ମସ୍‌ଜିଦରେ ଦଳାଚକଟା: ୩୧ ମୃତ

ବାଗ୍‌ଦାଦ,୧୧ା୯(ଆଇଏଏନ୍‌ଏସ୍‌): ଇରାକ୍‌ର କର୍ବଲା ସହରସ୍ଥିତ ଏକ ପ୍ରସିଦ୍ଧ ମସ୍‌ଜିଦରେ ମଙ୍ଗଳବାର ଦଳାଚକଟା ହୋଇଛି। ଏଥିରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧିପାଇବା ଆଶଙ୍କା କରାଯାଉଛି।
ଖ୍ରୀଷ୍ଟାବ୍ଦରେ ସଂଘଟିତ କର୍ବଲା ଯୁଦ୍ଧରେ ଖଲିଫା ୟାଜିଦ୍‌ଙ୍କ ନେତୃତ୍ୱାଧୀନ ସୈନ୍ୟଙ୍କ ଆକ୍ରମଣରେ ମହମ୍ମଦଙ୍କ ଅଣନାତି ଇମାମ ହୁସେନ ପ୍ରାଣ ହରାଇଥିଲେ। ତାଙ୍କ ଶ୍ରାଦ୍ଧ ବାର୍ଷିକୀ ପ୍ରତିବର୍ଷ ମହରମ୍‌ ମାସର ୧୦ ତାରିଖରେ ପାଳନ କରାଯାଏ, ଯାହାକୁ ଅଶୁରା କୁହାଯାଏ। ରାଜଧାନୀ ବାଗ୍‌ଦାଦରୁ ୧୧୦ କି.ମି. ଦୂର କର୍ବଲାସ୍ଥିତ ଇମାମ ହୁସେନ ମସ୍‌ଜିଦରେ ଅଶୁରା ପାଳନ ପାଇଁ ଭାରତ, ପାକିସ୍ତାନ, ଇରାନ ସମେତ ଉପସାଗରୀୟ ରାଷ୍ଟ୍ରଗୁଡ଼ିକର ହଜାର ହଜାର ସଂଖ୍ୟାରେ ଶିହା ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ସେମାନେ କଳପତାକା ଧରି ଶୋଭାଯାତ୍ରାରେ ଯାଉଥିବାବେଳେ କୌଣସି କାରଣରୁ ସେଠାରେ ଦଳାଚକଟା ହୋଇଥିଲା। ଫଳରେ ୩୧ମୃତ ଓ ଶତାଧିକ ଆହତ ହୋଇଛନ୍ତି। ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମୁଖପାତ୍ର ସୟାଫ୍‌ ଅଲ୍‌-ବଦର୍‌ ସୂଚନା ଦେଇଛନ୍ତି। ଏହାକୁ ଅଶୁରା ଶୋଭାଯାତ୍ରା ସମୟରେ ଇରାକ୍‌ ଇତିହାସରେ ସବୁଠୁ ବଡ଼ ଦଳାଚକଟା ବୋଲି କୁହାଯାଉଛି। ପୂର୍ବତନ ରାଷ୍ଟ୍ରପତି ସଦ୍ଦାମ ହୁସେନଙ୍କ ସୁନ୍ନି ଆଧିପତ୍ୟ ଶାସନ ବେଳେ ଅଶୁରା ଉପରେ କଟକଣା ଜାରି କରାଯାଇଥିଲା। ପରେ ଏହି ପର୍ବ ପାଳନ ବେଳେ ସୁନ୍ନି କଠୋରପନ୍ଥୀମାନେ ଶିହା ଶ୍ରଦ୍ଧାଳୁଙ୍କୁ ଟାର୍ଗେଟ କରୁଥିବା ନଜିର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କପିଶାରେ ଜୋର୍‌ଦାର ଲଢ଼େଇ

କାବୁଲ, ୨୯।୮ : ପୂର୍ବତନ ଉପରାଷ୍ଟ୍ରପତି ଅମ୍‌ରୁଲ୍ଲା ସାଲେହଙ୍କ ନେତୃତ୍ୱରେ ପ୍ରତିରୋଧୀ ବାହିନୀ ଆଫଗାନିସ୍ତାନର କପିଶା ପ୍ରଦେଶରେ ତାଲିବାନ ବିରୋଧରେ ଜୋର୍‌ଦାର ଲଢ଼େଇ ଜାରି ରଖିଛି।...

ହ୍ବାଇଟ୍ ‌ହାଉସ୍‌ ଛାଡିବା ନେଇ ଟ୍ରମ୍ପଙ୍କ ମତ

ନ୍ୟୁୟର୍କ,୨୭।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ହାରିଯାଇଛନ୍ତି। ଜୋ ବାଇଡେନ୍‌ ଆମେରିକାର ଆଗାମୀ ରାଷ୍ଟ୍ରପତି ହେବା ସ୍ପଷ୍ଟ ହୋଇଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ସେ ଟ୍ରମ୍ପ...

ଭାରତବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ବାଇଡେନ

ଓ୍ବାଶିଂଟନ,୧୫ା୮: ଭାରତକୁ ୭୬ ତମ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଏଥିସହିତ ବାପୁଙ୍କ ସତ୍ୟ, ଅହିଂସା, ସଂଗ୍ରାମ କଥା ମନେ...

୮ ଡଲାର ସବସ୍କ୍ରିପଶନ ନିଷ୍ପତ୍ତିକୁ ଫେରାଇ ନେଲା ଟୁଇଟର

ୱାଶିଂଟନ,୧୨ ।୧୧: ଟୁଇଟରର ଚଢେଇ ସାରା ବିଶ୍ୱର ମୁଣ୍ଡକୁ ବିଗାଡିବାରେ ଲାଗିଛି । ଟୁଇଟରର ନୂଆ ମାଲିକ ଏଲନ ମସ୍କ ଶୁକ୍ରବାର ଏକ ବଡ ନିଷ୍ପତ୍ତି...

୧୦ ଲକ୍ଷ ଏକର ଜଙ୍ଗଲ ପାଉଁଶ

ସାନ୍‌ ଫ୍ରାନ୍‌ସିସ୍କୋ,୨୪।୮ : ଆମେରିକାର କାଲିଫର୍ନିଆ ଜଙ୍ଗଲରେ ଲାଗିଥିବା ନିଆଁ ଭୟାବହ ରୂପ ନେଇଛି। ଏହି ବନାଗ୍ନି ମାତ୍ର ସପ୍ତାହେ ମଧ୍ୟରେ ୧୦ ଲକ୍ଷ ଏକର...

ଭାରତ ପାଇଁ ୩ ଆକାଶ ପଥ ବନ୍ଦ କଲା ପାକିସ୍ତାନ

ଇସଲାମାବାଦ,୮।୮: ଜମ୍ମୁ-କଶ୍ମୀରେ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ଏକ ପ୍ରକାର ଅଡୁଆରେ ପଡିଯାଇଛି ପାକିସ୍ତାନ। ନିଜକୁ ଅସୁରକ୍ଷିତ ଭାବି ସେ ଭାରତ ସହ ଗୋଟିଏ...

ମାରିଉପୋଲକୁ ନିଜ କବ୍‌ଜାକୁ ନେଲା ରୁଷିଆ

କ୍ୱିଭ,୨୧।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ନିଜ କବ୍‌ଜାକୁ ନେଉଛି ରୁଷିଆ। ଦୀର୍ଘଦିନ...

ସେଲ୍ଫ ଆଇସୋଲେଶନରେ ରହି ସମସ୍ତଙ୍କୁ ଘରେ ରହିବାକୁ କହିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୯।୩: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ କରୋନା ଭାଇରସରେ ସଂକ୍ରମିତ ହୋଇ ଏବେ ସେଲ୍ଫ ଆଇସୋଲେଶନରେ ରହିଛନ୍ତି। ଏହି ସମୟରେ ବ୍ରିଟେନର ପ୍ରାୟ ୩୦ ମିଲିୟନ...

Advertisement
Archives

Model This Week