Posted inରାଜ୍ୟ

ମହାନଦୀ ପଠାରେ ପ୍ୟାକିଂ, ଡମ୍ପିଂ ନେଇ ଅସନ୍ତୋଷ: ସାମାନ୍ୟ ବର୍ଷାରେ ଖସିିଲା ପଥର

ଖଣ୍ଡପଡ଼ା,୫ା୭(ସ୍ବ.ପ୍ର.)-କଣ୍ଟିଲୋ ମହାନଦୀ କୂଳରେ ଗତ ଜାନୁୟାରୀ ମାସରୁ ଆରମ୍ଭ ହୋଇଥିବା ପଥର ପ୍ୟାକିଂ, ଡମ୍ପିଂ ଓ ଲଚିଂ କାମ ସାମାନ୍ୟ ବର୍ଷାରେ ଦବି ଯାଇଥିବା ଓ ପଥର ଖସିଯାଇଥିବା ନେଇ ଅଭିଯୋଗ ହୋଇଛି। ଏଭଳି କାର୍ଯ୍ୟ ଯୋଗୁ ପ୍ରତ୍ୟହ ନଦୀକୁ ସ୍ନାନ, ଶୌଚାଦି ପାଇଁ ଆସୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୀଳମାଧବ ଜୀଉଙ୍କ ଦର୍ଶନରେ ଆସୁଥିବା ଯାତ୍ରୀମାନେ ମଧ୍ୟ ଏଥିରୁ ବାଦ ପଡ଼ୁନାହାନ୍ତି। ଏହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ପ୍ରାୟ ୨.୮କୋଟି ଟଙ୍କା ବ୍ୟୟରେ ଜଳ ସମ୍ପଦ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଏହି କାର୍ଯ୍ୟ ବନ୍ୟା ସ୍ରୋତରେ ଭାସିଯିବ ବୋଲି ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା। ତେବେ ବିଭାଗୀୟ ଅଧିକାରୀମାନେ ମହାନଦୀର ପ୍ରଥମ ବନ୍ୟା ପରେ ସ୍ଥିତି ଅନୁଧ୍ୟାନପୂର୍ବକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ ା ମାତ୍ର ବନ୍ୟା ପୂର୍ବରୁ ଅର୍ଥାତ୍‌ ଗତ ୧ ତାରିଖ ଲଘୁଚାପ ଜନିତ ବର୍ଷା ପରେ ପଥର ଖସିବା ସହ ଦବି ଯାଇଥିଲା। ପ୍ରକାଶ ଯେ, ନୀଳମାଧବ ଜୀଉ ମନ୍ଦିର ପାଦଦେଶରେ ପ୍ରବାହିତ ମହାନଦୀ ଦକ୍ଷିଣ ପାର୍ଶ୍ୱ ମାଳବନ୍ଧ ବିଭିନ୍ନ ସମୟରେ କ୍ଷତିଗ୍ରସ୍ତ ହେଉଥିବାରୁ ଏହାର ସୁଦୃଢୀକରଣ ତଥା ସୁରକ୍ଷା ନିମନ୍ତେ ବିଭିନ୍ନ ମହଲରେ ଦାବି ହୋଇ ଆସୁଥିଲା ା ତେବେ ଏହାର ପ୍ରତିକାର ନିମନ୍ତେ ନାବାର୍ଡ ପକ୍ଷରୁ ଅନୁଦାନ ରାଶି ମଞ୍ଜୁର ହୋଇ କଣ୍ଟିଲୋ ଜଳସମ୍ପଦ ବିଭାଗ ତତ୍ତ୍ୱାବଧାନରେ କାମ ଆରମ୍ଭ ହୋଇଛି ା ନୀଳମାଧବ ମନ୍ଦିର ଉତ୍ତର ଦ୍ୱାର ନଦୀଘାଟରୁ ପଶ୍ଚିମ ଦ୍ୱାର ଗଙ୍ଗା ତୁଠ ପର୍ଯ୍ୟନ୍ତ ପଥର ପ୍ୟାକିଂ, ଡମ୍ପିଂ, ଲଚିଂ ଓ ଗ୍ରାଉଟିଂ କାର୍ଯ୍ୟ ଜାନୁୟାରୀ ମାସରେ ଆରମ୍ଭ କରାଯାଇଛି ା ଆରମ୍ଭ ସମୟରେ ହିଁ ସ୍ଥାନୀୟ ଜନସାଧାରଣ ଉକ୍ତ କାର୍ଯ୍ୟର ସୁଦୃଢ଼ ଓ ସ୍ଥାୟିତ୍ୱ ପ୍ରତି ସନ୍ଦେହ କରି ବିଭାଗୀୟ ଅଧିକାରୀ ଏବଂ କାର୍ଯ୍ୟନିର୍ବାହୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ା ନଦୀଘାଟକୁ ସ୍ନାନ ପାଇଁ ଯାତାୟତବେଳେ ସମସ୍ୟା ହେଉଥିବାରୁ ଏହି ପଥର କାର୍ଯ୍ୟକୁ ସିମେଣ୍ଟ ଗ୍ରାଉଣ୍ଟିଂ କରିବା ନିମନ୍ତେ ଲୋକେ ପରାମର୍ଶ ଦେଇଥିଲେ ା ତେବେ ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀମାନେ କହିଥିଲେ। ଉଲ୍ଲେଖଯୋଗ୍ୟ, ଗୁରୁବାର ଧରିତ୍ରୀରେ ‘ମହାନଦୀ ମାଳବନ୍ଧରେ ପଥର ପ୍ୟାକିଂରେ ବ୍ୟବହାର ହେଉଛି ଛୋଟ ପଥର, ପ୍ରଥମ ବନ୍ୟାରେ ଭାସିଯିବା ଆଶଙ୍କା’ ଶୀର୍ଷକ ଖବର ପ୍ରକାଶ ପାଇଥିଲା ା ଏ ନେଇ ବିଭାଗୀୟ ଅଧିକାରୀ ଇଂ. ଶଙ୍କର ଦଳେଇଙ୍କୁ ପଚାରିବାରୁ ସେ କହିଥିଲେ କି, ସମ୍ପୃକ୍ତ ଠିକାଦାରଙ୍କ ଦ୍ୱାରା କାର୍ଯ୍ୟ ଜାରି ରହିଛି। ସେ ଏହାର ମରାମତି କାର୍ଯ୍ୟ ତୁରନ୍ତ କରିବେ ବୋଲି ଦଳେଇ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗତିପଥ ବଦଳାଉଛି ବୁଢ଼ାବଳଙ୍ଗ

