ମହଙ୍ଗା ପଡ଼ିଲା ଖାକି ବର୍ଦ୍ଦିରେ ନିଶା କାରବାର: କନଷ୍ଟେବଳ ଜାନକୀବଲ୍ଲଭ ବହିଷ୍କୃତ

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ପୋଲିସ ବିଭାଗରେ ଚାକିରି କରି ବ୍ରାଉନସୁଗାର ବେପାର କରିବା ଶେଷରେ ମହଙ୍ଗା ପଡ଼ିଛି। କିଛିଦିନ ତଳେ ଗିରଫ ହୋଇଥିବା କନଷ୍ଟେବଳ ଜାନକୀବଲ୍ଲଭ ଭାରିମଲ୍ଲଙ୍କୁ ଚାକିରିରୁ ବିଦା କରାଯାଇଛି। ଏକାଧିକ ଅପରାଧରେ ସମ୍ପୃକ୍ତ ଥିବାରୁ ତାଙ୍କୁ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ ବହିଷ୍କାର କରିଛନ୍ତି। ସୂଚନାଯୋଗ୍ୟ, ଜାନକୀବଲ୍ଲଭ ରିଜର୍ଭ ପୋଲିସରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ। ସେ ଗତ ୧୩ ତାରିଖ ଦିନ ବ୍ରାଉନସୁଗାର ବ୍ୟବସାୟ କରୁଥିବା କ୍ୟୁଏଟି ଓ ନୟାପଲ୍ଲୀ ଥାନା ପୋଲିସ ହାତରେ ଧରାପଡି ଗିରଫ ହୋଇଥିଲେ। ଖୋଳତାଡ଼ ପରେ ତାଙ୍କ ଆପରାଧିକ ପେଡ଼ି ଖୋଲିଥିଲା। ତାଙ୍କ ନାମରେ ଏକାଧିକ ଫୌଜଦାରି ମାମଲା ରହିଥିବାବେଳେ ବ୍ରାଉନସୁଗାର କାରବାର କରୁଥିଲେ। ବିଶେଷକରି ଖୋର୍ଦ୍ଧାରେ କାର୍ଯ୍ୟ କରିବା ସମୟରେ ନିଶା ମାଫିଆ ଛୋଟା ଲିଙ୍କ୍‌ରେ ଆସିଥିଲେ। ତାଙ୍କଠାରୁ ବ୍ରାଉନସୁଗାର ନେଇ ବ୍ୟବସାୟ କରିବା ସହ ଦାମୀ ଗାଡ଼ି ଚଢୁଥିଲେ। ଏପରି କି ଚୋରା ପଥର ଚାଲାଣରେ ସେ ଛୋଟାକୁ ପୋଲିସ ସମ୍ପର୍କରେ ଭିତିରି ସୂଚନା ଦେଉଥିଲେ। ୨୦୦୫ରେ କ୍ୟାପିଟାଲ ଥାନାଞ୍ଚଳରେ ଏକ ହତ୍ୟା ପାଇଁ ଅପହରଣ ମାମଲାରେ ସେ ଅଭିଯୁକ୍ତ ଥିଲେ। ହେଲେ ପ୍ରମାଣ ଅଭାବରୁ ଖଲାସ ହୋଇଥିଲେ। ୨୦୦୮ରୁ ୨୦୧୮ ପର୍ଯ୍ୟନ୍ତ ସେ ଖୋର୍ଦ୍ଧାରେ ଥିଲେ। ୨୦୧୧ରେ ଖଣ୍ଡଗିରି ଥାନାର ଏକ ମାମଲାରେ ଅଭିଯୁକ୍ତ ଥିଲେ। ସେହିପରି ୨୦୧୮ରେ ଖୋର୍ଦ୍ଧାରେ ଜଣେ ଓକିଲଙ୍କ ଗାଡି ଚୋରି କରିବା ଅଭିଯୋଗରେ ସେ ଗିରଫ ହୋଇଥିଲେ। ତାଙ୍କ ବିରୋଧରେ ତଦନ୍ତ କରାଯାଇ ରିପୋର୍ଟ ଆସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟାକ୍ଟ ଟ୍ରେସିଂ ପରେ ସିଲ୍‌ ହୋଇପାରେ ଝାରପଡ଼ା, ମଧୁସୂଦନ ନଗର

ଭୁବନେଶ୍ୱର, ୮ା୪(ବ୍ୟୁରୋ): ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ି ଚାଲିଛି। ରାଜ୍ୟରେ ମୋଟ ୪୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ କେବଳ ଭୁବନେଶ୍ୱରରେ...

