Posted inରାଜ୍ୟ

ମହାପ୍ରଭୁଙ୍କ ନିର୍ଦ୍ଦେଶ କ୍ରମେ ଦକ୍ଷିଣ ମୋଡ଼ ହେଲା ତିନିରଥ

ରଣପୁର,୧୦ା୭ (ସ୍ବ.ପ୍ର.): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ମଙ୍ଗଳବାର ଷଷ୍ଠ ଦିବସରେ ରଣପୁର ବି.ସି. ହାଇସ୍କୁଲ ଛାତ୍ରମାନେ ରଥଖଳାରେ ଥିବା ତିନିରଥକୁ ଦକ୍ଷିଣ ମୋଡ଼ କରିଛନ୍ତି। ସକାଳ ୯ଟାରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ର ହାଇସ୍କୁଲରୁ ବାହାରି ପଞ୍ଚୁଦୋଳ ପଡିଆସ୍ଥିତ ମାଉସୀ ମା’ ମନ୍ଦିରଠାରେ ପହଞ୍ଚତ୍ଥିଲେ। ମନ୍ଦିର ପ୍ରଶାସନ, ସ୍ଥାନୀୟ ଜନସାଧାରଣ ଓ ପୋଲିସମାନଙ୍କ ସହଯୋଗରେ ତିନି ରଥକୁ ଦକ୍ଷିଣମୋଡ କରାଯାଇଥିଲା। ପରମ୍ପରା ଅନୁଯାୟୀ ମହାପ୍ରଭୁ ଜଗନ୍ନାଥ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ନଅଦିନ ପାଇଁ ଗୁଣ୍ଡିଚା ମନ୍ଦିର ବିଜେ କରିଛନ୍ତି। ଏଥିରେ ଅଭିମାନ କରି ହେରା ପଞ୍ଚମୀରେ ମା’ ଲକ୍ଷ୍ମୀ ଠାକୁରାଣୀ ଜଗନ୍ନାଥ ମନ୍ଦିରରେ ନିଜ ମନର କଥା ଭଉଣୀ ବିମଳାଙ୍କ ନିକଟରେ ପ୍ରକାଶ କରିଥିଲେ। ପରେ ତାଙ୍କ ପରାମର୍ଶରେ ମା’ ଲକ୍ଷ୍ମୀ ରାତିରେ ସୁସଜ୍ଜିତ ଦୋଳ ବିମାନରେ ବାହାରି ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗି ଫେରିଆସିଥିଲେ। ଏହା ଜଣିବା ପରେ ମହାପ୍ରଭୁ ଜଗନ୍ନାଥ ତିନିରଥକୁ ଦକ୍ଷିଣମୋଡ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ ଡାଉନ୍‌ର ସାଥୀ ପାଲଟିଛି ରେଡିଓ

କେନ୍ଦୁଝର୧୧ା୪(ସ୍ବ.ପ୍ର): ଲକ୍‌ ଡାଉନ୍‌ ପାଇଁ ଗାଁ ଠାରୁ ଆରମ୍ଭ କରି ସହର ସବୁ ବନ୍ଦ। ଗ୍ରାମାଂଚଳରେ କାଁ ଭାଁ କେତେକ ଗ୍ରୋସରୀ ଦୋକାନ ଛାଡି ଦେଲେ...

ଆଧୁନିକୀକରଣ ହେବ ଜେଲ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ରାଜ୍ୟରେ ଥିବା ଜେଲଗୁଡ଼ିକର ଆଧୁନିକୀକରଣ ହେବ। ଏନେଇ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି। ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ଜେଲ ବିଭାଗ ପକ୍ଷରୁ ଦିଆଯାଇଥିବା...

ପୂର୍ବତନ ବିଧାୟକ ଭରତ ପାଇକଙ୍କ ପରଲୋକ

ପାରଳାଖେମୁଣ୍ଡି,୯ା୪(ସ୍ବ.ପ୍ର.): ଗଜପତି ଜିଲା ରାମଗିରି ନିର୍ବାଚନମଣ୍ଡଳୀ (୨୦୦୯ ପୂର୍ବର)ର ପୂର୍ବତନ ବିଧାୟକ ଭରତ ପାଇକ (୬୧)ଙ୍କ ମଙ୍ଗଳବାର ପରଲୋକ ହୋଇଛି। ସେ କିଛିଦିନ ଧରି ଅସୁସ୍ଥ...

ମମିତା ମେହେର ହତ୍ୟାକାଣ୍ଡ ମାମଲା: କୋର୍ଟରେ ହାଜର ହେଲେ ଗୋବିନ୍ଦ-ରାଧେ

ବଲାଙ୍ଗୀର ଅଫିସ,୨୨ା୬: ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେ ଶ୍ୟାମ ଚଣ୍ଡୀ ବୁଧବାର...

କୋଲ୍‌ ଇଣ୍ଡିଆରେ ବିଦେଶୀ ପୁଞ୍ଜିନିବେଶକୁ ଟ୍ରେଡ୍‌ ୟୁନିୟନ୍‌ର ବିରୋଧ: କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ କୋଇଲା ପରିବହନ ବାଧାପ୍ରାପ୍ତ

ଲଖନପୁର, ୨୪।୯(ଡି.ଏନ.ଏ.)- କେନ୍ଦ୍ର ସରକାର କୋଲ୍‌ ଇଣ୍ଡିଆରେ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କରିବାପାଇଁ କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଏଆଇଟିୟୁସି, ଆଇଏନ୍‌ଟିୟୁସି, ସିଆଇଟିୟୁ, ଏଚ୍‌ଏମ୍‌ଏସ୍‌...

ଋଷିକୂଲ୍ୟା ଜଳସ୍ତର ବଢୁଛି: ଗାଁରେ ପଶିଲା ପାଣି, ବିଡିଓ କଲେ ଅନୁଧ୍ୟାନ

ଗଞ୍ଜାମ,୧୪ା୧୦(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଦ୍ୱାରା ଋଷିକୁଲ୍ୟା ଜଳସ୍ତର ବଢୁଛି। ଏହି ନଦୀ ଜଳ ଓ ବର୍ଷାପାଣି...

ବଲାଙ୍ଗୀର ଛୁଇଁଲା କରୋନା: ଲେଖାରିଆ ଗ୍ରାମରୁ ୨ ଆକ୍ରାନ୍ତ ଚିହ୍ନଟ, ତାମିଲନାଡ଼ୁରୁ ଫେରିଥିଲେ

ଭୁବନେଶ୍ୱର,୧।୫(ବ୍ୟୁରୋ): ବଲାଙ୍ଗୀର ଛୁଇଁଲା କରୋନା। ଶୁକ୍ରବାର ପ୍ରଥମ ଥର ପାଇଁ ଜିଲାରେ ୨ କରୋନା ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଛି। ଏହାକୁ ମିଶାଇଲେ ଏବେ ରାଜ୍ୟରେ...

ଗଡ଼ ରକ୍ଷା ପାଇଁ ବିଜେଡି, ଭାଜପା ତତ୍ପର

କେନ୍ଦ୍ରାପଡ଼ା ଅଫିସ,୧୮ା୨: କେନ୍ଦ୍ରାପଡ଼ା ଜିଲାର ରାଜକନିକା ଓ ମାର୍ଶାଘାଇ ବ୍ଲକ ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶୁକ୍ରବାର ଅନୁଷ୍ଠିତ ହେବ।...

Advertisement
Archives

Model This Week