ମହାପ୍ରଭୁଙ୍କ ମାମୁଘର ବିବାଦ: ଶାସ୍ତ୍ର, ପୁରାଣ, ସ୍ବତ୍ବଲିପିରେ ଉଲ୍ଲେଖ ନାହିଁ

ପୁରୀ ଅଫିସ, ୨୧।୧୧: ମହାପ୍ରଭୁଙ୍କ ମାମୁଘର ନେଇ ସୃଷ୍ଟି ହୋଇଛି ନୂଆ ବିବାଦ। ପ୍ରଥମାଷ୍ଟମୀ ଅବସରରେ ମଙ୍ଗଳବାର ନିଆଳି ମାଧବରୁ ପୋଢୁଅଁ। ଭାର ମହାପ୍ରଭୁଙ୍କ ପାଇଁ ଆସିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ। ନିଆଳିର ମାଧବାନନ୍ଦଜୀଉ ମହାପ୍ରଭୁଙ୍କ ମାମୁ ବୋଲି ଦର୍ଶାଯାଇ ସେଠାରୁ ଭାର ଆସିଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ କିନ୍ତୁ ଏହାକୁ ଦାନ ବୋଲି ଗ୍ରହଣ କରିଛି। ଫଳରେ ଏହାକୁ ନେଇ ବିଭିନ୍ନ ଆଲୋଚନା ଚାଲିଥିବା ବେଳେ ଏ ସମ୍ପର୍କରେ ଶାସ୍ତ୍ର, ପୁରାଣ କିମ୍ବା ଶ୍ରୀମନ୍ଦିର ସ୍ବତ୍ତ୍ବଲିପିରେ କିଛି ଉଲ୍ଲେଖ ନାହିଁ ବୋଲି କୁହାଯାଉଥିବାବଳେ ମହାପ୍ରଭୁଙ୍କ ଆପଣା ପଣିଆରୁ ଏପରି ଭାବର ସୃଷ୍ଟି ବୋଲି ମତପ୍ରକାଶ ପାଇଛି।
ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ନିଆଳି ମାଧବାନନ୍ଦ ଟ୍ରଷ୍ଟ ପକ୍ଷରୁ ଗତ ୧୬ ତାରିଖରେ ଗୋଟିଏ ସେଟ୍‌ ପାଟ ଆମେ ଦାନ ହିସାବରେ ଗ୍ରହଣ କରିଛୁ। ଏଥିଲାଗି ସେମାନେ ଯାହା ପ୍ରାପ୍ୟ ଦେବା କଥା ତାହା ମଧ୍ୟ ପ୍ରଦାନ କରିଛନ୍ତି। ଟ୍ରଷ୍ଟ ପକ୍ଷରୁ ମହାପ୍ରଭୁଙ୍କ ମାମୁଘର ବୋଲି ଦର୍ଶାଯାଇ ପୋଢୁଅଁା ଭାର ଓ ସାମଗ୍ରୀ ଗ୍ରହଣ କରିବା ଲାଗି ପୂର୍ବରୁ ମନ୍ଦିର ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ଏ ନେଇ ତର୍ଜମା କରାଯାଇଥିଲେ ମଧ୍ୟ କିଛି ତଥ୍ୟଗତ ପ୍ରମାଣ ଜଣାପଡି ନାହିଁ।
ଅନ୍ୟପକ୍ଷରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ମାଧବାନନ୍ଦଜୀଉ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାମୁଘର ବୋଲି କୌଣସି ଶାସ୍ତ୍ର ବା ପୁରାଣରେ ଏପରି କି ସ୍ବତ୍ତ୍ବଲିପିରେ ଉଲ୍ଲେଖ ନାହିଁ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଭକ୍ତମାନେ ବିଭିନ୍ନ ଭାବରେ ଉପାସନା କରିଥାନ୍ତି। ଆରାଧ୍ୟତେ ଯଥା ଯେନ ତଥା ତସ୍ୟ ଫଳପ୍ରଦଃ। ସ୍କନ୍ଦ ପୁରାଣର ଏହି ଉକ୍ତିରୁ ଜଣାଯାଏ ମହାପ୍ରଭୁଙ୍କୁ ଯିଏ ଯେଉଁ ରୂପରେ ଆରାଧନା କରିବାକୁ ଚାହେଁ ତାଙ୍କୁ ସେ ସେହିଭଳି ଫଳ ପ୍ରଦାନ କରିଥାନ୍ତି। କେହି କେହି ମହାପ୍ରଭୁଙ୍କୁ ପିତା, ମାତା ଓ ବନ୍ଧୁ ରୂପରେ ଗ୍ରହଣ କରିଥାନ୍ତି। ସେହିଭଳି ଯଦି ମାଧବାନନ୍ଦଜୀଉଙ୍କ ଭକ୍ତମାନେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଭଣଜା ଓ ଶ୍ରୀମାଧବାନନ୍ଦ ଜୀଉଙ୍କୁ ମାମୁ ବୋଲି ଭାବନା କରି ତାଙ୍କ ପାଇଁ ପୋଢୁଅଁ। ଭାର ପଠାଇଥିବେ ତାହା ସେମାନଙ୍କ ସମ୍ପୂର୍ଣ୍ଣ ବ୍ୟକ୍ତିଗତ। କିନ୍ତୁ ଶାସ୍ତ୍ର, ପୁରାଣରେ ମାଧବାନନ୍ଦଜୀଉ ଯେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମାମୁ ଏ କଥା ଉଲ୍ଲେଖ ନାହିଁ। ତେଣୁ ସେମାନେ ତାଙ୍କ ଭାବ ଅନୁସାରେ ଯାହା କରୁଛନ୍ତି ତାହା ତାଙ୍କ ବ୍ୟକ୍ତିଗତ କଥା ବୋଲି ଡ. ଦାଶ କହିଛନ୍ତି।
ଏ ସମ୍ପର୍କରେ ଐତିହ୍ୟ ବିଷାରଦ ଡ. ସୁରେନ୍ଦ୍ର ମିଶ୍ର କହିଛନ୍ତି, ଜଗନ୍ନାଥଙ୍କୁ ନେଇ ଓଡ଼ିଶାରେ ବହୁତ ଲୋକ କଥା, ଜନଶ୍ରୁତି, କିମ୍ବଦନ୍ତୀ ପ୍ରଭୃତି ଐତିହ୍ୟ ଶହ ଶହ ବର୍ଷ ଧରି ରହିଆସିଛି। ସେହି ଧାରାର ଏକ ଐତିହ୍ୟ ହେଉଛି ସତ୍ୟବାଦୀରେ ଥିବା ମହାପ୍ରଭୁଙ୍କ ଅଜାଘର। ଏହାକୁ ଆମେ ପରମ୍ପରାରେ ଗ୍ରହଣ କରିସାରିଛୁ। କାରଣ ସେଠାରୁ ପ୍ରତିବର୍ଷ ରଥଯାତ୍ରାରେ ସେନାପଟା ଆସିଥାଏ। ମହାପ୍ରଭୁଙ୍କ ଅଜାଘର ଯଦି ସତ୍ୟବାଦୀ ହେଲା ସେହି ଐତିହ୍ୟ କ୍ରମରେ ନିଆଳିସ୍ଥିତ ଶ୍ରୀମାଧବାନନ୍ଦଙ୍କୁ ମହାପ୍ରଭୁଙ୍କ ମାମୁ ବୋଲି କୁହାଯାଉଛି। ସେହିପରି ରଥଯାତ୍ରା ସମୟରେ ଶ୍ରୀଚୈତନ୍ୟଙ୍କ ମା’ ପଠାଉଥିବା ଭାର ମଧ୍ୟ ଏକ ପରମ୍ପରାରେ ପରିଣତ ହୋଇଛି। ମା’ ଆଲାମଚଣ୍ଡୀଙ୍କଠାରୁ ସାତପୁରୀ ଅମାବାସ୍ୟା ଦିନ ଯେଉଁ ତାଡ଼ ଆସେ ତାହା ମଧ୍ୟ ସେହି ପରମ୍ପରାର ପ୍ରତୀକ। ଏହା ଶାସ୍ତ୍ରରେ ନ ଥିଲେ ମଧ୍ୟ ମହାପ୍ରଭୁ ପ୍ରତ୍ୟେକ ଓଡ଼ିଆ ଲୋକଙ୍କ ପାଖରେ ଆପଣାର ହୋଇସାରିଛନ୍ତି। ସେଥିପାଇଁ ଅନେକ ଐତିହ୍ୟ ପରମ୍ପରା ରହିବା ସ୍ବାଭାବିକ। ତାହା ହିଁ ମହାପ୍ରଭୁଙ୍କ ଉପାସନାର ଅସ୍ମିତାର ପରିଚୟ ଦିଏ ବୋଲି ଡ. ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ସାରା ଜଗତର କଲ୍ୟାଣ ପାଇଁ ହଜାର ହଜାର କିଲୋମିଟର ପଦଯାତ୍ରା କଲେ ଜୈନ ମୁନି, ସଦମାର୍ଗରେ ଚାଲିବାକୁ…

କେସିଙ୍ଗା,,୧୨।୭(ତୁମେଶ୍ୱର ସାହୁ): ଜୈନ ମୁନି ହିମାଂଶୁ ରାଜସ୍ଥାନରୁ ହଜାର ହଜାର କିଲୋମିଟର ପଦ ଯାତ୍ରା କରି ସାତ ଗୋଟି ନିୟମକୁ ଆଧାର କରି କେସିଙ୍ଗାର ରାଇସ ମିଲରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri