Posted inଜାତୀୟ

ମସ୍‌ଜିଦରେ ମହିଳାଙ୍କ ପ୍ରବେଶ କଟକଣାକୁ ଚ୍ୟାଲେଞ୍ଜ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ଦେଶର ମସ୍‌ଜିଦଗୁଡ଼ିକରେ ମୁସଲମାନ ମହିଳାଙ୍କ ପ୍ରବେଶ ଉପରେ କଟକଣା ରହିଛି। ଏଭଳି ‘ଅସାମ୍ବିଧାନିକ’ କଟକଣା ଯୋଗୁ ଜୀବନଧାରଣ, ସମାନତା ଓ ଲିଙ୍ଗଗତ ନ୍ୟାୟ ଭଳି ଅଧିକାର କ୍ଷୁଣ୍ଣ ହେଉଥିବା ଦର୍ଶାଇ ଏହାକୁ ଉଠାଇବା ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଛି। ଏହି ପ୍ରଥା ସମ୍ବିଧାନର ଅନୁଚ୍ଛେଦ ୧୪, ୧୫, ୨୧, ୨୫ ଓ ୨୯ର ଉଲ୍ଲଂଘନ କରୁଥିବା ଏଥିରେ ଦର୍ଶାଯାଇଛି। ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଏହାର ଶୁଣାଣି କରି ନଭେମ୍ବର ୫ ସୁଦ୍ଧା ଜବାବ ଦାଖଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରୁଛନ୍ତି। ଗତ ଏପ୍ରିଲରେ ମହିଳା ଓ ଶିଶୁ ମଙ୍ଗଳ, ଆଇନ ଓ ନ୍ୟାୟ, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ସମେତ ଜାତୀୟ ମହିଳା କମିଶନଙ୍କୁ ନୋଟିସ କରାଯାଇଥିଲା। କିନ୍ତୁ ମହାରାଷ୍ଟ୍ର ଷ୍ଟେଟ୍‌ ବୋର୍ଡ ଅଫ୍‌ ଓ୍ବାକଫ୍‌, ସେଣ୍ଟ୍ରାଲ ଓ୍ବାକଫ୍‌ କାଉନ୍‌ସିଲ ଓ ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ ଲ ବୋର୍ଡକୁୁ ନୋଟିସ କରାଯାଇ ନ ଥିଲା। ଏହି ୩ ପକ୍ଷଙ୍କୁ ନୋଟିସ ସହ ପିଟିଶନର କପି ପଠାଇବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସଂରକ୍ଷଣ ବଦଳାଇବାକୁ ଚାହୁଁନାହାନ୍ତି ସରକାର’

ନୂଆଦିଲ୍ଲୀ,୨୪ା୪(ପି.ଟି.): ସଂରକ୍ଷଣ ସୁବିଧା ପାଇଆସୁଥିବା ଜାତି ତାଲିକାର ନା ସମୀକ୍ଷା କରାଯାଉଛି, ନା ସଂରକ୍ଷଣ ବ୍ୟବସ୍ଥାର ଅନ୍ତ ହେଉଛି। ଏହାକୁ ନେଇ ଦେଶରେ ସୃଷ୍ଟି ହୋଇଥିବା...

ଗଲଓ୍ବାନ ଘାଟିର ୨୦ ଶହୀଦ: ବିହାର ରେଜିମେଣ୍ଟର ସର୍ବାଧିକ ଯବାନ

ନୂଆଦିଲ୍ଲୀ, ୧୭।୬: ଭାରତ ଚାଇନା ମଧ୍ୟରେ ଲଦାଖର ଗଲଓ୍ବାନ ଘାଟିରେ ଘଟିଥିବା ହିଂସକ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬...

କୁଳଭୂଷଣ ଯାଦବ ମାମଲା: ଶୁକ୍ରବାର କନସୁଲାର ଆକ୍‌ସେସ୍‌

ଇସଲାମାବାଦ,୧।୮: ଦୀର୍ଘ ବର୍ଷ ଧରି ପାକିସ୍ତାନ ଜେଲରେ ବନ୍ଦୀଥିବା କୁଲଭୂଷଣ ଯାଦବ ମାମଲାକୁ ନେଇ ଏବେ ଭାରତକୁ ସଫଳତା ମିଳିଛି ବୋଲି କୁହାଯାଉଛି। କାରଣ ଯାଦବଙ୍କୁ...

୭୫ ବର୍ଷ ବୟସ୍କ ବୃଦ୍ଧ କଲେ ଏପରି: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଲୁଧିଆନା,୧୫।୮: ପଞ୍ଜାବରେ ନିଶାର ମାୟା ଜାଲରେ ଯୁବଗୋଷ୍ଠୀ ପଡ଼ିଛନ୍ତି। ଦିନକୁ ଦିନ ଏଠାରେ ଡ୍ରଗ୍ସ୍‌ ଚୋରା କାରବାର ବଢ଼ିବା ସହିତ ନାନା ପ୍ରକାର ଅପରାଧ ବୃଦ୍ଧି...

କୁମ୍ଭମେଳାରେ ୧୮ ଇଞ୍ଚ ଉଚ୍ଚତାର ନାଗା ସାଧୁ

ହରିଦ୍ୱାର,୨୭।୩: କୁମ୍ଭମେଳାରେ ବିଭିନ୍ନ ଅଞ୍ଚଳରୁ ସାଧୁସନ୍ଥଙ୍କ ସମାଗମ ହେବାରେ ଲାଗିଛି। ମେଳାକୁ ଆସିଥିବା ୧୮ ଇଞ୍ଚ ଉଚ୍ଚତାର ଜଣେ ନାଗା ସାଧୁଙ୍କୁ ଚର୍ଚ୍ଚା ଜାରି ରହିଛି।...

ପରମ୍ପରା ବଜାୟ ରଖିଲେ ମୋଦି

ନୂଆଦିଲ୍ଲୀ,୨୬।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣତନ୍ତ୍ର ଦିବସ ଅବସରରେ ପରମ୍ପରା ବଜାୟ ରଖିଛନ୍ତି ବୋଲି ଆଲୋଚନା କରାଯାଉଛି। ସାଧାରଣତନ୍ତ୍ର ଦିବସ ଅବସରରେ ମୋଦି ସାଫା ବାନ୍ଧି...

୬୦ ଦିନ ପରେ ସର୍ବନିମ୍ନ ନୂଆ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...

ବେକାବୁ କରୋନା: ଦିନକରେ ୭୨ ହଜାରରୁ ଅଧିକ ସଂକ୍ରମିତ,୪୫୯ ମୃତ

ନୂଆଦିଲ୍ଲୀ,୧।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ୫୦ ହଜାରରୁ ଅଧିକ ନୂତନ କରୋନା ମାମଲା...

Advertisement


Archives

Model This Week