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ସ୍ଥାନୀୟ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ହୁତୁହୁତୁ ହୋଇ ଜଳିଗଲା ବସ୍‌। କଳାହାଣ୍ଡିରୁ ଯାତ୍ରୀ ନେଇ ଭୁବନେଶ୍ୱର ଆସିଥିବା ‘ଚକାଡ଼ୋଳା’ ବସ୍‌ରେ ବୁଧବାର ଅପରାହ୍ନରେ ନିଆଁ...

‘ରାଜ୍ୟରେ ୩୪୫୩ କେନ୍ଦ୍ରରେ ଚାଲିଛି ଟିକାକରଣ’

ଭୁବନେଶର, ୭।୧(ବ୍ୟୁରୋ) : ରାଜ୍ୟରେ ୩୪୫୩ କେନ୍ଦ୍ରରେ ଚାଲିଛି ଟିକାକରଣ। ସେଥି ମଧ୍ୟରୁ ୧୧୯୧ଟି କେନ୍ଦ୍ରରେ ୧୫ ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ ଚାଲିଛି...

ସୋସିଆଲ୍ ମିଡିଆରେ ଅପପ୍ରଚାର କାର୍ଯ୍ୟ ନୀନ୍ଦନୀୟ, ଡିଜିଟାଲ ଫୁଟପ୍ରିଣ୍ଟ କଥା ଭୁଲନ୍ତୁ ନାହିଁ: ବାଗ୍‌ଚୀ

ଭୁବନେଶ୍ବର, ୪।୪(ବ୍ୟୁରୋ) : ଆଜିର ଘଡ଼ିସନ୍ଧି ମୁହୂର୍ତ୍ତରେ ଯେକୌଣସି ଅପପ୍ରଚାର, ସନ୍ଦେହଜନକ ଜିନିଷ ବିଷୟରେ ସୋସିଆଲ୍ ମିଡିଆରେ ସେୟାର କରିବା, ଟ୍ୱିଟ଼ କରିବା ନୀନ୍ଦନୀୟ ବିଷୟ...

ଆଜି ପ୍ରକାଶ ପାଇବ ନାକ୍‌ ରିପୋର୍ଟ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ):ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଦ୍ୱାରା ସୋମବାର ନାକ ରିପୋର୍ଟ ପ୍ରକାଶ ପାଇବ। ରାଜ୍ୟରେ ମୋଟ ୧୧୦୦ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଥିବାବେଳେ ସେଥିରୁ...

ଟଚିଙ୍ଗ୍‌ ଦ ଡିଭାଇନ୍‌ ହାର୍ଟରେ ଭକ୍ତିର ସଙ୍ଗୀତ

ଭୁବନେଶ୍ୱର,୬।୨(ବ୍ୟୁରୋ):ସଙ୍ଗୀତ ମାଧ୍ୟମରେ ଈଶ୍ୱରଙ୍କ ପାଖେ ପହଞ୍ଚତ୍ ହେବ। ଭାଷା କି ଧର୍ମ ନୁହେଁ ନିଜର କଳା ଦ୍ୱାରା ଭଗବାନଙ୍କ ପାଖେ ସମର୍ପିତ ହେବା ହିଁ ଟଚିଙ୍ଗ...

ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ସରିଲା ବଜେଟ ଅଧିବେଶନ

ଭୁବନେଶ୍ବର,୧।୮(ବ୍ୟୁରୋ): ସରିଲା ବିଧାନସଭା ବଜେଟ ଅଧିବେଶନ। ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ବଜେଟ୍‌ ଅଧିବେଶନ ଶେଷ ହୋଇଛି। ବିରୋଧୀ ଦଳର ହଟ୍ଟଗୋଳ ଯୋଗୁ ଗୃହ...

କାରଣ ଦର୍ଶାଅ ନୋଟିସର ଜବାବ ରଖିଲେ ସୁର, କହିଲେ କାର୍ଯ୍ୟାନୁଷ୍ଠାନ ହେଲେ ଖାତିର ନାହିଁ

ଭୁବନେଶ୍ୱର,୨୭।୪(ବ୍ୟୁରୋ): କଂଗ୍ରେସ ନେତା ସୁରେଶ ରାଉତରାୟ କାରଣ ଦର୍ଶାଅ ନୋଟିସର ଜବାବ ଦେଇଛନ୍ତି। ସେ କଂଗ୍ରେସ ଭବନକୁ ଆସି ଲିଖିତ ଭାବେ ଉତ୍ତର ଦାଖଲ କରିଛନ୍ତି।...

Advertisement
Archives

Model This Week