ମହାପୁରୁଷ ଅଚ୍ୟୁତାନନ୍ଦ ପୀଠରୁ ପୋଲିସ ପରିଚୟ ଦେଇ ଭକ୍ତଙ୍କୁ ଉଠାଇନେଲେ ଅଜଣା ଲୋକ

ନିଶ୍ଚିନ୍ତକୋଇଲି,୪।୮(ସ୍ବ.ପ୍ର.): କଟକ ଜିଲା ନେମାଳ ଥାନା ଅଧିନସ୍ଥ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠ ନିକଟରୁ ଜଣେ ଭକ୍ତଙ୍କୁ ପୋଲିସ ପରିଚୟ ଦେଇ ଏକ ସ୍କର୍ପିଓ ଗାଡ଼ିରେ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ରବିବାର ପୂର୍ବାହ୍ନରେ ଭୁବନେଶ୍ୱରରୁ ଶୁଭେନ୍ଦୁ ମହାପାତ୍ର ପରିବାର ସହ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠକୁ ପୂଜା କରିବାକୁ ଆସିଥିଲେ। ପୂଜାକାର୍ଯ୍ୟ ଚାଲୁଥିବା ସମୟରେ ହଠାତ୍‌ ଏକ ସ୍କର୍ପିଓରେ ୩/୪ ଜଣ ବ୍ୟକ୍ତି ପୋଲିସ ପରିଚୟ ଦେଇ ଗାଡ଼ି ନିକଟକୁ ଡାକି ଗାଡ଼ିରେ ବସାଇ ନେଇଯାଇଥିଲେ। ତେବେ ଶୁଭେନ୍ଦୁଙ୍କ ସ୍ତ୍ରୀ ଓ ପିଲାମାନେ ସେମାନଙ୍କୁ ପରିଚୟ ପଚାରିବାରୁ ସେମାନେ ପରିଚୟପତ୍ର ଦେଖାଇ ନିଜକୁ ପୋଲିସ ବୋଲି କହିଥିଲେ। ଏନେଇ ଶୁଭେନ୍ଦୁଙ୍କ ସ୍ତ୍ରୀ ନେମାଳ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଯଦି ପୋଲିସ ଶୁଭେନ୍ଦୁଙ୍କୁ ନେଇଥାଏ ତେବେ ସ୍ଥାନୀୟ ଥାନାରେ କାହିଁକି ସୂଚନା ଦେଇନାହିଁ। ଶୁଭେନ୍ଦୁଙ୍କୁ କେହି ଅପହରଣ କରି ନେଇଥିବା ଅନୁମାନ କରାଯାଉଛି। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନଗଦାରେ ଲାଗିଲା ନିଆଁ: ଜଳିଗଲା ୧ ଲକ୍ଷ ଟଙ୍କାର ଊର୍ଦ୍ଧ୍ୱ ସମ୍ପତ୍ତି

ପାପଡ଼ାହାଣ୍ଡି,୨।୧୧(ଡି.ଏନ୍‌.ଏ.): ଧାନଗଦାରେ ନିଆଁ ଲାଗି ଜଳିଗଲା ସୁନାର ଫସଲ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଚନ୍ଦ୍ରପୁର ଗାଁର ଯଦୁ ମାଝୀଙ୍କ...

ତାଲା ଭାଙ୍ଗି ଜେଲରୁ ଫେରାର୍‌ ହୋଇଗଲେ ୮ କଏଦୀ

ହରିଦ୍ୱାର, ୨୨।୯: ଉତ୍ତରାଖଣ୍ଡ ହରିଦ୍ୱାରର ଏକ ଅସ୍ଥାୟୀ ଜେଲରୁ ୮ ଜଣ ବିଚାରଧୀନ କଏଦୀ ତାଲା ଭାଙ୍ଗି ଫେରାର୍‌ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ...

ରାଜ୍ୟରେ ‘ବୁଲବୁଲ୍‌’ ପ୍ରଭାବ: ମତ୍ସ୍ୟଜୀବୀଙ୍କୁ ୪ ଦିନ ସମୁଦ୍ର ମନା

ରୂପ୍‌ସା, ୭।୧୧(ଡି.ଏନ.ଏ.)-ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ଖୁବ୍‌ଶୀଘ୍ର ଏହା ବାତ୍ୟା ରୂପ ନେବ ବୋଲି...

ଅନୁସୂଚିତ ଜନଜାତିଙ୍କ ଜମିରେ ନିର୍ମାଣ ମାମଲା: କାର୍ଯ୍ୟ ବନ୍ଦ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୨୬ା୧୧- ରାଉରକେଲା ହାମିରପୁର ଅଞ୍ଚଳର ସୁବୋଧ କୁଲୁଙ୍କ ଜମି ଉପରେ ରାଉରକେଲା ମ୍ୟୁନିସିପାଲିଟିର ଚାଲିଥିବା ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ମଙ୍ଗଳବାର ହାଇକୋର୍ଟ ନିର୍ଦ୍ଦେଶ...

ମାଡ଼ ମାରି ଲୁଟି ନେଲେ ୬ ଲକ୍ଷ

ମାଲକାନଗିରି,୨୩ା୧୧(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସଦର ମହକୁମାରେ ଜଣେ ବ୍ୟବୟାସୀଙ୍କଠାରୁ ୨ ଜଣ ଦୁର୍ବୃତ୍ତ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ସୋମବାର ମଧ୍ୟାହ୍ନ ୨ଟାରେ ମାଲକାନଗିରି ସଦର...

ବାବନ୍ଧରେ ମାଈହାତୀ ମୃତ

ଢେଙ୍କାନାଳ ଅଫିସ, ୬ା୪: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ ଅଧୀନ ବାବନ୍ଧ ସାନସାହି ଗ୍ରାମ୍ୟ ଜଙ୍ଗଲରେ ବୁଧବାର ଏକ ମାଈହାତୀର ମୃତ୍ୟୁ ଘଟିଛି। ଉକ୍ତ ହାତୀ...

ରାଶନକାର୍ଡ ତାଲିକାଭୁକ୍ତ ହେବେ ମହିମା ସାଧୁ

ଢେଙ୍କାନାଳ ଅଫିସ, ୨୭।୪: ଲକ୍‌ଡାଉନ୍‌ ନିୟମ କଡ଼ାକଡ଼ି କରାଯିବା ପରେ ବିଶ୍ୱପ୍ରସିଦ୍ଧ ମହିମାଧର୍ମ ପୀଠ ଯୋରନ୍ଦାରେ ରହୁଥିବା ସାଧୁସନ୍ନ୍ୟାସୀଙ୍କ ସମସ୍ୟା ବଢ଼ିଛି। ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିବାରୁ...

କଟକ ସହରରୁ ୭୪ ନୂଆ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ, ୧୨।୧୦: କଟକ ସହରରୁ ସୋମବାର ୭୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୬ଜଣ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ...

Advertisement
Archives

Model This Week