ବାଲେଶ୍ୱର ଅଫିସ, ୨୯।୫(ମାନସ ବିଶ୍ୱାଳ)-ବାଲେଶ୍ୱର ଜିଲା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀ ଦୀର୍ଘ ଦୁଇ ଦଶନ୍ଧି ଧରି ଗତିପଥ ବଦଳାଉଥିବାରୁ ସଦର ବ୍ଲକ ଅଧୀନ ଗୋପୀନାଥପୁର...

ନବୀନ@୭୪: ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୁଧବାର ଜନ୍ମଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନଙ୍କୁ ଟୁଇଟ୍‌ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ଓଡ଼ିଆ...

ଭୁବନେଶ୍ୱର ବସ୍ତିରେ ସଂକ୍ରମଣ, ରାଜ୍ୟକୁ ବିପଦ

ଭୁବନେଶ୍ୱର, ୬ା୬(ବ୍ୟୁରୋ): ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ। ଏହାର ମାତ୍ର କେଇଟା ଦିନ ଭିତରେ ରାଜଧାନୀରେ ହୁହୁ ହୋଇ ବଢ଼ିଥିଲା ଆକ୍ରାନ୍ତଙ୍କ...

ସାତକୋଶିଆରେ ଏନ୍‌ଟିସିଏର ୩ ଜଣିଆ ଟିମ୍‌:୨୫ ହେକ୍ଟରରେ ସୁନ୍ଦରୀ ଏନକ୍ଲୋଜର ଯୋଜନା

ବନ୍ତଳା, ୨୨ା୧୦(ଡି.ଏନ.ଏ.) ଶିଥିଳ ପଡ଼ିଥିବା ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସ୍ଥିତି ସହ ଏନ୍‌କ୍ଲୋଜର ମଧ୍ୟରେ ବର୍ଷେ ହେଲା ବନ୍ଦୀ ଜୀବନ କାଟୁଥିବା ବାଘୁଣୀ...

ଡେଙ୍ଗୁ: ସହରବାସୀ ଆତଙ୍କିତ

କଟକ ଅଫିସ, ୪ା୭: କଟକ ସହରରେ ଜଣ୍ଡିସ ପରେ ଏବେ ଡେଙ୍ଗୁ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଏହାକୁ ନେଇ ସହରବାସୀ ଆତଙ୍କିତ ହୋଇପଡିଛନ୍ତି। ସହରରେ ବିଶୁଦ୍ଧ...

୮ ଘଣ୍ଟା ପରେ ସମୁଦ୍ରରୁ ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ

ଛତ୍ରପୁର,୧।୬(ଡି.ଏନ୍‌.ଏ. ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସମୁଦ୍ରରେ ଗାଧୋଇବା ବେଳେ ଦୁଇ ଛାତ୍ରୀ ଭାସିଯାଇଥିଲେ।...

ତୃତୀୟ ଥର ପାଇଁ ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ

ଭୁବନେଶ୍ୱର,୩।୧(ବ୍ୟୁରୋ): ବହୁ ଚର୍ଚ୍ଚିିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି ତଦନ୍ତ ଜାରି ରଖିଛି। ତେବେ ଏହି ମାମଲରେ ଜଣଙ୍କ ପରେ ଜଣଙ୍କୁ ଇଡି...

ପ୍ରାର୍ଥତ୍ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

ଜଗତ୍‌ସିଂହପୁର ଅଫିସ, ୧୮ା୧: ଜଗତ୍‌ସିଂହପୁର ଜିଲାରେ ସୋମବାରଠାରୁ ଜିଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡମେମ୍ବର ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା...

Advertisement
Archives

Model This Week