Posted inଜାତୀୟ

ମଲା ମୂଷା ଗନ୍ଧ ଯୋଗୁଁ ମିଟିଂ ସ୍ଥାନକୁ ବଦଳାଇଲେ କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୫।୧୦: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ମଲା ମୂଷାର ଗନ୍ଧ ଯୋଗୁଁ ସୋମବାର ଏକ ବୈଠକକୁ ମଝିରେ ଛାଡି ଦେଇଥିବା ଜଣାପଡ଼ିଛି। ବିଧାନସଭା ପରିସରରେ ଆୟୋଜିତ ହୋଇଥିବା ବୈଠକକୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର କରାଯାଇଥିଲା। ସୂଚନାଯୋଗ୍ୟ, ବିଧାନସଭା ପରିସରରେ ୟେଦୁରପ୍ପାଙ୍କ ଭାରତୀୟ ମଜଦୁର ସଂଘ ଓ ଇରାନର ପ୍ରତିନିଧିମାନଙ୍କ ସହ ଏକ ବୈଠକ ଆୟୋଜନ ହୋଇଥିଲା। ଏଥିପାଇଁ ସଭାଗୃହକୁ ପଶିବା ମାତ୍ରେ ତାଙ୍କୁ ମଲା ମୂଷାର ଗନ୍ଧ ହୋଇଥିଲା। ଏହି ଗନ୍ଧ ହେବା ସତ୍ତ୍ୱେ ବୈଠକ ଆରମ୍ଭ ହୋଇଥିଲା। ହେଲେ ଏହା ଚାଲିବାର ମାତ୍ର ୫ ମିନିଟ୍‌ରେ ଗନ୍ଧ ଏତେ ଜୋରରେ ହୋଇଥିଲା ଯେ, ସେ ସେଠାରୁ ବାହାରି ପଳାଇ ଆସିଥିଲେ। ଏଥିସହ ଅଧିକାରୀଙ୍କୁ ଡାକି ତାଙ୍କ ଚ୍ୟାମ୍ବରରେ ବୈଠକକୁ ସ୍ଥାନାନ୍ତର କରିବା ପାଇଁ କହିଥିଲେ। ତେବେ ଅଧିକାରୀଙ୍କ ଏଭଳି ଅବହେଳା ପାଇଁ ୟେଦୁରପ୍ପା ପରେ ତାଙ୍କୁ ତାଗିଦ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁଦଣ୍ଡ ପାଇଁ ମାର୍ଗଦର୍ଶିକା ଜାରି କରିବା ମାମଲାର ବିଚାର କରିବେ ୫ ଜଣିଆ ସାମ୍ବିଧାନିକ ପୀଠ…

ନୂଆଦିଲ୍ଲୀ, ୧୯।୯ : ଦେଶର ନିମ୍ନ ଅଦାଲତମାନଙ୍କୁ ମୃତ୍ୟୁଦଣ୍ଡାଦେଶ ଉପରେ ମାର୍ଗଦର୍ଶିକା ଜାରି କରିବା ମାମଲାର ବିଚାର ବର୍ତ୍ତମାନ ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ସମ୍ବିଧାନିକ...

୪୦ ଲକ୍ଷଙ୍କୁ ମିଳିବ ମାଲିକାନା ଅଧିକାର

ନୂଆଦିଲ୍ଲୀ,୨୪ା୧୦(ପି.ଟି.): ଦିଲ୍ଲୀର ଅନଧିକୃତ କଲୋନିଗୁଡ଼ିକରେ ରହୁଥିବା ୪୦ ଲକ୍ଷ ଲୋକଙ୍କୁ ମାଲିକାନା ଅଧିକାର ମିଳିବ। ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଏଭଳି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା...

‘ରେପ୍‌ ଇନ ଇଣ୍ଡିଆ’ ମନ୍ତବ୍ୟକୁ ନେଇ କ୍ଷମା ମାଗିବି ନାହିଁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୩।୧୨: କଂlଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ‘ରେପ୍‌ ଇନ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ଲୋକ ସଭାରେ ଝଡ ଉଠିଛି। ଗୃହରେ ଭାଜପା ରାହୁଲ କ୍ଷମା...

ଶିବସେନା ନେତାଙ୍କୁ ଗୁଳି ମାରିଥିବା ଅଭିଯୁକ୍ତଙ୍କ ଗାଡ଼ିରୁ ମିଳିଲା କମେଡିଆନ ଭାରତୀଙ୍କ ଫଟୋ

ନୂଆଦିଲ୍ଲୀ,୪।୧୧: ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣାରେ ତଦନ୍ତ କରୁଥିବା ପୋଲିସକୁ ଅଭିଯୁକ୍ତ ସନ୍ଦିପ ସିଂଙ୍କ ଗାଡ଼ିରୁ ମିଳିଛି ଏକ ଫାଇଲ୍‌।...

ଆର୍ୟନଙ୍କ ବିରୋଧରେ କୌଣସି ଠୋସ୍‌ ପ୍ରମାଣ ନାହିଁ: ମୁମ୍ବାଇ ହାଇକୋର୍ଟ

ମୁମ୍ବାଇ,୨୦ା୧୧: ଡ୍ରଗ୍ସ ମାମଲାରେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନଙ୍କ ବିରୋଧରେ ମୁମ୍ବାଇ ହାଇକୋର୍ଟ ଶନିବାର ଏକ ବଡ଼ ବୟାନ ଦେଇଛନ୍ତି। ଆଜି ଆର୍ୟନ ମୁମ୍ବାଇ ହାଇକୋର୍ଟଙ୍କଠାରୁ...

ଖାନ୍‌ ମାର୍କେଟରେ ପାକିସ୍ତାନ ଜିନ୍ଦାବାଦ୍‌ ସ୍ଲୋଗାନ୍‌

ନୂଆଦିଲ୍ଲୀ, ୨୪।୧: ଜାନୁୟାରୀ ୨୬ ପୂର୍ବରୁ ରାଜଧାନୀ ଦିଲ୍ଲୀର ଖାନ୍‌ ମାର୍କେଟ ଅଞ୍ଚଳରେ ପାକିସ୍ତାନ ଜିନ୍ଦାବାଦ୍‌ ସ୍ଲୋଗାନ୍‌ ଦିଆଯାଉଥିବା ଘଟଣା ନେଇ ପୋଲିସ ଆକ୍ସନ୍‌ ମୋଡରେ...

କେଜରିୱାଲ ସରକାର ରାଜନୈତିକ ପରିପକ୍ୱତା ଦେଖାଉ ନାହାନ୍ତି: କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୧୧।୧ : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାର ରାଜନୈତିକ ପରିପକ୍ୱତା ଦେଖାଉ ନାହାନ୍ତି ବୋଲି ଦିଲ୍ଲୀ ସରକାର ବନାମ ଉପରାଜ୍ୟପାଳ ମାମଲାରେ କେନ୍ଦ୍ର ସରକାର ଅଭିଯୋଗ...

ନୀତୀଶ କୁମାରଙ୍କ ଗାଡ଼ି ଉପରକୁ ପଥର ମାଡ଼

ପାଟନା,୨୧।୮: ବିହାରର ରାଜଧାନୀ ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡ଼ି ଉପରକୁ ପଥର ମାଡ଼ କରାଯାଇଛି। ଏହି ପଥର ମାଡ଼ରେ ଗାଡିର ଗ୍ଲାସ ଭାଙ୍ଗିଯାଇଛି। ଅବଶ୍ୟ...

Advertisement
Archives

Model This Week