ମହାନଦୀ ଜଳବିବାଦ: ଉଭୟ ରାଜ୍ୟ ଗସ୍ତ କରିବେ ବୈଷୟିକ ଟିମ୍‌, ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଓଡ଼ିଶା ଓ ପଡ଼ୋଶର ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦର ଶନିବାର ଟ୍ରିବ୍ୟୁନାଲ ଶୁଣାଣି କରିଛନ୍ତି। ଉଭୟ ରାଜ୍ୟର ବୈଷୟିକ ଟିମ୍‌ ୨ ରାଜ୍ୟ ଗସ୍ତ କରିବେ। ଏହାପରେ ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ଟ୍ରିବ୍ୟୁନାଲ୍‌ରେ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି।

ଶନିବାର ହୋଇଥିବା ଶୁଣାଣିରେ ଉଭୟ ରାଜ୍ୟ ନିଜ ନିଜ ପକ୍ଷ ରଖିଥିଲେ। ପରେ ଉଭୟ ରାଜ୍ୟ ବୈଷୟିକ ଟିମ୍‌ ୨ ରାଜ୍ୟ ଗସ୍ତ କରିବେ। ଅକ୍ଟୋବର ୩୦ରୁ ନଭେମ୍ବର ୨ ମଧ୍ୟରେ ଛତିଶଗଡ଼କୁ ଓଡ଼ିଶା ଟିମ୍‌ ପରିଦର୍ଶନରେ ଯିବେ। ଏହାପରେ ନଭେମ୍ବର ୧୧ରୁ ୧୯ ମଧ୍ୟରେ ଛତିଶଗଡ଼ ଟିମ୍‌ ଓଡ଼ିଶା ଗସ୍ତରେ ଆସିବେ। ଏହି ପ୍ରକ୍ରିୟା ସରିବା ପରେ ଚୂଡ଼ାନ୍ତ ରାୟ ଦିଆଯିବ। ଏଣୁ ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ପୂର୍ବରୁ ମହାନଦୀ ଜଳର ସମାନ ବଣ୍ଟନ ପାଇଁ ଛତିଶଗଡ଼ ପକ୍ଷରୁ ପିଟିଶନ ଦାୟର କରାଯାଇଥିଲା। ଏହା ଉପରେ ମତ ରଖିବା ପାଇଁ ପୂର୍ବ ଶୁଣାଣିରେ ଟ୍ରିବ୍ୟୁନାଲ ଦୁଇ ପକ୍ଷକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସମାନ ଭାବେ ଜଳ ବଣ୍ଟନ କଥାକୁ ଓଡ଼ିଶା ଗ୍ରହଣ କରୁନାହିଁ। ତେବେ ଟ୍ରିବ୍ୟୁନାଲ ଶୁଣାଣି ପୂର୍ବରୁ ଓଡ଼ିଶା ଏବଂ ଛତିଶଗଡ଼ର ପ୍ରତିନିଧି ଦଳ ଓଡ଼ିଶା ଭବନଠାରେ ଏକ ବୈଠକ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ଜେଲ୍‌ ଗଲେ କୋଟିପତି ହିନ୍ଦୀ ଶିକ୍ଷକ

ବ୍ରହ୍ମପୁର ଅଫିସ,୧୫।୧୦: ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ଝାଡାଙ୍କୋଲି ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କୁ ଗିରଫ କରିଛି। ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ...

କାର୍‌ରେ ପ୍ରେସ୍‌ ଲେଖି ବୁଲୁଥିଲେ ଜଙ୍ଗଲରେ: ଟେକିନେଲେ ଗ୍ରାମବାସୀ

କେନ୍ଦୁଝର,୭।୭( ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ କରଦାଙ୍ଗୀ ଜଙ୍ଗଲରେ ମଙ୍ଗଳବାର ୬ ଜଣ ବ୍ୟକ୍ତି କାରରେ ପ୍ରେସ ଲେଖି ସନ୍ଦେହ ଜନକ ଭାବେ ବୁଲୁଥିଲେ।...

ରାଷ୍ଟ୍ରପତି ଦେଖିବାକୁ କେମିତି: ଅଖିଳ ଗିରି

କୋଲକାତା/ନୂଆଦିଲ୍ଲୀ(ପି.ଟି.)/ ଭୁବନେଶ୍ୱର(ବ୍ୟୁରୋ) ୧୩।୧୧:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦରେ ଫସିଛନ୍ତି ପଶ୍ଚିମବଙ୍ଗର ମନ୍ତ୍ରୀ ଅଖିଳ ଗିରି। ନନ୍ଦିଗ୍ରାମରେ ଶୁକ୍ରବାର ରାତିରେ ତୃଣମୂଳ...

ଲାମ୍ବଡା, ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ ତୃତୀୟ ଲହରର କାରଣ ହୋଇପାରେ

ଭୁବନେଶ୍ୱର, ୧୨।୭(ବ୍ୟୁରୋ):ରାଜ୍ୟରେ ଦ୍ୱିତୀୟ ଲହର ସଂକ୍ରମଣ ହ୍ରାସ ପାଉଥିବାବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ୁଛି। ପ୍ରତିଦିନ ନୂଆ ନୂଆ ତଥ୍ୟ ଆସୁଥିବାବେଳେ ଏହାକୁ ନେଇ...

କିଶୋରୀଙ୍କୁ ଚିହ୍ନଟ କରିବେ ରାଜ୍ୟ ସରକାର

ଭୁବନେଶ୍ୱର,୧୨ା୧୦(ବ୍ୟୁରୋ): ରାଜ୍ୟରେ ଥିବା କିଶୋରୀମାନଙ୍କ ବିକାଶ ପାଇଁ ସରକାର ବିଶେଷ ଧ୍ୟାନ ଦେଇଛନ୍ତି। ସେମାନଙ୍କୁ ଚିହ୍ନଟ କରିବା ପାଇଁ ଏକ ସୂଚନା ପରିଚାଳନା ବ୍ୟବସ୍ଥାର ବିକାଶ...

ବିଧାନସଭାରେ ବିଜୁ ଜୟନ୍ତୀ

ଭୁବନେଶ୍ୱର, ୬ା୩(ବ୍ୟୁରୋ): ଓଡ଼ିଶା ବିଧାନସଭା ପରିସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ...

ପୁରୀରେ ଡଗ୍‌ ଶୋ:କୌଶଳ ଦେଖାଇଲେ୧୮ ପ୍ରଜାତିର ୧୪୭ କୁକୁର

ପୁରୀ ଅଫିସ, ୧୩ା୧: କୁକୁର ହେଲେ ବି ମାଲିକଙ୍କ ପ୍ରତି ଥିଲା ସେମାନଙ୍କର ଢେର୍‌ ଭଲପାଇବା ଆଉ ବିଶ୍ୱସନୀୟତା। ମାଲିକଙ୍କ ପ୍ରତିଟି ନିର୍ଦ୍ଦେଶ ମାନି ବିଚାରକଙ୍କୁ...

ଖଦି କେବଳ ବସ୍ତ୍ର ନୁହେଁ, ଏକ ବିଚାର

ଭୁବନେଶ୍ୱର,୨୦।୨ (ବ୍ୟୁରୋ): ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ଖାରବେଳନଗରସ୍ଥିତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ରାଜ୍ୟସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ‘ଖଦି ବଜାର’ ଉଦ୍‌ଘାଟିତ...

Advertisement
Archives

Model This Week