Posted inଜାତୀୟ

ମମତା-ରାହୁଲଙ୍କୁ ଟାର୍ଗେଟ କଲେ ଶାହା

ଭୋପାଳ,୧୨।୧: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ମଧ୍ୟପ୍ରଦେଶର ଜବଲପୁରରେ ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ମମତା ବାନାର୍ଜୀ ଓ ରାହୁଲ ବାବା ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)ରେ ଏମିତି କିଛି ଦେଖାନ୍ତୁ ଯାହା କୌଣସି ନାଗରିକର ନାଗରିକତ୍ୱ ଛଡାଇ ନେବ। ଶାହା କହିଛନ୍ତି ଭାରତ ଉପରେ ଯେତିକି ଅଧିକାର ମୋର ଓ ଆପଣମାନଙ୍କର ରହିଛି ସେତିକି ଅଧିକାର ପାକିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ୍‌, ବୁଦ୍ଧିଷ୍ଟ, ଖ୍ରୀଷ୍ଟିୟାନ୍‌ ଶରଣାର୍ଥୀଙ୍କର ରହିଛି। ଆହୁରି ମଧ୍ୟ ସେ କଂଗ୍ରେସ ନେତା କପିଲ ଶିବଲଙ୍କୁ ଟାର୍ଗେଟ କରି କହିଛନ୍ତି, କଂଗ୍ରେସର ଓକିଲ କପିଲ ଭାଇ ଯେତେ ଶକ୍ତି ଅଛି ରାମ ମନ୍ଦିର ନିର୍ମାଣକୁ ବିରୋଧ କରନ୍ତୁ। ହେଲେ ୪ ମାସ ମଧ୍ୟରେ ରାମ ମନ୍ଦିର ନିର୍ମାଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ସହ କ୍ରିକେଟ ଖେଳିଲେ ୟେଦୁରପ୍ପା

ବେଙ୍ଗାଲୁରୁ, ୧୭ା୭ : କର୍ନାଟକ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଥିବାବେଳେ ପ୍ରଦେଶ ଭାଜପା ମୁଖ୍ୟ ବି.ଏସ୍‌. ୟେଦୁରପ୍ପା ଦଳର ବିଧାୟକଙ୍କ ସହିତ ମିଶି ମଙ୍ଗଳବାର ବେଙ୍ଗାଲୁରୁରେ...

ଭାରତର ପୂର୍ବତନ ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମାଙ୍କ ସ୍ତ୍ରୀଙ୍କ ବିୟୋଗ

ନୂଆଦିଲ୍ଲୀ, ୧୫।୮: ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଡକ୍ଟର ଶଙ୍କର ଦୟାଲ ଶର୍ମାଙ୍କ ସ୍ତ୍ରୀ ବିମଳା ଶର୍ମାଙ୍କ ଶନିବାର ବିୟୋଗ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୩...

ଧୋତି କୁର୍ତ୍ତାରେ କ୍ରିକେଟ୍‌ ଖେଳ: ସଂସ୍କୃତରେ ହେଲା କମେଣ୍ଟ୍ରି

ପାଟନା,୧।୯: ବିହାର ଦରଭଙ୍ଗାଠାରେ ଏକ ନିଆରା କ୍ରିକେଟ୍‌ ଖେଳ ହୋଇଛି। ଏଥିରେ ଖେଳାଳିମାନେ ଧୋତି କୁର୍ତ୍ତା ପିନ୍ଧି ଖେଳିଛନ୍ତି। ଖେଳରେ କମେଣ୍ଟ୍ରି ସଂସ୍କୃତରେ କରାଯାଇଥିଲା। ସ୍ଥାନୀୟ...

ଜାମିନ ନ ଦେବାରୁ ମହିଳା ଜଜ୍‌ଙ୍କୁ ଧମକ

ଥିରୁଭାନନ୍ଥପୁରମ୍‌: ଜଣେ ମାଜିଷ୍ଟ୍ରେଟ୍‌ ଏକ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ଦେବାକୁ ମନା କରିବାରୁ ଓକିଲ ତାଙ୍କୁ ମାଡ଼ ମାରିବାର ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି...

କୋଭିଡ-୧୯ରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ: ବାତ୍ୟା‘ନିଭାର’ ପାଇଁ ହୋଇପାରିଲାନି ଚିକିତ୍ସା

ଭୋପାଳ,୨୬।: ଦେଶରେ କରୋନା ସଂକ୍ରମଣ ପୁଣି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଉଛି। କରୋନା ମୁକାବିଲା ପାଇଁ...

୨୪ ଘଣ୍ଟାରେ ଲକ୍ଷେରୁ ଅଧିକ ସୁସ୍ଥ

ନୂଆଦିଲ୍ଲୀ, ୨୨।୯: ଭାରତ ପୃଥିବୀରେ ରେକର୍ଡ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦେଶରେ ଲକ୍ଷେ ଏକ ହଜାର ୪୬୮ ଜଣ କରୋନା ଆକ୍ରାନ୍ତ...

ଦଳରେ ନେତୃତ୍ୱ ପ୍ରସଙ୍ଗର ସମାଧାନ ଜରୁରୀ: ଥରୁର

ନୂଆଦିଲ୍ଲୀ, ୨୪ା୨(ପି.ଟି.): ଦେଶର ସର୍ବପୁରାତନ ଦଳ କଂଗ୍ରେସ ଏବେ ମଙ୍ଗୁଆଳ ବିହୀନ ବୋଲି ସାଧାରଣରେ ଧାରଣା ସୃଷ୍ଟି ହୋଇଥିବାରୁ ଏହାକୁ ଦୂର କରିବା ଲାଗି ନେତୃତ୍ୱ...

୭୨ ଏନ୍‌କାଉଣ୍ଟରରେ ୧୭୭ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି

ଶ୍ରୀନଗର, ୧୭।୯: ଚଳିତ ବର୍ଷ ଜାନୁୟାରୀରୁ ସେପ୍ଟେମ୍ବର ୧୭ ସୁଦ୍ଧା ଗତ ୯ ମାସ ମଧ୍ୟରେ ଆତଙ୍କବାଦ ବିରୋଧୀ ଅପରେଶନରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିିଳିଛି।...


Coronavirus Update

Archives

Model This Week

Why Dharitri