ମହାନଦୀରେ ଲୀନ ହେବାକୁ ବସିଛି ସିଦ୍ଧେଶ୍ୱର ପୀଠ

ନରାଜ,୧୩।୯(ଡି.ଏନ.ଏ) : ବାରଙ୍ଗ ଥାନା ଅନ୍ତର୍ଗତ ତଳଗଡ ଓ ନରାଜର ମଧ୍ୟସ୍ଥ ଭାଗର ପର୍ବତରେ ସିଦ୍ଧେଶ୍ୱର ମନ୍ଦିର ଅବସ୍ଥିତ। ହେଲେ ପ୍ରତ୍ନତତ୍ତ୍ୱ ଓ ଦେବୋତ୍ତର ବିଭାଗର ଅଣଦେଖାରୁ ଏବେ ଏହି ପୁରାତନ ମନ୍ଦିରଟି ମହାନଦୀରେ ଲୀନ ହେବାକୁ ବସିଛି। ପ୍ରତିବର୍ଷ ବର୍ଷାଦିନେ ମହାନଦୀରେ ପାଣି ବଢିଲେ ପାହାଡର ପାଦ ଦେଶରେ ଥିବା କୂଳଖାଇ ଯାଇଥାଏ। ବର୍ତ୍ତମାନ ବର୍ଷା ଓ ମହାନଦୀର ପାଣିରେ କୂଳ ଖାଇବା ଫଳରେ ମନ୍ଦିରର ସାମ୍‌ନା ପାହାଚ ନଦୀଗର୍ଭକୁ ଚାଲିଯାଇ ମୁଖଶାଳା ଫାଟି ମହାନଦୀରେ ମିଶିବାକୁ ବସିଲାଣି। ସୂଚନାଯୋଗ୍ୟ, ପାଣ୍ଡବମାନେ ବନବାସ ସମୟରେ ଏହି ପର୍ବତରେ ବହୁଦିନ ବସବାସ କରିବା ଓ ବୌଦ୍ଧ ଧର୍ମାବଲମ୍ବୀମାନେ ଏଠାରେ ଥିବା ଗୁମ୍ଫାରେ ରହି ଧ୍ୟାନ କରୁଥିବା କିମ୍ବଦନ୍ତିରୁ ସୂଚନା ମିଳେ। ଏହି ମନ୍ଦିର ମହାନଦୀର ନିକଟବର୍ତ୍ତୀ ଥିବା ସହ ସୁନ୍ଦର ପରିବେଶ ହୋଇଥିବାରୁ ଏଠାକୁ କଟକ ଓ ଆଖପାଖ ଅଞ୍ଚଳରୁ ପ୍ରତ୍ୟେକ ଦିନ ଶତାଧିକ ଶ୍ରଦ୍ଧାଳୁ ଆସିଥାନ୍ତି। ବିଶେଷ କରି ଶ୍ରାବଣ ମାସରେ କାଉଡ଼ିଆମାନେ ଜଳଲାଗି ଓ ଜାଗର ସମୟରେ ବହୁସଂଖ୍ୟାରେ ଭକ୍ତ ଏଠାକୁ ଛୁଟି ଆସିଥାନ୍ତି। ଏହିଭଳି ଏକ ପ୍ରାଚୀନ ଶୈବ ପୀଠଟି ମହାନଦୀ ଗର୍ଭରେ ଲୀନ ହେବା ପୂର୍ବରୁ ପ୍ରତ୍ନତତ୍ତ୍ୱ ଓ ଦେବୋତ୍ତର ବିଭାଗ ସୁରକ୍ଷା ଯୋଗାଇଦେବା ପାଇଁ ଅଞ୍ଚଳବାସୀଙ୍କ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବା ଜରୁରୀ: ଏନଏସଏସ ସ୍ବେଚ୍ଛାସେବୀଙ୍କ ଦ୍ୱାରା ମେଗା ଚାରାରୋପଣ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା କୋ ୟୁନିଟ ଏବଂ ମହିଳା ଶାଖା ପକ୍ଷରୁ ମଙ୍ଗଳବାର କଲେଜ ପରିସରରେ…

ଗଛରେ ଝୁଲୁଛି କଲରା ପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରା ପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ…

ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ: ଭାରତ ଯୋଗାଇବ ଇଣ୍ଡୋନେସିଆକୁ ସେହି ଅସ୍ତ୍ର, ଯାହା ପାକିସ୍ତାନକୁ ଥରାଇ ଦିଏ…

ନୂଆଦିଲ୍ଲୀ,୭।୭: ଭାରତ-ଇଣ୍ଡୋନେସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ ହୋଇଛି। ଭାରତ ମଙ୍ଗଳବାର ଇଣ୍ଡୋନେସିଆକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଇ ଦେବା ନେଇ ଚୁକ୍ତି ସ୍ବାକ୍ଷର କରିଛି।…

ସିରିଜ ବିସ୍ଫୋରଣରେ ଥରି ଉଠିଲା ସିରିଆ; ଡାମାସ୍କସରେ ମାକ୍ରନଙ୍କ ହୋଟେଲ ନିକଟରେ ମଧ୍ୟ ବଡ଼ ବିସ୍ଫୋରଣ, ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି

ଡାମାସ୍କସ,୭।୭: ମଙ୍ଗଳବାର ସିରିଆର ରାଜଧାନୀ ଡାମାସ୍କସରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ଉଲ୍ଲେଖଯୋଗ୍ୟ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ବର୍ତ୍ତମାନ ସିରିଆ ଗସ୍ତରେ ଅଛନ୍ତି ଏବଂ…

ଆଳି ବ୍ରାହ୍ମଣୀ ନଦୀରେ ଭାସୁଛି ବିରାଟକାୟ କୁମ୍ଭୀର, ଆତଙ୍କିତ ସ୍ଥାନୀୟ ଲୋକେ

ପଟ୍ଟାମୁଣ୍ଡାଇ,୭।୭(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଳି ଦେଇ ବହିଯାଇଥିବା ବ୍ରାହ୍ମଣୀ ନଦୀର ପତ୍ରପୁର ସେତୁ ନିକଟରେ ଏକ ବିରାଟକାୟ ବଉଳା କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି…

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri