଈଙ୍କୁ ବନ୍ଦ କରି ରଖାଯାଇଥିଲା। ସେଥିରୁ ୪୩ ଗାଈ ଶ୍ୱାସରୁଦ୍ଧ...

ପଦଚାଳିତ ହାତସଫା ମେଶିନ୍‌ ରଖିବ ସ୍ବଚ୍ଛ

ଜଟଣୀ,୯ା୪(ଡି.ଏନ.ଏ): କୋଭିଡ-୧୯ ମୁକାବିଲା ଓ ରେଳ କର୍ମଚାରୀଙ୍କୁ ଏହି ଭୂତାଣୁ ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ଖୋର୍ଦ୍ଧାରୋଡ଼ ରେଳ ଡିଭିଜନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି।...

ସିଏଏ ଦେଶରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିପାରେ: ମାୟାବତୀ

ଲକ୍ଷ୍ନୌ,୧୭।୧୨: ସିଟିଜେନଶିପ ଆମେଣ୍ଡମେଣ୍ଟ ଆକ୍ଟ(ସିଏଏ) ବା ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏହାକୁ ନେଇ ବହୁଜନ ସମାଜ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *