ମନ୍ଦିର ବାହାରେ ଭିକ୍ଷା ମାଗୁଥିଲେ କୋଟିପତିଙ୍କ ପୁଅ : ଘରେ ପହଞ୍ଚାଇଲା ସ୍ବେଚ୍ଛାସେବୀ ସଂଗଠନ

ଅମ୍ବାଲା,୧୧।୧: ଫିଲ୍ମ କାହାଣୀ ପରି ହରିୟାଣାରେ ଏକ ନିଆରା ଘଟଣା ଘଟିଛି। ଏଠାରେ ଅମ୍ବାଲାର ଏକ ମନ୍ଦିର ବାହାରେ ବସି ଭିକ୍ଷା କରୁଥିବା ଜଣେ ବ୍ୟକ୍ତି କୋଟିପତିଙ୍କ ପୁଅ ବୋଲି ଜଣାପଡ଼ିଛି। ଜଣେ କୋଟିପତି ମାନସିକ ଭାରସାମ୍ୟ ହରାଇ ଘରୁ ପଳାଇ ଆସି ମନ୍ଦିର ବାହାରେ ବସି ଭିକ୍ଷା ମାଗୁଥିଲେ। ତେବେ ଗୁରୁବାର ତାଙ୍କର ଗୋଡ଼ରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା। ଗୀତା ଗୋପାଳ ସ୍ବେଚ୍ଛାସେବୀ ସଂସ୍ଥାର କିଛି ସଦସ୍ୟ ତାଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପଚରା ଉଚରା ସମୟରେ ତାଙ୍କ ନାମ ଧନଞ୍ଜୟ ଠାକୁର ଏବଂ ସେ ଉତ୍ତରପ୍ରଦେଶ ଆଜମ୍‌ଗଡ଼ର ବାସିନ୍ଦା ବୋଲି ଜଣାପଡ଼ିଥିଲା। ଧନଞ୍ଜୟ ଏକ ଫୋନ୍‌ ନମ୍ବର ମଧ୍ୟ ସଦସ୍ୟକୁ ଦେଇଥିଲେ। ଫୋନ୍‌ କରିବାରୁ ଜଣାପଡ଼ିଥିଲା ଧନଞ୍ଜୟଙ୍କ ପିତା ରାଧେଶ୍ୟାମ ସିଂ ଜଣେ କୋଟିପତି। ଫୋନ୍‌ ପରେ ଧନଞ୍ଜୟଙ୍କ ଭଉଣୀ ନେହା ସିଂ ତାଙ୍କୁ ନେବା ପାଇଁ ପହଞ୍ଚିଥିଲେ। ଧନଞ୍ଜୟଙ୍କୁ ସ୍ଥାନୀୟ ଲୋକେ ଜଟାଧାରୀ ବୋଲି ଡାକୁଥିଲେ। ସେ ଗତ ୨ ବର୍ଷ ହେଲା ମନ୍ଦିର ବାହାରେ ଗଛତଳେ ରହୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପମ୍ପରେ ତେଲ ବଳିଥିବାବେଳେ ଯଦି ଦାମ୍ ବଢ଼େ; ତେବେ କାହା ପକେଟ୍‌କୁ ଯାଏ ବର୍ଦ୍ଧିତ ଟଙ୍କା, ମାଲିକ ନା କମ୍ପାନୀ?

ନୂଆଦିଲ୍‌ଲୀ,୨୭।୫: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଉତ୍ତେଜନା ଯୋଗୁଁ ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ଅନେକ ଥର ବୃଦ୍ଧି ପାଇଛି। ନିକଟରେ ପେଟ୍ରୋଲ ଲିଟର…

ଓଡ଼ିଶାବାସୀଙ୍କ ପାଇଁ ଗୌରବର ମୁହୂର୍ତ୍ତ, ଏସୀୟ ଇନ୍‌ଡୋର ଆଥଲେଟିକ୍ସ ନେଇ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ବର,୨୭ା୫: ଓଡ଼ିଶାରେ ହେବ ୨୦୨୭ ଏସୀୟ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ । ଏନେଇ ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହଂକଂଠାରେ ଅନୁଷ୍ଠିତ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ଇଡି ଚଢ଼ାଉକୁ ବିରୋଧ: ଅଧିକାରୀଙ୍କ ଗାଡ଼ି ଉପରକୁ ଆକ୍ରମଣ

ଥିରୁଭାନନ୍ତପୁରମ୍‌,୨୭ା୫: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଥିରୁଭାନନ୍ତନପୁରମ୍‌ସ୍ଥିତ ବାସଭବନ ବାହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) (ସିପିଆଇଏମ) କର୍ମୀମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଗାଡ଼ି…

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ରାସନକୁ ନେଇ ଆସିଲା ନୂଆ ନିୟମ; ୮୦ କୋଟି ଲୋକଙ୍କ ଉପରେ ପଡ଼ିବ ସିଧା ପ୍ରଭାବ!

ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି କ୍ୟାବିନେଟ ନିଷ୍ପତ୍ତି ରାସନ ପାଉଥିବା 800 ନିୟୁତ…

ରବିବାରଠୁ ବଢ଼ିପାରେ ବସ୍ ଭଡ଼ା! ଦାବି କଲା ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ବର,୨୭ା୫: ରାଜ୍ୟରେ ପୁଣି ବଢି଼ପାରେ ବସ୍ ଭଡ଼ା । ଘରୋଇ ବସ୍ ମାଲିକ ସଂଘ ଏନେଇ ଦାବି କରିଛି । ଗତ କିଛି ଭିତରେ ରାଜ୍ୟରେ ତେଲ…

NASAର ବଡ଼ ଘୋଷଣା: ଚନ୍ଦ୍ରରେ ନିର୍ମାଣ କରିବ ଘାଟି

ଓ୍ବାଶିଂଟନ୍‌,୨୭।୫: ଆମେରିକାର ମହାକାଶ ସଂସ୍ଥା ନାସା, ଚନ୍ଦ୍ରରେ ଏକ ଘାଟି ନିର୍ମାଣ କରିବ ବୋଲି ଘୋଷଣା କରିଛି। ନାସା ପ୍ରଶାସକ ଜାରେଡ ଆଇଜାକମ୍ୟାନ କହିଛନ୍ତି ଯେ, ଏହି…

୩ ବ୍ୟାଙ୍କ ଅଫିସରଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୨୭।୫(ତ୍ରିନାଥ ମହାନ୍ତି): ଜାଲ ଦସ୍ତାବିଜ୍‌ ଦେଇ ଏସ୍‌ବିଆଇର ୪ଟି ଶାଖାରୁ ବ୍ୟକ୍ତିଗଣ ଋଣ ନାମରେ ୬କୋଟି ୮୮ଲକ୍ଷ ୨୯ ହଜାର ଟଙ୍କା ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ…

TMC ଛାଡ଼ିଲେ ଏମ୍‌ପି କାକୋଲି ଘୋଷ, ମମତାଙ୍କର ଥିଲେ ଅତି ଘନିଷ୍ଠ

କୋଲକାତା,୨୭ା୫: TMCକୁ ବଡ଼ ଝଟ୍‌କା। ଦଳ ଛାଡ଼ଛନ୍ତି ଏମ୍‌ପି କାକୋଲି ଘୋଷ। ସେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତି ଘନିଷ୍ଠ ଥିଲେ। ବାରାଶତ୍ରୁରୁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri