Posted inଫୁରସତ

ମହାକାଶ ଭ୍ରମଣ: ଭଡ଼ା ୯୬ ଲକ୍ଷ

ଓ୍ବାଶିଂଟନ, ୨୨।୬: ପର୍ଯ୍ୟଟନ ଶିଳ୍ପ ବିକାଶ ପାଇଁ ଆମେରିକାର ଷ୍ଟାର୍ଟଅପ୍‌ ‘ସ୍ପେସ୍‌ ପ୍ରସ୍ପେକ୍ଟିଭ୍‌’ ପକ୍ଷରୁ ଏକ ନୂଆ ଧରଣର ଯୋଜନା ପ୍ରସ୍ତୁତ କରାଯାଇଛି। ୨୦୨୪ଠାରୁ ଏହି କମ୍ପାନୀ ପର୍ଯ୍ୟଟକଙ୍କୁ ମହାକାଶ ଭ୍ରମଣର ସୁଯୋଗ ଯୋଗାଇଦେବ। କମ୍ପାନୀ ପକ୍ଷରୁ ‘ସ୍ପେସ୍ଶିପ୍‌ ନେପଚୁନ୍‌’ର ଶୁଭାରମ୍ଭ କରାଯିବା ଲାଗି ଜୋରସୋରରେ କାମ ଜାରି ରହିଛି। ଏକ କ୍ୟାପସୁଲ୍‌ ବେଲୁନରେ ପର୍ଯ୍ୟଟକଙ୍କୁ ମହାକାଶ ଭ୍ରମଣ କରାଯିବ। ଏହି ବେଲୁନରେ ୯ ଜଣ ପର୍ଯ୍ୟଟକଙ୍କର ବସିବା ଭଳି ସୁବିଧା ରହିବ। ଏଥିରେ ପର୍ଯ୍ୟଟକଙ୍କୁ କୌଣସି ସ୍ପେସ୍‌ ସୁଟ୍‌ ପିନ୍ଧିବାକୁ ପଡ଼ିବ ନାହିଁ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ବସି ବୁଲିବା ପାଇଁ ୬ଘଣ୍ଟାକୁ ୯୬ ଲକ୍ଷ ଟଙ୍କା ଭଡ଼ା ଦେବାକୁ ପଡ଼ିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ବାୟୁମଣ୍ଡଳର ଉପରସ୍ତରରେ ପହଞ୍ଚିବା ପାଇଁ ୨ ଘଣ୍ଟା ଏବଂ ଓହ୍ଲାଇବା ଲାଗି ୨ ଘଣ୍ଟା ସମୟ ଲାଗିବ। ଭୂପୃଷ୍ଠରୁ ୧୦ ହଜାର ଫୁଟ ଉପରେ ପର୍ଯ୍ୟଟକମାନେ ୨ ଘଣ୍ଟା ବେଲୁନ କ୍ୟାପସୁଲରେ ବସି ଉଡ଼ି ବୁଲିବେ। ପର୍ଯ୍ୟଟକଙ୍କୁ ଏକ ସ୍ବତନ୍ତ୍ର ଅନୁଭୁତି ଦେବା ପାଇଁ ଏଭଳି ଯୋଜନା କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟା ପର୍ଯ୍ୟନ୍ତ ଶରୀର ବାହାରେ ସୁରକ୍ଷିତ ରହିପାରିବ ମାନବ ହୃଦୟ

ଲଣ୍ଡନ,୧୫।୨: ଏବେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍‌ କରିବା ସହଜ ହୋଇପାରିବ। ଶରୀର ବାହାରେ ନୂତନ ଜ୍ଞାନକୌଶଳ ଦ୍ୱାର ୨୪ ଘଣ୍ଟା ସୁରକ୍ଷିତ ରଖାଯାଇପାରିବ। କେତେକ କୃତ୍ରିମ ଉପକରଣ...

