Advertisement
Posted inଜାତୀୟ

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ, ଠିକ୍‌ ସମୟରେ ନିଷ୍ପତ୍ତି ନେବ କଂଗ୍ରେସ: ଅଶୋକ ଚୌହାନ

ମୁମ୍ବାଇ,୧।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ବହୁମତରେ ବିଜୟ ଲାଭ କଲେ ସତ। ହେଲେ ଏପର୍ଯ୍ୟନ୍ତ ସରକାର ଗଠନ କରିପାରୁ ନାହାଁନ୍ତି। ଏଠି ଲାଗିରହିଥିବା ରାଜନୈତିକ ଡ୍ରାମାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ଗୋଟିଏ ପଟେ ଶିବସେନା ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଡି ବସିଥିବା ବେଳେ ଅନ୍ୟପଟେ ଅଧିକ ଆସନରେ ବିଜୟ ଲାଭ କରିଥିବା ଭାଜପା ଏହି ଆସନକୁ ଭାଗ ବାଣ୍ଟିବାକୁ ପ୍ରସ୍ତୁତ ନାହିଁ। ଏହି ସମୟରେ କିଙ୍ଗ ମେକର ସାଜିଛି ଏନ୍‌ସିପି। ଶୁକ୍ରବାର ଶିବସେନା ନେତା ସଞ୍ଜୟ ରାଉତ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ସହ ସାକ୍ଷାତ୍‌ କରିଛନ୍ତି। ଏହା ସଙ୍କେତ ଦେଉଛି କି ଯଦି ଭାଜପା ଶିବସେନାକୁ ନେଇ ସରକାର ଗଠନ ନ କରେ ତେବେ ଶିବସେନାର ଦ୍ୱାର ଅନ୍ୟମାନଙ୍କ ପାଇଁ ଖୋଲା ରହିଛି। ଅନ୍ୟପଟେ କଂଗ୍ରେସ ପ୍ରଥମରୁ ସ୍ପଷ୍ଟ କରିଥିଲା କି ଯଦି ଶିବସେନା ସମ୍ପର୍କରେ ଆସେ ତେବେ ଏନ୍‌ସିପିକୁ ନେଇ ସରକାର ଗଠନ କରିବା କଥା ଚିନ୍ତା କରାଯାଇପାରେ। ଏହି କ୍ରମରେ ଶୁକ୍ରବାର କଂଗ୍ରେସର ପ୍ରତିନିଧି ମଣ୍ଡଳ ବରିଷ୍ଠ କଂଗ୍ରେସ ନେତା କେସି ଭେନୁଗୋପାଳଙ୍କୁ ସାକ୍ଷାତ୍‌ କରିଛନ୍ତି। ଏହି ସାକ୍ଷାତ୍‌କାର ପରେ ମନ୍ତ୍ରିମଣ୍ଡଳର ନେତୃତ୍ୱ ନେଇଥିବା କଂଗ୍ରେସ ନେତା ଅଶୋକ ଚୌହାନ କହିଛନ୍ତି, ଭାଜପା ତା’ର ସହଯୋଗୀ ସହ ମେଣ୍ଟ କରିବାରେ ବିଫଳ ହେଉଛି। କାରଣ ସେ ତା’ର ଦେଇଥିବା କଥା ରଖୁନାହିଁ। ତେଣୁ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଏବେ କଂଗ୍ରେସ ସ୍ଥିତିକୁ ଦେଖି ସମିକ୍ଷା କରୁଛି। ଉପଯୁକ୍ତ ସମୟ ଆସିଲେ ଦଳ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁଠି ସ୍ତ୍ରୀଙ୍କ କୋଳରେ ସ୍ବାମୀ ତ ଅନ୍ୟ କେଉଁଠି କାର ଛାତରେ ମୃତଦେହ: ତାଣ୍ଡବ ରଚିଛି କରୋନା…

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ଦୁଃଖ ବଢ଼ିବାରେ ଲାଗିଛି। କରୋନା ତାଣ୍ଡବରେ ଚାରିଆଡ଼େ ହାହାକାର ସୃଷ୍ଟି ହୋଇଛି। ପ୍ରିୟଜନଙ୍କୁ...

ଶ୍ରମ ମନ୍ତ୍ରଣାଳୟ, ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ କରୋନା

ନୂଆଦିଲ୍ଲୀ,୮।୬: ଦେଶରେ କରୋନା ସଂକ୍ରମଣ କାୟା ବିସ୍ତାର କରି ଚାଲିଛି। ସ୍ବାସ୍ଥ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ପରେ ଏବେ ଶ୍ରମ ମନ୍ତ୍ରଣାଳୟ ଓ ନିର୍ବାଚନ କମିଶନଙ୍କ...

ଓଟିଟି, ଓ୍ବେବ୍‌ ଚ୍ୟାନେଲ ପାଇଁ ରହୁ ସେନ୍‌ସରଶିପ୍‌

ନୂଆଦିଲ୍ଲୀ,୩୧।୩: ଓଟିଟି ପ୍ଲାଟଫର୍ମ ଏବଂ ଓ୍ବେବ୍‌ ଚ୍ୟାନେଲଗୁଡ଼ିକରେ ଅଶ୍ଳୀଳ ଦୃଶ୍ୟ ଓ ଧର୍ମୀୟ ଉତ୍ତେଜନାପୂର୍ଣ୍ଣ ବିଷୟବସ୍ତୁର ପ୍ରସାରଣ କରାଯାଉଛି। ସେଗୁଡ଼ିକୁ କାଟଛାଣ୍ଟ କରିବା ଲାଗି କେନ୍ଦ୍ର...

ହାର୍ଦ୍ଦିକ ପଟେଲଙ୍କ ଜୀବନ ପ୍ରତି ବିପଦ: ଲୋଡିଲେ ପୋଲିସ ସହାୟତା

ଜାମ୍‌ନଗର,୨୧।୪: ଏକ ନିର୍ବାଚନୀ ସଭାରେ ଜଣେ ବ୍ୟକ୍ତି ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା ମାରିଥିଲେ। ଏହାପରେ ହାର୍ଦ୍ଦିକ ତାଙ୍କ ଜୀବନପ୍ରତି ବିପଦଥିବା ସୂଚିତ କରି ସ୍ଥାନୀୟ ଏସ୍‌ପିଙ୍କୁ...

ଏୟାର ଇଣ୍ଡିଆକୁ ବିକିବା ରାଷ୍ଟ୍ରବିରୋଧୀ, କୋର୍ଟ ଯିବି: ସୁବ୍ରମଣ୍ୟମ

ନୂଆଦିଲ୍ଲୀ,୨୭।୧: : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭାରତର ସରକାରୀ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଇଣ୍ଡିଆକୁ ବିକିବା ପାଇଁ ସରକାର ନିଷ୍ପତ୍ତି...

୨୪ ଘଣ୍ଟାରେ ଚିହ୍ନଟ ହେଲେ ୧,୭୫୨ ସଂକ୍ରମିତ

ନୂଆଦିଲ୍ଲୀ,୨୪।୪: ଦେଶରେ ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ବେଳକୁ ବେଳ ଏହି ସଂଖ୍ୟାରେ ବୃଦ୍ଧି ଘଟିବାରୁ ଏହା ସମସ୍ତଙ୍କୁ ଏକ ପ୍ରକାର ଚିନ୍ତାରେ ପକାଇ ଦେଲାଣି।...

ଥରିଲା ଅରୁଣାଚଳ ପ୍ରଦେଶ

ଇଟାନଗର,୧୦।୧୧: ଗୁରୁବାର ଅରୁଣାଚଳ ପ୍ରଦେଶରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୭ରେ ମାପ କରାଯାଇଥିଲା। ଭୂକମ୍ପ ଯୋଗୁ ନାଗାଲାଣ୍ଡ ପର୍ଯ୍ୟନ୍ତ...

ଚନ୍ଦ୍ରୟାନ-୩ ପାଇଁ ଆରମ୍ଭ ହେଲାଣି କାମ: କେ. ଶିବନ

ବେଙ୍ଗାଲୁରୁ,୨୨।୧: ଚନ୍ଦ୍ରୟାନ-୩ ପାଇଁ କାମ ଆରମ୍ଭ ହୋଇ ସାରିଛି। ଏହାର ନିର୍ମାଣରେ ବୈଜ୍ଞାନିକମାନେ ଉତ୍ସାହର ସହିତ କାର୍ଯ୍ୟ ଜାରି ରଖିଛନ୍ତି ବୋଲି ଇସ୍ରୋ ମୁଖ୍ୟ କେ.ଶିବନ...

Advertisement
Archives

Model This Week