ମହାପ୍ରଭୁଙ୍କ ମାମୁଘର ବିବାଦ: ଶାସ୍ତ୍ର, ପୁରାଣ, ସ୍ବତ୍ବଲିପିରେ ଉଲ୍ଲେଖ ନାହିଁ

ପୁରୀ ଅଫିସ, ୨୧।୧୧: ମହାପ୍ରଭୁଙ୍କ ମାମୁଘର ନେଇ ସୃଷ୍ଟି ହୋଇଛି ନୂଆ ବିବାଦ। ପ୍ରଥମାଷ୍ଟମୀ ଅବସରରେ ମଙ୍ଗଳବାର ନିଆଳି ମାଧବରୁ ପୋଢୁଅଁ। ଭାର ମହାପ୍ରଭୁଙ୍କ ପାଇଁ ଆସିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ। ନିଆଳିର ମାଧବାନନ୍ଦଜୀଉ ମହାପ୍ରଭୁଙ୍କ ମାମୁ ବୋଲି ଦର୍ଶାଯାଇ ସେଠାରୁ ଭାର ଆସିଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ କିନ୍ତୁ ଏହାକୁ ଦାନ ବୋଲି ଗ୍ରହଣ କରିଛି। ଫଳରେ ଏହାକୁ ନେଇ ବିଭିନ୍ନ ଆଲୋଚନା ଚାଲିଥିବା ବେଳେ ଏ ସମ୍ପର୍କରେ ଶାସ୍ତ୍ର, ପୁରାଣ କିମ୍ବା ଶ୍ରୀମନ୍ଦିର ସ୍ବତ୍ତ୍ବଲିପିରେ କିଛି ଉଲ୍ଲେଖ ନାହିଁ ବୋଲି କୁହାଯାଉଥିବାବଳେ ମହାପ୍ରଭୁଙ୍କ ଆପଣା ପଣିଆରୁ ଏପରି ଭାବର ସୃଷ୍ଟି ବୋଲି ମତପ୍ରକାଶ ପାଇଛି।
ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ନିଆଳି ମାଧବାନନ୍ଦ ଟ୍ରଷ୍ଟ ପକ୍ଷରୁ ଗତ ୧୬ ତାରିଖରେ ଗୋଟିଏ ସେଟ୍‌ ପାଟ ଆମେ ଦାନ ହିସାବରେ ଗ୍ରହଣ କରିଛୁ। ଏଥିଲାଗି ସେମାନେ ଯାହା ପ୍ରାପ୍ୟ ଦେବା କଥା ତାହା ମଧ୍ୟ ପ୍ରଦାନ କରିଛନ୍ତି। ଟ୍ରଷ୍ଟ ପକ୍ଷରୁ ମହାପ୍ରଭୁଙ୍କ ମାମୁଘର ବୋଲି ଦର୍ଶାଯାଇ ପୋଢୁଅଁା ଭାର ଓ ସାମଗ୍ରୀ ଗ୍ରହଣ କରିବା ଲାଗି ପୂର୍ବରୁ ମନ୍ଦିର ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ଏ ନେଇ ତର୍ଜମା କରାଯାଇଥିଲେ ମଧ୍ୟ କିଛି ତଥ୍ୟଗତ ପ୍ରମାଣ ଜଣାପଡି ନାହିଁ।
ଅନ୍ୟପକ୍ଷରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ମାଧବାନନ୍ଦଜୀଉ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାମୁଘର ବୋଲି କୌଣସି ଶାସ୍ତ୍ର ବା ପୁରାଣରେ ଏପରି କି ସ୍ବତ୍ତ୍ବଲିପିରେ ଉଲ୍ଲେଖ ନାହିଁ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଭକ୍ତମାନେ ବିଭିନ୍ନ ଭାବରେ ଉପାସନା କରିଥାନ୍ତି। ଆରାଧ୍ୟତେ ଯଥା ଯେନ ତଥା ତସ୍ୟ ଫଳପ୍ରଦଃ। ସ୍କନ୍ଦ ପୁରାଣର ଏହି ଉକ୍ତିରୁ ଜଣାଯାଏ ମହାପ୍ରଭୁଙ୍କୁ ଯିଏ ଯେଉଁ ରୂପରେ ଆରାଧନା କରିବାକୁ ଚାହେଁ ତାଙ୍କୁ ସେ ସେହିଭଳି ଫଳ ପ୍ରଦାନ କରିଥାନ୍ତି। କେହି କେହି ମହାପ୍ରଭୁଙ୍କୁ ପିତା, ମାତା ଓ ବନ୍ଧୁ ରୂପରେ ଗ୍ରହଣ କରିଥାନ୍ତି। ସେହିଭଳି ଯଦି ମାଧବାନନ୍ଦଜୀଉଙ୍କ ଭକ୍ତମାନେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଭଣଜା ଓ ଶ୍ରୀମାଧବାନନ୍ଦ ଜୀଉଙ୍କୁ ମାମୁ ବୋଲି ଭାବନା କରି ତାଙ୍କ ପାଇଁ ପୋଢୁଅଁ। ଭାର ପଠାଇଥିବେ ତାହା ସେମାନଙ୍କ ସମ୍ପୂର୍ଣ୍ଣ ବ୍ୟକ୍ତିଗତ। କିନ୍ତୁ ଶାସ୍ତ୍ର, ପୁରାଣରେ ମାଧବାନନ୍ଦଜୀଉ ଯେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମାମୁ ଏ କଥା ଉଲ୍ଲେଖ ନାହିଁ। ତେଣୁ ସେମାନେ ତାଙ୍କ ଭାବ ଅନୁସାରେ ଯାହା କରୁଛନ୍ତି ତାହା ତାଙ୍କ ବ୍ୟକ୍ତିଗତ କଥା ବୋଲି ଡ. ଦାଶ କହିଛନ୍ତି।
ଏ ସମ୍ପର୍କରେ ଐତିହ୍ୟ ବିଷାରଦ ଡ. ସୁରେନ୍ଦ୍ର ମିଶ୍ର କହିଛନ୍ତି, ଜଗନ୍ନାଥଙ୍କୁ ନେଇ ଓଡ଼ିଶାରେ ବହୁତ ଲୋକ କଥା, ଜନଶ୍ରୁତି, କିମ୍ବଦନ୍ତୀ ପ୍ରଭୃତି ଐତିହ୍ୟ ଶହ ଶହ ବର୍ଷ ଧରି ରହିଆସିଛି। ସେହି ଧାରାର ଏକ ଐତିହ୍ୟ ହେଉଛି ସତ୍ୟବାଦୀରେ ଥିବା ମହାପ୍ରଭୁଙ୍କ ଅଜାଘର। ଏହାକୁ ଆମେ ପରମ୍ପରାରେ ଗ୍ରହଣ କରିସାରିଛୁ। କାରଣ ସେଠାରୁ ପ୍ରତିବର୍ଷ ରଥଯାତ୍ରାରେ ସେନାପଟା ଆସିଥାଏ। ମହାପ୍ରଭୁଙ୍କ ଅଜାଘର ଯଦି ସତ୍ୟବାଦୀ ହେଲା ସେହି ଐତିହ୍ୟ କ୍ରମରେ ନିଆଳିସ୍ଥିତ ଶ୍ରୀମାଧବାନନ୍ଦଙ୍କୁ ମହାପ୍ରଭୁଙ୍କ ମାମୁ ବୋଲି କୁହାଯାଉଛି। ସେହିପରି ରଥଯାତ୍ରା ସମୟରେ ଶ୍ରୀଚୈତନ୍ୟଙ୍କ ମା’ ପଠାଉଥିବା ଭାର ମଧ୍ୟ ଏକ ପରମ୍ପରାରେ ପରିଣତ ହୋଇଛି। ମା’ ଆଲାମଚଣ୍ଡୀଙ୍କଠାରୁ ସାତପୁରୀ ଅମାବାସ୍ୟା ଦିନ ଯେଉଁ ତାଡ଼ ଆସେ ତାହା ମଧ୍ୟ ସେହି ପରମ୍ପରାର ପ୍ରତୀକ। ଏହା ଶାସ୍ତ୍ରରେ ନ ଥିଲେ ମଧ୍ୟ ମହାପ୍ରଭୁ ପ୍ରତ୍ୟେକ ଓଡ଼ିଆ ଲୋକଙ୍କ ପାଖରେ ଆପଣାର ହୋଇସାରିଛନ୍ତି। ସେଥିପାଇଁ ଅନେକ ଐତିହ୍ୟ ପରମ୍ପରା ରହିବା ସ୍ବାଭାବିକ। ତାହା ହିଁ ମହାପ୍ରଭୁଙ୍କ ଉପାସନାର ଅସ୍ମିତାର ପରିଚୟ ଦିଏ ବୋଲି ଡ. ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ୨ ବସ୍‌ ମୁହାଁମୁହିଁ: ଡ୍ରାଇଭରଙ୍କ ଜୀବନ ଗଲା, ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ସୋନପୁର,୧୦।୫(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ଉଲୁଣ୍ଡା ବ୍ଲକସ୍ଥିତ ଡୁଡୁପାଲି ଛକରେ ଶୁକ୍ରବାର ରାତିରେ ସଡକ ଦୁର୍ଘଟଣା ଘଟିଛି। ବୁଲାଣି ରାସ୍ତାରେ ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ...