କବରରୁ ବାହାରି ସାକ୍ଷୀ ଦେଲା ମୃତଦେହ

ପାଟନା, ୨୨।୭: କଥାରେ ଅଛି ସତ କେବେ ଲୁଚି ରହେନା। କରିଥିବା ଅପରାଧ ଦିନେ ନା ଦିନେ ପ୍ରକାଶିତ ହେବ ବୋଲି କେତେକ କହିଥାନ୍ତି। ଏହାର...

କୁକୁଡ଼ାଙ୍କ ପାଇଁ ଡ୍ରେସ୍‌

ଯଦି ଆପଣ ପୋଷା କୁକୁଡା ରଖିଛନ୍ତି ଓ ତାକୁ ସୁନ୍ଦର ଭାବେ ସଜାଇବାକୁ ଚାହୁଁଛନ୍ତି, ତେବେ କୁକୁଡାଙ୍କ ପାଇଁ ଆସିଥିବା ଏହି ଡ୍ରେସ୍‌କୁ ନିହାତି ବ୍ୟବହାର...

ପ୍ରାଚୀନ ତୀର୍ଥସ୍ଥଳ ଚିତ୍ରକୂଟ ଧାମ: କେବେ ଓ କେମିତି ଯିବେ; କ’ଣ ଦେଖିବେ

ଚିତ୍ରକୂଟ ଧାମ ମନ୍ଦାକିନୀ ନଦୀ ତଟଦେଶରେ ଅବସ୍ଥିତ ଭାରତର ଏକ ପ୍ରାଚୀନ ତୀର୍ଥସ୍ଥଳ ଭାବେ ପରିଚିତ। ଏହା ହେଉଛି ସେହି ସ୍ଥାନ, ଯେଉଁଠାରେ ପ୍ରଭୁ ଶ୍ରୀରାମ...

ଆମେ ବି ପାରିବୁ

ଲକ୍ଷ୍ୟ ଥିଲା ସ୍ବରୋଜଗାରକ୍ଷମ ହେବା। ମନରେ ବି ଥିଲା ଅଦମ୍ୟ ସାହସ। ପୁଣି ଖାତିର ନ ଥିଲା ସମାଜର ଟାହିଟାପରାକୁ। ଆଉ ଏହି ନିଶା ହିଁ...

ବିଶ୍ୱର ସବୁଠାରୁ ମହଙ୍ଗା ଜେଲ୍‌: କଏଦୀଙ୍କ ପାଇଁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା

ଜେଲ୍‌ର ନାଁ ଶୁଣିଲେ ଆପଣା ଛାଏଁ ମନକୁ ଆସେ ସେଠାକାର ରହିବା ଓ ଖାଇବା କେମିତି ହୋଇଥିବ। ହେଲେ କ୍ୟୁବାରେ ଏମିତି ଏକ ଜେଲ୍‌ ଅଛି...

ବୁଢ଼ିଆଣୀ ପିଠିରେ ମଣିଷ ମୁହଁ

ସେଣ୍ଟ୍ରାଲ ଚାଇନାର ହ୍ୟୁନାନ୍‌ ଅଞ୍ଚଳରୁ ଏକ ଭିନ୍ନ ପ୍ରଜାତିର ବୁଢ଼ିଆଣୀ ପିଠିରେ ଅବିକଳ ମଣିଷ ମୁହଁ ଭଳି ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ଏହି ବୁଢ଼ିଆଣୀର...

ଟିକ୍‌ଟକ୍‌ କରୁଥିବାବେଳେ ଏମିତି କିଛି ଘଟିଲା ଯୁବତୀଙ୍କ ସହ

ଆଜିର ଯୁବପିଢି ଟିକଟକ୍‌ ଆପରେ ଭିଡିଓ ସେୟାର କରି ରାତାରାତି ଷ୍ଟାର ହେବାର ସ୍ବପ୍ନ ଦେଖୁଛନ୍ତି। ଅନେକ ମଧ୍ୟ ଏଥିରେ ସଫଳତା ହେଉଛନ୍ତି। ସେହିପରି ଅଧିକାଶଂ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *