ମଲ୍ଲିକା, ଚାଲ ଯିବା ଚିଲିକା

‘ଯେବେଠାରୁ ଜାନୁ ତୋତେ ଲ..ଲ..ଲଭ୍‌ କଲିଣି, ଗଡ୍‌ ପ୍ରମିଜ ତୋ ପାଇଁକି ପ..ପ..ପାଗଳା ହେଲିଣି, ଜାଗା ଖୋଜୁଛି ମୁଁ ହାଏ ଡେଲି ଡେଲି ତୋତେ ଡେଟିଂ ପାଇଁ ଟିକେ ନେବି ବୋଲି, ପୁଚି ପୁଚି ମୁଚି ଲୁଚି ଲୁଚିକା(କୋଉଠି ନବୁ ଏ ଧନ କୁଆଡେ ନବୁ), ମଲ୍ଲିକା ଏ ମଲ୍ଲିକା ଚାଲ ଯିବା ଚିଲିକା।’ ଏପରି ଏକ ଗୀତ ଏବେ ବେଶ୍‌ ଭାଇରାଲ ହୋଇଛି। କଥା କ’ଣ କି କିଛି ବର୍ଷ ପୂର୍ବେ ‘ଦିସ୍‌ ଇଜ ମାୟାରେ ବାୟା’ ଗୀତ ପାଇଁ ଚର୍ଚ୍ଚିତ ଲଭରବୟ ସବ୍ୟସାଚୀ ପୁଣି ଥରେ ବଡ ପରଦାରେ ଦର୍ଶକଙ୍କୁ ଚିଲିକା କିମିଆ ଦେଖାଇବାକୁ ଯାଉଛନ୍ତି। ଦ୍ୱିଭାଷୀ ଚଳଚ୍ଚିତ୍ର (ଓଡ଼ିଆ, ଛତିଶଗଡି) ‘ମାଲ ମହୁ ଜୀବନ ମାଟି-ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ଏପରି ଗୀତ ସଂଯୋଜିତ ହୋଇଛି। ଡ. ନିର୍ମଳ ନାୟକଙ୍କ ରଚିତ ଏହି ଗୀତଟିକୁ ସ୍ବରାୟିତ କରିଛନ୍ତି ଅଭିଜିତ ମଜୁମଦାର। କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ସୋନାଲି ନନ୍ଦ। ସବ୍ୟସାଚୀ-ଏଲିନାଙ୍କୁ ନେଇ ଗୀତଟିକୁ ଦୃଶ୍ୟାୟନ କରାଯାଇଛି। ଏ ସମ୍ପର୍କରେ ସବ୍ୟସାଚୀ କହନ୍ତି, ‘ମଲ୍ଲିକା ଗୀତଟି ଏବେ ବେଶ୍‌ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଗୀତଟିକୁ ମଧ୍ୟ ପ୍ରଶଂସା ମିଳିଛି। ଏଥିରେ ମୋ ଭୂମିକାଟି ହେଲା ମାଇକେଲ। ସେ ଭଲ ଭାବରେ କଥା କହିପାରେନା। ଯାହା କିଛି କରିବାକୁ ଚାହୁଁଛି ଭାଗ୍ୟ ତାହାର ସାଥ୍‌ ଦେଉନି। ତେଣୁ ସବୁବେଳେ ସେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଯାଉଛି। ହେଲେ ତା’ ଭିତରେ ପ୍ରେମ କରିବସିଛି। ଏଥିରେ ସେ ସଫଳ ହେଉଛି ତ? ଏ ସବୁର ଉତ୍ତର ରହିଛି ଉକ୍ତ ସିନେମାରେ। ମୋଟ ଉପରେ ଏହାର କାହାଣୀରେ ନୂତନତ୍ୱ ରହିଛି।’ ଲେଡି ବାର୍ଡ ଏଣ୍ଟରଟେନ୍‌ମେଣ୍ଟ ସହାୟତା ତଥା ଆମ୍‌ରା ମ୍ୟୁଜିକ୍‌ ବ୍ୟାନରରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏହାର ଗୀତ ସହ ସଂଳାପ ରଚନା କରିଛନ୍ତି ଡ. ନିର୍ମଳ ନାୟକ। ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରମେଶ ରାଉତ। ସବ୍ୟସାଚୀ-ଏଲିନାଙ୍କ ବ୍ୟତୀତ ଏହି ଫିଲ୍ମରେ ସଲିଲ ମିତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ବିଦୁସ୍ମିତା, ଲଭ୍‌ଲି, ପଦ୍ମଶ୍ରୀ ଅଞ୍ଜୁ ଶର୍ମା, ବିଜୁ ବଡ଼ଜେନା, ଅମର ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ଖାସ୍‌ କଥା ହେଲା, ଗାୟିକା ଅସୀମା ପଣ୍ଡା ଏହି ଫିଲ୍ମରୁ ନିଜର ବଡ ପରଦା ଆକ୍ଟିଂ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଫିଲ୍ମଟି ଆସନ୍ତା ମାସ ୮ରେ ରିଲିଜ ହେଉଛି। ତେବେ ଏଥର ସବ୍ୟସାଚୀ-ଏଲିନାଙ୍କ ‘ମଲ୍ଲିକା’ ଗୀତଟି ଦର୍ଶକଙ୍କୁ କେତେ ମତୁଆଲା କରୁଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୋଲ୍ଡ ଲୁକ୍‌ରେ ଦିଶା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନି ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ । ସବୁବେଳେ ସେ ତାଙ୍କର ଫଟୋ, ଭିଡିଓ ଶେୟାର କରି ସମସ୍ତଙ୍କ...

ଦୀପିକାଙ୍କ ଭଳି ଅବିକଳ ଚେହେରା

ବମ୍ବେ: ନାମ ରିଜୁତା ଘୋଷ ଦେବ। ହେଲେ ଦେଖିବାକୁ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନଙ୍କ ଭଳି ହୋଇଥିବାରୁ ଏବେ ଚର୍ଚ୍ଚାରେ ସେ। ଲୋକେ ତାଙ୍କୁ ଦୀପିକାଙ୍କ...

ଅଙ୍କିତା-ଭିକିଙ୍କ ରିସେପଶନ ସ୍ଥଗିତ

ମୁମ୍ବାଇ: ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଡିସେମ୍ବର ୧୪ରେ ବ୍ୟବସାୟୀ ଭିକି ଜୈନଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହ ବେଶ୍‌ ଧୂମଧାମରେ ହୋଇଥିଲା।...

କପିଲଙ୍କ ବଲ୍‌ରେ ଚୌକା ଛକା ମାରିଲେ କରିନା: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରିନା କପୁର ବର୍ତ୍ତମାନ ରିୟଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ-୭’ରେ ବିଚାରକ ଭାବେ ନଜର ଆସିଛନ୍ତି। ବିଚାରକ ହୋଇ ଶୋ’ରେ ସେ...

‘ଦ କଶ୍ମୀର ଫାଇଲ୍ସ’କୁ ନେଇ ପ୍ରଶ୍ନ ଉଠାଇଲେ ଆଇଏଫଏଫଆଇର ମୁଖ୍ୟ ଜୁରୀ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିଦ୍ଦେର୍ଶିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ଚଳିତ ବର୍ଷ ସଫଳତାରେ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି ।...

ରାନୀଙ୍କ ନୂଆ ଯୋଜନା

ରାନୀ ପ୍ରିୟଦର୍ଶିନୀ। ନିଜ ରିଲ୍‌ ଲାଇଫକୁ ନେଇ ସେ ବେଶ୍‌ ସଚେତନ। ‘କଟି ପତଙ୍ଗ’ରେ ଅଭିନୟ କରିବା ପରେ ଏଣିକି ଦେଖିଚାହିଁ ପାଦ ପକାଇବେ ବୋଲି...

ଝିଅଙ୍କୁ ଟ୍ରୋଲ୍‌ କଲେ ଶାହରୁଖ

ବଲିଉଡ୍‌ ବାଦ୍‌ଶାହ ଶାହରୁଖ ଖାନ ‘ପଠାନ’ ମାଧ୍ୟମରେ ପ୍ରାୟ ୪ ବର୍ଷ ପରେ ବଡ ପରଦାରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫିଲ୍ମରେ ତାଙ୍କ ଅଭିନୟକୁ ମଧ୍ୟ ବେଶ୍‌...

ମୋ ବାପା-ମା’ ବାଡେଇବେ; କାହିଁକି ଏମିତି କହିଲେ ସଲମାନ ଖାନ୍‌

ବଲିଉଡର ଭାଇଜାନ ସଲମାନ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅନେକ ଚଳଚ୍ଚିତ୍ରରେ ତାଙ୍କ ଚରିତ୍ର...

Advertisement
Archives

Model This Week