ୟୁଜିସି-ଏନ୍‌ଇଟି ଆବେଦନ ଅବଧି ବଢ଼ିଲା

ଭୁବନେଶ୍ୱର, ୧୦।୫(ଅସମାପିକା ସାହୁ) – ଆସନ୍ତା ମାସରେ ୟୁଜିସି-ଏନ୍‌ଇଟି ଅନୁଷ୍ଠିତ ହେବ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ...

ମେଣ୍ଟକୁ ନେଇ ସଫାସଫା କହିଦେଲେ ମୋଦି, ଜାତୀୟ ଗଣମାଧ୍ୟମରେ ଚହଳ

ଭୁବନେଶ୍ୱର,୧୦।୪: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ମେଣ୍ଟକୁ ନେଇ ଜାତୀୟ ଗଣମାଧ୍ୟମରେ...

ଜାତୀୟ ଗଣମାଧ୍ୟମରେ ଓଡ଼ିଶାକୁ ନେଇ ମୋଦିଙ୍କ ବଡ଼ ବୟାନ, କହିଲେ ଏଥର…

ଭୁବନେଶ୍ୱର, ୧୦।୫: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ଓଡ଼ିଶାକୁ ନେଇ ଜାତୀୟ...

ଏଥର ହ୍ବାଟ୍ସଆପ୍‌ରେ ମିଳିବ ମାଟ୍ରିକ୍‌ ପରୀକ୍ଷାଫଳ

କଟକ,୧୦ା୫ (କାର୍ତ୍ତିକ ସାହୁ)- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ପୂର୍ବରୁ...

ବିଶାଳ ରାଲି ନୁହେଁ, ପ୍ରାର୍ଥିପତ୍ର ଦାଖଲ ପାଇଁ ସାଇକେଲରେ ପହଞ୍ଚିଲେ ସୁରଙ୍କ ପୁଅ ସିଦ୍ଧାର୍ଥ

ନିମାପଡ଼ା,୧୦ା୫: ପ୍ରାର୍ଥୀପତ୍ର ଦାଖଲ ସମୟରେ ସମସ୍ତ ପ୍ରାର୍ଥୀ ବିଶାଳ ରାଲି କରି ଯାଉଥିବା ନଜର ଆସିଥାଏ। ହେଲେ ନିମାପଡ଼ା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ...

କୋର୍ଟ ଆସିଲେନି ଅନୁଭବ

କଟକ,୧୦ା୫ (କାର୍ତ୍ତିକ ସାହୁ) ବର୍ଷାଙ୍କୁ ନିର୍ଯାତନା ଦେବା ନେଇ ରୁଜୁ ମାମଲାରେ ଅନୁଭବ ମହାନ୍ତି ଶୁକ୍ରବାର କୋର୍ଟ ଆସିଲେ ନାହିଁ। ଚାର୍ଜ ଫ୍ରେମ ପାଇଁ ଶୁକ୍ରବାର...

କମ୍ପିଲା ରାଜଧାନୀ, ଆରମ୍ଭ ହେଲା ମୋଦି ଶୋ’

ଭୁବନେଶ୍ୱର,୧୦।୫: ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ ଶୋ’। ଭୁବନେଶ୍ୱର ସ୍ଥିତ ଭାଜପା ରାଜ୍ୟ କାର୍ଯ୍ୟାଳୟରୁ ଆରମ୍ଭ ହୋଇଛି ମୋଦିଙ୍କ ରୋଡ ଶୋ’।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri